STORYMIRROR

PRIYANKA PRIYADARSINI

Comedy Inspirational

3  

PRIYANKA PRIYADARSINI

Comedy Inspirational

ଅନଲାଇନ୍ ସପିଙ୍ଗ

ଅନଲାଇନ୍ ସପିଙ୍ଗ

1 min
196

ଥରେ ସୋମା, ପିଣ୍ଟୁ ବାବୁଙ୍କ ଧର୍ମ ପତ୍ନୀ। ପୁଣି ଏ ପିଣ୍ଟୁ ବାବୁ କିଏ?... ଆମ ଘର ପାଖରେ ରହୁଥିବା ଛତିଶି ସଇଁତିରିଶ ବର୍ଷର ବିବାହିତ ଯୁବକ ଜଣେ। ସନ୍ତାନ ସନ୍ତତି ବୋଲି ପୁଅ ଗୋଟିଏ ଏଇ ଛ କି ସାତ ବର୍ଷର ହେବ। ରୁହନ୍ତୁ ରୁହନ୍ତୁ ବହୁତ ଆଗକୁ ପଳେଇ ଆସିଲେ , ଆମ ପୂର୍ବ କଥାକୁ ଫେରିଯିବା। ଥରେ ସୋମା ନିଜ ସ୍ମାର୍ଟ ଫୋନରେ ମୁଣ୍ଡ ଗୁଞ୍ଜି କଣ ଗୋଟେ ଦେଖି ଚାଲିଥିଲା। ମନେ ମନେ ମୁରୁକି ମୁରୁକି ଖୁବ୍ ହସୁଥିଲା। ହସର କାରଣ ଥିଲା ଫୋନରେ କିଣା କିଣି କରିବା ପାଇଁ ଥିବା ଆପ୍ଲିକେସନଗୁଡ଼ିକରେ ଖୁବ୍ ଭଲ ଅଫର୍ ପଡ଼ିଥିଲା। ଅବଶ୍ୟ ଦୋକାନରେ ଯୋଉଟା ୧୦୦ ଟଙ୍କା ଫୋନରେ ସେଥିରେ ୨୦୦ ଟଙ୍କା ଲେଖି ୫୦% ରିହାତି ଦେଇ ବିକ୍ରି କରୁଛନ୍ତି। ସୋମା କିନ୍ତୁ ଅଫର୍ ଦେଖି ଖୁବ୍ ଖୁସି । ସଙ୍ଗେ ସଙ୍ଗେ ଫୋନ୍ ଲଗାଇଲା ପିଣ୍ଟୁ ବାବୁଙ୍କୁ କେବଳ ଏତିକି କହିବା ପାଇଁ ଯେ ସେ ଅନଲାଇନ୍ ସପିଙ୍ଗ କରୁଛି। ଟଙ୍କା ମାଗିବା ଏବେ ପୁରୁଣା କଥା ହୋଇ ଗଲାଣି, ଅନୁମତି ମାଗିବା ତ କେବେ ସ୍ତ୍ରୀ ଲୋକଙ୍କ ପାଖରେ ସମ୍ଭବ ନୁହଁ ( ଏହି କିଣା କିଣି କରିବା ଅବସ୍ଥାରେ ) ସେମାନେ କହିବେ ନେବେ ମାନେ ନେଇକି ଛାଡ଼ିବେ, ଏବେ ତ ସୋମା ପାଖରେ ପିଣ୍ଟୁ ବାବୁଙ୍କ ଡେବିଟ କାର୍ଡ, ଏ.ଟି.ଏମ ସବୁ ଜାଣି ଅଛି। ପିଣ୍ଟୁବାବୁ ତାଙ୍କ ଧର୍ମପତ୍ନୀଙ୍କ କଥା ଶୁଣି ବୋତଲେ ପାଣି ପିଇ ସାରିଲେଣି । କାରଣ ଏବେ ଏବେ ଦରମା ଆସିଛି, ଆଉ ସୋମା ସପିଙ୍ଗ କରିଲେ ବ୍ୟାଙ୍କ ଖାତା ଶୂନ ନ ହେବା ପର୍ଯ୍ୟନ୍ତ ତାଙ୍କର ଚାଲିଥିବ । ତେଣୁ ପିଣ୍ଟୁ ବାବୁ ନିଜର ଏକ ଗୋପନ ଖାତାକୁ ସବୁ ଟଙ୍କା ଟ୍ରାନ୍ସପୋର୍ଟ କରି ଦେଲେ କେବଳ ତିନି ହଜାର ଟଙ୍କା ଛାଡ଼ି। ଏବେ ଶ୍ରୀମତୀ ସୋମା ଦେବୀ କେବଳ ଗୋଟିଏ ଶାଢ଼ୀ କିଣିଥିଲେ ଦୁଇ ହଜାର ଟଙ୍କା ଦେଇ, କାରଣ ବ୍ୟାଙ୍କ ଖାତାରେ ସର୍ବନିମ୍ନ ହଜାର ଟଙ୍କା ରହିବା ବଧ୍ୟତା ମୂଳକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy