ରିକ୍ସାବାଲା
ରିକ୍ସାବାଲା
ଆଜି ଅନିମେଷ ଓ ତାପସୀଙ୍କର ପଚାଶତମ ବିବାହ ବାର୍ଷିକୀ. ପୁଅ ବୋହୁ ନାତି, ଝିଅ ଜୋଇଁ ନାତୁଣୀଙ୍କ ସହ ଅନିମେଷଙ୍କ ଭାଇ ଭଉଣୀ, ତାପସୀଙ୍କ ଭାଇଭଉଣୀ ସହିତ ପୁଅ ଘର ବନ୍ଧୁ ଝିଅ ଘର ବନ୍ଧୁ ଓ ଅନ୍ୟାନ୍ୟ ସମ୍ପର୍କୀୟ ମାନଙ୍କ ଉପସ୍ଥିତି ଓ ସଜାସଜ୍ଜି ଭିତରେ ରିକ୍ସାଟିଏ ଲାଗିଲା ଦାଣ୍ଡ ଦୁଆରେ. କିଏ ବୋଲି କେହି ଚିହ୍ନି ପାରୁନଥିବା ବେଳେ ସେମାନଙ୍କୁ ନିଜେ ଅନିମେଷ ଓ ତାପସୀ ପାଛୋଟି ଆଣିଲେ. ତୁ କେମିତି ଜାଣିଲୁ ମାଆ ବୋଲି ପଚାରୁଥିଲେ ତାପସୀ ଝିଅଟିକୁ ତ ସେ କହିଥିଲା ମୋବାଇଲରୁ ଦେଖିଲି ମାଆ. ଝିଅଟି ଥିଲା ମାନି. ଆଦ୍ୟ ଯୌବନର ସେଇ ପ୍ରଥମ ବର୍ଷ ମାନି ବାପା ଅନାମ ରିକ୍ସାବାଲା ସଙ୍ଗେ ତାପସୀ ଯାଉଥିଲେ ବିଏଡ଼ କଲେଜ. ଛୁଟି ଦିନ ମାନଙ୍କରେ ଅନାମ ରିକ୍ସାରେ ବସି ସମୁଦ୍ର କୂଳ, ଫଟୋ ଉଠା, ପାର୍କ, ହୋଟେଲରୁ ହୋଟେଲ ଘୁରି ବୁଲୁଥିଲେ ନବଦମ୍ପତ୍ତି ଅନିମେଷ ଓ ତାପସୀ. ଏହି ସମୟରେ ମାନିର ସ୍ୱାମୀ ରିକ୍ସାବାଲା ଅର୍ଜ୍ଜୁନ ତାଙ୍କ ରିକ୍ସା ଡ଼ିକିରୁ ଗୋଟେ ପ୍ୟାକେଟ ବାହାର କରି ଆଣି ଅନିମେଷଙ୍କ ହାତକୁ ବଢ଼େଇ ଦେଇଥିଲେ.ସେଥିରେ ଥିଲା ଅନାମ ରିକ୍ସାବାଲା ସହ ବୁଲୁଥିବା ବେଳେ ଅନିମେଷ ଓ ତାପସୀଙ୍କର ସେହି ଆଦ୍ୟ ବିବାହ ବର୍ଷର କିଛି ଯୁଗ୍ମ ଫଟୋ. ସେସବୁ ଆଉ ଜୀବନରେ ମିଳିବ ଭାବିନଥିଲେ ଅନିମେଷ କି ତାପସୀ. ଅନାମ ଝିଅ ମାନି କହୁଥିଲା ବାପାଙ୍କ ଛୋଟ ପୁରୁଣା ମୋବାଇଲରୁ ଏହି ଫଟୋ ସବୁ ପାଇ ତାର ନବକଳେବର କରିଛି ମାଆ. କୁଣ୍ଢେଇ ପକାଇଲେ ମାନିକୁ ତାପସୀ. ସେ ଦୁହେଁ ଥିଲେ ସେ ଦିନର ସବୁଠୁ ଅତି ପ୍ରିୟ ଅତିଥି. ଅନାମ ସିନା ଅନାହୁତ ଭାବେ ଭାବର ଠାକୁର ଜଗନ୍ନାଥଙ୍କର ପ୍ରିୟ ବୋଲି ବାହୁଡ଼ି ଗଲା ବଡଦାଣ୍ଡରେ ଅଟୋ ଆକ୍ସିଡେଣ୍ଟରେ ହେଲେ ତା ଝିଅ ଜୋଇଁ ଓ ପୁଅ ତ ଅଛନ୍ତି. ତାଙ୍କ କଥା ଏଣିକି ବୁଝିବାର ପ୍ରତିଶ୍ରୁତି ଦେଇ ଖୁସିରେ ଅନିମେଷ ଓ ତାପସୀଙ୍କ ପାଦ ପାଞ୍ଚ ହାତରେ ପଡୁଥିଲା ।
ସାହିତ୍ୟ ଆସରଟିଏ ଆୟୋଜିତ ହୋଇଥାଏ. ନିମନ୍ତ୍ରିତ ଅତିଥିମାନଙ୍କ ଭିତରେ ଅନାମର ଝିଅ ଜୋଇଁ ଓ ପୁଅକୁ ବସାଇ କିଛି କହିବାକୁ କହିଥିଲେ ସମସ୍ତେ ତ ମାନି କହୁଥିଲା ମୋ ମାଆ ବାପାଙ୍କୁ ହରାଇ ମୁଁ ପୁଣି ଫେରିପାଇଛି ମାଆ ବାପା. ଅନାମ ପୁଅ କହୁଥିଲା ଅବାଟରୁ ବାଟକୁ ଆଣିବାକୁ ଭଉଣୀ ଭିଣୋଇଙ୍କ ସହ ପିତା ମାତାଙ୍କ ଆଶୀର୍ବାଦ ମିଳିଥିବାରୁ ମୋର ଆଉ ଜୀବନରେ ହାରିବାର ଭୟ ନାହିଁ. ଶେଷକୁ ଅନାମର ଜୋଇଁ କହିଥିଲେ ପିଲାଦିନୁ ପିତା ମାତାଙ୍କୁ ହରାଇ ପୁରୀ ବଡଦାଣ୍ଡରେ ରିକ୍ସା ଟାଣୁ ଟାଣୁ ବୟସ ହୋଇଯାଇଥିଲା କିନ୍ତୁ ଶଶୁର ଅନାମ ରିକ୍ସାବାଲାଙ୍କ ସହ ପରିଚୟ ଓ ସମ୍ପର୍କ ପରେ ନିଜ ହାତରେ ଆକ୍ସିଡେଣ୍ଟ ସ୍ପଟରୁ ତାଙ୍କୁ ହସ୍ପିଟାଲ ନେବା, ମୃତ୍ୟୁ ପୂର୍ବରୁ ସେ ତାଙ୍କ ଝିଅର ହାତ ମୋ ହାତରେ ଦେବା, ଶୁଦ୍ଧିକ୍ରିୟା ସମାପନ କରିବା, ସ୍ତ୍ରୀ ଓ ଶଳାଙ୍କ ସମସ୍ତ ଦାଇତ୍ୱ କର୍ତ୍ତବ୍ୟ ସମ୍ପାଦାନ କରିବା ଓ ସମୟାନୁକ୍ରମେ ଅନିମେଷ ବାବୁ ଓ ତାପସୀ ମାଆଙ୍କ ସହ ଭେଟ ହେଲାପରେ ବୁଝି ଯାଇଛି ଯେ ସମୟ କବଳରେ ମଣିଷ ବୟସର ଶୀକାର ହୋଇ ହାରିଯିବା ବଦଳରେ ବାଘ ହେବା ଉଚିତ କାରଣ ବୟସ ଏକ ଗଣନ ସଂଖ୍ୟା ମାତ୍ର. ସମସ୍ତେ ତାଳି ମାରୁଥିଲେ ରିକ୍ସାବାଲା ଅର୍ଜ୍ଜୁନଙ୍କ ଭାଷଣରେ. ଯାହା ସେଦିନ ପାଇଁ ଖୁବ ଉପଯୋଗୀ ଥିଲା ।
