Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jyoti Prakash Sahoo

Fantasy Abstract

4.9  

Jyoti Prakash Sahoo

Fantasy Abstract

ସ୍ବପ୍ନ .. ଏକ ଅନ୍ତିମ ଇତିହାସର ..

ସ୍ବପ୍ନ .. ଏକ ଅନ୍ତିମ ଇତିହାସର ..

3 mins
801


ସେଦିନ ଜ୍ୟୋତି ବହୁତ ଖୁସିଥିଲା , ଯେତେବେଳେ ସେ ଅଲିଭାକୁ ଦେଢ଼ ବର୍ଷ ପରେ ଦେଖୁଥିଲା । college ର get-together କୁ ସେ କେବଳ ସେଥିପାଇଁ ଆସିଥିଲା । ସମ୍ପର୍କ ଭାଙ୍ଗିଯାଇଥିଲେ ମଧ୍ୟ ଜ୍ୟୋତି ଆଜି ପର୍ଯ୍ୟନ୍ତ ଅଲିଭାକୁ ଭୁଲି ପାରିନଥିଲା । ସେଇବର୍ଷ college ର get-together ଭୁବନେଶ୍ୱରରେ ହଉଥିଲା । ଦିଜଣଯାକ ଭୁବନେଶ୍ୱରରେ ଥାଇକି ବି breakup ପରେ ନା କେବେ କଥା ହେଇଛନ୍ତି ନା ଦେଖା କରିଛନ୍ତି । ଜ୍ୟୋତି ମୋର ସାଙ୍ଗ ବୋଲି ମୁଁ ତା ମନ କଥା ଜାଣିଛି, ହେଲେ ଅଲିଭା ମୋ ସାଙ୍ଗ କିନ୍ତୁ ତା ସହ ମୁଁ ଏତେ ଭଲରେ କଥା ହେଇ ପାରିନି ।


ସେଦିନ ସମସ୍ତେ ବହୁତ ଖୁସି କାରଣ 5 ବର୍ଷ ପରେ get-together ସମ୍ଭବ ହେଇ ପାରିଥିଲା । ହେଲେ ଜ୍ୟୋତି କେବଳ ଅଲିଭା ପାଇଁ ହିଁ ଆସିଥିଲା । ଅଲିଭାକୁ ଦେଢ଼ ବର୍ଷ ପରେ ଦେଖିବାର ସୁଯୋଗ ପାଇଥିଲା । ସେ କେବେ ତାଠୁ ଅଲଗା ହବା କଥା ଭାବିନଥିଲା, ଅଲିଭା କିନ୍ତୁ କହିଥିଲା ଅଲଗା ହେଇଯିବାପାଇଁ । ଏସବୁ କଥା ମୁଁ ଜାଣିଛି, କାରଣ ସେଦିନ ପରଠୁ ମୁଁ ହିଁ ତ ଜ୍ୟୋତିକୁ ସମ୍ଭାଳି ଆସିଛି । ତାକୁ ଟିକେ ଖୁସି କରିବା ପାଇଁ ସତ ଚେଷ୍ଟା କଲାପରେ ବି ଆଜି ସେ ଅଲିଭାକୁ ଦେଖିବା ପାଇଁ ଆସିଛି get-together କୁ ।


ଏତେ ଦିନ ପରେ ଯେବେ ସେ ଦିଜଣଙ୍କର ଦେଖା ହେଲା, ସେଇଠି ମୁଁ ବି ଥିଲି । ହେଲେ ଜ୍ୟୋତିର ମନ ପଢି ପାରୁଥିଲି .. ଅଲିଭାର ନୁହେଁ । ସେମାନେ ଦେଖାହେଲେ ସତ କିନ୍ତୁ କଥା ହେଇ ପାରିଲେନି । ଜ୍ୟୋତି କଥା ହବାକୁ ଚାହୁଁଥିଲା ହେଲେ ଅଲିଭାର ବୋଧେ ଇଚ୍ଛା ନଥିଲା । ସେଇ ଇଚ୍ଛା ଅନିଚ୍ଛାକୁ ନେଇକି ହିଁ ତ ତାଙ୍କର breakup ହେଇଥିଲା ହେଲେ ଏତେ ଦିନ ପରେ ଯେତେବେଳେ ଜ୍ୟୋତି, ଅଲିଭାକୁ ଦେଖିଲା, ସେ କେତେକଣ ଭାବି ଚାଲିଥିଲା ।


ପିଲା ସବୁ ଏକାଠି ହେଲେ ଆଉ ଗୋଟେ ସପ୍ତାହ ର tour ହବ ବୋଲି decide ହେଲା । ଜ୍ୟୋତି ବି ଖୁସି ଥିଲା କାରଣ କିଛି ଦିନ ପାଇଁ ହଉ ପଛେ, ସେ ସେଇ ଝିଅକୁ ତ ଦେଖିପାରିବ, ଯାହାକୁ ସେ ନିଜ ମନରୁ ନିଜ ଆତ୍ମାରୁ ଭଲପାଉଥିଲା, ବୋଧେ ଏବେ ବି ଭୁଲିପାରିନି ତାକୁ । 


ସେଦିନ ସନ୍ଧ୍ୟାରେ ସବୁ ପିଲା ଏକାଠି ହବାରଥିଲା । ଜ୍ୟୋତି ଅପେକ୍ଷାରେ ଥିଲା ଅଲିଭାକୁ ଦେଖିବ ବୋଲି ହେଲେ ସେ ଆସିଲାନି । ବୋଧେ ଅଟକି ଗଲା କଉଠି । ଜ୍ୟୋତି ବ୍ୟସ୍ତ ହେଇ ପଡ଼ିଲା, ହେଲେ କଣ କରିବ, ତାର phone no. ଥିଲେ ବି ସେ ତାକୁ contact କରିପାରିବନି । ସେ ଅପେକ୍ଷା କରି କରି ଯେତେବେଳେ ସବୁ ଧାର୍ଯ୍ୟର ବନ୍ଧ ଭାଙ୍ଗିଲା, ସେ ତା ସାଙ୍ଗ ସୁମିତକୁ ପଚାରିଲା, ଅରେ ଅଲିଭା କୁଆଡେ ଗଲା, କଇଁ ଦେଖାଯାଉନି ତ ?


ସୁମିତ କହିଲା, ସେ ଆଉ କିଛି କାମରେ ବ୍ୟସ୍ତ ଅଛି, ତୁ ସେ ବିଷୟରେ ଜଣେନି, କଷ୍ଟ ହବ ତତେ । ହେଲେ ଜ୍ୟୋତିକୁ ଜାଣିବାର ଥିଲା, ସେ ପାଗଳଙ୍କ ପରି ଦୌଡ଼ିଲା ladies hostel ଯାଉଠି ଝିଅ ମାନେ ଗୋଟେ week ପାଇଁ ରହିବାର ବ୍ୟବସ୍ଥା କରାଯାଇ ଥିଲା । ବୋଧେ ଜ୍ୟୋତିର ଦୁର୍ଭାଗ୍ୟ ଥିଲା, ସେ ladies hostel gate ସାମ୍ନାରେ ଅଲିଭାକୁ ଆଉ କାହା ସହ ଦେଖିଲା, ଆଉ ଗୋଟେ ପିଲା ସହ କଥା ହଉଥିବାର ଦେଖିଲା । ଧୀରେ ଧୀରେ ପାଖକୁ ଗଲା ଆଉ ସେ ଦିଜଣଙ୍କ ସାମ୍ନାରେ ଚୁପଚାପ ଅଲିଭାକୁ ଚାହିଁରହି ଠିଆ ହେଇଗଲା । ନା କିଛି ଭାବି ପାରୁଥିଲା, ନା କିଛି କହି ପାରୁଥିଲା । ନିଜ ହୃଦୟର ଗୋଟେ ପର୍ଶ୍ୱକୁ ସେ ଆଉ କାହାର ହୃଦୟ ସହ ଯୋଡି ହଉଥିବାର ଦେଖିଲା । breakup ହବାର ଦେଢ଼ ବର୍ଷ ପରେ ବି କାହିଁକି ଅପେକ୍ଷା କରିବସିଥିଲା ସେ ଜାଣିନି ହେଲେ ଯେତେବେଳେ ଏସବୁ ଦେଖିଲା ସେ ନିଜକୁ ସମ୍ଭାଳି ପାରିଲାନି । 


airport ଆଡକୁ ଦୌଡ଼ିଲା । ସେପଟେ ଥିବା ନିଛାଟିଆ ରାସ୍ତା କଡରେ ବସି ପଡ଼ିଲା ଯାଇକି, ସେଇ ଜାଗାରେ ବସିପଡ଼ିଲା ଯଉ ଜାଗାରେ ସେଦିନ ବି ଯାଇ ବସିଥିଲା ସେ ଯେବେ ଅଲିଭା ତାକୁ ଛାଡି ଚାଲି ଯାଇଥିଲା । ହେଲେ ବୋଧେ ଏକଥା ଜ୍ୟୋତି ବୁଝିକି ବି ଅବୁଝା ଥିଲା । ସେଇ ଜାଗାରେ ବସି ସେ ନିଜକୁ ନିଜେ ବୁଝେଇ ଚାଲିଥିଲା, କେବେ ନା କେବେ ତ ଅଲିଭା ଆଉ କାହାକୁ ବାହା ହେଇଥାନ୍ତା, କେବେ ନା କେବେ ତ ସେ ତା ବିଷୟରେ କିଛି ଭାବିଥାନ୍ତା । ଆଉ ଏମିତି ଭାବି ଭାବି .. ରାତିର ଅନ୍ଧାରରେ ସେ ନିଜକୁ ହଜେଇ ଦେଇଥିଲା airport ର ନିଛାଟିଆ ରାସ୍ତା କଡରେ ।

ଆଉ ଯେତେବେଳେ PCR Van ଆସି horn ମାରିଲା ସେତେବେଳେ ଜ୍ୟୋତିର ନିଦ ଭାଙ୍ଗିଗଲା ଆଉ ସେ 20 minutes ପର୍ଯ୍ୟନ୍ତ ମାନିବାକୁ ନାରାଜ ଥିଲା ଯେ ସକାଳ ହେଇଯାଇଛି ଆଉ ସେ alarm ଦେଇଥିଲା । alarm ବାଜିଲା ଆଉ ସେ ନିଦରୁ ଉଠିଲା, ଆଉ ସେ ନିଜ hostel room ରେ ଥିଲା ।


ହେଲେ ଆପଣ ମାନେ ଭାବୁଥିବେ, ମୁଁ କିଏ ଯିଏ ସବୁ ଜଣିଛି । ମୁଁ ହେଲି ସେଇ ଜ୍ୟୋତିର ମନ, ହୃଦୟ ଆଉ ବିବେକ । ମୁଁ ହେଲି ସମୟ, ଜ୍ୟୋତିର ସମୟ । ଜ୍ୟୋତି ତ ଏ ସ୍ବପ୍ନକୁ ଭୁଲିଯିବ ସମୟ ସୁଅରେ, ହେଲେ ସେ ବୋଧେ ଅଲିଭାକୁ କେବେ ବି ଭୁଲିବନି, ବଞ୍ଚିଥିବା ପର୍ଯ୍ୟନ୍ତ ।



Rate this content
Log in

More oriya story from Jyoti Prakash Sahoo

Similar oriya story from Fantasy