STORYMIRROR

PRIYANKA PRIYADARSINI

Comedy

3  

PRIYANKA PRIYADARSINI

Comedy

ଯାଦୁ

ଯାଦୁ

1 min
169

ଯାଦୁ ଉପରେ ତିଆରି ହୋଇଥିବା ସମସ୍ତ ଚଳଚ୍ଚିତ୍ର ଭିତରୁ “ହ୍ୟାରି ପୋଟର” ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏ ହ୍ୟାରୀ ପୋଟର କଥାଟି ଗୋଲୁର ସ୍କୁଲକୁ ଆସିଥିବା ଯାଦୁଗରଟି ହିଁ ପ୍ରଥମେ କହିଥିଲା। ଗୋଲୁ ମନରେ ସେ କଥାଟି ଛାପି ହୋଇ ଗଲା । ଘରକୁ ଫେରୁ ଫେରୁ ତା ମାମାର ଫୋନ୍ ନେଇ ବସିଗଲା ହ୍ୟାରି ପୋଟର ଦେଖିବା ପାଇଁ। ପର ଦିନ ରବିବାର ଥିବାରୁ ତା ମାମା ମଧ୍ୟ କିଛି କହିଲେ ନାହିଁ। ରବିବାର ଦ୍ୱିପ୍ରହର ସୁଦ୍ଧା ସେ ହ୍ୟାରୀ ପୋଟରର ସମସ୍ତ ଫିଲ୍ମ ଦେଖି ସାରିଦେଲା। ତା ପରେ ତାର ସବୁ ଯାଦୁ ଆରମ୍ଭ ହୋଇଗଲା। କେବଳ ଗୋଲୁ ନୁହଁ ଆମେ ସମସ୍ତେ ପିଲାଦିନେ ଏପରି କରିଥିବା , ଯେଉଁ ଜିନିଷ ଥରେ ଦେଖିଥିବା ସେହି ଚରିତ୍ର ଭିତରେ ହଜି ଯାଇଥିବା । ଗୋଲୁ ମଧ୍ୟ ଠିକ୍ ସେହିପରି କରୁଥାଏ। ବାଡି ଖଣ୍ଡିଏ ଧରି କେତେବେଳେ ଗ୍ଲାସ୍ ଭର୍ତ୍ତି ପାଣିରେ ସରବତ ବନାଉଥାଏ ତ ପୁଣି କେତେବେଳେ ଝାଡ଼ୁ ଉପରେ ବସି ଉଡ଼ିବାକୁ ଚେଷ୍ଟା କରୁଥାଏ। ଗୋଲୁର ମାମା ଏହା ଦେଖି ଖୁବ୍ ବିରକ୍ତ ହୋଇ ସାରିଥିଲେ। ଥରେ ଗୋଲୁ ଚଉକି ଉପରେ ବସି ହାତ ବଢ଼ାଇ ଟେବୁଲ୍ ଉପରେ ଥିବା ପାଣି ଗ୍ଲାସ ପାଖକୁ ଆଣିବା ପାଇଁ ଚେଷ୍ଟା କରୁଥିଲା। ଠିକ୍ ସେତିକି ବେଳେ ତା ମାମାର ଚପଲ ଉଡ଼ି ଉଡ଼ି ଆସି ତା ମୁହଁରେ ବାଜିଲା। ତା ମାମା ରୋଷେଇ ଘରୁ ପାଟି କରି କହୁଥିଲେ , ଆରେ ବାଃ ମୋ ପୁଅ ଯାଦୁ ଶିଖିଗଲା ! ହଁ ପାଣି ଗ୍ଲାସ ନ ଆସିଲା ନାହିଁ ଚପଲ ତ ଆସିଲା । ଗୋଲୁ ମୁହଁରେ ବାଜିଥିବା ଚପଲକୁ ହାତରେ ନେଇ ଉତ୍ତର ଦେଲା ମୋ ଯାଦୁଇ ଛଡି ତ ହ୍ୟାରୀ ପୋଟର ଛଡ଼ି ପରି ସିଧା ଅଛି କିନ୍ତୁ କାମ କଣ ପାଇଁ ରନ ୱିଜ୍ଲିର ଛଡ଼ି ପରି କାମ କରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy