Sunanda Mohanty

Children Stories Inspirational Thriller

3  

Sunanda Mohanty

Children Stories Inspirational Thriller

ମ୍ୟାଜିକ ଡଷ୍ଟ

ମ୍ୟାଜିକ ଡଷ୍ଟ

6 mins
5


ପ୍ରଥମ ମାସର ପ୍ରଥମ ଦରମା ପାଇଲାଦିନ ମାନି ଖୁବ ଖୁସି ହେବା ପରିବର୍ତ୍ତେ ଦୁଃଖୀ ହୋଇଗଲା. ପିଲାଦିନେ ବାପା ତାର ଡହ ଡହ ଖରାକୁ ନଡରି ଆଇସକ୍ରିମ ବିକିବାକୁ ଯାଉଥିଲେ. ନଗଲେ ପଇସା ଆସିବ କୋଉଠୁ? ଦୁଇଟଙ୍କିଆରେ ବିକୁଥିବା ନାଲି ନେଳି ଆଇସକ୍ରିମ ବିକୁଥିବା ପିଲାମାନେ ଆଜି ବାପା ହେଲେଣି. ସେହି ବାପାମାନଙ୍କ ପିଲାଦିନେ ତାଙ୍କୁ ବିକୁଥିବା ବେଳର ଆଇସକ୍ରିମ ଆଉ ନାହିଁ କିନ୍ତୁ ମଲେଇ ଆଇସକ୍ରିମ ଗୋଟାକୁ ତାଙ୍କ ପୁଅମାନଙ୍କୁ କୋଡିଏ, ପଚିଶ କି ତିରିଶ ଟଙ୍କାରେ ବିକିବାବେଳେ ମଧ୍ୟ ମାନିର ପାଠପଢା ପାଇଁ ସବୁ ଜିନିଷ କିଣି ଯୋଗାଇ ପାରୁନଥିବା ବାପା ତାର ଯେତେ ଆଇସକ୍ରିମ ଜାଚିଲେ ବି ଖାଏନା କେବେ ମାନି . ମାଆ କହିଲେ କହେ ଆଇସକ୍ରିମ ବେପାର ବଢିଲେ ପା ବାପା ମୋ ପାଇଁ ମୋବାଇଲ କିଣି ଦେବେ. ମୋବାଇଲ ଦେଖିଲେ ଖରାପ ହୋଇଯାଉଛନ୍ତି ପିଲାମାନେ କହି ବାପା ଯେବେ ମନଦୁଃଖ କରୁଥିଲେ ତ ମାନି ବୁଝେଇଦେଇଥିଲା.ଖାଲି ମୋବାଇଲ କଣ ବାପା ଦୁନିଆଁରେ ପ୍ରତ୍ୟକ ଲୋକ ଭିତରେ ଯେମିତି ଭଲ ଓ ମନ୍ଦ ଗୁଣ ଥାଏ ପ୍ରତ୍ୟେକ ବସ୍ତୁ ଭିତରେ ମଧ୍ୟ ଭଲ ଓ ମନ୍ଦ କାମ କରିବା କ୍ଷମତା ଥାଏ. ମୋବାଇଲକୁ ସଠିକଭାବେ ନିୟନ୍ତ୍ରିତ କଲେ ସେ ଆମକୁ ଦେଇ ପାରିବ ଜ୍ଞାନ ଗୁଣ ଓ ଗରିମା. ବାପା ମାନି କଥାରୁ କିଛି ବୁଝନ୍ତି କି ନାହିଁ କିନ୍ତୁ କଥା ଦିଅନ୍ତି ମାନିକୁ ଏସନ ଭଲ ବେପାର ହେଲେ ନିଶ୍ଚୟ ଗୋଟେ ଭଲ ମୋବାଇଲ କିଣି ଦେବେ. ପୁଣି ସତର୍କ କରନ୍ତି ରାଜେନ୍ଦ୍ରବାବୁଙ୍କ ପୁଅର କଳା କାରନାମା କଥା କହି. ମୋବାଇଲରୁ ଗେମ ଖେଳି, କୋଉ ଝିଅ ପାଖକୁ ଆଶ୍ଳୀଳ ଫଟୋ ଛାଡ଼ି ପୁଣି ସାଇବର ଠକେଇର ଶୀକାର ହେବା ପରେ ଆମ ପଡା ରାଜମିସ୍ତ୍ରୀ ରାଜେନ୍ଦ୍ର ବାବୁ ତାଙ୍କ ପୁଅଠୁ ମୋବାଇଲ ଛଡେଇ ନେବାରୁ ପୁଅ ପରା ତାର ହିତାହିତ ଜ୍ଞାନ ଭୁଲି ବାପା ମୁଣ୍ଡକୁ ପାହାରେ ଦେବାରୁ ତାଙ୍କ ସ୍ତ୍ରୀ ଡକା ପକେଇଲେ ଯେ ଲୋକ ଜମି ପୁଅକୁ ହାତକଡା ପକେଇ ପୋଲିସ ହାତରେ ଧରେଇ ଦେଲେ. ଆଉ ବିଚରା ରାଜେନ୍ଦ୍ରବାବୁ ଓ ତାଙ୍କ ସ୍ତ୍ରୀ ଚୋର ମାଆ ଯେବେ କାନ୍ଦେ ଦୁଆରଦେଇ କାନ୍ଦିଲା ପରି ପଡ଼ିଥିଲେ ଘରେ ଯେ ପୁଣି ପୁଲିସ ଆସି କହିଗଲା କି ମ୍ୟାଜିକ ଡଷ୍ଟ ଉଡେଇ ଜେଲରେ ଥିବା ପୁଅ ତୁମର ଆମ ଆଖିରେ ଧୂଳି ଦେଇ ଖସିଯିବାକୁ ବସିଥିଲା . ସବୁ ମ୍ୟାଜିକ କୋଉଠୁ ସେ ମୋବାଇଲରୁ ଶିଖିଥିଲା ବୋଲି ମାନିଛି ଜେଲରଙ୍କ ଆଗେ. ଏବେ ରାଜେନ୍ଦ୍ରବାବୁ ତାର ଜାମିନୀ ଆଣିବାକୁ ଓକିଲବାବୁଙ୍କ ଦୁଆରକୁ ଦଉଡି ଦଉଡି ପାଣି ମଲାଣି ତାଙ୍କ ପାଦରୁ. ଏଯାଏଁ ରାଜେନ୍ଦ୍ରବାବୁଙ୍କ ପୁଅ କଥା ଶୁଣି ମାନି କେବଳ ହସୁଥିଲା ଏବଂ କହିଥିଲା ମୋବାଇଲରୁ ଖରାପ ଜ୍ଞାନ ବଦଳରେ ଭଲ ଜ୍ଞାନ ଆହରଣ କରିବାକୁ ମତେ ମୋବାଇଲ ଦରକାର ବାପା. ହସୁଥିଲେ ବାପ ଝିଅ ।

   ମାନିର ହସ ଲିଭିଗଲା, ସ୍ବପ୍ନ ସବୁ ଭାଙ୍ଗିଗଲା ଯୋଉଦିନ ଆଇସକ୍ରିମ ବେପାର ସାରି ଫେରୁଥିବା ବାପା ଅଂଶୁଘାତର ଶୀକାର ହୋଇ ବାଟରେ ପଡି ଜୀବନ ଦେଇଦେଲେ. ହାରିଗଲାନି ମାନି. ଦମ୍ଭ ଦେଲା ନିଜକୁ ଓ ନିଜ ମାଆକୁ.ଶିକ୍ଷୟିତ୍ରୀଟିଏ ହୋଇ ଆଜି ନିଜ ମାଆର ଜନ୍ମଦିନ ପାଳନ କଲାବେଳେ ମାଆ ହାତରେ ମୋବାଇଲ ଧରାଇ କେକ କାଟି ମହମବତୀ ଜାଳିଲା ବେଳେ ବାପାଙ୍କ ଫଟୋରୁ ସଜ ଫୁଲହାର ଖସିଥିଲା. ମାଆକୁ ଭରସା ଦେଇ ମାନି କହୁଥିଲା ମୁଁ ତୋ ଝିଅ ନୁହେଁ ମାଆ ପୁଅ. ବାପା ଓ ଭାଇ ବନି ତୋ ମୁଁହରେ ହସ ଫୁଟେଇବା ମୋର ପ୍ରଥମ ଲକ୍ଷ. ମାଆ କାନ୍ଦୁଥିଲେ ଭୋ ଭୋ. ମାନି ଆଖିରୁ ମଧ୍ୟ ଗାଡିଯାଉଥିଲା ଅଶ୍ରୁଧାର. ମାଆକୁ ବୁଝାଇ କହିଥିଲା ମାନି ନିଜ ଦୁଃଖ ଭୁଲିବାକୁ ହେଲେ ଅନ୍ୟର ଦୁଃଖ ଦେଖିବା ଦରକାର ମାଆ. ତୁ ଜାଣିଛୁ ଆମ ସାହିର ରାଜେନ୍ଦ୍ର ବାବୁଙ୍କ କଥା. ପୁଅକୁ ଜେଲରୁ ଆଣି ବାହା କଲା ପରେ ତାର ପୁଅଟିଏ ହେଲାପରେ ମଧ୍ୟ ସେ ବଦଳିଲା ନାହିଁ. ମ୍ୟାଜିକ ଡଷ୍ଟ କହୁଥିବା ଚରସ ନିଶାରେ ରୋଗାକ୍ରାନ୍ତ ହୋଇ ମରିଯିବା ପଛେ ପଛେ ରାଜେନ୍ଦ୍ରବାବୁ ଓ ତାଙ୍କ ସ୍ତ୍ରୀ ମଧ୍ୟ ଚାଲିଗଲେ. ଆଉ ନାତିଟି ତାଙ୍କର ଏବେ ମହାକାଶ ଵିଜ୍ଞାନୀ ହେବାର ସ୍ବପ୍ନ ଦେଖୁଛି. ଠିକ ମୋ ଭଳି. କାନ୍ଦ ଛାଡ଼ି ମାଆ ଚାହିଁଲେ ଝିଅ ମାନି ମୁଁହକୁ କହିଲେ ତାକୁ ଟିକେ ଆମ ଘରକୁ ଆଣିବୁ ମାଆ. ଆହୁରି ଜାଣିଛୁ ମାଆ ପିଲାଟିର ମାଆ ଏବେ ଆ ଘରେ ତା ଘରେ କାମକରି ପୁଅକୁ ପଢ଼ାଉଛି. ଭାବିଲୁ ମାଆ ସେ ପୁଅଟିର ଭବିଷ୍ୟତ କଥା, ତା ସ୍ବପ୍ନ ଦେଖୁଥିବା ଛୋଟ ମନରେ ବଡ଼ ଆଶା କଥା. ମାଆର କାନ୍ଦ ବନ୍ଦ ହୋଇଯାଇଥିଲା. ମାଆ ଜନ୍ମ ଦିନରେ ସେହି ରାଜେନ୍ଦ୍ରବାବୁଙ୍କ ନାତି ବାବୁଲା ମଧ୍ୟ ଶିକ୍ଷୟିତ୍ରୀ ମାନିଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିଲା. ବାବୁଲାକୁ କୋଳକୁ ନେଇ ମାଆ କହୁଥିଲେକି ତୁ ମୋ ନାତି ମୁଁ ତୋ ଜେଜେମା. ମତେ ଜେଜେମା ବୋଲି ଡାକିବୁ ।

    ଏଣିକି ବାବୁଲାର ସମସ୍ତ ଦାଇତ୍ୱ ମାନି ଓ ତାଙ୍କ ମାଆ ନେଇଥିଲେ. ବାବୁଲା ମଧ୍ୟ ମାନିଙ୍କ ଘରେ ଜେଜେମାଙ୍କ ପାଖେ ଅନେକ କାହାଣୀ ଶୁଣେ. ତା ଭିତରେ ଜେଜେମା ମଣିଷପଣିଆ ବଢ଼େଇବା ଭଳି ଗଳ୍ପ କହିବାକୁ ପ୍ରାଧାନ୍ୟ ଦେଉଥାନ୍ତି. ଯେମିତିକି

ଟି. ଏନ୍. ଶେଷାନଙ୍କୁ ଆମେ ଅନେକ ଜାଣନ୍ତି.ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବା ସମୟରେ ନିର୍ବାଚନୀ ସଂସ୍କାର ଆଣି ସେ ଚର୍ଚ୍ଚିତ ହୋଇଥିଲେ.ତାଙ୍କର ମୃତ୍ୟୁ ହୋଇସାରିଲାଣି, କିନ୍ତୁ ତାଙ୍କର କାର୍ଯ୍ୟ ତାଙ୍କୁ ଅମର କରି ରଖିଛି.ମ୍ୟାନଜମେଣ୍ଟ ବିଭାଗର କିଛି ଛାତ୍ରଛାତ୍ରୀଙ୍କୁ ଥରେ ସେ ଉଦବୋଧନ ଦେବାବେଳେ ନିଜ ଅନୁଭୂତିରୁ କଥାଟିଏ କହିଥିଲେ. ସେହି କଥାଟିକି ଜେଜେମା ବାବୁଲାକୁ ଶୁଣାଉଥାନ୍ତି.ଥରେ ସେ ପତ୍ନୀଙ୍କୁ ସାଙ୍ଗରେ ନେଇ ଏକ ସ୍ଥାନକୁ ବଣଭୋଜି କରିବାକୁ ଯାଉଥିଲେ.ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବାରୁ ସୁରକ୍ଷାକର୍ମୀମାନେ ସାଙ୍ଗରେ ବି ଯାଉଥିଲେ.ବାଟରେ ବଡ଼ ଆମ୍ବ ବାଗିଚଟାଏ ପଡ଼ିଲା. ସେ ବଗିଚାର ଡାଳରେ ବହୁ ସଂଖ୍ୟାରେ ପକ୍ଷୀଙ୍କ ବସା ଝୁଲୁଥିଲା। ସେପରି ଦୃଶ୍ୟ ଶେଷାନଙ୍କ ପତ୍ନୀଙ୍କୁ ମୁଗ୍ଧ କରିବାରୁ ସେ ସେହି ବଗିଚା ନିକଟକୁ ଯିବାକୁ ଚାହିଁଲେ.ଶହଶହ ଚଢ଼େଇ ବସା ମଧ୍ୟରୁ ଦୁଇଟି ସେ ନେଇ ଘରେ ସଜାଇ ରଖିବାର ଇଚ୍ଛା ଜାହିର କଲେ.ଶେଷାନ ଜଣେ ସୁରକ୍ଷାକର୍ମୀଙ୍କୁ ପାଖକୁ ଡକାଇ ସେ କଥା କହିଲେ.ସେତେବେଳେ ବଗିଚା ପାଖରେ ପିଲାଟିଏ ଗାଈପଲକୁ ଚରାଉଥିବା ଦେଖି ସୁରକ୍ଷାକର୍ମୀ ପିଲାଟିକୁ ପାଖକୁ ଡାକିଲେ ଓ ଗଛରେ ଚଢ଼ି ଦୁଇଟି ବସା ତୋଳି ଆଣିବାକୁ କହିଲେ.ପିଲାଟି ରାଜି ହେଲାନି. ପଇସା ଦେଲେ ସେ ରାଜି ହୋଇଯିବ ଭାବି ଶେଷାନ ତାକୁ ଦଶଟଙ୍କା ଦେବେ ବୋଲି କହିଲେ. ପିଲାଟି ସେଥିରେ ବି ରାଜି ହେଲାନି.ଶେଷାନ ପଚାଶଟଙ୍କା ଦେବା ପର୍ଯ୍ୟନ୍ତ ଗଲେ, ସେ କିନ୍ତୁ ରାଜି ହେଲାନି.ସେଠୁ ସେହି ସୁରକ୍ଷାକର୍ମୀ ଟିକେ ଧମକପୂର୍ଣ୍ଣ ଚଢାଗଳାରେ ଶେଷାନଙ୍କୁ ଜଣେ ବଡ଼ ଅଫିସର ବୋଲି କହି ତାଙ୍କୁ ଏମିତି ମନାକରିବା ଠିକ୍ ନୁହେଁ ବୋଲି ପିଲାଟିକୁ ବୁଝାଇବାକୁ ଚେଷ୍ଟାକଲେ.

ଏହା ପରେ ପିଲାଟି ସେମାନଙ୍କୁ କହିଲା ଯେ ସେମାନେ ତାକୁ ଯେତେ ଟଙ୍କାର ଲୋଭ ଦେଖାଇଲେ ବା ଧମକାଇଲେ ବି ସେ ଗଛରୁ ବସା ଦେଇପାରିବ ନାହିଁ.ଯେଉଁ ବସା ଦୁଇଟି ଆପଣଙ୍କୁ ଦେବି ହୁଏତ ସେଥିରେ ପକ୍ଷୀ ଶାବକ ଥାଇପାରନ୍ତି.ବସା ବାହାରକରିବା ବେଳେ ସେମାନେ ଖସି ପଡ଼ିବେ ବା ମତେ ସେମାନଙ୍କୁ ବାହାର କରି ବସା ଆଣିବାକୁ ହେବ.ସେମାନେ ମରିଯିବେ.ସଂଧ୍ୟାରେ ତା'ର ମା' ଥଂଟରେ ଖାଇବା ଧରି ବସାରେ ପହଞ୍ଚିବା ବେଳକୁ ନା ବସା ଥିବ ନା ତା' ପିଲା ଥିବେ! ସେ ବହୁତ କାନ୍ଦିବ.ସେପରି କାନ୍ଦ ମୁଁ ସହିପାରିବି ନାହିଁ, ମୋର ହୃଦୟ ସେତେ ଟାଣ ନୁହେଁ.ପିଲାଟି କହିଲା.ପିଲାଟିର କଥାଶୁଣି ଶେଷାନ ଦମ୍ପତି ହତବମ୍ବ ହୋଇଗଲେ.ଶେଷାନ କଥାଟି କହିସାରି ମ୍ୟାନେଜମେଣ୍ଟ୍ ପିଲାଙ୍କୁ କହିଲେ - ମୋର ପଦ, ମର୍ଯ୍ୟାଦା, କ୍ଷମତା ସବୁ ସେହି ପିଲାଟି ପାଖରେ ଅସହାୟ ହୋଇସାରିଥିଲେ.ତା ସମ୍ମୁଖରେ ମୁଁ ଯେମିତି ସୋରିଷ ଦାନାଟିଏ ମାତ୍ର.ବସା ଆଣିବାର ଇଚ୍ଛା ତ ଉଭେଇ ଯାଇଥିଲା, କିନ୍ତୁ ସେହି ଅନୁଭୂତି ମୋ ବିବେକକୁ ବହୁଦିନ ଯାଏଁ ବଡ଼ବଡ଼ ପାହାର ଦେଇଚାଲିଥିଲା.ପିଲାଟିର ବିବେକ, ବିଚାରରେ ମୁଁ କେବଳ ଦୋଷୀଟିଏ ହୋଇ ରହିଯାଇଥିଲି.ଶିକ୍ଷା, ଆଧିପତ୍ୟ ଏବଂ ସାମାଜିକ ପଦପଦବୀ କେବେ ମାନବିକତାର ମାପକାଠି ହୋଇପାରେନା.ଗୁଡ଼ାଏ ଜ୍ଞାନ ଆହରଣ କରି , ପାଠପଢ଼ି ବା ଅନେକ ଧନ ସଂଚୟ କରି ସବୁକିଛି ଜାଣିଗଲେ ବୋଲି ଭାବିବା ହିଁ ମୂର୍ଖତା.ଜୀବନ ସେତେବେଳେ ମଧୁମୟ ହେବ ଯେତେବେଳେ ତୁମର ଜ୍ଞାନ , ଶିକ୍ଷା ଓ ଧନ ସମ୍ପତ୍ତି ତୁମକୁ ସମ୍ବେଦନଶୀଳ ଓ ପ୍ରଜ୍ଞାବାନ୍ କରିବ.ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏପରି ସେଦିନ ପରାମର୍ଶ ଦେଇଥିଲେ ସେତେବେଳର ମୁଖ୍ୟ ନିର୍ବାଚନ ଆୟୁକ୍ତ ସ୍ୱର୍ଗୀୟ ଟି.ଏନ୍.ଶେଷାନ.

    ଏକଥା କହି ଜେଜେମା ବାବୁଲାକୁ ପଚାରିଲେ ସତ ଗଳ୍ପଟି ତତେ କେମିତି ଲାଗିଲା? ଯଦି ହଁ ମାରିବୁ ତେବେ ଏହା ତୋ ଦୈନନ୍ଦିନ ଜୀବନରେ ଫଳିତ ହେବ.ପ୍ରାଣୀଙ୍କ ପ୍ରତି ଦୟା କରୁଣା ଆସିଯିବ.ନିଜ ଜୀବନ ଓ ଅନ୍ୟ ଜୀବନର ତାରତମ୍ୟ ଉଭେଇ ଯିବ. ଅସରନ୍ତି ଅର୍ଥ,ସମ୍ପତ୍ତି, ମାନ , ମର୍ଯ୍ୟାଦା ଥିଲେ ମଧ୍ୟ ଯଦି ହୃଦୟ ନଥିବ,ତେବେ ଜୀବନ ଶୁଷ୍କ ମରୁଭୂମି ପାଲଟି ଯିବ.ପ୍ରକୃତି ହୃଦୟ ଦେଇନି,ମନର ଗହଣରେ ସାଇତି ରଖିବା ପାଇଁ କି ଦୁଇ ଚାରି ଜଣ ଯାହାକୁ ମୁଁ କି ମୋର କହୁଛେ ,ସେମାନଙ୍କ ପାଇଁ ବରଂ ବୁଦ୍ଧି ଯେତେ ବଳଶାଳୀ ହେଲେ ମଧ୍ୟ ଶଗଡ଼ ଚକା ବଳଦ ପଛେ ପଛେ ଧାଇଁବା ପରି ଯଦି ହୃଦୟକୁ ଆଗରେ ରଖି ସେ ପଛରେ ନଯିବ, ତେବେ ଏ ସୁନ୍ଦର୍ ବିଶ୍ଵ ନିମିଷେକେ ଧ୍ଵଂସ ହୋଇଯିବ.ମଣିଷ ଜାତି ପ୍ରକୃତିର ବରଦାନ କାରଣ ତାର ହୃଦୟ ଅଛି.ତେଣୁ ତୁ ଯେତେ ବଡ ପଦ ପଦବୀର ଅଧିକାରୀ ହୁଅ ପଛେ କିନ୍ତୁ ଆଗେ ହୃଦୟବାନ ହୋଇ ଜୀବନ ବଞ୍ଚ.ଦେଖିବୁ ତୋ ପରି ସମସ୍ତପିଲା ତାଙ୍କ ପ୍ରତି ଥିବା କର୍ମ, କାର୍ଯ୍ୟ,କଥା ,ବ୍ୟବହାର ସବୁ ମଣିଷ ଜାତିର କଲ୍ୟାଣ ପାଇଁ ଉତ୍ସର୍ଗିକୃତ କରିଯିବେ.ମଣିଷ ଜୀବନ ସାର୍ଥକ ହେବ.ନହେଲେ ଗାଈ ଚରାଉ ଥିବା ପିଲାଟି ତୁମଠାରୁ ଶତ ଶତ ଗୁଣରେ ମହାନ୍ ହୋଇଯିବ. କଣ ତୁମେ ଜଣେ ଜଣେ ହୃଦୟବାନ ହୋଇ ପାରିବ ???ଏସବୁ ଶୁଣି ବାବୁଲା କହୁଥିଲା ଏ ଗପ ମୁଁ ମୋର ସବୁ ସାଙ୍ଗମାନଙ୍କୁ କହି ତାଙ୍କୁ ହୃଦୟବାନ ହେବାକୁ କହିବି ଜେଜେମା. ବାବୁଲା ସେଦିନ ଚୁପି ଚୁପି ଜେଜେମାଙ୍କ କାନରେ କହୁଥିଲା ମହାକାଶକୁ ଯାଇଥିବା କୁକୁର ଲାଇକା ପାଇଁ ଆମେ ମହାକାଶ ବିଷୟରେ କେତେ କଥା ଜାଣିଲେ ସତ ଜେଜେମା କିନ୍ତୁ ମତେ ଲାଗେ ଏବେ ସେ ସେଠି କାନ୍ଦୁଛି. ବାବୁଲା ମୁହଁକୁ ଚାହିଁ ଜେଜେମା ତା କଥା ଶୁଣି ସେଦିନ ସ୍ତବ୍ଧ ହୋଇଯାଇଥିଲେ କାରଣ ସେଦିନ ଶେଷାନଙ୍କୁ ଭେଟିଥିବା ସେହି ଗାଇଚରାଉଥିବା ପିଲାଟି ଯେମିତି ବାବୁଲା ଭିତରେ ହିଁ ରହିଯାଇଥିଲା. ବାବୁଲାକୁ କୋଳକୁ ନେଉ ନେଉ ବାବୁଲା କହୁଥିଲା ମହାକାଶ ଓ ପୃଥିବୀ ମଧ୍ୟରେ ଯେଉଁ ମଇଳା ରହିଛି ତାହା କେମିତି ପରିସ୍କାର ହେବ ସେଥିପାଇଁ ମଣିଷ ବୈଜ୍ଞାନିକ ହୋଇ ପକ୍ଷୀର ବସା ତିଆରି ଜ୍ଞାନ କୌଶଳ ପରି ଜ୍ଞାନ ଆହରଣ କରି ସ୍ପେସରେ ଘୁରି ବୁଲିବା ସମୟରେ କୌଣସି ପଶୁ ପକ୍ଷୀଙ୍କୁ ସାଙ୍ଗରେ ନେବା କଥା ନିଷିଦ୍ଧ ହେବା ଉଚିତ ନା ଜେଜେମା.ଦରକାର ପଡିଲେ ମଣିଷ ଜୀବନକୁ ବାଜିମାରି ବାଜିରାଉତ ପରି ସାହାସୀ ହେବା ଉଚିତ . ଜେଜେମାଙ୍କ ପାଟିରୁ ବଚନ ବାହାରୁ ନଥିବା ବେଳେ ମାନି ଗୁରୁମା ତାଳି ମାରୁଥିଲେ. ତାଙ୍କ ମୋବାଇଲରୁ ବାବୁଲା ବିଜ୍ଞାନ ଭିତ୍ତିକ ଅନେକ କଥା ପଢି ଏ ଭିତରେ ଖୁବ ବୁଦ୍ଧିଆ ହୋଇଗଲାଣି ବୋଲି ତାଙ୍କୁ ଅନୁଭବ ହେବା ସହ ବାବୁଲାର ମାଆକୁ ମାନି କହିଥିଲେ ତୁମ ପୁଅ ନିଶ୍ଚୟ ଭଲ ମଣିଷ ହେବା ସହ ବଡ଼ ବୈଜ୍ଞାନିକ ହେବ କାରଣ ତା ଭିତରେ ବିଜ୍ଞାନର ମ୍ୟାଜିକ ଡଷ୍ଟ ଉଡୁଥିବାର ପ୍ରମାଣ ମିଳୁଛି ।

 



Rate this content
Log in