OD-02-AJ-4086
OD-02-AJ-4086
ଫୋନେ ରିଙ୍ଗ ହେଲା, ହେଲେ ଫୋନ ନମ୍ବର save ନଥିଲା ।। truecaller ରୁ ଜଣା ପଡିଲା ଗୋଟେ ଚିହ୍ନାଜଣା ସାଥୀର ନା ।। ସମୟର ଏତେଦିନ ବ୍ୟବଧାନରେବି ସେ ନା ଟି କେବେବି ନା ସାଗର ଭୁଲିପରିଥିଲା ନା କେବେ ଭୁଲିପାରିବ ।। ହେଲେ ସେଇ ଫୋନ call ଟି ଉଠେଇବାକୁ ତାର ସାହସ ନଥିଲା ।।
ମନେ ମନେ କେତେ କଥା ଭାବିଚାଲିଥିଲା ସେ, କାରଣ ତାର ସ୍ମୃତିର କିଛି ଭଗ୍ନାବଶେଷ, ସେଇ ଗଳି ରେ ଚାଲି ଚାଲି, ଅନେକ କାହାଣୀ କେବେଦିନେ ଲେଖିଥିଲା ।। ତାର ଇଚ୍ଛା ବି ନଥିଲା ସେଇ ଯାଗାକୁ, ସେଇ ଗଳିକୁ ଫେରିବା ପାଇଁ କୌଣସି ପରିସ୍ଥିତି ରେ ବି, ହେଲେ ସେ ତା ବନ୍ଧୁ କହ୍ନ। କୁ କେବେ ବି କିଛି ଜିନିଷ ପାଇଁ ମନା କରିନି ଆଜି ପର୍ଯ୍ୟନ୍ତ ।। ଗୋଟେ bluetooth speaker ସଜାଡ଼ିବାକୁ ସେଦିନ ସେ ଦିଜଣ ଯାଇଥିଲେ, ଆଉ ସାଗର ହଜିଯାଇଥିଲା ତାର ସ୍ମୃତିର ସହର ଆଉ ଗଳି ଭିତରେ ।।
"ସେ କଣ ମତେ ଦେଖିଦେଲାକି ..? ଏତେ ଦିନ ହେଲାଣି ତ ସେ କେବେ call କରିନଥିଲା, ତା ଗଳିରେ ପଦ ଦଉ ଦଉ ସେ କାହିଁକି call କଲା, ପୁଣି ମତେ ..?? " ଏସବୁ ପ୍ରଶ୍ନର ଉତ୍ତର ସାଗର ପାଖରେ ନଥିଲା, କିନ୍ତୁ ଗୋଟେ ମାତ୍ର phone call, ଅନେକ ସ୍ମୃତିର ଲହରୀ ଆଣି, ତାର ବେଳାଭୂମୀରେ ଛାଡିଦେଇ ଚାଲିଯାଉଥିଲା ଯାହାସବୁକୁ କେବେବି ମନେପକେଇବାକୁ ଚାହୁନଥିଲା ସେ, ହେଲେ ଅତୀତ କୁ କଣ ପରିବର୍ତ୍ତନ କରିହବ ??
ସେଇ ପାନ ଦୋକାନ ଆଜିବି ଅଛି ସେଇଠି, ଆଜିବି ସେଇ ମିଠାମକା ଦୋକାନୀ ସେଇ ଛକରେ ତା ଦୋକାନ ଖୋଲିଛି, ଆଜିବି ସେଇ ଫୁଲ ଦୋକାନ ଅଛି, ଯାଉଠୁ ସବୁବେଳେ ସେ ଗୋଟେ ଗୋଲାପ ଫୁଲଟେ ନେଇ ଯାଉଥିଲା, ତାର ଗୋଲାପ ପାଇଁ ,,, ଆଉ ସେଇ ରାସ୍ତା ଆଜିବି ଅଛି, ଯାହା ଉପରେ ସାଗର ଆଜି ଏକା ଏକା ଚାଲୁଛି ଆଉ ନିଜ ସ୍ମୃତିର ସହରରେ ନିଜକୁ ସେଇ ଚିହ୍ନାଜଣା ସାଥୀ ସହ ଠିଆ ହେଇ ମକା ଖାଇବାର ଦେଖୁଛି, ଆଉ ଭାବୁଛି ସମୟ ବି କେତେ ନିଷ୍ଠୁର, ବେଳେବେଳେ ହସେଇଦିଏ ଆଉ ବେଳେବେଳେ କନ୍ଦାଇବି ଦିଏ ଆଉ ବେଳେବେଳେ ଏକା କରିଦିଏ ।।
ଆଉ ଥରେ phone ring ହେଲା ।।
" ତୁ ଏବେ କଉଠି ଅଛୁ ? .. ତୋ ସହ ଦେଖା କରିବାର ଅଛି ।। "
ସାଗର କିଛି ବୁଝିବି ପାରୁ ନଥିଲା, କଣ ହଉଛି ତା ସହ ..
" ତୁ ଜମା ବ୍ୟସ୍ତ ହନି , ମୁଁ ତତେ ହଇରାଣ କରିବିନି, ବାସ ଥରେ ଦେଖା କରିବାର ଅଛି ।। "
ସାଗର ମନା କଲା ହେଲେ, ସେ ବାଧ୍ୟ ଥିଲା, କରଣ ତା ହଷ୍ଟେଲ ସାମ୍ନାରେ ସେଇ ପରିଚିତ ଲୋକଟି ଠିଆ ହେଇ ହିଁ ତାକୁ phone କରିଥିଲା ।।
ସାଗର ସେତେବେଳେ କିଛି ଭାବିବି ପାରୁ ନଥିଲା ।। ଅନେକ .. ଅନେକ ପ୍ରଶ୍ନ ର ପାହାଡ ତା ହୃଦୟକୁ ଦୋହଲେଇ ଦଉଥିଲା ।। କଣ କରିବ ସେ, ଦେଖା ନକଲେ ସେତ ତା ହଷ୍ଟେଲ ଆଗରୁ ଯିବନି, ଆଉ ଯଦି ବି ଦେଖା କରେ, ଅନେକ ପ୍ରଶ୍ନର ଉତ୍ତର ତାକୁ ଆଗରୁ ଭାବିକି ରଖିବାକୁ ପଡିବ, ଯାହା ହଷ୍ଟେଲ ପିଲାମାନେ ପଚାରିବେ ।।
" କାହିଁକି, କଣ ପାଇଁ .. କଣ ତାର ବାହାଘର ଠିକ ହେଇଗଲା, କାର୍ଡ ଦବାକୁ ଆସିଛି ?? ଏତେ ଦିନ ପରେ କାହିଁକି ଆସିଛି ?? କଣ ପାଇଁ ପୁଣି ମନର ଆବେଗକୁ ସେ ବଢ଼େଇ ଚାଲିଛି ?? ସେ ତ ନିଜେ କହିଥିଲା, ତା ରାସ୍ତାରୁ ହଟିଯିବା ପାଇଁ, ଆଜି ପୁଣି କାହିଁକି, ନିଜ ରାସ୍ତା କୁ ମୋ ରାସ୍ତା ସହ ମିସେଇବାକୁ ଚେଷ୍ଟା କରୁଛି ?? "
ଏତେ ସାରା ପ୍ରଶ୍ନର ଉତ୍ତର କହ୍ନ। ପାଖରେ ନଥିଲା, ବାସ ସେ ଗୋଟେ କାମ କରି
ପାରିଥାନ୍ତା, ସଗାରକୁ ଆଣି ହଷ୍ଟେଲ ରେ ପହଞ୍ଚେଇ ପାରିଥାନ୍ତା, ଯାହା ସେ କଲା ।।
ସାଗର, ଯେବେ ତାକୁ ହଷ୍ଟେଲ ପାଖରେ ଦେଖିଲା, କେବଳ ଦେଖିକି ହିଁ ରହିଗଲା ।। ନା ତା ପାଖରେ ଆଉ କିଛି ପ୍ରଶ୍ନ ଥିଲା, ନା କିଛି ଉତ୍ତର, ନା କିଛି କଥା ଥିଲା ତାକୁ ପଚାରିବାକୁ, ସେ ପୁରା blank ଥିଲା ।। ଅନେକ କଥା, ଅନେକ ଚେତନା ଆଉ ଶୂନ୍ୟତାର ସେଇ ସନ୍ଧ୍ୟାର ବର୍ଣ୍ଣନା କରିବାକୁ ଶବ୍ଦ ବୋଧେ କମ ପଡିଯିବ ।। ସେ କଣ କହିବ ଭାବିକି ଆସିଥିଲା, ହେଲେ ସାଗରତ ନଦୀକୁ ପୁଣିଥରେ ନିଜର କରିବା ପାଇଁ ଚେଷ୍ଟା କରିଚାଲିଥିଲା ।। ହେଲେ କି ଲାଭ .. ନଦୀ ଯେବେ ନିଜ ଦିଗ ହିଁ ବଦଳେଇ ଦେଇଥିଲା ।। ସାଗର ଭୁଲ ମାଗିଚାଲିଥିଲା, ହେଲେ ସେ ଚିହ୍ନାଜଣା ଲୋକଟି ସବୁଦିନ ପାଇଁ ଅଚିହ୍ନା ହବାକୁ ସେଦିନ ଆସିଥିଲା ।। ଯାହା ସବୁ ଥରେ ହେଇ ସାରିଥିଲା, ତାହାସବୁ ପୁଣି ହେଇ ଚାଲିଥିଲା ।।
ସେ କହୁକହୁ ଅଶ୍ରୁଭିଜା ଆଖିକୁ ପୋଛି ଚାଲିଥିଲା, ହେଲେ ସାଗର ଶେଷଥର ପାଇଁ ତା ସହ ଲୀନ ହବାକୁ ଥିବା ନଦୀ କୁ ନିଜ ମୁହାଣ ପାଖରେ ଠିଆ ହେଇ ଦିଗ ପରିବର୍ତ୍ତନ କରୁଥିବାର ଦେଖି କଠୋର ହେଇ ଚାଲିଥିଲା ।। ହୃଦୟ କଠୋର ହେଇଗଲେ, ବୋଧେ ଆଖିଲୁହ ଶୁଖିଯାଏ ।। ମନ ଭାଙ୍ଗିଗଲେ ବୋଧେ ଶବ୍ଦ ହୁଏ ନାହିଁ, କିନ୍ତୁ କଷ୍ଟର ତୀବ୍ରତା କେବଳ ଶବ୍ଦରେ ହିଁ ବର୍ଣନା କରିହବ, କାଗଜ ପୃଷ୍ଠାରେ ଆଉ କଲମର ସ୍ୟାହିଛିଟା ରେ ।। ବୋଧେ ତେବେ ଯାଇ ଏଇ ମନର ଭାର ଟିକେ କମିଯିବ ।।
ଏମିତି କିଛି କଥା ଥିଲା, ଏମିତି କିଛି ଭାବପ୍ରବଣତା ଥିଲା, ଯାହା ସାଗର ର କଳ୍ପନା ବାହାରେ ଥିଲା ।। ସମ୍ପର୍କର ସେତୁ କୁ, ଯାହା ଦିନେ ସେ ନିଜ ହାତରେ ଗଢ଼ିଥିଲା, ନିଜ ଆଖି ସାମ୍ନାରେ ଭାଙ୍ଗିବାର ଦେଖୁଥିଲା ।। ଅନେକ କଥା ଥିଲା, ସାଗରର ମନରେ, ହେଲେ ସେସବୁ ତା ଜଳରାଶିରେ ଥିବା ଲବଣ କଣିକା ପାଲଟି ଚାଲିଥିଲା, ଆଉ ନିଜ ହୃଦୟର ରାଣୀ କୁ ସେ ସ୍ୱପ୍ନର ସମାଧି ଭାବେ ସଜେଇ ଚାଲିଥିଲା ।।
ସତରେ ଭଲପାଇବାର ରୂପ ବିଭିନ୍ନପ୍ରକାରର ।। ହେଲେ ବେଳେବେଳେ ଅତିରିକ୍ତ ଭଲପାଇବା ହିଁ, ମନକୁ ଆଉ ହୃଦୟକୁ କଷ୍ଟ ଦେଇଯାଏ ।। ସମ୍ପର୍କ ବି ଠିକ ସେଇ ଭଳି, ଭୁଲ ଥାଉ କି ନଥାଉ, ଯଦି ଜଣେ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରେ, ପ୍ରାୟଶ୍ଚିତ ବି କମ ପଡ଼ିଯାଏ ସମ୍ପର୍କ ଯୋଡିବାକୁ ।। ଠିକ ଏଇଆ ହିଁ ହେଲା ସେଦିନ, ଯଦି କେବେ ସାଗର ର ମନକୁ ତାର ମନର ମାନସୀ ଥରେ ପଢ଼ିଥାନ୍ତା ସେଇଦିନ, ବୋଧେ ସେ ନିହାତି ସାଗର ମୁହାଣରେ ଲୀନ ହେଇଥାନ୍ତା, କିନ୍ତୁ ଅତୀତର ସ୍ମୃତିକୁ ନେଇ, ଅତୀତର କିଛି ତିକ୍ତ ମୁହୁର୍ତ୍ତକୁ ନେଇ, ଅଭିମାନ କରି ସେଦିନ ନଦୀ ସାଗର ସହ ମିସିଲାନି, ଆଉ ବହିଗଲା ଅନ୍ୟ ଏକ ଦିଗରେ ।। ଆଉ ସାଗର ସେଦିନ ନିଜ କଲମ ସ୍ୟାହିରେ କିଛି ଲେଖିଦେଇଥିଲା ଆଉ ହଜି ଯାଇଥିଲା ନିଜ ସ୍ୱପ୍ନର ସହରରେ, ଯାଉଠି ସେ ନିଜ ସ୍ମୃତିର ଦୁର୍ଗ ତିଆରି କରିଚାଲିଥିଲା ।। ..............✍️✍️
------------------------------------
ବୋଧେ ଯାହା ହେଲା ସେଦିନ, ସେଇ ଗାଡି ଟି ହିଁ ସାକ୍ଷୀ ରହିଗଲା, ଯାହା ସାମ୍ନାରେ ସେ ଦିଜଣ ସେଦିନ ଠିଆ ହେଇ ଥିଲେ OD-02-AJ-4086 .. ।। ଆଜି ବି ସେଇ ଗାଡି ସାଗରର ହଷ୍ଟେଲ ସାମ୍ନାରେ ଠିଆ ହୁଏ, ଆଉ ସଗାରକୁ ଅନେଇ ମୁରୁକି ମୁରୁକି ହସୁଥାଏ, ଆଉ ତା ହୃଦୟକୁ କଠୋର, ଆହୁରି କଠୋର ବନେଇ ଚାଲିଥାଏ ।।
------------------------------------