STORYMIRROR

PRIYANKA PRIYADARSINI

Abstract Children Stories Inspirational

3  

PRIYANKA PRIYADARSINI

Abstract Children Stories Inspirational

କଦଳୀ ପତ୍ର

କଦଳୀ ପତ୍ର

2 mins
159

ବକ୍ରତୁଣ୍ଡ ମହାକାୟ ସର୍ବକୋଟି ସମପ୍ରୋଭା

ନିର୍ବିଘ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେ ସୁସର୍ବଦା ..............

     ବିଦ୍ୟାଳୟ ପ୍ରାଙ୍ଗଣରୁ ବ୍ରାହ୍ମଣଙ୍କ ମନ୍ତ୍ର ସ୍ପଷ୍ଟ ଭାସି ଆସୁଛି। ନାଲି ନେଳି ପତାକା ସହ ଆମ୍ବ ପତ୍ରର ତୋରଣରେ ବିଦ୍ୟାଳୟଟି ଖୁବ୍ ସୁନ୍ଦର ଭାବରେ ସଜା ଯାଇଛି। ଫାଟକ ଠାରୁ ଆରମ୍ଭ କରି ପ୍ରତ୍ୟେକଟି କକ୍ଷ ନୂଆ ନୂଆ ଦିଶୁଥାଏ। କେତେ ରକମର ନୂଆ ନୂଆ ସାର୍ଟ ପିନ୍ଧି ପିଲାମାନେ ପୂଜା କରିବାକୁ ଆସିଥାନ୍ତି । ହାତରେ ଥାଏ ଭୋଗ ଥାଳି, ସେଥିରେ ମଧ୍ୟ କେତେ ପ୍ରକାରର ଭୋଗ ନଡ଼ିଆ, କଦଳୀ, ଫୁଲ , ଧୂପ , ସେଓ, ସିନ୍ଦୂର, ରାଶି ଲଡ଼ୁ ପ୍ରଧାନ। ପିଲାମାନେ ଖୁବ୍ ଆନନ୍ଦରେ ପୂଜା ଉପଭୋଗ କରୁଥାନ୍ତି। ଯଥାବିଧି ପୂଜା ସରିଲା। ପୂଜା ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ରହିଥାଏ। ପ୍ରାସାଦରେ ଏଥର ଖେଚୁଡ଼ି , ଡ଼ାଲମା, ଆଉ କ୍ଷୀରି ତିଆରି ହୋଇଥାଏ। ସମସ୍ତେ ପୂଜା ସାରି ଖାଇବାକୁ ବସିଲେ। ମନ ଭରି ଖାଉଥାନ୍ତି। ଏ ସବୁର ଦାୟିତ୍ଵ ନିଜେ ପ୍ରଧାନ ଶିକ୍ଷକ ଶ୍ରୀ ଦାମୋଦର ପ୍ରଧାନ ନେଇଥିଲେ । ସବୁ କାମ ଠିକ୍ ଠାକ୍ ଚାଲିଛି କି ନାହିଁ ବୁଲି ବୁଲି ନିଜେ ହିଁ ବୁଝୁଥିଲେ। ଏମିତି କୌଣସି କାମ ତରତର ନ ଥିଲା, କିନ୍ତୁ ଏ ଯାଏଁ ଭୋଜି ଖାଇବା ପାଇଁ ଖଲିପତ୍ର ଆସି ନ ଥିଲା। ଗାଁରେ ମାତ୍ର ଗୋଟିଏ ଦୋକାନ ସେଠି ଖଲିପତ୍ର ସରି ଯାଇଥାଏ। ପାଖ ଗାଁକୁ ଅବା ସହରକୁ ଗଲେ ଯାଇ, ହେଲେ ଯିବ କିଏ???? ପ୍ରଧାନ ଶିକ୍ଷକଙ୍କ ସବୁଠିଁ କାମ , ସେ ତ ଯାଇ ପାରିବେ ନାହିଁ। ଅନ୍ୟ ଜଣେ ସାର୍ ବାହାରୁଥିଲେ ଯାଇକି ଆଣିବା ପାଇଁ , ହଠାତ କଣ ହେଲା କେଜାଣି ପ୍ରଧାନ ଶିକ୍ଷକ ମନା କରିଲେ ଯିବା ପାଇଁ। ବିଦ୍ୟାଳୟ ପାଚେରୀ କଡ଼କୁ ଲାଗି ଗୋଟିଏ ଚାଳ ଛପର ଘର , ପ୍ରଧାନ ଶିକ୍ଷକ ସେଠାକୁ ଚାଲିଲେ। ସେଠି ପହଞ୍ଚି ଦେଖିଲେ ପିଲାଟିଏ ପାଚେରୀ ଉପରେ ଚଢ଼ି ସେଠାରେ ବସିଛି । ମନ ଭାରି ଦୁଃଖ ବିଦ୍ୟାଳୟର ପିଲାମାନଙ୍କୁ ଦେଖୁଛି। ପ୍ରଧାନ ଶିକ୍ଷକ ଡାକ ଦେଲେ ରତନ..... ସେଠାରେ ବସି କଣ କରୁଛୁ??? ତଳକୁ ଆସେ , ଖସି ପଡ଼ିଲେ ଗୋଡ଼ ହାତ ଖଣ୍ଡିଆ ହେବ। ରତନ ସାରଙ୍କ ଡାକ ଶୁଣି ତଳକୁ ଆସିଲା। ସାର୍ ପୁଣି କହିଲେ ଆଜି ପୂଜା କରିବାକୁ କାହିଁକି ଆସି ନାହୁଁ??? ରତନ ମୁଣ୍ଡ ତଳକୁ କରି ଖୁବ୍ ଆସ୍ତେ କରି କହିଲା , ଗଣିତ ସାର୍ କହିଥିଲେ ଯେଉଁମାନେ ପୂଜା ଚାନ୍ଦା ଦେବ ନାହିଁ ସେମାନେ ପୂଜାକୁ ଆସିବ ନାହିଁ ବୋଲି, ସେଥିପାଇଁ ...... 

ପ୍ରଧାନ ଶିକ୍ଷକ ଆଉ କିଛି ନ ପଚାରି କହିଲେ , ହେଉ ଶୁଣ, ବିଦ୍ୟାଳୟ ପରିସରରେ ଥିବା କଦଳୀ ଗଛରୁ ଦଶ ପନ୍ଦର ଖଣ୍ଡ ବଡ଼ କଦଳୀ ବାହୁଙ୍ଗା ଆ ହାଣି ଦେବୁ । ଆଉ ହଁ ଭଲ ସାର୍ଟ ପିନ୍ଧି ଆସେ ପୂଜା କରିବୁ ପ୍ରସାଦ ଖାଇ କିଛି ମା ପାଇଁ ଆଣି ଆସିବୁ। ରତନ ହଁ ଭରି ଘର ଭିତରକୁ ଚାଲିଗଲା। ସାର୍ ବିଦ୍ୟାଳୟକୁ ଫେରି ଆସିଲେ। ରତନ ସେଠାରେ ବସିଥିବାର ପ୍ରଧାନ ଶିକ୍ଷକ ଦେଖି ନେଇଥିଲେ । ବାପ ଛେଉଣ୍ଡ ରତନର କଣ ଅସୁବିଧା ହୋଇଥିବ ସେ କଥା ମଧ୍ୟ ଠିକ ଠଉରେଇ ପାରିଥିଲେ। ସେଥିପାଇଁ ଖଲିପତ୍ର କଥା ଭୁଲି କଦଳୀ ପତ୍ର କଥାଟା ସାରଙ୍କ ମୁଣ୍ଡକୁ ଆସିଲା। ଖାଲିରେ ଡ଼ାକିଥିଲେ କାଳେ କିଏ କଣ କହିଥାନ୍ତା ସେଥିପାଇଁ କଦଳୀ ପତ୍ରଟା ବାହାନା ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract