STORYMIRROR

Lopamudra Parida

Drama Action Inspirational

3  

Lopamudra Parida

Drama Action Inspirational

ଫେରସ୍ତ ବେଳାଭୂମି

ଫେରସ୍ତ ବେଳାଭୂମି

2 mins
199


ଯିଏ ଯାହା ପାଇ ହରେଇଥାଏ ବା କେବେ ପାଇନଥାଏ ସେ ତାକୁଇ ଝୁରେ........

ବାକି ସମସ୍ତେ ତ ଦର୍ଶକ ।

ସାମ୍ନାରେ ସେମାନେ,

କାହାରି ପ୍ରତି ନଜର ନାହିଁ ।ମଗ୍ନ ନିଜ ଧୁନ୍ ରେ ..

ଖେଳୁଥିଲେ ଗୋଡାଗୋଡି.... ପବନ ଉଡେଇ ନେଉଥିଲା ଲହରେଇ ତା' ନୀଳ ଓଢଣୀ କୁ ବାରବାର, ଆଲୁବାଲୁ କରିଦେଉଥିଲା ତା ସିଲ୍କି ଖୋଲା କେଶରାଶିକୁ ଆଉ ମେଲେଇ ଦଉଥିଲା ତା ମୁହଁ ଗାଲ ସାରା ।ତାର ଏ ସବୁ କୁ ଲକ୍ଷ୍ୟ ନଥିଲା, ସେ ତା ବାଁ ହାତ ଆଙ୍ଗୁଳିରେ ଅନ୍ଯମନସ୍କ ଭାବେ ଆପେ ଆପେ କାନ ପଛକୁ ସେମାନଙ୍କୁ ପେଲିଦେଇ ହସି ହସି ଲୋଟିପଡି ଖେଳି ଚାଲିଥିଲା ଆଗକୁ ପଛକୁ ବୁଲି ବୁଲି ବାଲି ହରିଣ ପରି କୁଦା ମାରି ମାରି .....

ଆକାଶର ସାଗରର ନୀଳିମା ସବୁ ମିଳିତ ହୋଇ ତାକୁ କରୁଥିଲେ ନୀଳାଭ ନୀଳାକ୍ତ ।

ଠିକ୍ ଏମିତି ଗୋଟିଏ ଦିନରେ କୋଡିଏ ବର୍ଷ ତଳେ ମୁଁ ଓ ସ୍ବପ୍ନା ଖେଳୁଥିଲେ କଲେଜରୁ କ୍ଲାସ ବଙ୍କ୍ ମାରି ଠିକ୍ ଏଇଠି କି ଆଉ ଟିକେ ନିରୋଳାରେ ..... ସେପାଖେ ।ସେପାଖେ ପାଣି ଟିକେ ହେଭେନ୍ଲି ବ୍ଲୁ ....... ସ୍ବପ୍ନା କହେ ..... ।ଧେତ୍ ଏତେ ବର୍ଷ ପରେ ବି ଜୀଇଁଛି ସେ ..... କୋଉ ଅଭ୍ଯନ୍ତରୀଣ ସ୍ମୃତି ରେ ।କିଏ ଜୀଆଁଇଛି?ସ୍ବପ୍ନା ମାନେ ସବୁ ଏମିତି ନା ।ଜୀଆଁଇ ପାରନ୍ତି ଝଲକଟେ ହୋଇ ଅୟୁତ ବର୍ଷ ।

ନିରୁତ୍ତର.... ଉଦାସ .... ଅଜାଣତେ ଆଖିରେ ଜଳଧାର । ପାଦ ମାନେ ଅନୁରୋଧ କଲେ ମନକୁ, ଅନୁସରଣ କଲେ ସ୍ମୃତି କୁ ..... ସେଇଠିକୁ ନେଇ ଚାଲ ଯୋଉଠି ବାଲିଘର ତୋଳୁଥିଲ ତୁମେ ଦୁହେଁ ଆଉ ....... ସମୟ ଫେରୁଥିଲା ପଛକୁ ଆବର୍ତ୍ତମାନରେ ।

କିଏ କହେ .... କିଏ କହେ ପୁରୁଷଟେ ଭାବପ୍ରବଣ ହୁଏନି ! ହେଇ ତ ହୁଏ ..... ଢେର୍ ହୁଏ ।ଅଳ୍ପ ଅଜାଣତେ ଲାଜେ ଲାଜେ ନୋଇଁ ଥିବା ଆଖି ପତା ତାର ବି ସ୍ପଟିକ ପରି ଝିଲମିଲ ସ୍ବପ୍ନିଳ ଦିଶେନି କି . ..... ଫଗୁଆ ରଙ୍ଗରେ ।ବୟସ ତ ଗୋଟେ ସଂଖ୍ୟା ମାତ୍ର ।

ପହଞ୍ଚି ସାରିଥିଲି ' ମୁଁ ' ସ୍ମୃତି ଫ୍ରେମ୍ ର ଚଉହଦି ଭିତରେ ..... ହସୁଥିଲା ସ୍ବପ୍ନା ଖିଲ୍ ଖିଲ୍, ଜୀବନ୍ତ..... ବାଁ ହାତ ଆଙ୍ଗୁଳିରେ ସଜାଡି ନେଇ ଆଲୁରା ଗାଲଛୁଆଁ କୃଷ୍ଣ ଲହରୀ ତକ ।କହୁଥିଲା, " ଐ ଖୋଳିଦିଅ ନା ବହୁତ ସାରା ବାଲି, ଗଢିବି ଘରଟିଏ ତୁମର ମୋର ..... ଖୋଜିଆଣେ ସିପ,ସାମୁକାରୁ ମୁଠାଏ ।ସଜେଇବା ଆମ ସ୍ବପ୍ନ ଘର " ।

ତା' ପାଦ ଚିହ୍ନ କୁ ସମୁଦ୍ର ତା 'ବାଲିରେ ଥାପି ନେଉଥିଲା ଗୋଟି ଗୋଟି କରି ।ସମସ୍ତେ କୁହନ୍ତି ସମୁଦ୍ର ରଖେନି କାହାର କିଛି, ଲେଉଟାଇ ଦିଏ ଫେନିଳଉର୍ମୀ ରେ ............ ଯିଏ ଯାହାକୁ ଭଲ ପାଇଯାଏ, ସେ କି ତାକୁ ଫେରାଏ? ୟାର ବି ତ ସାଗର ସହ ଭାବ କମ୍ ନୁହେଁ ।ଏଇ ତ ମୋ ନାଁ ବି ସାଗର ।

କିଏ ଜାଣିଥିଲା ସେ ଏତେ ଲୋଭୀ ବୋଲି ...... କାଇଁ, ମତେ ତ ନିଶ୍ବ କରିଗଲା ...... ପାରିଲା କି ଫେରେଇ ?

ଅଧା ତ ରହିଗଲା ନା ସ୍ବପ୍ନ ଘର ତୋଳା ।ମୋ ଅଭ୍ଯସ୍ତ ହାତ ମାନେ ଏତେ ପାଖରେ ରାଶି ରାଶି ଅସରନ୍ତି ବାଲି ମାନଙ୍କୁ ପାଇ ମୁଠେଇ ଧରିଲେ, ଖୋଳି ଚାଲିଲେ ଅବିଶ୍ରାନ୍ତ ଉତ୍ତର ମାଗି ମାଗି.......

ସମୁଦ୍ର କୂଳରେ ବାଲି ଘରଟେ ତୋଳିବାକୁ ବାଲିରେ ଗାତ ଖୋଳୁଥିବା ବେଳେ ହାତରେ ବାଜିଲା କିଛି .ଗୋଟେ..... ଝଟକା ଲାଗିଲା ବିଜୁଳି ର ସ୍ପର୍ଶ ପରି ........ ଅଟକିଗଲେ ଜିଦଖୋର ପାପୁଲି ଦ୍ବୟ .... ସଯତ୍ନେ ଟାଣିଆଣିଲେ ହାତର ସ୍ପର୍ଶ ରେ ନିଜର ପରି କିଛି କୁ ଅନୁଭବି .....

ଅବିଳମ୍ବେ ଥରିଗଲା ଭିତରଟା ମୋର ..... ଏ କଣ ? ଏ ତ ସେଇ ନୀଳ ପଥର ବସା ପାଉଁଜିଟି, ଯେଉଁଟି ମୁଁ ପିନ୍ଧେଇଦେଇଥିଲି ତା'ପାଦରେ .ସେଦିନ.....ମୋ ପାପୁଲିରେ ଥୋଇ....... ଯାହାକୁ ସେ ଖୋଲିଆଣି ଚୁଚୁମୁ ଥିଲା ଓଠଦିଟା ମଝିରେ କୁନି ପିଲାଙ୍କ ପରି .....

ମୁଁ କହିଲି ," ହେ ପାଟିରେ ପୁରାନି " ।

ସେ ଶୁଣିଲାନି, ଖାଲି ଚାହିଁଲା ଆକାଶସେପାରି..........

ଲାଲିମା କୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama