STORYMIRROR

PRIYANKA PRIYADARSINI

Comedy

3  

PRIYANKA PRIYADARSINI

Comedy

ଓଃ! କି ଭାଗ୍ୟ

ଓଃ! କି ଭାଗ୍ୟ

1 min
155

-“ ଦେଖିଲ ଦେଖିଲ....... ଏଇ ଶାଢ଼ୀଟା ଭଲ ଲାଗୁନି.... ଏଇ ଲାଲ୍ ରଙ୍ଗର ଶାଢ଼ୀଟା ପିନ୍ଧିବି ନା ସେ କଳା ରଙ୍ଗର?....ଟିକେ ଶୀଘ୍ର କୁହ....” ସାବିତ୍ରୀ ଦେବୀ ଏକା ରାହାରେ କହି ଚାଲିଥାନ୍ତି। 

-“ ଏ ବୁଢ଼ୀ ବୟସରେ ଏତେ ସଜେଇ ହେବା କଣ ଦରକାର କହିଲ....... ଯୋଉଟା ଭଲ ଲାଗୁଛି ପିନ୍ଧି ଦିଅ। ଜନ୍ମ ଦିନ କୁ ଯାଉଛନ୍ତି , ଫେଶନ୍ ଶୋ କୁ ନୁହଁ....” ନିଜର ସେଇ ନୀଳ ଗାର ପକା ଧଳା ସାର୍ଟ ଟା ଇନ୍ କରି ପିନ୍ଧି ଉତ୍ତର ଦେଲେ ବିପିନ ବାବୁ। 

-“ ଓଃ ତମେ ବୁଝି ପାରିବନି ହେଲା......” 

     ଦୁହେଁ ଖିଚିରି ମିଚିରି କରି ଲାଗି ସରିବା ପରେ ସାବିତ୍ରୀ ଦେବୀଙ୍କୁ ପ୍ରାୟ ଦୁଇ ଘଣ୍ଟା ଖଣ୍ଡେ ଲାଗିଲା ପ୍ରସ୍ତୁତ ହେବାକୁ। ସମୟ ଆସି ସାଢ଼େ ଆଠଟା। ସେପାଖେ ଉତ୍ସବ ଆରମ୍ଭ ହୋଇ ଯିବଣି କହି ବିପିନ ବାବୁ ଖୁବ୍ ତରବର ରେ ଥାଆନ୍ତି। ସାବିତ୍ରୀ ଦେବୀ ମଧ୍ୟ କମ୍ ତରବର ନଥାନ୍ତି। କିନ୍ତୁ ଆଇନା ଆଗରୁ କାମ ସରୁ ନଥାଏ। ଶେଷରେ ଦୁହେଁ ବାହାରି ପଡ଼ିଲେ, ବିପିନ ବାବୁଙ୍କ ସ୍କୁଟିରେ। ଘରୁ ବାହାରି ଗୋଟିଏ ବୁଲାଣି ବୁଲୁଛନ୍ତି କି ନାହିଁ, ବିଲେଇ ଟିଏ ଆଗରେ ଚାଲିଗଲା। ଅବଶ୍ୟ ସେଇଟା ପ୍ରଧାନ ବାବୁଙ୍କ ପୋଷା ବିଲେଇ। ରାମ...ରାମ....ରାମ ବାହାରି ଗଲା ସାବିତ୍ରୀ ଦେବୀ ଙ୍କ ମୁହଁରୁ। ତରବରରେ ଗାଡ଼ି ଚଳାଉଥାନ୍ତି ବିପିନ ବାବୁ, ହଠାତ୍ ଗୋଟିଏ ପଥରରେ ଗାଡ଼ିଟି ଝୁଣ୍ଟି ପଡ଼ିଲା। ସାବିତ୍ରୀ ଦେବୀ ସିଧା ଯାଇ ପଡ଼ିଲେ ପାଖରେ ଥିବା ଗୋଟିଏ ପାଣି ଖାତ ରେ। ପଛ ପାଖ ପୁରା ଓଦା। ଆଉ ଜନ୍ମଦିନ ଉତ୍ସବରେ ଯିବେ କଣ ସ୍କୁଟି ବୁଲାଇଲେ ସିଧା ଘରକୁ। ସାବିତ୍ରୀ ଦେବୀ ବିପିନ ବାବୁ ଙ୍କ ଉପରେ ଗରଗର ହେଉଥାନ୍ତି। ଫେରିଲା ବେଳେ ପୁଣି ନଜର ପଡ଼ିଲା ପ୍ରଧାନ ବାବୁଙ୍କ ବିଲେଇ ଉପରେ। ଏବେ ସବୁ ଦୋଷ ହୋଇଗଲା ବିଲେଇର। ବିଚରା ବିଲେଇ......l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy