ଆରିସା
ଆରିସା
कर्मण्येवाधिकारस्ते मा फलेषु कदाचन । मा कर्मफलहेतुर्भुर्मा ते संगोऽस्त्वकर्मणि ।
ଆଜି ଦିନଟି ରୁଦ୍ରପାଇଁ ତା ଜୀବନର ସବୁଠୁ ମହତ୍ୱପୂର୍ଣ୍ଣ ଦିନ ଥିଲା । ସେ ସାରାଜୀବନ ଯାହା କେବଳ କଲ୍ପନା କରିଥିଲା ଆଜି ସେ ପଇଯାଇଥିଲା । ଗୋଟେ ମଧ୍ୟମିତ ପରିବାରର ପିଲା ପାଇଁ ବୋଧେ ୟାଠୁ ବଡ ଖୁସିଦିନ ଆଉ କିଛି ନହେଇ ପାରେ । ଓଡ଼ିଶାର ବାସିନ୍ଦା ହେଇ ଯଦି ଜଣେ ଭୁବନେଶ୍ୱର ପରି ଜାଗାରେ ନିଜର ପରିଚୟ ତିଆରି କରିପାରୁଛି ଗୋଟେ ଭଲ ଚାକିରୀ କରି, ତାହାଲେ ତା ଜୀବନରେ ଆଉ କଣ ଦରକାର ।
ରୁଦ୍ରକୁ ଛୋଟାବେଳୁ କିଛି ବଡକାମ କରିବାର ଆଶା ଆଉ ଆକାଂକ୍ଷା ଆଜି ଏପରି କିଛି ଚମତ୍କାର କରିଦେଇଥିଲା । ହେଲେ ତା achievement, ତାକୁ ତାର ପୁରୁଣା କଥା ସବୁ ଭୁଲେଇ ଦବ ବୋଲି ରୁଦ୍ରର ମା .. କେବେ ଭାବିନାଥିଲା। ସେଦିନ ଥିଲା ଶ୍ରବଣ ମାସର ଶେଷ ସୋମବାର । ରୁଦ୍ରର ଜନ୍ମଦିନ । ଶ୍ରବଣ ମାସ ଶେଷ ସୋମବାର ଜନ୍ମ ବୋଲି ମା ତାର ଅତି ସ୍ନେହରେ ନା ରଖିଥିଲା "ରୁଦ୍ର "।
ହେଲେ promotion ପାଇବା ଖୁସି ତାକୁ ସବୁ କିଛି ଭୁଲେଇ ଦେଇ ଥିଲା । ନିଜ ଜନ୍ମଦିନ ବି । ଅଫିସରେ ତାର କିଛି ଅନ୍ତରଙ୍ଗ ବନ୍ଧୁ ମନେ ତାକୁ treat ମାଗିଲେ ଆଉ ସେଦିନ ସେ ମନା କରିପାରିନଥିଲା । ସବୁ କାମ ଛାଡି ସାଙ୍ଗମାନଙ୍କୁ ନେଇ KFC ରେଷ୍ଟୁରାଣ୍ଟ କୁ ଚାଲିଯାଇଥିଲା ସେ । ସେଠି କୁଆଡେ ଚିକେନର ଆଇଟମ ବହୁତ ଭଲ ମିଳେ । ତା ସାଙ୍ଗ ମନେ ସବୁ ଚିକେନ୍ ର ବିଭିନ୍ନ ପ୍ରକାରର ଆଇଟମ ଅଡର କରିଚାଲିଥିଲେ । ରୁଦ୍ର ବି ବହୁତ ଆଗ୍ରହର ସହିତ ଅପେକ୍ଷାରେ ଥିଲା ଅଡର ଆସିବାକୁ ।
ହତାଠ .. ରୁଦ୍ରର ଫୋନ ring ହେଲା ।
" ମା, ନମସ୍କାର କୁହ .."
ତା ମା ଫୋନ ର ସେପଟେ ଥାଇ କହିଲେ , " ରୁଦ୍ର, ମୁଁ ଏବେ ବରମୁଣ୍ଡାରେ ଠିଆ ହେଇଛି । ତତେ ଦେଖା କରିବାକୁ ଆସିଛି, ମତେ ଆସିକି ନେଇଯା । "
ସାଙ୍ଗ ମନଙ୍କୁ ଛାଡିକି ସେ ସେତେବେଳ ଯାଇପାରିଲାନି ଆଉ ola book କରିଦେଲା । book କରିକି ମାଙ୍କୁ ତାର ଫୋନ କରି କି କହିଲା .. ମା ଗାଡି ଯାଉଛି ତତେ ନେଇ ଆସିବ ।
ମା ମନ ବି ଖୁସି ହେଇଗଲା । ଏତେ ଦିନ ପରେ ଯେ ସେ ଆସିଛି ତା ପୁଅକୁ ଦେଖିବାକୁ ।
ମନରେ ଅନେକ ଅତୀତର ସ୍ମୃତି ସବୁ ମା ମନରେ ଉଙ୍କି ମାରି ଚାଲିଥିଲା । ଛୋଟ ବେଳର ସେଇ ତୁଳସୀ ଚଉରା ମୂଳରେ ଯେତେବେଳ ସେ ତା ପୁଅକୁ ବନ୍ଦେଇ ଦଉଥିଲା ତା ଜନ୍ମଦିନରେ ।
ହେଲେ ରୁଦ୍ରର ମନ ତ ତଳେ ଥୁଆ ହେଇଥିବା "ଆରିସା" ପିଠାରେ ଥାଏ । ଚଗଲା ରୁଦ୍ର ଖାଇବାକୁ ଉଦ୍ୟମ ଯେବେ କରେ , ସେ ତାକୁ ମନା କରେ ଆଉ କୁହେ, ଏସବୁ ତ ତୋ ପାଇଁ ତିଆରି ହେଇଛି, ତୁ ହିଁ ଖାଇବୁ । ଅପେକ୍ଷା ରଖ । ଏମିତି ଭାବିଚାଲିଥିଲା ମା ତାର ଗାଡି ଭିତରେ ବସି ବସି ।
ଗାଡି ଆସି ପହଁଚିଲା kfc ରେଷ୍ଟୁରାଣ୍ଟ ରେ । ମା ର ମନ ଖୁସିରେ କୁଣ୍ଡେମୋଟ ହେଇ ଯାଉଥିଲା ତା ପୁଅକୁ ଦେଖୁବା ପାଇଁ । ସେ ଗାଡି ରୁ ଓଲେହି ରେଷ୍ଟୁରାଣ୍ଟ ଭିତରକୁ ଯିବାକୁ ଯେତେବେଳେ ବାହାରି ଯାଉଥିଲା ପଛରୁ driver କହିଲା .. ମାଉସୀ ଆପଣଙ୍କର ୧୦୦ ଟଙ୍କା ହେଲା । ସେଇଠି ମା ତାର ଜାଣିଲା ଯେ, ସେଇ ଗାଡି ତା ପୁଅର ନୁହେଁ । ସେ ରୁଦ୍ରକୁ call କଲା ଆଉ କହିଲା .. ମୁଁ ପହଁଚି ଗଲି । ରୁଦ୍ର ଦଉଡି ଆସିଲା ରେଷ୍ଟୁରାଣ୍ଟ ଭିତରୁ ମା କୁ ପ୍ରଣାମ କରି ପକେଇଲା ସେ । ଆଉ ମା କୁ ପାଛୋଟି ନେଲା ରେଷ୍ଟୁରାଣ୍ଟ ଭିତରକୁ ।
ରୁଦ୍ରର ସାଙ୍ଗମାନେ ତା ମା ଙ୍କୁ ପ୍ରଣାମ
କଲେ ଆଉ କହିଲେ .. ଆଜି ରୁଦ୍ରର promotion ହେଇଛି aunty ଆମକୁ treat ଦେବାପାଇଁ ସେ ଏଠିକି ଆଣିଛି ।
ରୁଦ୍ର ଆଜି ଭୁଲି ଯାଇଥିଲା ଯେ ଆଜି ତାର ଜନ୍ମଦିନ ।
ଏସବୁ ଶୁଣିଲା ପରେ ତା ମା ର ମନ ସେତେବେଳେ ଯାହା ଭାବିଚାଲିଥିଲା, ତାକୁ ବୋଧେ କଲମ ସ୍ୟାହିରେ ରୋପୀତ କରିହବନି । କିନ୍ତୁ ସେ ତ ମା , ତା ସାମନାରେ ଏସବୁ କିଛି ଗୁରୁତ୍ୱ ରଖେନି । ତା ମା ଏତେ ଖୁସି ହେଇଗଲା ଯେ ତା ଖୁସିକୁ ବି ବର୍ଣ୍ଣନା କରି ହବନି ।
ଏଇ ସମୟରେ ଅଡର ସବୁ ପଳେଇଆସିଲା । ହେଲେ ଖାଇବା ପୂର୍ବରୁ ତା ସାଙ୍ଗମନେ ସେଲଫି ନେଉଥିଲେ ରୁଦ୍ର ଆଉ ତା ମା ଙ୍କ ସହିତ । ଆଉ ରୁଦ୍ରକୁ କହି ଚାଲିଥିଲେ ଫେସବୁକ ରେ ଏଇ ଫୋଟୋରେ ବହୁତ like ଆଉ comment ଆସିବ । ହେଲେ ଏସବୁ ଭିତରେ ମା ର ମନ କେବଳ ତା ଛୁଆକୁ ଖୋଜୁ ଥିଲା ଯାହାକୁ ସେ ଦିନେ ଚଉରା ମୂଳେ ତା ଜନ୍ମଦିନରେ ବନ୍ଦଉ ଥିଲା ।
ହେଲେ ମାର ମନ । ସେ ବାହାର କରିଦେଲା ତା ବ୍ୟାଗରେ ଥିବା ଗୋଟେ ଟିଫିନ ଆଉ ଖୋଲିକି ରଖିଦେଲା ଟେବୁଲ ଉପରେ । ଯୋଉଥିରେ ଥିଲା ରୁଦ୍ର ର ଅତି ପ୍ରିୟ " ଆରିସା " ..
ହେଲେ ରୁଦ୍ର କହିଲା .. ମା ଏସବୁ ମୁଁ ଖାଇବା ଛାଡି ଦେଇଛି । ଆଉ plate ରୁ chicken ର ଗୋଟେ piece ଉଠେଇ ଖାଇ ଚାଲିଲା । ଏସବୁ ଦେଖି ମାର ମନ ସେଇଠି ଭାଙ୍ଗିଗଲା । ଯେମିତି ତାସର ଘର ଏକ ହାଲକା ପବନରେ ବି ଭାଙ୍ଗିଯାଏ । ଯେଉଁ ପୁଅ ଦିନେ ଆରିସା ଖାଇବାକୁ ବହୁତ ଭଲ ପାଉଥିଲା ସେ ଆଜି ଆରିସା ଖାଇବାକୁ ମନା କରିଦେଲା । ଆଉ ମା ତାର ଅଭିମାନ କରି ସେଠୁ ଯିବା ପାଇଁ ବାହାରିଲା ।
ହେଲେ ରୁଦ୍ର ତ ଯାଇପାରିବନି ସାଙ୍ଗଙ୍କୁ ଛାଡିକି । ସେ କହିଲା .. ମୁଁ ola book କରିଦଉଛି ଘରେ ପହଞ୍ଚିକି ମତେ ଫୋନ କରିବୁ .. ।
ପୁଅର କଥାକୁ ସେ କଣ କେବେ ମନା କରିଛି ନା ମନା କରିପାରିବ ।
कर्मण्येवाधिकारस्ते मा फलेषु कदाचन । मा कर्मफलहेतुर्भुर्मा ते संगोऽस्त्वकर्मणि ।
ମା ତାର ସବୁ ବେଳେ ଗୀତା ପଢେ । ଯଉଥିରୁ ସେ ଜାଣିଥିଲା, କର୍ମ କର ଆଉ ଫଳକୁ ଆଶା କରନି । ସେ ସେଇଠି ଭାବିଲା ଗୀତାର କଥା ଆଉ ଭାବିଲା ନା .. କେବେ ତାର କିଛି ଆଶା ଥିଲା ତା ସ୍ବାମୀ ଠୁ ନା ଏବେ କିଛି ଆଶା ବାକି ରହିଗଲା ତା ପୁଅ ଠୁ,ନା ସମାଜ ଠୁ ..
ରେଷ୍ଟୁରାଣ୍ଟ ରୁ ବାହାରକୁ ଆସୁ ଆସୁ ଗୋଟେ ଭିକାରି ବସିଛି ଆଉ କରୁଣ ଦୃଷ୍ଟିରେ କହି ଚାଲିଛି... ମା କିଛି ଖାଇବାକୁ ଦିଅ, ଦିଦିନ ହେଲା କିଛି ଖାଇନି .. ଭଗବାନ ତମର ମଙ୍ଗଳ କରିବେ ।
ଆଉ ରୁଦ୍ରର ମା ସେଇ ଟିଫିନକୁ ସେଇ ଭିକରୀକୁ ବଢ଼େଇ ଦେଇଛି । ସେଇ ଭିକାରୀ କହିଛି.... ମା ଭଗବାନ ତୋର ମଙ୍ଗଳ କରନ୍ତୁ । "
" ମୁଁ ବି ଆଉ କେତେ ଦିନ ବଞ୍ଚିବି ..?"
ମଙ୍ଗଳ ଯଦି ଚାହୁଁଚ ମୋ ପୁଅ ପାଇଁ ମାଗି ଦିଅ ଆଉ ବସରେ ବସି ଫେଇଯାଇଥିଲା ତାର ସେ ତୁଳସୀ ଅଗଣାକୁ ଯୋଉଠି ପୁଅର ଆୟୁଷ ପାଇଁ ଗୋଏ ଦୀପଟେ ଜଳିଛି ।
---------
ମା ର ମମତା ଏମିତି ଏକ ପ୍ରାଚୀର ଯାହାକୁ ସେ କେବଳ ବନେଇଥାଏ ନିଜ ପିଲାଙ୍କ ଆଶିଷ ପାଇଁ ।
ଆଉ ସେଦିନ kfc ରେଷ୍ଟୁରାଣ୍ଟ ସାକ୍ଷୀ ରହିଗଲା ମା’ର ମମତାର ସେଇ ପ୍ରାଚୀର ହୋଇ ଯାହା ଭାଙ୍ଗିଯାଇଛି । ଭୁବନେଶ୍ଵରର ଚକଚକ୍ୟତରେ ଆଉ ରୁଦ୍ର ଭୁଲିଯାଇଛି ସେଇ ମା’ର ମମତା ଯାହାର ହାତ ଧରି ସିଏ ଦିନେ ଚାଲିବା ଶିଖିଥିଲା ।
ହେଲେ ଆଜି ମା’କୁ ପଛରେ ପକେଇ ଅନେକ ଦୂର ଦଉଡି ପଳେଇଛି ।