ନୟନା
ନୟନା
୩ ପ୍ରଥମ ବର୍ଷ। କଲେଜରେ ଆଡ଼ମିଶନ ପରେ କେଇଟା ଦିନ କ୍ଲାସ ହୋଇଛି। ଛାତ୍ର ଛାତ୍ରୀମାନେ କ୍ଲାସ ପୂର୍ବରୁ ବସି ବସି କଥା ହେଉ ଥାଆନ୍ତି। ସେଇ ସମୟରେ ଗୋଟିଏ ବଡ଼ ଗାଡ଼ି ଆସି କଲେଜ ଗେଟ୍ ପାଖରେ ଲାଗିଲା।କେହି ଜଣେ ଗାଡିରୁ ବାହାରିଲେ। ତାଙ୍କୁ ଦେଖି ଗପୁ ଥିବା ଛାତ୍ରମାନଙ୍କ ମଧ୍ୟରୁ ଜଣେ କହିଲା ହେ ଭଗବାନ, ଇଏ ପୁଣି ଆହୁରି ତିନି ବର୍ଷ ଆମ ସହିତ ପଢିବ ?
ସମସ୍ତେ ସେ ଲୋକଟିକୁ ଘୁରି ଦେଖିଲେ। ସେ ଲୋକଟି ହଲି ଡ଼ଲି ଧିରେ ଧିରେଚାଲୁ ଥାଏ ଯେମିତି ଗୋଟିଏ ହାତୀ ଚାଲେ। ଗୋରା ହୋଇ ଉଚ୍ଚତା ପାଖା ପାଖି ୫'୯" ଆଉ ଓଜନ କୁଇଣ୍ଟାଲ ପାରେଇ ଯିବ।
ତାକୁ ଦେଖି ଗୋଟିଏ ଛାତ୍ରୀ ପଚାରିଲା ଇଏ କିଏ..... ଇଏ କ'ଣ ଆମ ସହ ପଢିବ !
ସେମାନଙ୍କ ମଧ୍ୟରୁ ଜଣେ କହିଲା ଇଏ ହେଉଛି ବିଳ୍ପବ ନାଏକ..... ଡାକ ନାମ ବାପୁ..... କିନ୍ତୁ ସବୁ ତାକୁ ଚିଡାଇ ତା ପଛ ପଟେ ମୋଟୁ ଡାକନ୍ତି ।
ଆଉ ଜଣେ କହିଲା ମାନେ ..... ନାଏକ ଆଣ୍ଡ ନାଏକ ଇଣ୍ଡଷ୍ଟ୍ରିର ମୋହନ ନାଏକଙ୍କ ପୁଅ।
ଆଉ ଜଣେ କହିଲା ହଁ। ହେଲେ ଏ ଟିକିଏ ଅଜିବ ପ୍ରକାରର। ବହୁତ ଚୁପଚାପ୍। ଆଉ ଇଚ୍ଛା ହେଲେ କଥା ହେବ ନ ହେଲେ ନାହିଁ। ଝିଅମାନଙ୍କୁ ଦେଖିଲେ ଲାଜ କରେ। ଆଉ ପ୍ରଚୁର ଖାଏ।
ଏମିତି କଥା ହେଉ ଥିବା ସମୟରେ ବାପୁ ଭିତରକୁ ଯାଇ ସାରଙ୍କୁ ଦେଖା କଲେ ଏବଂ କ୍ଲାସ ରୁମକୁ ଗଲେ। ତାଙ୍କର ରୂପ ଦେଖି ସମସ୍ତେ ହସିବାକୁ ଲାଗିଲେ। ସବୁ ତାଙ୍କର ମଜାକ ବନେଇଲେ। କେହି ତାଙ୍କ ସହ ସାଙ୍ଗ ହେଉ ନ ଥିଲେ କେବଳ ରିତୁ ଓ ମହେଶକୁ ଛାଡ଼ିକି।
ରିତୁ ଓ ମହେଶ ସବୁବେଳେ କହୁ ଥାଆନ୍ତି ବାପୁର ମଜା ଉଡାଅ ନାହିଁ । ସେ ଗୋଟିଏ ଭଲ ପିଲା । ହେଲେ ଏ କଥା କେହି ଶୁଣୁ ନ ଥିଲେ।
ଏମିତି କିଛି ଦିନ ଗଲା ପରେ ଦିନେ ବାପୁ ଆଉ ବିଦ୍ୟାଳୟ ଯିବା ପାଇଁ ବିହାରିଲେ ନାହିଁ। ଜେଜେମା ଲତା ବହୁତ ବୁଝାଇବା ପରେ ସେ କଲେଜ ଗଲେ।
ଲତା ଦେବୀ ମୋହନଙ୍କୁ କହୁଥାଆନ୍ତି ବାପୁ ଆମର ବହୁତ ଚିନ୍ତିତ ।ସେ କଲେଜ ଯିବା ପାଇଁ ବାହାରୁ ନାହିଁ। ତାର ସମସ୍ତେ ମଜାକ କରୁଛନ୍ତି। ଏକଥା ଶୁଣି ମୋହନ କହିଲେ ମାଆ କଣ କରିବି କୁହ ? ସେଦିନର ଘଟଣା ପରେ ମୋ ପରିବାର ଏମିତି ହେବ ବୋଲି ମୁଁ କେବେ ଭାବି ନ ଥିଲି।
ସେହି ସମୟରେ ରୁମକୁ ରଚନା ( ମୋହନଙ୍କ ସ୍ତ୍ରୀ ) ପ୍ରବେଶ କଲେ। ଆଉ ସେ କହିଲେ ପୁଣି ସେଇ ବାପୁ କଥା ନା। କାହିଁ କେହି ତ ମୋ ଗେହ୍ଲା ଶିବୁ କଥା କହୁ ନାହଁ ?
ଶିବୁ ବି ତ ବାପୁ ସହ ସମାନ କ୍ଲାସ ରେ ପଢେ । ସେ ଆସି କହୁ ଥିଲା ମାଆ ଭାଇ କଣ ପାଇଁ କଲେଜ ଯାଉଛି। ସମସ୍ତେ ତା'ର ଥଟ୍ଟା କରୁଛନ୍ତି।
ଆପଣମାନଙ୍କୁ କଣ ତାର ଥଟ୍ଟା ଭଲ ଲାଗୁଛି ?
ମୋହନ : ବାସ୍ ରଚନା ଆଉ କିଛି କୁହ ନାହିଁ। ତୁମେ ତାକୁ ଭଲ ପାଅ ନାହିଁ ମୁଁ ଜାଣିଛି । ହେଲେ ତୁମେ ବି ଜାଣିଛ ତାର ଏମିତି ଅବସ୍ଥା କଣ ପାଇଁ ହେଇଛି ? ହେଲେ ତୁମେ ବା ତାର ଦୁଃଖ ବୁଝିବ ବି କେମିତି ବା। ତୁମେ ତାର ମାଆ ହୋଇ ଥିଲେ ସିନା ? ସେ ତୋ ତୁମ ବଡ଼ ଭଉଣୀ ସୁମିର ପୁଅ ନା ।
ରଚନା : ହଁ ହଁ ମୁଁ ଯାହା କଲେ ବି ତ ସାବତ ମା ନା। ମୁଁ ତାକୁ ଯେତେ ଭଲ ପାଇଲେ ବି ତୁମକୁ ଲାଗିବ ମୁଁ ତାକୁ ହେୟ କରୁଛି।
ଏମିତି ନା ନା କଥା କହି ରଚନା ପାଟି କରୁ ଥାଆନ୍ତି।ମୋହନ ରାଗି ଯାଇ ଘରୁ ବାହାରି ପଳାଇଲେ।
କଲେଜରେ ଅନ୍ୟ ଦିନ ପରି ଆଜି ବି ବାପୁଙ୍କ ର ଥଟ୍ଟା ହେଉ ଥାଏ।ଆଉ ଏ ସବୁ ପଛରେ ହାତ ଥାଏ ଶିବୁଙ୍କର। ବାପୁ ଭୟଭୀତ ହୋଇ ତାଙ୍କର ଶ୍ଵାସ କ୍ରିୟାରେ ଅସୁବିଧା ହେଉ ଥାଏ ।
ଠିକ ଏତିକି ବେଳେ ଗୋଟିଏ ସରୁ ମଧୁର ତରୁଣୀର କଥା ଶୁଣା ଗଲା।ଝିଅଟି କହୁ ଥାଏ ଏଠି କ'ଣ ଚାଲିଛି...... କାହିଁକି ସମସ୍ତେ ଜଣଙ୍କ ପଛରେ ପଡିଛ ?
ସବୁ ଘୁରି ଦେଖିଲା ବେଳକୁ ଗୋଟିଏ ବହୁତ ସୁନ୍ଦରୀ ଯୁବତୀ ଟିଏ ଛିଡ଼ା ହୋଇଛି। ଆଖି ଦୁଇଟି ନୀଳ ତାଙ୍କର। ଲମ୍ବା ବାଳ। ଓଠ ତାର ସତେ ଗୋଲାପ ପାଖୁଡା ପରି। ପୁରା ଚମ୍ପା କଢି ପରି ହଳଦିଆ। ଲମ୍ବା ନାକ।ସତେ ସ୍ବର୍ଗ ର ଅପସରି ପରି।
ସବୁ ସେ ଯୁବତୀକୁ ଚାହିଁ ରହି ଥାଆନ୍ତି।
ଝିଅଟି ଆସି ବାପୁଙ୍କୁ ରିତୁ ଓ ମହେଶ ସହ ମିଶି ଉଠାଇଲେ ଏବଂ କହିଲେ ତୁମେ ଠିକ ଅଛ ତ ?
ବାପୁ ଛୋଟ ପିଲା ପରି ମୁଣ୍ଡ ହଲେଇ ହଁ କହିଲେ।
ରିତୁ : ହାଏ ମୁଁ ରିତୁ । ଆଉ ତୁମେ ?
ଝିଅଟି : ମୁଁ ନୟନା।
ମହେଶ : ବହୁତ ସୁନ୍ଦର ନାମ ।ଆଉ ମୁଁ ହେଉଛି ମହେଶ। ଆଜି ବୋଧେ ପ୍ରଥମ ଦିନ କଲେଜରେ ।
ନୟନା : ହଁ। ମୋ ବାପାଙ୍କର ଟ୍ରାନସ୍ଫର ହେଲା ଏ ସହରକୁ ତ ଏଇ କିଛି ଦିନ ତଳେ।
ଶିବୁ ନୟନା ଆଗରେ ଭଲ ଦେଖେଇ ହୋଇ ଆସିଲେ ଏବଂ ତାଙ୍କୁ ନ ଦେଖିଲା ପରି ବାପୁ ପାଖକୁ ଯାଇ କହିଲେ ଭାଇ ତୁମେ ଠିକ ଅଛ ତ ?
ନୟନା : ଇଏ ଆପଣଙ୍କ ଭାଇ?
ଶିବୁ : ହଁ । ମୁଁ ଶିବୁ ଆଉ ଇଏ ମୋ ଭାଇ ବାପୁ।ସେ ମୋ ଠାରୁ ଦୁଇ ବର୍ଷର ବଡ଼। ହେଲେ ଶାରୀରିକ ବିକାଶରେ ଅସୁବିଧା ଯୋଗୁ ସେ ମୋ ସହ ମୋ କ୍ଲାସରେ ପଢନ୍ତି।
ଏତିକି ବେଳେ ସାର କଲେଜକୁ ପ୍ରବେଶ କଲେ।ଆଉ ପାଠ ପଢା ଆରମ୍ଭ ହେଲା।
ଘରକୁ ଗଲା ବେଳକୁ ବାପୁ ବହୁତ ଖୁସି ଲାଗୁ ଥାଆନ୍ତି। ଜେଜେମାଙ୍କୁ ଯାଇ ସେ କହିଲେ ଜାଣିଛ ଜେଜେମା ମୋର ଆଜି ଗୋଟିଏ ନୂଆ ବାନ୍ଧବୀ ହୋଇଛି। ସେଇ ନୀଳ ଆଖିର ଝିଅଟିର ନାମ ନୟନା।
ବାନ୍ଧବୀ କଥା ଶୁଣି ଜେଜେମା ଆଶ୍ଚର୍ଯ୍ୟ ହୋଇ ଗଲେ । କାରଣ ଋତୁ ଛଡ଼ା ସେ ଆଉ କୌଣସି ଝିଅ ସହ ସାଙ୍ଗ ହୁଅନ୍ତି ନାହିଁ।ରିତୁ ତାଙ୍କ ସମ୍ପର୍କୀୟର ଝିଅ। ବହୁତ କଷ୍ଟରେ ସେ ତାଙ୍କ ସହ ସାଙ୍ଗ ହୋଇଛନ୍ତି।
ତାପର ଦିନ ଜେଜେମା ସେ ନୀଳ ଆଖିର ଝିଅ ନୟନାକୁ ଦେଖିବା ପାଇଁ ମନ୍ଦିର ଯିବା ସମୟରେ ବାପୁଙ୍କୁ କଲେଜରେ ଛାଡ଼ିବେ କହି ବାପୁଙ୍କ ସହ କଲେଜ ଗଲେ। ବାପୁ ଗେଟ୍ ପାଖରେ ପହଞ୍ଚିଲା ବେଳକୁ ନୟନା ରିତୁ ସହ ଛିଡ଼ା ହୋଇଛନ୍ତି। ଜେଜେମା ( ଲତା ଦେବୀ ) ନୀଳ ଟଣା ଟଣା ଆଖି ଦେଖି ଜାଣି ପାରିଲେ ଯେ ସେ ହିଁ ନୟନା।
ଧିରେ ଧିରେ ନୟନା ଓ ବାପୁଙ୍କର ବନ୍ଧୁତା ବଢ଼ିବାରେ ଲାଗିଲା। ସେପଟେ ଶିବୁ ମଧ୍ୟ ନୟନାକୁ ଭଲ ପାଇବାରେ ଲାଗିଲେଣି। ସେ ନୟନାକୁ ନୋଟ ଦେବା ବାହାନାରେ ଘରକୁ ଡ଼ାକି ରଚନାଙ୍କ ସହ ସାକ୍ଷାତ କରାଇଲେ। ରଚନା ମଧ୍ୟ ନୟନାକୁ ପୁଅ ଶିବୁ ପାଇଁ ବୋହୂ କରିବେ ବୋଲି ମନେ ମନେ ସ୍ଥିର କରିଲେଣି।
ଇତି ମଧ୍ୟରେ ତିନି ବର୍ଷ ଡିଗ୍ରୀର ସରିବା ଉପରେ। ଦିନେ ବାପୁ ନିଜ ମନ କଥା ଖୋଲି ଜେଜେମା ଲତାଙ୍କୁ କହିଲେ ଯେ କଲେଜ ସରିଗଲେ ସେ ଏକା ହୋଇ ଯିବେ । କାରଣ ନୟନା ସହ ତାଙ୍କର ଆଉ ଦେଖା ହେବ ନାହିଁ।ସେ ନୟନାକୁ ସବୁ ଦିନ ପାଇଁ ନିଜର କରିବାକୁ ଚାହାଁନ୍ତି।
ଏ ବିଷୟରେ ଲତା ଦେବୀ ପୁଅ ମୋହନଙ୍କୁ କହିଲେ। ପୁଅ ମୋହନ ଏବେ ସେ ନୀଳ ଆଖିର ଝିଅ ନୟନାର ପରିବାର ବିଷୟରେ ବୁଝା ବୁଝି ଆରମ୍ଭ କଲେ।ଆଉ ଜାଣିବାକୁ ପାଇଲେ ନୟନା ପ୍ରାଇମେରୀ ସ୍କୁଲର ଶିକ୍ଷକ ହରିହର ସାରଙ୍କ ଝିଅ। ନୟନାର ମାଆଙ୍କୁ ବେକ ବୋନ ଟ୍ୟୁମର। ଅପରେସନ ପାଇଁ ଗୁଡ଼ାଏ ଟଙ୍କା ଦରକାର।
ମୋହନ ହରିହର ସାରଙ୍କୁ ନୟନା ଓ ବାପୁଙ୍କର ବିବାହ ପରୀକ୍ଷା ପରେ କରିବା ପାଇଁ ପ୍ରସ୍ତାବ ଦେଲେ ଏବଂ ପ୍ରତିଶ୍ରୁତି ଦେଲେ ଯେ ସେ ନୟନାଙ୍କ ମାଆଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ କରିବେ।
ନୟନା କିନ୍ତୁ ବାଲୁଙ୍କୁ ଭଲ ପାଉ ନ ଥିଲେ। ତଥାପି ମାଆର ଚିକିତ୍ସା ପାଇଁ ସେ ଏ ବିବାହ ପାଇଁ ରାଜି ହୋଇ ଗଲେ।
ନୟନା ଓ ବାପୁଙ୍କ ବିବାହ କଥା ନେଇ ମୋହନ ବାବୁ ଓ ରଚନାଙ୍କ ମଧ୍ୟରେ ଅଶାନ୍ତି ଚାଲି ଥାଏ।
ପରୀକ୍ଷା ପରେ ଲଗ୍ନଧରା ଦିନ ନୟନା ମୁହଁ ଶୁଖାଇ ଥାଆନ୍ତି। ତାଙ୍କ ଗୋଟିଏ ବାନ୍ଧବୀକୁ କହୁ ଥାଆନ୍ତି ସେ ବାପୁଙ୍କୁ କେବେ ଭଲ ପାଇ ନାହାଁନ୍ତି ଆଉ କେମିତି ବି ଏଭଳି ଦେଖା ଯାଉ ଥିବା ଲୋକକୁ ଭଲ ପାଇବେ।ସେ କେବଳ ମାଆଙ୍କ ଚିକିତ୍ସା ପାଇଁ ଏ ବିବାହ କରୁଛନ୍ତି।
ଏ କଥା ବାପୁ ଶୁଣି ପକାଇଲେ। ତାଙ୍କୁ ବହୁତ ବାଧିଲା।ସେ କାହାରିକୁ କିଛି ନ କହି ସେଠାରୁ ପଳାଇଲେ।କେବଳ ବାପାଙ୍କୁ ମେସେଜ କଲେ ବାପା ମୁଁ ଗୋଟିଏ ଜାଗାକୁ ଯାଉଛି । ଜଲଦି ଫେରିବି ମୋ ପାଇଁ ବ୍ୟସ୍ତ ହେବ ନାହିଁ।ଆଉ ରିତୁ ଓ ମହେଶକୁ ମେସେଜ କରି ସବୁ କହି ଦେଲେ।
ବନ୍ଧୁ ବାନ୍ଧବଙ୍କ ସାମ୍ନାରେ ନୟନା ଓ ମୋହନ ବାବୁଙ୍କ ପରିବାର ଅପମାନିତ ନ ହେଉନ୍ତି ଭାବି ମୋହନ ଶିବୁ ସହ ଲଗ୍ନଧରା କଲେ।
ନୟନାଙ୍କ ମାଆଙ୍କ ଅପରେଶନ ହେଲା। ନୟନା ଭାବିଲେ ଏ ଟଙ୍କା ମୋହନ ଦେଇ ଥିବା ଟଙ୍କାରେ ହେଲା।
ନୟନାଙ୍କ ମାଆ ପୁରା ଠିକ ହେଲା ବେଳକୁ ଛଅ ମାସ ଲାଗି ଗଲା।ତାପରେ ବିବାହ ଦିନ ଆସିଲା ନୟନା ଓ ଶିବୁଙ୍କର।ଶିବୁଙ୍କ ବିବାହ କଥା ଶୁଣି ବାପୁ ଫେରି ଆସିଲେ।ବାଲୁଙ୍କୁ ନୟନା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ।ପୁରା ହେଣ୍ଡସମ ହୋଇ ଯାଇଛନ୍ତି। ହେଲେ ସେ ଘୃଣାରେ ମୁହଁ ଫେରାଇ ନେଲେ କାରଣ ଲଗ୍ନଧରା ଦିନ ତାଙ୍କୁ ଛାଡି ପଳାଇ ଥିଲେ। ନୟନାଙ୍କୁ ଶିବୁଙ୍କ ସ୍ତ୍ରୀ ହେବାକୁ ଯାଉଥିବା ଦେଖି ଭାଙ୍ଗି ପଡ଼ିଲେ।
ରିତୁ ଓ ମହେଶ ଏ ସବୁ ସହିତ ନପାରି ନୟନାଙ୍କୁ ସବୁ କଥା ଯାଇ କହିଲେ ଯେ ବାପୁଙ୍କ ମାଆ ତାଙ୍କୁ ଜନ୍ମ ଦେବା ସମୟରେ ମରି ଗଲେ।ତୋ ଶାରୀରିକ ବିକାଶରେ ଧିର ହେଲା।ସାବତ ମାଆଙ୍କୁ ସେ ଡରୁ ଥିଲେ।ତାପରେ ନୟନାଙ୍କୁ ସେ ବହୁତ ଭଲ ପାଆନ୍ତି।ହେଲେ ଲଗ୍ନଧରା ଦିନ ନୟନାଙ୍କ ମନ କଥା ଜାଣି ସେ ନୟନାଙ୍କୁ ଛାଡି ପଳାଇଲେ ନିଜକୁ ନୟନାଙ୍କ ଉପଯୋଗୀ କରିବା ପାଇଁ।ଆଉ ନୟନାଙ୍କ ମାଆଙ୍କ ଅପରେଶନ ବାପୁ ଦେଇ ଥିବା ଟଙ୍କାରେ ହେଇଛି।ମୋହନ ଦେଇ ଥିବା ଟଙ୍କା ଶିବୁ ଖର୍ଚ୍ଚ କରି ଦେଇଛନ୍ତି।ବାପୁ ଇତି ମଧ୍ୟରେ ଜଣେ ଭଲ କୁସ୍ତି କରୁଛନ୍ତି ଏବଂ ବହୁତ ଟଙ୍କା ପାଉଛନ୍ତି।
ଏ କଥା ଶୁଣି ନୟନାଙ୍କ ମନରେ ଅନେକ କଥା ଚାଲିଲା। ବିବାହ ବେଦୀରୁ ଉଠି ସେ ବାପୁଙ୍କ ପାଖକୁ ଯାଇ କହିଲେ ମୁଁ ମୋର ଭୂଲ ବୁଝି ସାରିଛି।ଆଇ ଲଭ ୟୁ ବାପୁ। ମୁଁ ତୁମକୁ ବିବାହ କରିବାକୁ ଚାହେଁ। ସେ ସବୁ କଥା ସମସ୍ତଙ୍କ ସାମ୍ନାରେ କହିଲେ।ମୋହନ ଖୁସି ଖୁସିରେ ବାପୁ ଓ ନୟନାଙ୍କ ବିବାହ କରାଇଲେ ଏବଂ ଶିବୁଙ୍କୁ ଟଙ୍କା ପାଇଁ ପାଟି କଲେ।ଏବେ ବାପୁ ଓ ନୟନା ଖୁସିରେ ଘର ସଂସାର କଲେ। ଜେଜେମା କୁହନ୍ତି ସେଇ ନୀଳ ଆଖିର ଝିଅ ନୟନା ମୋ ନାତି କୁ ଠିକ କରି ଦେଲା।
