ପ୍ରେମ ଏକ ସଂଜ୍ଞାହୀନ କାହାଣୀ
ପ୍ରେମ ଏକ ସଂଜ୍ଞାହୀନ କାହାଣୀ
କିଛି କାହାଣୀ .. ସତ ହେଇଥିଲେ ବି ସତ ଲାଗେନି । ସମୟ ବହିର କିଛି ପଢାଯାଇନଥିବା ପୃଷ୍ଠାରେ ଲେଖାହେଇ ସାରା ଜୀବନ ପାଇଁ କେବଳ କିଛି ସ୍ମୃତି ହେଇ ରହିଯାଏ । ସେମିତି ଏକ କାହାଣୀ ଦୁଇ ଜଣଙ୍କର .. ତାଙ୍କ କାହାଣୀ କେବଳ ସେମାନେ ଦିଜଣ ହିଁ ଭଲରେ ବୁଝିଛନ୍ତି । ଆଉ ବହୁତ କମ ଲୋକ ତାଙ୍କ ଏଇ କାହାଣୀର ସଂସ୍ପର୍ଶରେ ଆସିଛନ୍ତି ହେଲେ କେବେ କେହି ବୁଝିପାରିନାହାନ୍ତି ।
କାହାଣୀର ଆରମ୍ଭ ଓଡିଶାର କଟକ ସହରରୁ, ଯଉଁଠି ରୋହିତ ପାଦ ଦେଇଥିଲା କିଛି ଆଶା, କିଛି ସ୍ବପ୍ନ ଆଉ କିଛି ଅକାଂକ୍ଷା ନେଇ । ନିଜ ମାମୁଁଙ୍କ ପାଖରେ ରହି ନିଜ ସ୍ବପ୍ନକୁ ସାକାର କରିବାର ସ୍ବପ୍ନ ଦେଖିଥିଲା ସେ, ହେଲେ କଟକ ସହର ତାକୁ ସବୁ କିଛି ଦେଇଥିଲେ ବି ତାର ମନର ସେଇ ଆବେଗକୁ କେବେବି ବୁଝିପାରିନଥିଲା ।
ବାପାଙ୍କ ସ୍ବପ୍ନ କୁ ନିଜ ସ୍ବପ୍ନ ଭାବେ ସଜେଇ ସେ ଅଣ୍ଟା ଭିଡିଥିଲା ଦିନେ ସେ ଗୋଟେ ଡାକ୍ତର ହେବ ଆଉ ibooks ରେ coaching ନବାପାଇଁ join କରିଥିଲା ସେ ।
ନିଜର ଦକ୍ଷତା ଅଭାବ ରୁ ସେ group c ରେ join କରିବାକୁ ବାଧ୍ୟ ଥିଲା । ଆଉ ସେଦିନ ତାର ପ୍ରଥମ class ଥିଲା coaching centre ରେ । ସେ ସେଦିନ ଦେଖିଲା ପିଲାଙ୍କର ଚାଲିଚଳନ, ବଡ ସହରର ପିଲାଙ୍କ ସହ ସେ ସେଦିନ ମିଶିବାକୁ ଚାହିଁଲେ ବି କାହିଁକି କେଜାଣି ମିଶି ପାରୁନଥିଲା । ଆଉ ଏପଟେ ଯେହେତୁ concept clear ନଥିଲା, coaching centre ରେ ବି ବହୁତ ପଛରେ ପଡିଯାଇଥିଲା ସେ । କିନ୍ତୁ ଚେଷ୍ଟା କରି ଚାଲିଥିଲା ସେ ।
ଦିଦିନ ପରେ ସେ ସେଇ group ରେ ଗୋଟେ ଝିଅକୁ ଦେଖିଲା । ତାକୁ ଦେଖିକି ହଠାଥ ସେ ତା ସହ ନିଜର ସବୁ କିଛି apperance କୁ match କରି ଚାଲିଲା । ସେ ବି ଚଷମା ପିନ୍ଧିଥିଲା ଆଉ ଇଏ ବି । ତାର ବି କମ height ୟାର ବି same । ହେଲେ କଣ କରିବ, ପ୍ରଥମ ଦେଖାରେ କଣ ତା ସହ କଥା ହେଇ ପାରିବ ??
ଦିନ ଗଡିଚାଲିଥିଲା, ସ୍ୱପ୍ନର ସହରେ ସେ ନିଜକୁ ହଜେଇ ଦେଇଚାଲିଥିଲା । ସବୁଦିନ ସେ କିନ୍ତୁ କେବଳ ସେଝିଅ କୁ ଦେଖିଚାଲିଥିଲା । ହେଲେ କଥା ହବାର ସାହସ ନଥିଲା । କିଛି ସାଙ୍ଗସାଥୀ ବି ହେଇଗଲେ ତାର, ନିଗମ, ଶୁଭ୍ରଦୀପ, ଦୁର୍ଗା । ଦିନେ ସାହସ କରି ରାହୁଲ କହିଦେଲା ତା ସାଙ୍ଗ ମାନଙ୍କୁ କି ସେ ଝିଅ କୁ ସେ ବହୁତ ଭଲପାଏ । କିନ୍ତୁ କଥା ହବାର ସାହସ ନାହିଁ । ହେଲେ ସାଙ୍ଗ ମାନେ ତ ସେମିତିଆ, ସେମାନଙ୍କଠୁ ଭଲ ଆଉ ସେମାନଙ୍କଠୁ ଖରାପ ଏଇ ଦୁନିଆ ରେ କେହିବି ନାହାଁନ୍ତି । ନିଗମ କହିଲା ଭାଇ ଯା ଥରେ କଥା ହେଇଯା, ତାପରେ ଦେଖିବା । ସାଙ୍ଗଙ୍କ ସହ କଥା ହେଇ ରୋହିତ ମନରେ ଟିକେ ସାହସ ଆସିଲା ଆଉ ସେ ରାତିସାରା କେବଳ ଅପେକ୍ଷା କରିଥିଲା କେବେ ସକାଳ ହବ ଆଉ କେବେ ସେ ଝିଅ ସହ ଦେଖା କରିବ ।
ତାପରଦିନ ସେ coaching centre ଗଲା । ହେଲେ ସେଦିନ ସେ ଝିଅ କୁ ଦେଖିପାରିନଥିଲା ସେ । ମନରେ ବହୁତ ପ୍ରଶ୍ନ, ଉତ୍ତରର ଅପେକ୍ଷାରେ ଥିଲା । class ତା ବାଟରେ ଚାଲିଥିଲା ହେଲେ ରୋହିତ କେବଳ ସେ ଝିଅ କୁ ଅପେକ୍ଷା କରିଥିଲା । ମନରେ ବହୁତ କିଛି planning କରିଚାଲିଥିଲା ସେ । କେମିତି କଥା ହବ .. ବାସ ଥରେ ହିଁ କଥା ହବ । କିନ୍ତୁ ସେଦିନ ସେ ଝିଅ ଆସିନଥିଲା । ଗୋଟେ ଦିନ, ଦି ଦିନ .. ଏମିତି ୧୦ ଦିନ ଚାଲିଗଲା ହେଲେ ସେ ସେ ଝିଅ କୁ ଖୋଜି ଖୋଜି କେବଳ ନିରାଶ ହଉ ଥିଲା ।
ସେଦିନ ସୋମବାର ଥିଲା, ସବୁ ଦିନ ପରି ସେଦିନ ବି ସନ୍ଧ୍ୟା ରେ class ସାରି ରୋହିତ library ରେ ବସିଥିଲା, ହଠାଥ ତାର ଆଖି ପଡ଼ିଲେ ସେଇ ଝିଅ ଉପରେ, ଯଉ ଝିଅ କୁ ସେ ମନେ ମନେ ଖୋଜୁଥିଲା ଦୀର୍ଘ ୧୦ ଦିନ ହେଲାଣି । ସାହସ ବାନ୍ଧି ଆଉ କିଛି ନଭାବି ଆଗକୁ ବଢିଗଲା ସେ ଆଉ ସେଇ table ରେ ଯାଇ ବସି ପଡ଼ିଲା ସେ । ବୋଧେ କେବଳ ସେଇ ଝିଅ କୁ ହିଁ ପାଖରୁ ଦେଖିବାର ଲକ୍ଷ୍ୟ ଥିଲା ତାର ।
" hi, ମୁଁ ରୋହିତ । ମୁଁ ତମକୁ group c ରେ ଦେଖିଥିଲି, ହେଲେ ଏବେ ଆଉ ଦେଖୁନି, ତମେ କଣ discontinue କରିଦେଲ କି preparation ?? " ବୋଧେ ଏତିକି ପ୍ରଶ୍ନ ପଚାରିବା ପାଇଁ ସେ ୧୦ ଦିନ ଅପେକ୍ଷାରେ ଥିଲା । ମନ ତାର ବହି ଭିତରେ କମ, ସେଇ ଝିଅ ର ଆଖି ପାଖରେ ଅଟକି ଯାଇଥିଲା । ଆଉ ଯେତେବେଳେ ସେଇ ଝିଅ ରୋହିତ କୁ ଅନେଇଦେଲା, ରୋହିତ ଖୁସିରେ ବୋଧେ ପାଗଳ ହେଇଯାଇଥିଲା। ବୋଧେ ପ୍ରଥମଥର ପାଇଁ ସେ ସେ ଝିଅକୁ side ରୁ ନୁହେଁ, ସ
ାମ୍ନାରେ ଦେଖୁଥିଲା ।
" hi, ମୁଁ କୁମାରୀ । ମୋର ଏବେ group b ହେଇଯାଇଛି, ଆଉ ମୋ time change ହେଇଯାଇଛି । "
ବାସ ଏଇଠୁ ଗୋଟେ ଛୋଟ friendship start ହେଇଥିଲା ଦିଜଣଙ୍କର । ସମୟ ଗଡିଚାଳିବା ସହ, ତାଙ୍କର friendship strong ହେଇଚାଲିଥିଲା । ହେଲେ ରୋହିତ ତ କୁମାରୀକୁ ଭଲପାଇ ବସିଥିଲା, ହେଲେ କେବେ କହି ପରି ନଥିଲା ।
ଫୋନ କଲ ଆଉ ମେସେଜ ରେ ସେମାନେ ସବୁ ବେଳେ ପାଖାପାଖି ରହିବାକୁ ଚେଷ୍ଟା କରିଥିଲେ । ରୋହିତ ପାଇଁ ବୋଧେ, ତାର ଭଲପାଇବାକୁ ବୁଝିବା ପାଇଁ ଜଣେ କେହି ମିଳିଯାଇ ଥିଲା ହେଲେ ସେ କେବେ କହି ପାରୁ ନଥିଲା କୁମାରୀକୁ ଯେ ସେ ତାକୁ ବହୁତ ଭଲପାଏ ବୋଲି । ଯାହା ହେଲେ ବି ପ୍ରଥମପ୍ରେମ ର ମଜା ହିଁ କିଛି ନିଆରା । ହେଲେ ଏକା ସମୟରେ ସେ ତାର ସାଙ୍ଗ ବି ଥିଲା ।
preparation ଶେଷ ହେଲା ରୋହିତର medical ସିନା ହେଲାନି କିନ୍ତୁ ଗୋଟେ agriculture university ରେ selection ହେଇଗଲା । କୁମାରୀର କିନ୍ତୁ କିଛି ହେଲାନି, କିନ୍ତୁ ଇଚ୍ଛା ଥିଲେ ବି financial issue ପାଇଁ ସେ ଆଉ preparation କରିପାରିଲାନି । ଆଉ general graduation କରିବ ବୋଲି ନିଷ୍ପତି ନେଲା ।
ସେଦିନ farewell ଥିଲା । ନିଗମ, କୁମାରୀ ଆଉ ରୋହିତ କୁ ତା ଘରକୁ ନିମନ୍ତ୍ରଣ କରିଥିଲା । ରୋହିତ ତ ପହଞ୍ଚିଯାଇଥିଲା, ହେଲେ ବାରମ୍ବାର କୁମାରୀ କୁ ଖୋଜୁଥିଲା । ବାରମ୍ବାର କବାଟ ପାଖକୁ ଯାଇ ପୁଣି ଫେରିଆସୁଥିଲା ଆଉ ପୁଣି ବସିପଡୁଥିଲା ଆଉ ପୁଣି ଉଠିକି କବାଟ ପାଖକୁ, ଏମିତି କରିଚାଲିଥିଲାସେ ।
ଟିକେ ସମୟ ପରେ, ରୋହିତ କୁ ଜଣେ ପଛ ଆଡୁ ଆସି hug କଲା, ସେ କୁମାରୀ ଥିଲା । ବୋଧେ ସେଇ ସମୟ ରୋହିତ ର ସବୁଠୁ memorable ସମୟ ଥିଲା । କୁମାରୀ ତାକୁ ବହୁତ କଥା କହିଚାଲିଥିଲା । ଦେହର ଯତ୍ନ ନବ, ଖାଇବା ପିଇବା ଠିକ ରଖିବ, ragging ହେଲେ ହତାଶ ହବନି, ଆଉ ସବୁଠୁ important, ପାଠପଢ଼ାରେ ଧ୍ୟାନଦବ ଆଉ girlfriend ବନେଇବନି । ସବୁଥିରେ ରାଜି ହେଇଚାଲିଥିଲା ସେ, ବାସ କୁମାରୀ କୁ ଛାଡିକି ଯିବାର ଇଚ୍ଛା ନଥିଲା ତାର । ସେପର୍ଯ୍ୟନ୍ତ ବି କୁମାରୀ କୁ ସେ ତା ମନ କଥା କହି ନଥିଲା, କି ସେତେବେଳେ ବି କହିପାରିଲାନି ।
ଗୋଟେ ବର୍ଷ ଗଡିଗଲା । ରୋହିତ ଆଉ କୁମାରୀ ଭିତରେ ଏବେ ଟିକେ diatance ଥିଲା । କିନ୍ତୁ ରୋହିତ ଆଜିବି କୁମାରୀ କୁ ଭଲ ପାଉଥିଲା । ଦିନେ ସେ ସାହସ ଭିଡ଼ିଲା ଆଉ କୁମାରୀକୁ ଫୋନ କରି ମନ କଥା ସବୁ କହିଗଲା ସେ । ଆଉ ଯାହା ଶୁଣିଲା, କେବଳ ଶୁଣିକି ହିଁ ରହିଗଲା ।
" ମୁଁ ବି ସବୁ ବେଳେ ତମକୁ ଖୋଜେ କ୍ଳାସ ସରିଲା ପରେ, ହେଲେ କେବେ ଦେଖା ହେଇ ପାରିନଥିଲା । ମୁଁ ବି ଅପେକ୍ଷା କରିଥିଲି ତମେ କେବେ ତମ ମନ କଥା କହିବ, ହେଲେ ତମେ କେବେ କହିଲନି । ମୁଁ ବି ତମକୁ ଭଲପାଇବସିଥିଲି, ହେଲେ ତମଠୁ ଶୁଣିବାକୁ ହିଁ ଅପେକ୍ଷା କରି ବସିଥିଲି, ହେଲେ ତମେ କେବେ କହିଲନି । କିନ୍ତୁ ଏବେ ବହୁତ ଡେରି ହେଇଯାଇଛି । ମୁଁ ଆଉ କାହାକୁ ପ୍ରତିଶ୍ରୁତି ଦେଇ ସାରିଛି । ମୁଁ ତମର ଏବେ ଆଉ ହେଇ ପରିବିନି । ମୁଁ ତୁମକୁ ଭଲପାଏ ହେଲେ, ତୁମର ହେଇ ପରିବିନି । "
ଜୀବନର ସେଇ ମୁହୂର୍ତ୍ତରେ ରୋହିତ ନିଜକୁ ପ୍ରଶ୍ନ କରିଚାଲିଥିଲା, ଭୁଲ କାହାର ?? ନିଜ ବନ୍ଧୁ କୁ ହରେଇବାକୁ ଅରାଜି ଥିଲା ସେ, ସେଥିପାଇଁ ସେ କେବେ ବି କୁମାରୀ କୁ କହି ପାରିଲାନି ତା ମନ କଥା । ଆଉ କୁମାରୀ ଅପେକ୍ଷା କରି କରି ଶେଷରେ ହତାଶ ହେଇ ଆଉ କାହା ହାତ ଧରିଲା । ସତରେ ସମୟର ଖେଳ ନା କିଏ ବୁଝିପାରିଛି ନା କେବେ କିଏ ବୁଝିପାରିବ । ଆଜିବି ରୋହିତ ମନରେ କୁମାରୀକୁ ଭଲପାଏ ଆଉ ପ୍ରତିଦିନ ପ୍ରତିମୁହୂର୍ତ୍ତ ନିଜ ଭଲପାଇବାର ବଳିଦାନ ଦେଇଚାଲିଥାଏ । ଜୀବନରେ ଆଉ କାହା ହାତ ଧରିବାକୁ ବି ଚେଷ୍ଟା କରିଥିଲା ସେ ହେଲେ ସେ କଣ କୁମାରୀ ଭଳି ହେଇ ପାରିବ ?? ସେ କଣ ତା କୁମାରୀ ପରି ହେଇପାରିବ ??
ସେଥିପାଇଁ ବୋଧେ, ପ୍ରତିଟି ସମୟରେ ସେ ଖୋଜେ ତା ସାଥି କୁମାରୀକୁ ଆଉ ପାଏ ମଧ୍ୟ ଏକ ସାଙ୍ଗ ରୂପରେ, ଯିଏ ତାର ହେଇ ବି ତାର କେବେ ହେଇପାରିଲାନି । ଭଲପାଇବାର ସଂଜ୍ଞା ବୋଧେ ଏଇଆ ହିଁ, ଯାହା ଏକ ସଂଜ୍ଞାହୀନ କାହାଣୀ ପାଲଟି ରହିଗଲା ରୋହିତ ଆଉ କୁମାରୀର ଜୀବନ ଇତିହାସର ପଢାଯାଇକି ବି ପଢାଯାଇନଥିବା ପୃଷ୍ଠାଗୁଡିକ ଭିତରେ ।