STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ପ୍ରାରବ୍ଧ

ପ୍ରାରବ୍ଧ

1 min
225

ମହାଭାରତର ଶ୍ରେଷ୍ଠା ରମଣୀ ଗାନ୍ଧାରୀ ଥିଲେ । ପତିବ୍ରତା ଅନ୍ଧ ସ୍ୱାମୀ ଧୃତରାଷ୍ଟ୍ରଙ୍କ ସହଧର୍ମିଣୀ ହିସାବରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସାଜିଥିଲେ ଶତ ପୁତ୍ରର ଜନନୀ ହେଲେ "ଦେବିନାହିଁ ", ଶବ୍ଦରୁ ଆରମ୍ଭ ମହାଭାରତର ଶେଷ ପରିଣତିରେ ଶିହିରି ଉଠିଲେ ମାତା ଗାନ୍ଧାରୀ, ପଚାରିଲେ କୃଷ୍ଣଙ୍କୁ, କି ଦୋଷ କରିଥିଲି, ମତେ ଏତେ ଦଣ୍ଡ ଦେଲ ପ୍ରଭୁ, କଣ ମୋର ଭୁଲ, କାହିଁକି ଆଜି ଶତ ପୁତ୍ରର ଜନନୀ ହୋଇକି ବି ମୁଁ ସନ୍ତାନହୀନା ମାଆ । କୁହ କୃଷ୍ଣ, ବିଗଳିତ ପରାଣ, ଆକୁଳ ନୟନ ଆଜି ମୋ ପୁତ୍ର ମାନଙ୍କୁ ଦେଖିବାକୁ ଚାହେଁ?? କାହିଁକି ମୁଁ ଅଭିଶପ୍ତ, କି ଦୋଷ ମୋର??? 

  କୃଷ୍ଣ କହିଥିଲେ ଏକା ତୁମେ ନୁଁହ ମାଆ ଗାନ୍ଧାରୀ, ଦୁନିଆଁର ସମସ୍ତ ମନୁଷ୍ୟ ପ୍ରାରବ୍ଧ କର୍ମର ପରିଣତି ହିଁ ଭୋଗିଥାଏ । ଆର ଜନ୍ମରେ ରାଜକୁମାରୀ ଥିଲା ବେଳେ ଏକ କୁମ୍ଭୀରର ଏକ ଶହ ଅଣ୍ଡାକୁ ଭାଙ୍ଗିବା ଫଳରେ, ଏ ଜନ୍ମରେ ସେହି କର୍ମର ପରିଣତି ମିଳିଛି ଯାହା, ଗାନ୍ଧାରୀ ଶୋକ ଜର୍ଜ୍ଜରିତ ତ କୃଷ୍ଣ ସାନ୍ତ୍ୱନା ଦେଉଥିଲେ ଦେହଧାରୀ ସମସ୍ତ ମନୁଷ୍ୟ ତାଙ୍କ ପ୍ରାରବ୍ଧ କର୍ମ ଅନୁଯାୟୀ ଫଳ ଭୋଗିବେ । ଏ ଜନ୍ମରେ ତୁମେ ପୁତ୍ର ମାନଙ୍କୁ କହିଥିଲ "ଧର୍ମର ହେଉ ଜୟ, "ତ ଏହା ପ୍ରାରବ୍ଧ ହୋଇ, ଯୁଗ ଯୁଗକୁ ତୁମକୁ ଅମର ଅଜୟ କରିବ, ଗାନ୍ଧାରୀ ଖାଲି କୋଡ଼ି କଚାଡି ହେଉଥିଲେ l 

   ତେଣୁ ପ୍ରତ୍ୟକ କର୍ମ କରିବା ପୁର୍ବରୁ ଭଲ ମନ୍ଦ ଦୋଷ ଗୁଣ ର ବିଚାର ସ୍ୱୀକାର ଯୋଗ୍ୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action