ପ୍ରେମର ପ୍ରକୃତ ସଂଜ୍ଞା
ପ୍ରେମର ପ୍ରକୃତ ସଂଜ୍ଞା


ବୈବାହିକ ଜୀବନର ରଙ୍ଗମଞ୍ଚରେ ସେ ଦୁହେଁ ଏମତି ହଜିଯାଇଥିଲେ ଆଉ ପ୍ରେମର ପ୍ରକୃତ ସଂଜ୍ଞା କଣ ବୋଧେ ସେ ଦୁହେଁ ବୁଝି ଯାଇଥିଲେ । ସେଥିପାଇଁ ବୋଧେ ସେଦିନ ତୃପ୍ତି ନିଜର ଅତୀତକୁ ଭୁଲିସାରିଥିଲା ଜୀବନର ବାହୁବନ୍ଧନରେ । ତାକୁ ନିଜର ଜୀବନସାଥି ରୂପେ ପାଇ ଧନ୍ୟହେଇ ଯାଇଥିଲା ସିଏ । ସକାଳର ଆଲାରାମର ଶବ୍ଦ ସହ ତୃପ୍ତି ନିଜ ଜୀବନର ସବୁ କିଛି ସମର୍ପି ଦଉଥିଲା, ଜୀବନର ହୃଦୟ ପାଖରେ । ଆଉ ଜୀବନ ବି ନିଜକୁ ଭୁଲି ଭଲପାଇବାର ସବୁ ସୀମାଲଙ୍ଘି ତୃପ୍ତିର ପ୍ରତିଟି ଆଶାକୁ, ପ୍ରତିଟି ଆକାଂକ୍ଷାକୁ ନିଜର ଭାବି ପ୍ରେମର ମଧୁରତାକୁ ନିଜର ସବୁକିଛି ଭାବିନେଇଥିଲା । ସେମାନଙ୍କ ସାମ୍ନାରେ ନା ଥିଲା ସମାଜର ଭୟ, ନା ଥିଲା କିଛି ଅଭିଯୋଗ, ନା କିଛି ଅଭିପ୍ରାୟ । ସେମାନଙ୍କୁ ଦେଖିଲେ ଲାଗେ ବୋଧେ ପ୍ରେମର ସଂଜ୍ଞା ସେମାନେ ଦୁଇଜଣ ।
ସେଦିନ ସକାଳୁ ଆଲାରାମ ର ଘଣ୍ଟି ସହ ତୃପ୍ତି ଯେତେବେଳେ ଉଠି ବସି ପଡ଼ିଲା, କବାଟର କଲିଙ୍ଗବେଲ ବାଜି ଉଠିଲା । ଆଉ ଜୀବନ କୁ ତା ପାଖରେ ନ ପାଇ, ସେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲା । ଆଉ ଯାଇ କବାଟ ଖୋଲି ଦେଖେତ ଜୀବନ ଏକ ଫୁଲ ତୋଡା ସହ ତାକୁ ଅଭିନନ୍ଦନ ଜଣେଇବାକୁ ଠିଆ ହେଇଥିଲା ଆଉ ଗୋଟେ ଗୀତ ଗାଉଥିଲା .. " ଫଗୁଣରେ ଯେବେ ଦେଖାହେଲା .. ଆଖି ସାଥେ ଆଖି ମିସିଥିଲା .. " ଆଉ କହୁ ଥିଲା .. ହାପି ଅନିଭର୍ସରି ମାଇଁ ଡିଅର ତୃପ୍ତି । ତୃପ୍ତିର ମନେ ଥିଲା କିନ୍ତୁ କିଛି ଅନ୍ୟ କାରଣ ପାଇଁ ସେ ଅନ୍ୟମନସ୍କ ଥିଲା । ତଥାପି ସେ ଜୀବନକୁ ଜଣେଇବାକୁ ଦେଲାନି ତାର ଅନ୍ୟମନସ୍କତା । ଖୁସିର ସବୁ ସୀମା କୁ ସେ ଛୁଇଁ ଯାଉଥିଲା ଆଉ ଜୀବନକୁ ନିଜ ଜୀବନସାଥି ଭାବେ ପାଇ ଗର୍ବ କରୁଥିଲା ।
ଜୀବନ ଅଫିସ ବାହାରିବା କ୍ଷଣି ତୃପ୍ତି କାହିଁକି କେଜାଣି ଜଲଦି ଜଲଦି ସବୁ କାମ ସାରିବାକୁ ଚେଷ୍ଟା କରୁଥିଲା,ବୋଧେ ଜଲଦି ଯିବାର ଥିଲା ତାକୁ । ହେଲେ କାହା ପାଖକୁ ?? ସନ୍ଧ୍ୟାରେ ଅନିଭର୍ସରି ର ପାର୍ଟି ପାଇଁ ସବୁ କିଛି ବ୍ୟବସ୍ତା ବି ତାକୁ କରିବାର ଥିଲା, ହେଲେ ସେ କାର ନେଇ ଜଲଦି ଜଲଦି କୁଆଡେ ବାହାରି ଯାଉଥିଲା । ହଁ, ସେ ଗୋଟେ ହୋଟେଲ କୁ ଯାଉଥିଲା ହେଲେ କାହାକୁ ଦେଖା କରିବାକୁ ଯାଉଥିଲା ସେ ?? ବୋଧେ ସେ ଜାଣିଥିଲା ରୁମ ନମ୍ବର କେତେ ବୋଧେ ସେ ଜାଣିଥିଲା, ତାର ନିଜର କେହି ସେ ରୁମ ରେ ଅଛି, ତା ଅପେକ୍ଷାରେ । ବୋଧେ ତାର ଅତୀତର ପୃଷ୍ଠାରେ ସେ ଆଜି ପୁଣି କିଛି ଖୋଜିବାକୁ ଆସିଛି । ତାମାନେ କଣ ସତ ତାର ବର୍ତ୍ତମାନର ଜୀବନ ସତ ? ନା ଅତୀତର ସେ କେନ୍ଦ୍ରବିନ୍ଦୁ ସତ, ଯାହା ତାକୁ ଟାଣି ଆଣିଥିଲା ସେଇ ହୋଟେଲ ର ରୁମ କୁ ? ସେ ରୁମ କୁ ପଶିଲା ପରେ ଦେଖୁଥିଲା, ଆସ ଟ୍ରେ ରେ ଲିଭିଯାଇଥିବା ଅନେକ ସିଗାରେଟର ଫିଲଟର ଆଉ ଠୋପେ ବି ମଦ ବାକି ନଥିବା, ଅନେକ କାଚ ମଦ ବୋତଲ । ଆଉ ଜଣେ ସୋଫାରେ ମୁହଁ ମାଡି ପଡି ରହିଛି । ସେ କିଏ, କାହିଁକି ଏତେ ଜଲଦି, ସେ ପୁଣି ତା ଅନିଭର୍ସରି ଦିନରେ ତୃପ୍ତି ସେଇ ଲୋକ ପାଖକୁ ଆସିଛି ? କି ସମ୍ପର୍କ ତାର ସେଇ ସୋଫାରେ ପଡିଥିବା ବ୍ୟକ୍ତି ସହ ? ରାଜେଶ .. ରାଜେଶ .. ରାଜେଶ .. । ତୃପ୍ତିର ଚିତ୍କାରରେ ଉଠି ପଡ଼ିଲା ସେ ବ୍ୟକ୍ତି । ବୋଧେ ନା ତାର ରାଜେଶ । ହାଙ୍ଗଓଭବ ବୋଧେ ତାର ତୃପ୍ତି କୁ ଦେଖିକି ଉଭେଇ ଗଲା । ସେ ଖୁସିରେ କୁଣ୍ଡେଇ ପକେଇଲା ତୃପ୍ତି କୁ .. । ଅତୀତର ପୁରୁଣା ପୃଷ୍ଠା ସବୁ ଖୋଲି ଚାଲିଥିଲା ସେ ଆଉ ଅତୀତ କୁ ଫେରି ଯାଇଥିଲା, ତା ତୃପ୍ତି ସହ ଆଉ ଭାବିଚାଲିଥିଲା ସେ କଲେଜ ର ସେ ପୁରୁଣା ଦିନ ଗୁଡିକୁ ।
ଏବେଠୁ ଆରମ୍ଭ ହୁଏ, ସେଇ ପ୍ରେମ କାହାଣୀ ଯାହା ଜୀବନର ଆସିବା ପୂର୍ବରୁ ତୃପ୍ତିର ଏକ ଅନ୍ତିମ ଇତିହାସ ଥିଲା । ପ୍ରତିଭା ଆଉ କିଛି କରିବାର ଆଶା ବୋଧେ ରାଜେଶ ଆଉ ତୃପ୍ତି କୁ ସେଦିନ ଏକାଠି କରିଥିଲା । କଲେଜର ସବୁ ଝିଅଙ୍କ ଠୁ ତୃପ୍ତି ଭିର୍ଣ୍ଣ ଥିଲା । ଦେଖିବାକୁ ଯେମିତି ସୁନ୍ଦର ଥିଲା ସେ, ଗୁଣରେ ବି ନିପୁଣ ଥିଲା ସେ । କେବଳ ଖୁସିରେ ବଞ୍ଚିବାକୁ ଚାହୁଁଥିଲା ସେ ଆଉ ନିଜ ଇଚ୍ଛାରେ କିଛି କରିବାକୁ ଚାହୁଁଥିଲେ ସେ । କଲେଜ ର ଡ୍ୟାନ୍ସ କଂପିଟିସନରେ ଭାଗନେବାକୁ ଚାହୁଁଥିଲା ସେ କିନ୍ତୁ ଶିଖି ପାରୁନଥିଲା । ସେଦିନ କଲେଜର ଜଣେ ପ୍ରଫେସରଙ୍କ ପୁଅ ବାହାଘର ରେ ସେ ଜଣକୁ ବରଯାତ୍ରୀ ରେ ଡ୍ୟାନ୍ସ କରୁଥିବାର ଦେଖିକି ତାକୁ ହିଁ ନିଜର ଗୁରୁ ମାନି ନେଇଥିଲା । ସେ ଥିଲା ରାଜେଶ । ରାଜେଶ ଗୋଟେ ପି.ଏଚ.ଡ଼ି ଛାତ୍ର ଥିଲା । ପାଠ ପଢ଼ାରେ ଏମିତି ମଜି ଯାଇଥିଲା ସେ ଯେ ପ୍ରେମ କଣ ଭଲ ପାଇବା କଣ, ଏସବୁ ରୁ ବହୁତ ଦୂରରେ ଥିଲା ସେ । ଜୀବନକୁ ନିଜ ଅନୁସାରେ ବଞ୍ଚୁଥିଲା ସେ । କିଛି ଭଲ କରିବାକୁ ଚେଷ୍ଟା କରି ଚାଲିଥିଲା ସେ । ହେଲେ ସମୟକୁ କିଏ ବା ଜିତିଛି । ତୃପ୍ତି ଯେତେବେଳେ ଆସି ତାକୁ କହିଲା ତାକୁ ଡ୍ୟାନ୍ସ ଶିଖେଇବା ପାଇଁ । ପ୍ରଥମେ ତ ରାଜେଶ ରାଜି ନଥିଲା କିନ୍ତୁ ବାଧ୍ୟତାମୂଳକ ଭାବେ ରାଜି ହେଇଥିଲା । ବାସ ଏଇଠୁ ଆରମ୍ଭ ହେଇଥିଲା ସେମାନଙ୍କର ପ୍ରେମ କାହାଣୀ । ପାଠ ପଢା ସହ ଏବେ ରାଜେଶ ପ୍ରେମର ପ୍ରତିଟି ଦିଗବଳୟ କୁ ଏକ ମୁକ୍ତ ବିହଙ୍ଗ ଭାବେ ଛୁଇଁ ଚାଲିଥିଲା ତୃପ୍ତିର ହୃଦୟରେ ନିଜକୁ ସମର୍ପି ଦେଇ । ଆଉ ତୃପ୍ତି ବି ନିଜକୁ ତା ନିକଟରେ ସମର୍ପି ଦେଇ ଥିଲା । ହେଲେ ଝିଅର ବିବାହ ବୟସ ହବାରୁ, ତୃପ୍ତିର ବାପା ତାର ବାହାଘର ଠିକ କରିବାକୁ ପ୍ରସ୍ତାବ ଆସିବାର ଅପେକ୍ଷା ରେ ଥିଲେ । ଏସବୁ ଯେତେବେଳେ ତୃପ୍ତି ଜାଣିଲା, ସେତେବେଳେ ସେ ରାଜେଶକୁ ବାଧ୍ୟକଲା ବାହା ହବା ପାଇଁ । ସେଇଦିନ କିନ୍ତୁ ରାଜେଶ ର ଜୀବନର ସବୁଠୁ ବଡ ଦିନ ଥିଲା ତାକୁ ଗୋଟେ ଭଲ ୟୁନିଭରସିଟି ରୁ ଅଫର ଆସିଥିଲା ଜଣେ ଭଲ ପ୍ରଫେସର ଙ୍କ ପାଖରେ ପି.ଏଚ.ଡ଼ି କରିବାକୁ । ଆଉ ହତାଠ ଏମିତି ପରିସ୍ଥିତି ତାକୁ ଭାଙ୍ଗି ଦେଇଥିଲା । ନିଜ ଭବିଷ୍ୟତ ଗଢିବାରେ ସେଦିନ ସେ ପ୍ରଥମ ଥର ପାଇଁ ଝୁଣ୍ଟି ପଡିଥିଲା । ସେ ତୃପ୍ତି କୁ ବି ଚାହୁଁଥିଲା ତା ସହ ପି.ଏଚ.ଡ଼ି ବି । ସେଥିପାଇଁ ସେ ଅନୁରୋଧ କଲା ମାତ୍ର ଗୋଟିଏ ବର୍ଷର ସମୟ ଦବାପାଇଁ । ଆଉ ପି.ଏଚ.ଡ଼ି ସାରିବା ପାଇଁ ବାହାରି ପଡ଼ିଲା ତୃପ୍ତି କୁ ପ୍ରତିଶୃତି ଦେଇ । ହେଲେ ସମୟର ଏଇ ହାର ଜିତ ଖେଳ ଭିତରେ ତୃପ୍ତି ନିଜ ପ୍ରେମର ବଳିଦାନ ଦେଇ ନିଜ ପରିବାର ର ଖୁସି କୁ ନିଜ ଖୁସି ଭାବି ସେଦିନ ବାହା ହବାର ନିଷ୍ପତି ନେଇଥିଲା । ଆଉ ସେ ଏଇ ପରିସ୍ଥିତି କୁ ଆପଣେଇଥିଲା ରାଜେଶର ଭବିଷ୍ୟତ ପାଇଁ .. । ଆଉ ସାରା ଜୀବନ, ଜୀବନର ହାତ ଧରି ଆଗକୁ ବଢିଥିଲା ସେଦିନ । ଏମିତି ଅନେକ ସ୍ମୃତି ସେଦିନ ମନେ ପକେଇ ଚାଲିଥିଲା ରାଜେଶ ଯେପର୍ଯ୍ୟନ୍ତ ତାର ହ୍ୟାଙ୍ଗଓଭର ଛାଡି ନଥିଲା । ମୁହଁ ଧୋଇ ସେ ଆସି ବସି ପଡ଼ିଲା ତୃପ୍ତି ପାଖରେ .. । ସେ କିନ୍ତୁ ଭାବି ଚାଲିଥିଲା ତୃପ୍ତି, ଜୀବନ ସହ ଖୁସି ରେ ନାହିଁ । ହେଲେ ସେ କିନ୍ତୁ ଜାଣି ନଥିଲା ଯେ ତୃପ୍ତି ରାଜେଶ କୁ ତାର ଅତୀତ କୁ ଲିଭେଇ ଅନେକ ଆଗକୁ ବଢି ଯାଇଛି । ଏମିତି ମନର ଅସ୍ଥିରତାରେ ରାଜେଶ ନିଜର ଜୀବନକୁ ନଷ୍ଟ କରି ଚାଲିଥିଲା । କିନ୍ତୁ ତୃପ୍ତି ଏସବୁ ସହି ପାରୁ ନଥିଲା । ସେ ବାହା ହବା ପୂର୍ବରୁ ଯେହେତୁ ସବୁ କିଛି ଜୀବନ କୁ କହି ସାରିଥିଲା ଗୋଟେ ଦ୍ୱିତୀୟ ସୁଯୋଗ ଦବା ପାଇଁ ସେଦିନ ତାଙ୍କ ଅନିଭର୍ସରି ରେ ଜୀବନର ଅନୁମତି କ୍ରମେ ଏକ ଭିର୍ଣ୍ଣ ନିଷ୍ପତି ନେଲା । ସେ ରାଜେଶ କୁ ତାଙ୍କ ଘରେ କିଛି ଦିନ ପାଇଁ ରହିବାର ଅନୁମତି ଚାହୁଁଥିଲା ହୁଏତ ତା ମନ ପରିବର୍ତ୍ତନ ହେଇ ଯିବ ଆଉ ସେ ତା ଜୀବନରେ ଆଗକୁ ବଢିବ । ଜୀବନ ଏଇ ଅନୁମତି କୁ ରଖିଲା ଆଉ ରାଜେଶ କୁ ରହିବାର ଅନୁମତି ଦେଲା । ରାଜେଶ କିଛି ଦିନ ରହିଲା ପରେ, ଦିନେ ଗୋଟେ ବହୁତ ବଡ଼ କଥାଟେ କହିଲା ଜୀବନ କୁ । " ଯଦି ଗୋଟେ ଝିଅ ବା ପୁଅ ବିବାହ ପରେ କାହା ସହ ସମ୍ପର୍କ ରଖେ ତେବେ ତାକୁ ବିବାହ ସହ ଛଳନା କୁହାଯାଏ । ତା ମାନେ ଯଦି ଗୋଟେ ପୁଅ ଗୋଟେ ଝିଅ କୁ ଏଇଆ ଜାଣିକି ବି ବାହା ହୁଏ ସିଏ ଆଉ କଉ ପୁଅ ସହ ସମ୍ପର୍କରେ ଅଛି ତାହାଲେ ସେ ସେଇ ପୁଅର ଭଲପାଇବା ସହ ଛଳନା କରିଛି .. " ଏଇ ପ୍ରଶ୍ନର ଉତ୍ତର ଜୀବନ ପାଖରେ ନଥିଲା ।
ଏମିତି କିଛି ଦିନ କଟିଗଲା ଜୀବନ ଆଉ ତୃପ୍ତି ଗୋଟେ ଛୁଟି ଦିନ ପ୍ଲାନ କଲେ ଆଉ ରାଜେଶ କୁ ନିମନ୍ତ୍ରଣ କଲେ । ସେଇ ଛୁଟି ଦିନ ଟ୍ରିପରେ ତ୍ରୁଟି ଦେଖିଲା ଜୀବନ ଆଉ ଏକ ଝିଅ ସହ ଦେଖା କରିବାକୁ ଆସିଛି । ତୃପ୍ତିର ମନ ଭାଙ୍ଗିଗଲା ଆଉ ସେ ଜୀବନକୁ କହିଲା ତା ପାଇଁ ସେ ତାର ଭଲପାଇବାକୁ ତ୍ୟାଗ କରିଥିଲା ଏଇ ଭରସାରେ କି କେବେ ଧୋକା ହବନି ତା ସହ । କିନ୍ତୁ ଜୀବନ ତାକୁ ଧୋକା ଦେଲା । ଏଇ କଥା କିନ୍ତୁ ଜୀବନ ନଶୁଣି ନୀରବ ରହିଲା । ଦିନେ ରାଜେଶ ଜୀବନ କୁ ପଚାରିଲା ଏଇ ବିଷୟରେ ଆଉ ସତ କଣ ଜାଣି ପାରିଲା । ରାଜେଶ ଯେପରି ତୃପ୍ତି ପାଇଁ ପାଗଳ ଥିଲା ଆଉ ତା ଭବିଷ୍ୟତ ନଷ୍ଟ କରୁ ଥିଲା ସେମିତି ସେ ଝିଅ ଯାହାକୁ ଜୀବନ ସେଦିନ ଦେଖା କରିବାକୁ ଆସିଥିଲା ସେ ସେମିତି ତା ପାଇଁ ପାଗଳ ଥିଲା ଆଉ ତା ଭବିଷ୍ୟତ ନଷ୍ଟ କରୁ ଥିଲା । ଜୀବନ କେବଳ ସେ ଝିଅକୁ ଏକ ସାଙ୍ଗ ହିସାବରେ ଦେଖୁ ଥିଲା କିନ୍ତୁ ତୃପ୍ତି ତ ତାର ଜୀବନ ଥିଲା । ସେ ସେ ଝିଅ କୁ ରାଜେଶ ସହ ତୁଳନା କରୁଥିଲା, ସେଥି ପାଇଁ ତାକୁ ତା ଘରେ ରହିବାର ସୁଯୋଗ ଦେଇ ଥିଲା, ନିଜକୁ ବଦଳେଇବା ପାଇଁ ଗୋଟେ ଦ୍ୱିତୀୟ ସୁଯୋଗ ଦେଇଥିଲା । ଜୀବନ ଏସବୁ ଶୁଣି ହାତବକ ହେଇ କେବଳ ଚାହିଁ ରହି ଥିଲା । ପ୍ରେମର ସଂଜ୍ଞା କଣ ସେ ସେଇଠି ବୁଝି ପରି ଥିଲା । ଜୀବନ ଆଉ ତୃପ୍ତିର ପ୍ରେମ କାହାଣୀ ସାମ୍ନାରେ, ତାର ପ୍ରେମ କାହାଣୀ ଫିକା ଲାଗୁଥିଲା । ସେ ସେଇଠି ନିଜକୁ ପରିବର୍ତ୍ତନ କରିବାକୁ ଆରମ୍ଭ କଲା ଆଉ ନିଜ ଜୀବନକୁ ବଞ୍ଚିବାକୁ ଆରମ୍ଭ କଲା । ଆଉ ସ୍ୱାମୀ ସ୍ତ୍ରୀ ର ସମ୍ପର୍କରେ ଏମିତି ଛୋଟ ଛୋଟ ମନ ମଳିନ୍ୟ ତ ଆସେ । ତାକୁ ଜୀବନ ଆଉ ତୃପ୍ତି ମିଶି ସମାଧାନ କଲେ । ପ୍ରେମର ସଂଜ୍ଞା କଣ ଆଉ ପ୍ରେମର ମହତ୍ଵ ଜୀବନରେ କଣ, ଏସବୁ ରାଜେଶ ଭଲରେ ବୁଝିପାରିଥିଲା । ଆଉ ନିଜ ଜୀବନକୁ ଏକ ଦ୍ୱିତୀୟ ସୁଯୋଗ ଦେଇ ଆଗକୁ ବଢ଼ିବାରେ ପ୍ରୟାସ କରିଥିଲା ।