Sunanda Mohanty

Comedy Tragedy Others

4  

Sunanda Mohanty

Comedy Tragedy Others

ଫିଲସିଫ

ଫିଲସିଫ

5 mins
7

ଛୁଟିରେ ସମସ୍ତେ ଏକାଠି ହୋଇଥିଲେ. ସେମାନେ ଥିଲେ ଛଅ ଭାଇଭଉଣୀ ସହ ତାଙ୍କ ସ୍ୱାମୀମାନେ. ରବର୍ଟସନ ବଜଫଜ ସବୁଠୁ ବଡ଼ ଥିଲେ ତ ସେ କହିଥିଲେ ତାଙ୍କ ଦୁଇଭାଇ ଚନ୍ଦରସନ କିରିଗୀଜ ମାଆ କାଳିଜାଇଙ୍କ କୃପା କରୁଣାରୁ ଜନ୍ମ ହୋଇଥିଲା ବେଳେ ସାନଭାଇ ସାମସନ ଟରଟୋଜ ମାଆ ଶ୍ୟାମାକାଳୀଙ୍କ ଦୟାରୁ ଆମ ବୋଉ କୋଳକୁ ଆସିଥିଲା ତ ରବର୍ଟସନ ବଜଫଜଙ୍କ ସାନ ଭଉଣୀ ଜୋକରସନ ଗିଜଗୁଜ, ରବର୍ଟସନ ବଜଫଜଙ୍କୁ ପଚାରିଥିଲେ ଆଛା ଅପା ତୋ ନାତି ନାତୁଣୀ କାହା ଦୟାରେ ତୋ ଝିଅ ଓ ବୋହୁଙ୍କ କୋଳକୁ ଆସିଲେ? କାହା ଦୟା ଆଉ?ମାଆ ଷଷ୍ଠୀଦେବୀଙ୍କ ଦୟାରୁ ଝିଅ କୋଳେ ଝିଅ ଓ ମାଆ ଦୁର୍ଗାଦେବୀଙ୍କ କରୁଣାରୁ ବୋହୁ କୋଳେ ପୁଅ. ମୋ ଝିଅର ପୁଅ ନାତିଆକୁ କଣ ନାଁଦିଆଯାଇଛି ଜାଣିଛ ସମସ୍ତେ କହି ଆରମ୍ଭ କଲେ ମସ୍ତି ଜୋକରସନ ଗିଜଗୁଜ. କହିଲେ ଜାଣିଛ ମୋ ଜୋଇଁ ତା ବାପାଙ୍କୁ ଏତେ ଭଲ ପାଏ ଯେ ତା ବାପାଙ୍କ ନାମ ହିଁ ପୁଅର ନାମ ରଖିଛି ବଇଁଶୀଧର. ରଖୁ ରଖୁ ସମୁଦୀ ବି ସେପାରିକୁ ପାର. ତେଣୁ ମୁଁ ତା ନାମ ରଖିଛି ଆଲବେଣ୍ଡାଜୋଲ. ମାଇକେଲ ମମିଜ କହିଲେ ସେଇଟା ତ କୃମି ଔଷଧର ନାମ ନାଁ. ହଁ ପରା ସେଇ ନାମଟା ଥରକୁ ଥର ଭୁଲି ଯାଉଥିବାରୁ ହଇରାଣ ହେବାକୁ ପଡୁଛି ତ ମତେ କର୍ମକ୍ଷେତ୍ରରେ ତେଣୁ ମୁଁ ନାତିକୁ ସମ୍ପୂର୍ଣ୍ଣ ଆଲବେଣ୍ଡାଜୋଲ ନଡାକି ଆଲବେଣ୍ଡା ଡାକୁଛି ତ ହସି ହସି ଗଡି ଯାଉଥିଲେ ପିଟରସନ ଟିନଟୋଜ. ପୁଣି ମସ୍ତି କରିବାକୁ ଯାଇ ଜୋକରସନ ଗିଜଗୁଜ କହିଲେ କିଛି ଦିନ ପରେ "ଆଲ"ଟା କାଟି ଦେଇ ସଟକଟରେ ବେଣ୍ଡା ଡାକିବି. ସମସ୍ତେ ହସି ହସି ଗଡିଯିବା ବେଳେ ଜୋକର ସନଙ୍କ ମସ୍ତିକୁ ମସ୍ତିରେ ନନେଇ କି କଣ କେଜାଣି ଭାଇଭଉଣୀ ଛଅ ଜଣଙ୍କ ସ୍ୱାମୀମାନେ କହୁଥିଲେ ତୁମେ ସବୁ ଯେଉଁ ସହରରେ ଜନ୍ମ ତାହାର ବଡ଼ଦାଣ୍ଡ ଅଛି. ମୁନିସପାଲଟି ଡ୍ରେନ ସବୁରେ ଲଣ୍ଡ ଓ ଲଣ୍ଡି ଭାସୁଥାଏ ପୁଣି ତୁମ ସାଇକି ଯିବାକୁ ହେଲେ ପାଣ୍ଡ ଜାଗାର ଠିକଣା ଦେଖାଇ ରିକ୍ସା କି ଅଟୋ କରିବାକୁ ହୁଏ.ଆଉ ସେହି ସହରରେ ବିବାହିତା ଜୋକରସନ ଗିଜଗୁଜ ତାଙ୍କ ନାତିର ନାମ ବେଣ୍ଡା ହେଲେ କ୍ଷତି କଣ? ବଡ଼ ଭିଣୋଇଙ୍କ କଥା ଶୁଣି ଅନ୍ୟମାନେ କହୁଥିଲେ ବେଣ୍ଡା କହୁ କହୁ ଭେଣ୍ଡା ବୋଲି ନାମ ରହିଯିବ ଯେ!ହସି ହସି ଜୋକରସନ ଗିଜଗୁଜ କହୁଥିଲେ ଆମ ନାମ ସବୁ ଯଦି ଏମିତି ଆମ ବାପା ରଖିପାରିଲେ ତେବେ ମୁଁ ଆଈ ହୋଇ ନାତିକୁ ଭେଣ୍ଡା ଡାକିଲେ ବି ଅସୁବିଧା କୋଉଠି? ବଡ଼ ହେଲେ ଜେଗାଘରେ କୁସ୍ତି କରି ପୁରୀ ଗୁଣ୍ଡା ହେବ ମୋ ନାତି ଆଉ ତୁମ ସମସ୍ତଙ୍କୁ କରିବ ଲଣ୍ଡା. ସମସ୍ତେ ହସି ହସି ଗଡି ଯାଉଥିଲେ.   ଏଥର ପୁଣି ରବର୍ଟସନ ବଜଫଜ କହିବାକୁ ଲାଗିଲେ ଆରେ ଆମ ବାପା ଥିଲେ ଖୁସି ମିଜାଜର ଲୋକ. ମୋ ଜନ୍ମ ପରେ ଆସିଲେ ମୋ ଭଉଣୀ ଜୋକର ସନ ଗିଜଗୁଜ ତା ପରେ ଚନ୍ଦରସନ କିରଗୀଜ ତାପରେ ଆସିଲେ ସାମସନ ଟରଟୋଜ ନାମରେ ଦୁଇ ପୁଅ କହିଚାଲିଥିଲେ ରବର୍ଟସନ ଆଉ ତା ପରେ ବାପା ଝରକାରେ ସମସ୍ତଙ୍କର ଓଡ଼ିଆ ନାମ ପରି ଲେଖିରଖିଥିଲେ ସତ୍ୟକିଙ୍କର କିନ୍ତୁ ଆସିଲେ ମାଇକେଲ ମମିଜ ଓ ତା ପରେ ସତ୍ୟସାଇ ବାବାଙ୍କ ନାମରେ ସତ୍ୟକିଙ୍କରକୁ ଚାହିଁରହିଥିବା ବାପାଙ୍କୁ ମିଳିଥିଲେ ପିଟରସନ ଟିନଟୋଜ ନାମକ ଦୁଇ ଝିଅ. ତେବେ ତୁମର ସବୁ ଓଡ଼ିଆ ନାମକୁ ଏମିତି ଇଂରାଜୀ ନାମକରଣକୁ ପରିବର୍ତ୍ତିତ କରିବାକୁ ବାପାଙ୍କର ଇଛା କାହିଁକି ହେଲା ଆମେ ଜାଣିପାରୁ କି କହୁଥିଲେ ଚାରିଝିଅଙ୍କର ସ୍ବାମୀମାନେ ତ ବଡ଼ଝିଅ ରବର୍ଟସନ ବଜଫଜ କହିଥିଲେ ସେଇଟା ମଧ୍ୟ ବାପାଙ୍କ ସହ ଆମର ଗୋଟେ ମସ୍ତିର କଥା. ସେତେବେଳେ ରେଡ଼ିଓ ହିଁ ଏଣ୍ଟରଣ୍ଟେନର ମୁଖ୍ୟ ସ୍ରୋତ ଥିଲା ବେଳେ ସେଥିରେ ସପ୍ତାହକୁ ଦୁଇଦିନ ରାତି ନଅଟା ତିରିଶ ମିନିଟରେ ଆଉଥରେ ଶୁଣନ୍ତୁ ବୋଲି ଗୋଟେ ଅନୁରୋଧରେ ସଂଗୀତ କାର୍ଯ୍ୟକ୍ରମ ଦିଏ. ଯେଉଁ ପରିବାରର ସଦସ୍ୟମାନେ ଯେଉଁ ସିନେମା ଗୀତଟିକୁ ଶୁଣିବାକୁ ଅନୁରୋଧ କରିଥାନ୍ତି ସେମାନଙ୍କ ନାମ ଘୋଷଣା କରି ସଂଗୀତଟି ବାଜେ. ବାପାଙ୍କ ଅନୁରୋଧରେ ଦି ଚାରିଥର ସବୁ ସନ୍ତାନଙ୍କ ନାମ ସହ ପିତା ମାତା ଓ ଜେଜେ ଜେଜେମାଙ୍କ ନାମ ସହ ଘୋଷଣା ହେଲାପରେ ବାଜିଲା ଗୀତ.ଆମ ବାପାଙ୍କ ଗୀତ ବାଜିଲା ତ ଆମଠୁ ବେଶୀ ଖୁସି ଆମ ବାପା. ସେଇଠୁ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଅଭିନଵ ପ୍ରୟାସ ଯେ ଓଡ଼ିଆ ନାମ ଗୁଡିକୁ ଅଳ୍ପଟିକେ ପରିବର୍ତ୍ତିତ କରି ଇଂରାଜୀ ନାମକରଣ କରି ରେଡ଼ିଓକୁ ବା ବେତାରଯନ୍ତ୍ରକୁ ଦେଲେ କେମିତି ହୁଅନ୍ତା! ତ ପରିକଳ୍ପନାକୁ ଯୋଜନାରେ ପରିଣତ କରିବାକୁ ଲାଗିପଡି ବାପା ଆମ ସମସ୍ତଙ୍କ ଭଲ ନାମ ଓ ଡାକନାମକୁ ମିଶେଇ ତିଆରି କଲେ ଇଂରାଜୀ ନାମ. ରବର୍ଟସନ କହିଚାଲିଥାନ୍ତି ଯେମିତି ମୋର ରେବା କୁ ରବର୍ଟସନ ବଜଫଜ, ଅନ୍ନଦା ଓ ଗୁଜୁକୁ ମିଶେଇ ଜୋକରସନ ଗିଜଗୁଜ, କାଲିକିଙ୍କର ଓ ଚଣ୍ଡୁକୁ ମିଶାଇ ଚନ୍ଦରସନ କିରଗୀଜ, ଶ୍ୟାମାକିଙ୍କର ଓ ଟୁଟୁକୁ ମିଶେଇ ସାମସନ ଟରଟୋଜ, ମଧୁଛନ୍ଦା ଓ ମାମି କୁ ମିଶାଇ ମାଇକେଲ ମମିଜ ଓ ପ୍ରୀତିନନ୍ଦା ଓ ଟିନାକୁ ମିଶାଇ ପିଟରସନ ଟିନଟୋଜ କରିଦେଇଥିଲେ. ଆଉ ଯୋଉଦିନ ସେହି ସବୁ ନାମ ସହ ତାଙ୍କ ପିତା ମାତା ଓ ଜେଜେ ଜେଜେମାଙ୍କ ନାମ ଉଚ୍ଚାରଣ କରି ଘୋଷିକା କହୁଥିଲେ ଆମମାନଙ୍କ ନାମ ସହ ବାଜୁଥିଲା ବାପାଙ୍କ ପସନ୍ଦ ଗୀତ ଅକ୍ଷୟ ମହାନ୍ତଙ୍କ କଣ୍ଠରେକି ଖୁସି. ଜାତକ ପଡିଛି ରାଜଯୋଟକ.. ଭାଇନା ଯାଇଛନ୍ତି ଆଜି କଟକ, ରାଜାଝିଅ ସଙ୍ଗେ କରିଥିଲି ଭାବ ଭୁବନେଶ୍ୱରର ଛକରେ... ସେଇ ଝିଅ ପୁଣି ଦଗା ଦେଲା ହାଏ ଗଡ଼ଗଡିଆର ତୁଠରେ ଇତ୍ୟାଦି ଗୀତଗୁଡିକ ବାଜିଲା. ବାପା ତାଙ୍କ ପସନ୍ଦର ପିଲାଙ୍କ ନାମକରଣ ଶୁଣି ଯେତିକି ଉଲ୍ଲସିତ ବୋଉ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ତା ପସନ୍ଦର ଶିଳ୍ପୀଙ୍କ କଣ୍ଠରୁ ପସନ୍ଦ ଗୀତ ଶୁଣି କହୁଥାଏ ବାପାଙ୍କୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଆଉ ଆଉ ଗୀତ ଶୁଣିବାକୁ ତ ବାପା ତାଙ୍କ ସାଙ୍ଗ ପ୍ରଫୁଲ୍ଲ କରଙ୍କ କଣ୍ଠରେ କମଳଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ... ଲକ୍ଷେ ରାଜାରେ ମଉଡମଣୀ ମୁଁ ମୋ ନାମ ଚନ୍ଦ୍ରଭାନୁ ଗୀତଟି ଶୁଣି ଏକରକମ ଆତ୍ମହରା ହୋଇପଡୁଥିଲେ ସେଦିନମାନଙ୍କରେ.

   ସବୁ ମନଧ୍ୟାନ ଦେଇ ଶୁଣୁଥିବା ସ୍ୱାମୀମାନଙ୍କ ମଧ୍ୟରେ ବଡ଼ ଜୋଇଁ ମାନେ ରବର୍ଟସନ ବଜଫଜଙ୍କ ସ୍ୱାମୀ କହିଥିଲେ ସମସ୍ତଙ୍କ ଭଲ ନାମ ଓ ଡାକ ନାମ ଉଭୟକୁ ମିଶାଇ ନାମକରଣ କରିଥିବା ବାପା ତୁମର ତୁମ ନାମକରଣ ବେଳେ କେବଳ ଡାକାନାମ ରେବାକୁ କାହିଁକି ଗୁରୁତ୍ୱ ଦେଲେ? ରେବା ଅର୍ଥାତ ବଜଫଜ କହିଥିଲେ ଆରେ ବୁଝୁନ. ମୋର ସେହି ଡାକ ନାମ ଭିତରେ କେତେ ଗୁଢ ରହସ୍ୟ. ସେ ସମୟରେ ପଡ଼ିଥିବା ସର୍କସରେ ରେବା ରକ୍ଷିତ ବୋଲି ପରିଚାଳିକା ଝିଅଟି ଦେଖିବାକୁ ଖୁବ ସୁନ୍ଦର ଥିଲା ତ ବୋଉ ପେଟରେ ଥିବା ପ୍ରଥମ ସନ୍ତାନ ଯଦି ଝିଅ ହୁଏ ଏହି ରେବା ନାମରେ ତାକୁ ଡାକିବି କହିଥିଲେ ବାପା କାରଣ ଏହି ସର୍କସ ପରିଚାଳିକା ଝିଅ ପରି ମୋ ଝିଅ ସର୍ବଗୁଣସମ୍ପର୍ଣ୍ଣା ଝିଅ ହେବ. ଏଥର ବଜଫଜଙ୍କୁ ଚିଡେଇ ସ୍ୱାମୀ କହୁଥିଲେ ଆଶ୍ଚର୍ଯ୍ୟ ତୁମ ଜେଜେମା ଓ ଆଈମା କେହି କେମିତି ତୁମକୁ ପାଠ ପଢିବାକୁ ନରୋକି, କି ଲୋ ରେବି.. ଲୋ ନିଆଁ.. ଲୋ ଚୁଲି ନଡାକି ବରଂ ଉତ୍ସାହିତ କରିଥିଲେ ପାଠ ପଢିବାକୁ!କାରଣ ମୋ ଆଈ ଓ ଜେଜେମା ଶିକ୍ଷା ଦୀକ୍ଷାର ମହତ୍ତ୍ୱ ବୁଝିଥିଲେ. ହଁ ଠିକ କଥା ନଚେତ ମୁଁ ଯେବେ ନାତୁଣୀର କୋଉ ଅନର୍ସ ଥିଲା ପଚାରିଥିଲି ଦୁହେଁ ଫିଲସିଫ କହିଥିଲେ ତ ବୁଝିନପାରି ଭାବିଥିଲି ଯା ହେଉ ସାଇନ୍ସ ଗ୍ରାଜୁଏଟ ଝିଅଟିଏ ପାଇବାକୁଯାଉଛି. ଦେଖିଲା ବେଳକୁ ଫିଲୋସଫି ଅନର୍ସ କହି ବଡ଼ଜୋଇଁ ରସିକତା କଲା ବେଳେ ସମସ୍ତେ ହସୁଥିଲେ ସିନା ରବର୍ଟସନ କହୁଥିଲେ ସେମାନେ ସବୁ ସ୍ୱର୍ଗପୁରକୁ ଯାଇଏଭିତରେ ବାପା ଓ ବୋଉ ବି ଗଲେଣି ଆମକୁ ଅନାଥ କରି.।

    ଏଥର ପରିବାରର ବଡ଼ପୁଅ ଚନ୍ଦରସନ କିରଗୀଜ କହିଥିଲା ହଉ ଏଥର ଛୁଟିରେ ଚିଲିକାରେ କାଳିଜାଇ ଆସି ଏତେ ମସ୍ତି କଲ. ଏଣିକି ଯିଏ ଯାହା ଜନ୍ମଦିନରେ ପ୍ରସ୍ତାବିତ ପୀଠକୁ ନେଇ ମସ୍ତିର ଖୋରାକ ଯୋଗାଇବ.ହଁ ହଁ ନିଶ୍ଚୟ କହି ସମସ୍ତେ ସ୍ୱୀକୃତି ଦେଇସାରିବା ପରେ ପୁଣି ଘୋଷଣା କଲା ଚନ୍ଦରସନ କିରଗୀଜ ଯେ ବାପା ବୋଉଙ୍କ ଅସ୍ଥି ବିସର୍ଜ୍ଜନ ପାଇଁ ସମସ୍ତେ ଆସନ୍ତା ଛୁଟିରେ ଯିବାକୁ ପ୍ରସ୍ତୁତ ରୁହ. ତ ମାଇକେଲ ମମିଜ ଓ ପିଟରସନ ଟିନଟୋଜ କହୁଥିଲେ ଆମ ଦୁହିଁଙ୍କ ଝିଅ ବାହାଘର ଠିକ ନହୋଇଥିଲେ ଦେଖିବା. ଜୋକରସନ ଗିଜଗୁଜ କହିଲେ ସେତେବେଳକୁ ଆଲବେଣ୍ଡାଜୋଲ ଟାଵଲେଟ ବାଣ୍ଟିବା ଦାଇତ୍ୱ ନଥିଲେ ହେଲା. ପରିବାରର ସାନଭାଇ ସାମସନ ଟରଟୋଜ କହିଲା ସବୁ କାମ, କର୍ତ୍ତବ୍ୟ ଛାଡ଼ି ବାପା ବୋଉଙ୍କ ଅସ୍ଥି ବିସର୍ଜ୍ଜନ କରିଯିବାକୁ ସମସ୍ତଙ୍କୁ ଛୁଟି ନେବାକୁ ପଡିବ. ସମସ୍ତେ ରାଜି ହେଲେ.ଜଉତିଷ ଗଣନା, ନୂଆ ପାଞ୍ଜି ଦେଖା, ବାପା ବୋଉଙ୍କର ରାଶିଚକ୍ର ମେଳକ ତଥା ହୋଟେଲ ବୁକଫ୍ଲାଇଟ ଟିକେଟ କଟା ହୋଇସାରିବା ପରେ ଏଥର ଫ୍ଲାଇଟ ଯାତ୍ରାରେ ଛୁଟିରେ ସମସ୍ତେ ଅସ୍ଥି ବିସର୍ଜ୍ଜନ କରିବାକୁ ଯିବା ବେଳେ ମସ୍ତି ହୋଇପାରୁନଥିଲା କାରଣ ରବର୍ଟସନ ବଜଫଜ ଆଉ ଦୁନିଆଁରେ ନଥିଲେ.ବଡ଼ ଭିଣୋଇ, ବଡ଼ ଭଣଜା, ଭଣଜାବୋହୁ, ବଡ଼ ଭାଣିଜୀ, ଭାଣିଜୀ ଜୋଇଁ, ଝିଅର ଝିଅ ନାତୁଣୀ ଓ ପୁଅର ପୁଅ ନାତି କେହି ମଧ୍ୟ ଏଥର ଛୁଟି ଯାତ୍ରାରେ ସାମିଲ ନଥିଲେ. ଜୋକରସନ ଗିଜଗୁଜ କହିଲେ ଅପା ଆଲବେଣ୍ଡାଜୋଲ ଖାଏ କୃମି ମାରିବାକୁ ପ୍ରତିମାସରେ ଥରେ ଲେଖାଏଁ.ଏଥର ଅଧିକ ମାତ୍ରା ହୋଇଗଲା କି? ଆଉ ସବୁ ଭାଇ ଭଉଣୀ ଓ ଭାଉଜମାନେ କହୁଥିଲେ ସେ ବହୁତ ଭାଗ୍ୟବତୀ. ଭାଇଙ୍କୁ ବସେଇ ଚାଲିଗଲେ. ଜୋକରସନ ଗିଜଗୁଜ କିଛି ସମୟ ଚିନ୍ତା କରି କହିଲେ ନାହିଁ ମ ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପରେ ସେ ପରା ଶେଷକୁ ରେବତୀକୁ ମାରି ଦେଇଛନ୍ତି. ଆମ ବାପା ନୂତନ ସଂସ୍କରଣରେ ଅପା ନାମ ରେବା ରଖିବାରୁ ଅପାର ସ୍ବର୍ଗବାସ ହୋଇଛି.ଏତେ ଦୁଃଖ ଭିତରେ ମଧ୍ୟ ଜୋକରସନଙ୍କ କଥାରେ କୋଉଠିନା କୋଉଠି ମସ୍ତିର ଆଭାସ ଥିଲା ନିଶ୍ଚୟ କିନ୍ତୁ କେହି ହସି ପାରୁନଥିଲେ.।


Rate this content
Log in

Similar oriya story from Comedy