Priyaranjan Biswal

Abstract Drama Romance

3  

Priyaranjan Biswal

Abstract Drama Romance

ପ୍ରେମ ବନ୍ଧନ -ଦ୍ୱିତୀୟ ଅଂଶ

ପ୍ରେମ ବନ୍ଧନ -ଦ୍ୱିତୀୟ ଅଂଶ

3 mins
201



   ଛାତ୍ରାବାସରେ ବିଶ୍ରାମ ନେବା ସମୟରେ ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ଶିକ୍ଷାର୍ଥୀ ମାନଙ୍କ ମଧ୍ଯରେ ପରିଚୟ ଆଦାନ ପ୍ରଦାନ ହୋଇ, ଏକ ନୂତନ ବନ୍ଧୁତ୍ୱ ସମ୍ପର୍କର ଅଙ୍କୁରୋଦ୍ଗମ ହେଲା। ଯେହେତୁ ସବୁ ନିଜ ଘର ଛାଡି ଏତେ ଦୂରକୁ ଆସିଥିଲେ, ତେଣୁ ସବୁ ବହୁ ସମୟ ଧରି ନିଜ ନିଜ ଫୋନ୍ ରେ ବ୍ଯସ୍ତ ମଧ୍ଯ ରହୁଥିଲେ। ପରଦିନ ସବୁ ଛାତ୍ରଛାତ୍ରୀ କ୍ଲାସ୍ କରିବାକୁ ଗଲେ। ପ୍ରଥମ ଦିନର ପ୍ରଥମ କ୍ଲାସ୍ ଅଧ୍ଯାପକ ଅମର ଓଝା ନେଲେ। ତାଙ୍କ କ୍ଲାସରେ ପୁସ୍ତକ ପ୍ରଦତ୍ତ ପାଠ ଅପେକ୍ଷା ନୀତିଶିକ୍ଷା ଓ ନୀତିବାଣୀ ଅଧିକ ଦିଅନ୍ତି। ତାଙ୍କ ଜୀବନୀ ପିଲାଙ୍କୁ କୁହନ୍ତି, ମାତ୍ର ସେ ଜଣେ ଭଲ ଅଧ୍ଯାପକ। ନିଜର ବ୍ଯକ୍ତିଗତ‌ ଜୀବନ ହେଉ ଅବା ଶ୍ରେଣୀଗୃହର ଅନ୍ଯମାନଙ୍କ ନିକଟରେ ସବୁବେଳେ ନିଜ ମତକୁ ଠିକ୍ ବୋଲି ସାବ୍ଯସ୍ତ କରିବାକୁ ବଳିଷ୍ଠ ତର୍କମାନ ନିଜ ମାନସ ପଟ୍ଟରେ ପ୍ରସ୍ତୁତ ରଖିଥାନ୍ତି। ସେ ଅନ୍ଯମାନଙ୍କୁ ନୀତିବାଣୀ ଦିଅନ୍ତି ସତ କିନ୍ତୁ ନିଜେ ଆତ୍ମଗର୍ବି ସମ୍ପର୍ଣ୍ଣ। ସେ ସଦା ସର୍ବଦା ଇଚ୍ଛା କରନ୍ତି ଯେ ସମସ୍ତେ ତାଙ୍କ ଅଧିନରେ ରୁହନ୍ତୁ। ସବୁ କଥାରେ କେବଳ ତାଙ୍କୁ ଗୁରୁତ୍ୱ ଦିଆଯାଉ। ତେବେ ଆଜି କାଲିର ଯୁବ ବର୍ଗଙ୍କୁ ନୀତିଶିକ୍ଷା ତ ଯାହା ପସନ୍ଦ ଆପଣମାନେ ଭଲଭାବରେ ଜାଣନ୍ତି। 


      ତେବେ ଅଧ୍ଯାପକ ଶ୍ରେଣୀକକ୍ଷରେ ପଢାଉଥିବା ବିଷୟବସ୍ତୁ ଠାରୁ ପିଲାମାନଙ୍କର ବିଷୟବସ୍ତୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଅଧିକାଂଶ ପିଲା ଶ୍ରେଣୀରେ ବସିଥିବା ଥିବା ଛାତ୍ରୀମାନଙ୍କ ଉପରେ ନଜର କରି ମନକୁ କେନ୍ଦ୍ରିଭୂତ କରିଥିଲେ। କେଉଁ ଝିଅ କେତେ ସୁନ୍ଦର? କାହାର ପୋଷାକ ପରିଧାନ ଅନ୍ଯମାନଙ୍କ ଠାରୁ ଅଲଗା? କିଏ କହୁଛି ସେ ମଝି ଧାଡିର ଶେଷ ଝିଅଟି ବହୁତ ସୁନ୍ଦର, କିଏ କହୁଛି ସେ ଶେଷ ଧାଡିର ପ୍ରଥମ ଝିଅର ଆଖି ଆକର୍ଷଣୀୟ, କିଏ ପୁଣି ନିଜର ସମସ୍ତ ସମୟ କେବଳ କେଉଁ ଏକ ନିର୍ଦ୍ଧିଷ୍ଟ ଝିଅକୁ ଦେଖି କାଟୁଥିଲା। ଅଧ୍ଯାପକ ପାଠ୍ଯ ବିଷୟ ବସ୍ତୁର ନୋଟ୍ ଡାକିଲାବେଳେ, କିଛି ଛାତ୍ର ବସନ ନୋଟ୍ ଲେଖିବା ବଦଳରେ ନିଜ ମନ ପସନ୍ଦର ଛାତ୍ରୀଙ୍କ ରୂପ ବର୍ଣ୍ଣନାରେ ବ୍ଯସ୍ତ, ତ ଆଉ କିଏ ନିଜ ପସନ୍ଦର ଛାତ୍ରୀଙ୍କୁ ନିଜର ମନର ମାନସୀ ଭାବି କବିତା ଲେଖିବାରେ ବ୍ଯସ୍ତ। ଇତି ମଧ୍ଯରେ କ୍ଲାସ ଓଭର୍ ବେଲ୍ ବାଜିଗଲା, ଅଧ୍ଯାପକ ଶ୍ରେଣୀଗୃହରୁ ବାହାରିଗଲେ ଆଉ ପଛେପଛେ ଛାତ୍ରୀ। କିନ୍ତୁ ଛାତ୍ରଙ୍କର ଶ୍ରେଣୀ ଗୃହ ପରିତ୍ଯାଗ କରିବାରେ ଆଗ୍ରହ କମ୍ ଥିଲା। କିଏ କହୁଛି ଏତେ ଶୀଘ୍ର କଣ କ୍ଲାସ୍ ସରିଗଲା? ଆଉଟିକିଏ ଅଧିକ ସମୟ କ୍ଲାସ ହୋଇଥିଲେ ଭଲ ହୋଇଥାନ୍ତା। ଆଉ କିଏ କହୁଛି ଆଜି ଆଉ କ୍ଲାସ୍ ହେବକି ନାହିଁ କେଜାଣି? ନହେଲେ ମୁଁ ଟିକିଏ ଶାନ୍ତିରେ ଶୁଅନ୍ତି। ଆଉ ଛାତ୍ରାବାସରେ ରହି ନଥିବା ଶିକ୍ଷାର୍ଥୀ ମାନଙ୍କର ଆନନ୍ଦ କହିଲେ ନସରେ, କାରଣ ତାଙ୍କୁ ଶୀଘ୍ର ଘରକୁ ଯିବାକୁ ମିଳିବ। ସେ ଯାହାହେଉ ସମସ୍ତେ ନିଜ ନିଜର ଗନ୍ତବ୍ଯ ସ୍ଥଳ ନିମନ୍ତେ ପ୍ରସ୍ଥାନ କଲେ।


     ସବୁଦିନ କ୍ଲାସ ସରିବା ପରେ ଛାତ୍ରାବାସରେ ଛାତ୍ରମାନ ପରସ୍ପର ମଧ୍ଯରେ ବିଭିନ୍ନ ବିଷୟରେ ଚର୍ଚା କରନ୍ତି, ତେବେ ଅଧିକାଂଶ ସମୟରେ ନିଜର ଘର ଓ ଅତୀତ ସମୟ ସମ୍ପର୍କରେ ଆଲୋଚନା କରନ୍ତି। ମାତ୍ର ଦିନେ ବାଦଲ କହିଲା ଭାଇମାନେ ସବୁଦିନତ ଆମେମାନେ ଅନେକ ବିଷୟରେ ଆଲୋଚନା କରୁଛନ୍ତି ହେଲେ ଆଜି ଯାଏଁ କେହିତ କେବେ ନିଜର ପ୍ରେମିକା ବିଷୟରେ କିଛି କହିଲନି? ରାଜା କହିଲା ଭାଇ ଯେହେତୁ ତୁମେ କଥାଟା ଆରମ୍ଭ କରିଛ ତେଣୁ ତୁମେ ଆଗ ତୁମ ପ୍ରେମିକା ବିଷୟରେ କୁହ। ବାଦଲ କହିଲା ଭାଇ ମୋର ସେ ଭାଗ୍ଯ କାହିଁ? ମୁଁ ତ ଯାହାକୁ ପ୍ରେମ କଲି, ପ୍ରେମିକା କରିବାକୁ ଇଚଛା କଲି ତାକୁ ମୋ ସାଙ୍ଗ ପାଇଁ ଛାଡିଦେଲି। ଆଜି ଯାଏଁ ଏମିତି ଝିଅ ପାଇଲି ନାହିଁ ଯାହାକୁ ମୁଁ ହୃଦୟରୁ ଭଲପାଇ ପାରିବି‌। ସାନୁ ଆଛା ବାଦଲ ଭାଇ ଆମ କ୍ଲାସ୍ ରେ ଏତେ ଝିଅ ଅଛନ୍ତି ସେଇ ଭିତରୁ କଣ କେହି ତୁମର ପସନ୍ଦ ହେଉ ନାହାଁନ୍ତି? ବାଦଲ ନାଁ ମୋ ଟାଇପ୍ ର ଝିଅ ଏଠି ନାହାଁନ୍ତି। ତାଛଡା ତୁମେ ତ ମୋ ହ୍ଯାଣ୍ଡସମ୍ ଭାଇଟା। ତୁମେ କ୍ଲାସ୍ ରେ ଖାଲି ଆଖିରେ ଖେଳ କରୁଛ। କାହାକୁ ଆଉ ଛାଡୁଛ ଯେ ମତେ ସୁଯୋଗ ମିଳିବ। ରାଜା ଆଛା ବାଦଲ ଭାଇ ଆମ କ୍ଲାସ୍ ରେ ଯେତେ ସବୁ ଭଲ ଝିଅ ଅଛନ୍ତି ତାଙ୍କ ବିଷୟରେ କ୍ଲାସ୍ ରେ କଥା ହେବା ସମୟରେ ଅସୁବିଧା ହେଉଛି କାଳେ କିଏ ଯଦି ଶୁଣି ନେବ, ତେବେ ଆମର ସବୁ ଖେଳ ସରିଯିବ। ବାଦଲ କହିଲା ଆରେ ବୋକା ତୁମେ କୋଡ୍ ନେମ୍ ରେ କଥା ହୁଅ, କିଏ କାହିଁକି ଜାଣିବ? ସାନୁ କହିଲା ଠିକ୍ କଥା ବାଦଲ ଭାଇ ମୁଁ ତ କୋଡ ନେମ୍ ସବୁ ଚିନ୍ତା କରି ସାରିଛି। ରାଜା କହିଲା ଆଛା ତାହେଲେ କହ କି ନେମ୍ ସବୁ ଚିନ୍ତା କରିଛୁ ଦେଖିବା। ସାନୁ କହିଲା ରାଜା ଭାଇ ତୁମ୍ ସବୁବେଳେ କ୍ଲାସ୍ ରେ ଯେଉଁ ଝିଅକୁ ଅନଉଛ, ସେ ଝିଅର ଓଠଟି କମଳା ଭଳି ତେଣୁ ତା' ନାଁ ଆଜିଠୁ କମଳା। ଆଉ ମଝି ଧାଡିର ମଝିରେ ବସୁଥିବା ସେ ଝିଅ ବ୍ରଏଲର ଭଳି ହୋଇଛି, ତେଣୁ ତା ନାଁ ଆଜିଠୁ ବ୍ରଏଲର୍। ବାଦଲ କହିଲା ସାନୁ ତୁ ପାଖରୁ ସେଇ ଯେଉଁ ଚସମା ବାଲି ଆସିଛି ତା' ନାଁ କଣ ଦେଇଛୁ? ସାନୁ କହିଲା ଭାଇ ସେଣ୍ଟିମିଟର କହୁଥିଲା ବସନ ରେ ଆସିଲାବେଳେ ତାର ବାନ୍ତି ହୁଏ ବୋଲି ସିଏ ଲେମ୍ବୁ ଧରି ଆସେ ତେଣୁ ତା ନାଁ ଲେମ୍ବୁ। ବାଦଲ ଆରେ ଶୁଣୁଛ ଛୁଆ ଆସୁ ଆସୁ ବାନ୍ତି ହେଲାଣିରେ। ସାନୁ ସତ କହ ତା ବାନ୍ତି ହେବା ପଛରେ ତୋର କିଛି ହାତ ନାହିଁତ? କାରଣ ତୁ ତ ଆସିବା ଦିନ ସେହି ବସ୍ ରେ ଆସିଥିଲୁ। ସାନୁ କହିଲା ଭାଇ ଦୟାକରି ତୁମେ ମତେ ଏହି ଘଟଣାରେ ଫସେଇବା ପାଇଁ ଚେଷ୍ଟା କରନାହିଁ। ଏହି ସମୟରେ ସେଣ୍ଟିମିଟର ଆସି କହିଲା ଚାଲରେ ଭାଇ ମାନେ ଭାଇରସ୍ ଡାକିଲାଣି। ସମସ୍ତେ ଚାଲିଗଲେ। 


    ଆପଣମାନେ ଭାବୁଥିବେ ଏହି ଭାଇରସ୍ ଟନ କିଏ? ଏହାର ଉତ୍ତର ଯାଣିବା ପାଇଁ କାହାଣୀର ଆଗାମୀ ଅଂଶକୁ ଅପେକ୍ଷା କରନ୍ତୁ। ତେବେ ଆଜି ପାଇଁ ଏତିକି ପୁଣି ଦେଖାହେବ ଆଗାମୀ ଅଂଶରେ । ସେତେବେଳ ଯାଏଁ ମତେ ଦିଅନ୍ତୁ ଅନୁମତି। ରହୁଛି ନମସ୍କାର।



Rate this content
Log in

Similar oriya story from Abstract