PRIYANKA PRIYADARSINI

Horror Thriller

4  

PRIYANKA PRIYADARSINI

Horror Thriller

ଟ୍ରେନରେ ଭୂତ

ଟ୍ରେନରେ ଭୂତ

3 mins
363



        ଛୁକ୍ ଛୁକ୍ କରି ଟ୍ରେନ ଟି ଆଗେଇ ଚାଲିଥାଏ । ବେଳେ ବେଳେ ଅନ୍ଧାରର ବୁକୁ ଚିରି ତ ବେଳେ ବେଳେ ଆଲୋକର ମଧ୍ୟ ଦେଇ। ଏବେ କିନ୍ତୁ ରାତି ସାରା ଜଙ୍ଗଲ ମଧ୍ୟରେ ଚାଲିବ ଗାଡ଼ିଟି। ଟ୍ରେନର କବାଟ ପାଖରେ ଆଉଜି ଛିଡ଼ା ହୋଇଥାଏ ଜୀବନ। ଜନ୍ମରୁ ଗରିବ ରୂପୀ ରାକ୍ଷସ ତା ପରିବାର ପଛରେ ଏମିତି ପଡ଼ିଛି ଯେ ପିଛା ଛାଡ଼ିବାର ନାଁ ନଉନି। କେତେ ଥର ଭାବିଛି ଆତ୍ମହତ୍ୟା କରିବାକୁ କିନ୍ତୁ; ଜୀବନରେ ସବୁ କିଛି ପୁନଃ ପ୍ରାପ୍ତ ହେବ କିନ୍ତୁ ଏ ଜୀବନ ଗଲେ ଆଉ ଫେରିବ ନାହିଁ। ଏହା ଭାବି ଆତ୍ମହତ୍ୟା କରିବାର ଇଚ୍ଛାକୁ ମାରିଦିଏ। ପୁଣି ଭାବେ ଆତ୍ମହତ୍ୟା କରି ଦେଲେ ଯେ ସମସ୍ୟାର ସମାଧାନ ହେବ ନାହିଁ,କି ସେ ମରିଗଲେ ତା ଘର ଲୋକ ଗରିବୀରୁ ମୁକ୍ତି ପାଇବେ ନାହିଁ। ସେଥି ପାଇଁ ନିଷ୍ପତି ନେଲା ବାହାର ରାଜ୍ୟକୁ ଯାଇ ରଜୋଗାର କରିବା। ଆଉ ଯେମିତି ହେଲେ କାମ କରି ଘରକୁ ପଇସା ପଠେଇବ। ଏହି ଆଶାରେ ଘରୁ ଗୋଡ଼ କାଢ଼ି ଆସିଥିଲା। କିନ୍ତୁ ହେଲା କଣ ଦାଦନ ଖଟି ଖଟି ନିଜେ ସିନା କ୍ଷୀଣ ହୋଇ ଗଲା,କିନ୍ତୁ ଅଭାବ ମେଣ୍ଟିଲା ନାହିଁ। ମାସେ ହେଲା ଆସିଲାଣି,ଘରର ପରିସ୍ଥିତି ଦେଖି ଆଉ ସହି ପାରିଲାନି। ତା ଉପରେ ବାପାଙ୍କର ସବୁ ଦିନ କେତେ କଥା ଶୁଣୁଛି। କିନ୍ତୁ କେବେ ଭ୍ରୁକ୍ଷେପ କରି ନଥିଲା। ଆଜି କିନ୍ତୁ ବାପା ରାଗରେ ମରିବା ପାଇଁ ବି କହିବାକୁ ପଛେଇଲେ ନାହିଁ। ଏତେ କାମ କରି କରି ନିଜେ ଜିର୍ଣ୍ଣ ହେଇ ଯାଇଛି କିନ୍ତୁ କାହାକୁ ସେ କଥା ଦେଖା ଯାଉନି। ରାଗରେ ପୁଣି ବାହାରିଛି କାମ ଖୋଜିବା ପାଇଁ। କୁଆଡେ ଯାଉଛି, କଣ କରିବ କିଛି ଜଣା ନାହିଁ।

              ବହୁତ ବେଳ ହେଲାଣି ସେଇଠି ଛିଡ଼ା ହୋଇ କେତେ କଣ ଭାବି ଯାଉଛି। ଆଉ କି ତାକୁ କାମ ମିଳିବ ?? ନା ସେ ମରି ଗଲେ ହିଁ ସବୁ ସମସ୍ୟାର ସମାଧାନ ହେଇଯିବ। ଶେଷରେ ଭାବିଲା ଯାହା ହଉଛି ହଉ ସେ ମରିଗଲେ ଜଣେ ଲୋକର ତ ଖାଇବା ବଞ୍ଚି ଯିବ।ଆଉ ତା ବାପା ମା କୁ ତା ପାଇଁ ଚିନ୍ତା କରିବାକୁ ପଡ଼ିବନି। ଯାହା ମିଳିଲେ ଖାଇକି ବଞ୍ଚିଯିବେ। ଟ୍ରେନ ରୁ ଡେଇଁଲା ବେଳକୁ କେହି ଜଣେ ତା ହାତ ଧରି ଟାଣି ଆଣିଲା। 

- ଏ କଣ କରିବାକୁ ଯାଉଥିଲେ?

- କଣ ପାଇଁ ବଞ୍ଚେଇଲ ?

- କିଛି ଅସୁବିଧା ହୋଇଛି କି?? ଦେଖ ଜୀବନରେ ଦୁଃଖ ସୁଖ ଲାଗି ରହିଥିବ । ଥରେ ନିଜ ଘର ଲୋକଙ୍କ କଥା ଭାବିଦେଖ.......

ତା ପାଟିରୁ କଥା ସରିଛି କି ନାଇ ଜୀବନ କହି ଉଠିଲା....

- ସେଇ ଘର ଲୋକଙ୍କ ହିତ କାମନା କରି ତ ମରିବି ବୋଲି ଯାଉଥିଲି।

-ଯଦି କିଛି ଆପତ୍ତି ନ ଥାଏ, ତମ ଜୀବନର ଘଟଣା କହିବକି?

-କଣ ଆଉ ଶୁଣିବ.......( ନିଜର ଗରୀବର କାହାଣୀ ଗୋଟିଏ ରାହାରେ କହିଗଲା ଜୀବନ)

-ଓ ଏତିକି ( କହି ସ୍ମିତ ହସି ଦେଲା ସେହି ଅଜଣା ଯୁବକ ଟି )

ଆରମ୍ଭ କରିଲା ନିଜ ଜୀବନର କାହାଣୀ।

-ମଧ୍ୟବିତ୍ତ ପରିବାରର ମୁଁ। ଗୋଟେ ଝିଅକୁ ଭଲ ପାଇ ବସିଲି।ଆମ ଘରେ ସମସ୍ତେ ରାଜି ଥିଲେ,କିନ୍ତୁ ସେ ଝିଅ ର ଘର ଲୋକ ରାଜି ନ ଥିଲେ। କିଛି ଲୋକ ପଠେଇ ଘରର ସବୁ ଜିନିଷ ଭାଙ୍ଗି ଦେଲେ। ଘରେ ମୋତେ ମନା କରିଲେ ସେ ଝିଅ ପଛରେ ନ ଯିବା ପାଇଁ। ବାର୍ ବାର୍ କହୁଥାନ୍ତି ତାକୁ ଭୁଲି ଯିବା ପାଇଁ। ମୁଁ କିନ୍ତୁ କୁଳାଙ୍ଗାର କାହା କଥା ନ ଶୁଣି ସେ ଝିଅ ସହ ଘର ଛାଡ଼ି ପଳେଇ ଆସିଲି। ଅବଶ୍ୟ ତା ଆଗରୁ ସେ ଝିଅ ପଛରେ ବହୁତ ଖର୍ଚ୍ଚ କରି ସାରିଥିଲି। ଏହି ଟ୍ରେନ ରେ ଆମେ ଘର ଛାଡ଼ି ପଳେଇ ଆସିଥିଲୁ। ଭାବିଥିଲି ଘର ଲୋକ ମୋତେ ବିଲକୁଲ୍ ବି ଭଲ ପାଆନ୍ତି ନାହିଁ।ନ ହେଲେ ମୋତେ ଏମିତି ମନା କରି ନ ଥାନ୍ତେ। ଘର ଛାଡ଼ି ଆସିବା ପରେ ସେ ଜାଣିବାକୁ ପାଇଲା ଯେ ତା ମାଆ ତାକୁ ଝୁରି ଝୁରି ହାର୍ଟ ଅଟାକ୍ । ଘରକୁ ଫେରି ଯିବ ବୋଲି ଭାବିଲା,କିନ୍ତୁ ଯାହାକୁ ଭରଷା କରି ଆସିଥିଲା ସେ ଯେ କାଳ ହେବ ସେ କଥା କିଏ ଜାଣି ଥିଲା?? ସେ ଝିଅ ଆଉ ଗୋଟେ ପିଲାକୁ ଭଲ ପାଉଥିଲା।ଦୁଇ ଜଣ ମିଶିକି ଏଇଠି ତାକୁ ଟ୍ରେନ ରୁ ଧକ୍କା ଦେଇ ଦେଲେ। ଏତେ ଭଲ ପାଉଥିବା ବାପା ମା ଙ୍କ ଟିକେ ଗାଳି ଓ କ୍ରୋଧ ସହି ନେଇଥିଲେ ଆଜି ସେ ତା ବାପା ମା ଙ୍କ ପାଖରେ ଖୁସିରେ ଥାନ୍ତା।

ସେତେ ବେଳୁ ମୁଣ୍ଡ ତଳକୁ କରି ସବୁ କଥା ଶୁଣୁଥିଲା ଜୀବନ ।କିନ୍ତୁ ଶେଷ ଦୁଇ ଧାଡ଼ି ଶୁଣି ସାରିଲା ପରେ ଉପରକୁ ମୁଣ୍ଡ ଉଠାଇ ଚାହିଁଲା ବେଳକୁ କେହି ନ ଥିଲେ ପାଖରେ। ଭୟ ପାଇଗଲା ଜୀବନ। ଯିଏ ତା ଜୀବନ ବଞ୍ଚାଇଲା ସେ କଣ.......ନା ନା....ସେମିତି ହେଇ ନପାରେ।କିନ୍ତୁ ସେ ଯାହା ସବୁ କହିଗଲା।

ନାହିଁ ମୋ ବାପା ବି ମୋତେ ବହୁତ ଭଲ ପାଆନ୍ତି, ମୁଁ ନିଜେ ଦେଖିଛି ନିଜେ ନ ଖାଇ ମୋ ପାଇଁ ଖାଇବା ରଖି ଦେଇଥାନ୍ତି। କାନ୍ଦି ପକେଇଲା ଜୀବନ। ତା ପର ଦିନ ବାପାଙ୍କ ସହ ଚାଲିଲା ଭାଗୁଆ ନେଇ ଥିବା ଗୋଟେ ଜମି ହଳ କରିବା ପାଇଁ ବାପାଙ୍କ ସହ।




Rate this content
Log in

Similar oriya story from Horror