Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

ଓଡ଼ିଆଣୀ

ଓଡ଼ିଆଣୀ

5 mins
8


ସେଦିନ ଅପ୍ରତ୍ୟାଶିତ ଭାବେ ସାମୁଏଲ ସଙ୍ଗେ ଦେଖା ହୋଇଗଲା. ଠିକ ସେଇ ଯାଗା, ସେଇ ଛକ, ସେଇ ହୋଟେଲର ସେଇ ଟେବୁଲ. ସିପ୍ରା ଆଖିରେ ଆଖି ମିଶାଇ ସାମୁଏଲ ପଚାରିଲା ତମର ଏ ସ୍ଥାନ ମନେପଡୁଛି ସିପ୍ରା?ସିପ୍ରା ଆସ୍ତି ସୂଚକ ମୁଣ୍ଡ ଟୁଙ୍ଗାରି କହିଲା ମନେଅଛି ସାମୁଏଲ. ଗୋଟେ ଝିଅ ତାର ପ୍ରଥମ ପ୍ରେମକୁ କେମିତି ଭୁଲିବ? ପ୍ରଥମ ପ୍ରେମର ଅନୁଭୂତି କାହା ପାଇଁ ଚିଠି ରୂପେ ତ କାହା ପାଇଁ ଭାବନାରେ ଅଟକି ଯିବା ବେଳେ ତମେ ତ ଏଇ ତାଜ ହୋଟେଲ ସମ୍ପୂର୍ଣ୍ଣ ବୁକ କରିଥିଲ ମତେ ଖାଲି ତୁମ ମନର କଥା କହିବାକୁ. ହଁ ସେଦିନ ତୁମକୁ ମୁଁ ନିଶ୍ଚିନ୍ତ ପଚାରିଥିଲି ମତେ ଭଲ ପାଅ ନା ସିପ୍ରା? ଆଉ ତମର ଉତ୍ତର ଥିଲା ଭଲପାଇବା ଦୁଇ ପ୍ରକାର ଯେମିତିକି ଜଣେ ଜଣଙ୍କୁ ପସନ୍ଦ କରିବା ଆଉ ଜଣେ ଜଣଙ୍କୁ ପ୍ରେମ କରିବା. ସିପ୍ରା ପୁଣି କହୁଥିଲା ହଁ ମୁଁ ଗୋଟେ ଖାଣ୍ଟି ଓଡ଼ିଆ ଘରର ଝିଅ ଥିଲି ସାମୁଏଲ. ଓଡ଼ିଆ ସଂସ୍କୃତି ଓ ପରମ୍ପରା ଭିତରୁ ବାହାରି ଆସି ଚିହ୍ନା ନାହିଁ ଜଣା ନାହିଁ ଅଳ୍ପ କେତୋଟି ମୁହୂର୍ତ୍ତର ପରିଚୟରେ ମୋ ଲାଗି ଏତେବଡ ପଦକ୍ଷେପ ନେଇଥିବା ପୁଅ ମନରେ ମୋ ପ୍ରତି କୋଉ ଦୁର୍ବଳତା ଅଛି ସେ କଥା ସେଦିନ ମୁଁ କେମିତି ଜାଣିଥାଆନ୍ତି ସାମୁଏଲ, ଯଦିଓ ସେଦିନ ମୋ ଜୀବନର ପ୍ରଥମ ପ୍ରେମ ଅନୁଭୂତି ଓ ଅନୁଭବର ଦିନଟିଏ ଥିଲା ।

   ଏବେ ତ ବିଶ୍ୱାସ କରିପାର. ତୁମର ଏଇ ବିଗତ ବାରବର୍ଷର ବିଚ୍ଛେଦ ପରେ ତୁମେ ଆଜି ବି ଫୁଲ ପରି ରହିଛ ମୋ ହୃଦୟରେ. ଏହା ଭିତରେ ତୁମ ବାପା ମାଆଙ୍କ ପସନ୍ଦର ବ୍ୟକ୍ତି ସହିତ ବାହାଘର ତୁମକୁ ଭଲପାଇବା ଦେଇନି ବୋଲି ତୁମ ଭିତରେ ହୋଇସାରିଥିବା ପ୍ରତ୍ୟାଖ୍ୟାନ ଡିଭୋର୍ସ ହିଁ ଏହା ପ୍ରମାଣ ଦିଏ. ତା ଛଡା ସେଦିନ ଏଇ ହୋଟେଲରେ ତୁମେ କହିଥିଲ ବୁଦ୍ଧଙ୍କ ସେହି ସୁନ୍ଦର ଉତ୍ତର ଯେ,କେହି ଜଣେ ପଚରିଥିବା ପସନ୍ଦ ଓ ଭଲପାଇବା ଭିତରେ ପାର୍ଥକ୍ୟକୁ ଗଛରେ ଫୁଲଟିଏକୁ ଦେଖି ତା ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଯିଏ ଡାଳରୁ ଛିଣ୍ଡେଇ ପକାଏ ସେ କେବଳ ପସନ୍ଦ କରେ ଫୁଲଟିକି, ଆଇ ଲାଇକ ୟୁ ଭଳି. ପ୍ରେମିକ କିନ୍ତୁ ସିଏ ଯିଏ ସେ ଗଛର ଯତ୍ନ ନିଏ ଫୁଲଟି ସତେଜ ରହୁ ବୋଲି ଗଛର କିଛି ବି କ୍ଷତି ପହଞ୍ଚାଏ ନାହିଁ ବରଂ ପାଣି ଓ ସାର ଦେଇ ଫୁଲଟିକୁ ଆହୁରି ସୁନ୍ଦର କରିବାକୁ ଚେଷ୍ଟା କରେ ତାର ତ ସେହି ଫୁଲ ପ୍ରତି ଭଲପାଇବା ବା ପ୍ରେମ ହିଁ ଥାଏ ନା ସିପ୍ରା.ଯେମିତିକି ଆଇ ଲଭ ୟୁ. ଏହି ବୁଦ୍ଧବାଣୀ ତୁମେହିଁ ସେଦିନ କହିଥିଲ ବୋଲି ତୁମ ବାହାଘରରେ ଆନ୍ତରାୟ ହୋଇ ଠିଆ ହୋଇନି ମୁଁ କେବେ . ତୁମ ସୁଖୀ ଦାମ୍ପତ୍ୟ ଜୀବନ ଭିତରକୁ କେବେ ଧସେଇ ପଶିନି ମୁଁ ଜମା . ସବୁବେଳେ ଦୂରେଇ ରହିଛି ତୁମ ପରିବାରରୁ. ଅପେକ୍ଷା କରିଛି ମୋ ଭଲପାଅଇବାର ମୂଲ୍ୟ ମତେ ମୋ ହାତ ପାଆନ୍ତାରେ ମିଳିବ ନିଶ୍ଚୟ. ଏଥର ମୋ ହାତ ଧର ସିପ୍ରା. ତୁମ ପୁତ୍ର ସନ୍ତାନର ସୁଯୋଗ୍ୟ ପିତା ହେବାରୁ ବଞ୍ଚିତ କରନା ମତେ ।

   ମହମବତୀ ଆଲୋକର କ୍ଷିଣ ଆଲୋକରେ ସୁନ୍ଦରୀ ସିପ୍ରା ଝାଉଁଳି ପଡିଲା. ବସନ୍ତର ଆଗମନରେ ପ୍ରକୃତି ହସୁଥିଲା ବେଳେ ସିପ୍ରା ନା ବସନ୍ତର କୁହୁ ସ୍ୱର ଶୁଣି ପାରୁଥିଲା ନା ଫଗୁଣର ଆମନ୍ତ୍ରଣରେ ସବୁଆଡେ ତାକୁ ଗୋଲାପୀ ଗୋଲାପୀ ଦେଖାଯାଉଥିଲା. ତା ଭିତରେ ସେହି ରାମାୟଣ, ଗୀତା, ଭାଗବତ, ଲଷ୍ମୀପୁରାଣ, ଗୀତଗୋବିନ୍ଦ ଇତ୍ୟାଦି ଝଙ୍କୃତ ହେଉଥିଲା. ସୀତା,ସାବିତ୍ରୀ, ପାର୍ବତୀ, ଅହଲ୍ୟା,ମୀରା ଇତ୍ୟାଦି ନାରୀମାନଙ୍କ ତ୍ୟାଗପୁତ ଜୀବନର ଝଙ୍କାର ଓଁ ସ୍ୱରରେ ଝଙ୍କୁରିତ ହେଉଥିଲା ହୃଦୟରେ ତନ୍ତ୍ରୀରେ ତନ୍ତ୍ରୀରେ ତ ସିପ୍ରା କହୁଥିଲା ପୁଅ ପାଇଁ ମୋର କର୍ତ୍ତବ୍ୟ ଅଛି ସାମୁଏଲ. କିଏ କହିବ ପୁଅ ପାଇଁ ଆମ ସଂସାର ପୁଣି ଯୋଡି ନହୋଇଯିବ? ଫେରିପଡ଼ୁ ପଡୁ ସିପ୍ରା କହୁଥିଲା ମତେ କ୍ଷମା କରିଦେବ ସାମୁଏଲ ତ ଅପଲକ ନୟନରେ ଚାହିଁରହିଥିଲା ସାମୁଏଲ.ସେ ଜାଣି ସାରିଥିଲା ତା ପ୍ରେମ ଦୂରରେ ଥିଲେ ଦୂର ପାହାଡ଼ ସୁନ୍ଦର ପରି ତା ମନରେ ସବୁବେଳେ ଜୀବନ୍ତ ଥିବ ତା ପ୍ରେମ.କାରଣ ଏଥିପାଇଁ ସେ ଭଗବାନଙ୍କୁ ଦୋଷ ଦେଉନଥିଲା ନା ଦୋଷ ଦେଉଥିଲା ନିଜ ଭାଗ୍ୟକୁ ।

   ତାର ସେହି ହରିଣ ଗପଟି ମନେପଡ଼ିଲା. ଯେଉଁଦିନ ପ୍ରଥମ କରି ଜଳ ଭିତରେ ନିଜ ପ୍ରତିଛବି ଦେଖିଥିଲା ହରିଣ ନିଜ ଶିଙ୍ଘ ଦେଖି ସିନା ଖୁବ ଖୁସି ହୋଇଗଲା କିନ୍ତୁ ନିଜର ସରୁଆ ଚାରି ଗୋଡ଼ ଦେଖି ଭଗବାନଙ୍କୁ ଦୋଷ ଦେଲାବେଳେ ଗୋଟେ ବାଘ ତାକୁ ଶୀକାର କରିବାକୁ ଆସୁଥିବାର ଦେଖି ଖୁବ ଜୋରରେ ଦଉଡିବାକୁ ଲାଗିଲା ହରିଣ. ବାଘ ମଧ୍ୟ ଆସୁଥାଏ ତା ପଛେ ପଛେ ଶେଷକୁ ଖାଦ୍ୟ ହରିଣ ଓ ଖାଦକ ବାଘ ଦୁହିଁଙ୍କର ପଙ୍କରେ ଗୋଡ଼ ଅଟକିଗଲା. ଠିକ ସେତିକି ବେଳେ ହରିଣ ତା ଗୋଡ଼ ସାହାଯ୍ୟରେ ପଙ୍କ କାଟି ଆଡେଇ ବାହାରି ଆସି ଦଉଡିବାକୁ ଲାଗିଲା ଯାହା ବାଘ କରିପାରିନଥିଲା. ତା ନିଜ ଚାରୋଟି ସରୁ ଗୋଡ଼ ଯୋଗୁଁ ଆଜି ତାର ନିଶ୍ଚିନ୍ତ ମୃତ୍ୟୁରୁ ରକ୍ଷା ମିଳିଲା ଜାଣି ଦୂରରେ ଥିବା ଖୁବ ଦୁରଦୃଷ୍ଟିସମ୍ପନ୍ନ ଭଗବାନଙ୍କୁ ହାତଯୋଡି ପ୍ରଣାମ ଜଣେଇ ଥିଲା ହରିଣ.ଆଜି ସାମୁଏଲ ମଧ୍ୟ ସିପ୍ରା ଜୀବନ ପରିଧିରୁ ଦୂରେଇ ଯାଇ ନିଜକୁ କର୍ମ ଭିତରେ ବୁଡ଼ାଇ ରଖିବାକୁ ଚେଷ୍ଟା କରୁଥିଲା.

  ପୁଅ ଅବକାଶର ବିବାହ ପରେ ବଦଳି ଗଲା ସେ. ମାଆ ସିପ୍ରାର ତା ପାଇଁ ସ୍ୱାର୍ଥ ତ୍ୟାଗ ତାକୁ ଜଣା ପଡିଲା ନାହିଁ. ଓଡ଼ିଶା ଛାଡ଼ି ମାଆଠାରୁ ବହୁ ଦୂର ଆମେରିକା ଚାଲିଗଲା ପୁଅ ତା ସ୍ତ୍ରୀ ସହ. ସିପ୍ରାର ଏକମାତ୍ର କାମ ଥିଲା ସକାଳ ଓ ସଞ୍ଜରେ ଜଗନ୍ନାଥ ଦର୍ଶନ. ସେ ବୁଝିଯାଇଥିଲା ଐଶ୍ୱର୍ଗିକ ଚେତନା, ଉପାସନା ଓ ବନ୍ଦନା ହିଁ ତାକୁ ମୁକ୍ତିର ପଥ ଦେଖାଇବ. ଆୟା ମାଳ ସିପ୍ରାର ସମସ୍ତ ଯତ୍ନ ନେଉଥିଲେ ବି ପୁଅର ଶୁଭ ମନାସ ପାଇଁ ମନ୍ଦିର ଦର୍ଶନ କରିବାକୁ ଯାଇ ଏ ଧାଡି ଓ ଗହଳିରେ ସିପ୍ରାଙ୍କୁ ଠିଆ ହେବାକୁ ଯିବାକୁ ଯେତେ ବାରଣ କରୁଥିଲେ ବି ସେ ମାନୁନଥିଲେ.ସବୁଠାରୁ ଦୂରରେ ଆଜି ତାଙ୍କ ପୁଅ. ତା ପାଇଁ ଶୁଭ ମନାସିବାକୁ ସେ ନଯିବେ କିପରି ଠାକୁର ଦର୍ଶନ କରିବାକୁ? ସେଦିନ ଭାରି ଗହଳି. ସୋରିଷ ମଧ୍ୟ ତଳେ ପଡ଼ିବନି ହଠାତ ଗୋଡ଼ ଖସିଗଲା ସିପ୍ରାଙ୍କର. କେତେ ଜଣ ତାଙ୍କ ଉପରେ ଯା ଆସ କରି ଦଳି ଚକଟି ଯିବା ପୂର୍ବରୁ କାହାର ବାହୁ ବନ୍ଧନ ତୋଳି ନେଇଥିଲା ସିପ୍ରାଙ୍କୁ. ଅଚେତ ଅବସ୍ଥାରୁ ପ୍ରକୃସ୍ଥିତ ହେଲା ପରେ ପାଖରେ ପୁଅ ଅବକାଶ ନୁହେଁ, ଆୟା ମାଳ ବି ନୁହଁ ବରଂ ତାଙ୍କ ଦୃଷ୍ଟିଶକ୍ତିର ପ୍ରଖରତା ଭେଦି ସେ ଚିହ୍ନି ଥିଲେ ଯାହାଙ୍କୁ ସେ ଥିଲେ ସାମୁଏଲ. ଜଡ଼ସଡ଼ ହେଲେ ସିପ୍ରା. କଣ ଭାବିବେ ତାଙ୍କ ପତ୍ନୀ. ସାମୁଏଲ ଏସବୁ ଉତ୍ତର ରଖିଥିଲେ ମାନବିକତା ଗୁଣରେ ଜଣେ ଅସହାୟ ଧାର୍ମିକ ମହିଳାଙ୍କୁ ଅଳ୍ପ ସୁରକ୍ଷା ଦେବା କଣ ପାପ? ତଥାପି ଇତସ୍ତତଃ ସିପ୍ରାଙ୍କୁ ଏଣିକି ତେଣିକି ଚାହିଁବା ଦେଖି ହସୁଥିଲେ ସାମୁଏଲ କହୁଥିଲେ କବିତାର ଛନ୍ଦରେ, ଗଳ୍ପର ଚାତୁରୀରେ,ପ୍ରବନ୍ଧର ଉନ୍ମାଦନାରେ ସେ ସୌଭାଗ୍ୟ ମୋର ନାହିଁ .ମୁଁ ଚିରକୁମାର.ଚିହିଁକି ଉଠିଥିଲେ ସିପ୍ରା. ସାମୁଏଲ କହୁଥିଲେ ସେ ଅଧିକାର ଆଉ କାହାକୁ ଦେଇ ହେଲାନି ସିପ୍ରା. ତୁମର ଏଠାରେ କିଛି ବି ଅସୁବିଧା ବା ଭୟ କରିବାର ନାହିଁ. ମାଳ ପାଖକୁ ଫୋନକରି ତାଙ୍କୁ ଏଠାରୁ ନେଇଯିବାକୁ କହୁଥିଲେ ସିପ୍ରା ତ ନାଟକୀୟ ଢଙ୍ଗରେ ସାମୁଏଲ କହୁଥିଲେ ଏ ଅଧମର ଦୋଷ କଣ ସିପ୍ରା?ନାହିଁ ନାହିଁ ପୁଅ କଣ ଭାବିବ କହିଲ? ସାମୁଏଲ ହସୁଥିଲେ ଠିକ ସେହି ହସ ଯେମିତି ଶେଷ ଥର ହସିଥିଲେ.

 ମାଆ ସିପ୍ରାଙ୍କ ଦେହ ଅସୁସ୍ଥତା ଜାଣି ସୁଦ୍ଧା ଆସିନଥିଲା ପୁଅ ବରଂ ମାଳ ମାଉସୀଙ୍କୁ କହିଥିଲା ଏବେ ବି ମାଆ ପାଖରେ ବିକଳ୍ପ ଅଛି ଯେ ସେ ବାକି ଜୀବନ ସାମୁଏଲ ଅଙ୍କଲଙ୍କ ସହାୟତାରେ କାଟି ପାରିବେ. ଚିହିଁକି ଉଠିଥିଲେ ସିପ୍ରା କହିଥିଲେ ମୋ ସ୍ୱାମୀ ଏବେବି ଜୀବିତ. ଓଡ଼ିଆ ସଂସ୍କୃତିର ବ୍ରାହ୍ମଣ ଘର ଝିଅ ଓ ବୋହୁ ମୁଁ. ମୋରି ପୁଅ ମୁଁହରେ ଏ ଅପସଂସ୍କୃତିର କଥା ଶୋଭା ପାଏନା. ସିପ୍ରାଙ୍କ ଅବସ୍ଥା କିନ୍ତୁ ବେଳକୁ ବେଳ ଖରାପ ହେଉଥିଲା. ମନ୍ଦିର ଯାଇନପାରି ଐଶ୍ବର୍ଗୀକ ଚିନ୍ତା ଚେତନା ଓ ଚୈତନ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ନହେଲେ ମଧ୍ୟ କେତେକାଂଶରେ ମନୋବଳ ଭାଙ୍ଗି ପଡିଥିଲା. ସେଦିନ କାଗଜ କଲମ ମାଗି ଚିଠି ଲେଖି ମାଳକୁ ପଠେଇଥିଲେ ସାମୁଏଲଙ୍କ ପାଖକୁ. ଖୁସି ହୋଇଗଲା ମାଳ. ଭାବିଲା ମାଆଙ୍କର ମନପରିବର୍ତ୍ତନ ହେଲାଣି ନିଶ୍ଚୟ. ହେଲେ ସେ ଚିଠି ପଢି ସାମୁଏଲଙ୍କ ମୁହଁ କାହିଁକି ଶୁଖିଗଲା ବୁଝି ହେଉନଥିଲା ମାଳକୁ କିନ୍ତୁ ସିପ୍ରାଙ୍କ ଅବସ୍ଥା ବେଳକୁ ବେଳ ଖରାପ ହେଇ ହେଇ ଶେଷକୁ ମାହାର୍ଦ ପାଣି ପିଆଇବାକୁ ଗଲାବେଳେ ଦୁରବନ୍ଧୁ ସ୍ବାମୀ ହିଁ ପାଖରେ ଥିଲେ. ଅହ୍ୟ ସୁଲକ୍ଷଣୀ ହୋଇ ସିପ୍ରା ଚାଲିଗଲା ପରେ ସବୁ କାମ ନିଜ ସ୍ୱାମୀହିଁ କରୁଥିଲେ ସିପ୍ରାଙ୍କ ପାଇଁ. ହେଲେ ସେ କେମିତି ଖବର ପାଇଲେ ଉତ୍ତରରେ କେହି କିଛି ଜାଣିନଥିବା ବେଳେ ସାମୁଏଲଙ୍କ ପାଖକୁ ଲେଖିଥିବା ଚିଠିରେ ସିପ୍ରା ଅନୁରୋଧ କରିଥିଲେ ତାଙ୍କ ଶେଷ ଶଯ୍ୟା ପାଖରେ ସେ ତାଙ୍କ ସ୍ୱାମୀଙ୍କ ହାତରୁ ସିନ୍ଦୁର ଶଙ୍ଖା ଓ ନିର୍ମାଲ୍ୟ ପାଇବାକୁ ଚାହାଁନ୍ତି. ଆଉ ଏ କାମ ନେଇ ଆଣି ଥୋଇବାକୁ ସାମୁଏଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଅହ୍ୟ ସୁଲକ୍ଷଣୀ ସିପ୍ରା.ସମସ୍ତେ ବୁଝିଯାଇଥିଲେ ସବୁଠାରୁ ଦୂରରେ ଥିଲେ ମଧ୍ୟ ସ୍ୱାମୀଙ୍କୁ ହିଁ ଖୋଜୁଥିଲେ ସିପ୍ରା.ପୁଅ ଭୋ ଭୋ ହୋଇ କାନ୍ଦି କହୁଥିଲା ମତେ କ୍ଷମା କରିଦେ ମାଆ.ସାମୁଏଲ କହିଥିଲେ ଆରେ ତୋ ମାଆର ଖାଣ୍ଟି ଓଡ଼ିଆଣୀ ମନଟିଏ ଥିଲା ।

   



Rate this content
Log in

Similar oriya story from Romance