STORYMIRROR

Pradeep Kumar Panda

Action Crime Fantasy

4  

Pradeep Kumar Panda

Action Crime Fantasy

ନ୍ୟାୟସୂତ୍ର

ନ୍ୟାୟସୂତ୍ର

4 mins
313


ହଜାରବର୍ଷ ପୂର୍ବେ ଧବଳଗିରି ରାଜ୍ୟରେ ଧର୍ମପାଳ ନାମକ ଜଣେ ରାଜା ରାଜୁତି କରୁଥିଲେ । ଦାନ, ଧର୍ମ କରିବାରେ ସେ ଅଦ୍ୱିତୀୟ ଥିଲେ । ତତ୍ସହିତ ନ୍ୟାୟ ବିଚାର କରିବାରେ ସେ ମଧ୍ୟ ବିବେକବାନ୍ ଥିଲେ ।


        ତାଙ୍କ ରାଜ୍ୟରେ ନ୍ୟାୟସୂତ୍ର ବଡ କଡା ଭାବରେ ପ୍ରଚଳିତ ଥିଲା । ସେ ରାଜା ହେଉ କି ଦରିଦ୍ର ହେଉ ପଛେ ଯିଏବି ଭୁଲ୍ କାମ କରିବ, ତେବେ ଅନ୍ୟପକ୍ଷ ନିଶ୍ଚୟ ତା’ର ପ୍ରତିଶୋଧ ନେବ କିମ୍ବା ରାଜା ଯାହା ନ୍ୟାୟ ଦେବେ ଠିକ୍ ସେପରି ଦଣ୍ଡ ଦିଆଯିବାର ବିଧି ଥିଲା । କେବଳ ସେଇଥିପାଇଁ ସେ ରାଜ୍ୟରେ ଅନ୍ୟାୟ ବା ଅତ୍ୟାଚାର ପ୍ରାୟ ନଥିଲା । ଲୋକ ନ୍ୟାୟସୂତ୍ର ଯୋଗୁଁ ଅପରାଧ କରିବାକୁ ଡରୁଥିଲେ । ସେ ରାଜ୍ୟରେ ସବୁକିଛି ଭଲରେ ଚଳୁଥିଲା । ଏପରିକି ପଡୋଶୀ ରାଜ୍ୟର ରାଜାମାନେ ମଧ୍ୟ ଧର୍ମପାଳଙ୍କ ନ୍ୟାୟସୂତ୍ର ନିଜ ରାଜ୍ୟରେ ପ୍ରଚଳନ କରାଇଲେ ।


        ସେ ଧର୍ମପାଳ ଦିନେ ତାଙ୍କ ପାତ୍ର ମନ୍ତ୍ରୀ ଧରି ଦରବାରରେ ଥିଲେ; ବଡବଡ କଥା ଉପରେ ଆଲୋଚନା ଚାଲିଥିଲା । ଏହି ସମୟରେ ଗୋଟିଏ କଳାନାଗ ବାଟଭୁଲି ଦରବାର ମଧ୍ୟକୁ ପଶି ଆସିଲା । ସେହି ସାପକୁ ଦେଖି ଭୟରେ କେହିକେହି ଚିତ୍କାର କଲେ । ଆଉ କେହି କେହି ତରବାରୀ ନେଇ ତାକୁ ମାରିବାକୁ ଦୌଡିଲେ । ରାଜକୁମାର ତ ତାଙ୍କ ପିତାଙ୍କ ପାଖ ଆସନରେ ବସିଥିଲେ । ସେ ହଠାତ୍ ଉଠିପଡି ନାଗକୁ ନିଜ ତରବାରୀରେ ହାଣି ଦୁଇଖଣ୍ଡ କରିଦେଲେ । କିନ୍ତୁ ସେ ନାଗର ଶିର ଥିବା ପଟଟି କୌଣସି ମତେ ଘୁଷୁରି ଘୁଷୁରି ଯାଇ ନିଜ ଗାତ ଭିତରେ ପଶିଗଲା ।


        ନାଗର ପତ୍ନୀ ନାଗୁଣୀ ନିଜ ସ୍ୱାମୀର ଏ ପ୍ରକାର ଅବସ୍ଥା ଦେଖି ଖାଲି ବିଳାପ କରିବାକୁ ଲାଗିଲା । ସେତେବେଳେ ନାଗ କହିଲା ଯେ “ମୁଁ ରାସ୍ତାଭୁଲି ଦରବାରକୁ ଗଲି ଓ ରାଜକୁମାର ମୋର ଏପରି ଅବସ୍ଥା କରିଦେଲେ । ତେଣୁ ତୁ ଯାଇ ରାଜାଙ୍କୁ ତାଙ୍କ ରାଜ୍ୟର ନିୟମ କଥା ଟିକେ ମନେ ପକାଇ ଦେବୁ ଓ ତା’ପରେ ଯାଇ ସେ ରାଜକୁମାରଙ୍କୁ ମାରି ପାରିବୁ । କିନ୍ତୁ ଗୋଟେ କଥା ମନେ ରଖିବୁ ଯେ ସେ ରାଜା କ’ଣ ନ୍ୟାୟ ଦେଉଛନ୍ତି ସେତେ ପର୍ଯ୍ୟନ୍ତ ତୁ ଅପେକ୍ଷା କରିବୁ । କିନ୍ତୁ ହଠାତ୍ ରାଗିଯାଇ ରାଜକୁମାରଙ୍କର କୌଣସି ପ୍ରକାରେ କ୍ଷତି ତୁ ମୋଟେ କରିବୁନାହିଁ ।” ଏତିକି କଥା କହି ସେ ନାଗ ସେହିକ୍ଷଣି ମରିଗଲା ।


        ସେଦିନ ରାତିରେ ନାଗୁଣି ରାଜାଙ୍କ ନଅରରେ ପହଁଚି ରାଜକୁମାରଙ୍କ ଶୟନ କକ୍ଷକୁ ଗଲା । ଗଭୀର ନିଦରେ ଶୋଇଥିବା ରାଜକୁମାରଙ୍କ ଗଳାରେ ଯାଇ ଗୁଡେଇ ହୋଇଗଲା । ରାଜକୁମାରଙ୍କର ନିଦ ଭାଙ୍ଗିଗଲା ଓ ସେ ଚିତ୍କାର କଲେ । ଦାସ ଦାସୀ ଗଦା ହୋଇ ପଡିଲେ । କିନ୍ତୁ କ’ଣ କରାଯିବ ବୋଲି କେହି କିଛି ବି କହିପାରିଲେ ନାହିଁ । ସେତେବେଳେ ସେ ନାଗୁଣୀ ମଣିଷ କଣ୍ଠରେ କହିଲା, “ପ୍ରଥମେ ରାଜାଙ୍କୁ ଏଠାକୁ ଡାକ । ତା’ପରେ ସେ ନ୍ୟାୟ ଦେବେ । କିନ୍ତୁ ତୁମ ମଧ୍ୟରୁ କେହି ମୋତେ ମାରିବାକୁ ଚାହିଁଲେ, ମୁଁ ଏହି କ୍ଷଣି ତୁମ ରାଜକୁମାରଙ୍କୁ ଦଂଶି ପକାଇବି ।”


        ଠିକ୍ ସେତେବେଳକୁ ରାଜା ସେଠି ଆସି ପହଁଚିଲେ । ସେ ନାଗୁଣୀ ନିଜ ସ୍ୱାମୀର ମୃତ୍ୟୁ ବିଷୟରେ ସବୁକଥା ଖୋଲିକି କହିଲା । ସେ କହିଲା, “ମୋର ସ୍ୱାମୀ, କେବେବି କାହାର କୌଣସି ପ୍ରକାରେ କ୍ଷତି କରି ନାହାଁନ୍ତି । ରାସ୍ତା ଭୁଲି ହଠାତ୍ ଦରବାରକୁ ପଶି ଆସିଲେ ତାଙ୍କ ହୃଦୟରେ କୌଣସି କୁପ୍ରବୃତ୍ତି ନଥିଲା । ସେ ନିରପରାଧି । ଅଜାଣତରେ ପଶି ଆସିଲେ । ଏଇ ଛୋଟ କଥା ମାତ୍ର; ଆଉ ରାଜକୁମାର ତାକୁ ମାରି ପକାଇଲେ? ମୋ ପ୍ରତି ବଡ ଅନ୍ୟାୟ କରାଯାଇଛି । ସେ ମୋତେ ବିଧବା ବନାଇ ଦେଲେ । ଏହି ରାଜ୍ୟରେ ପ୍ରଚଳିତ ନ୍ୟାୟସୂତ୍ର ଅନୁସାରେ, ମୁଁ ରାଜକୁମାରଙ୍କୁ ମାରି ପାରିବି ଓ ତାଙ୍କ ପତ୍ନୀକୁ ବିଧବା ବନାଇବି ।”


ନାଗୁଣୀର କଥା ଶୁଣି ସେ ରାଜା ବଡ ବ୍ୟାକୁଳ ହେଲେ । ନ୍ୟାୟ ଅନୁସାରେ ରାଜକୁମାର ଦଣ୍ଡଯୋଗ୍ୟ । ସେ ଅନ୍ୟାୟରେ ନାଗକୁ ବଧ କରି ନାଗୁଣୀକୁ ବିଧବା କରିଛି । ତା’ପରେ ସେ ପୁଣି ରାଜାଙ୍କ ଏକମାତ୍ର ପୁତ୍ର । ସେ ଭାବିଲେ ଯେ ଏ ବିପତ୍ତିରୁ ସେ କିପରି ବଂଚିବେ । ନାଗୁଣୀକୁ ନ୍ୟାୟ ଅଧିକାର ଦେବାକୁ ହେବ ଅର୍ଥ ପୁଅଟିକୁ ବଳି ଦେବାକୁ ହେବ । ଏହିଭଳି କେତେକଥା ଭାବି ସେ ରାଜାଙ୍କ ମନ ବଡ ବ୍ୟସ୍ତ ବିବ୍ରତ ହୋଇ ଉଠିଲା ।


        ଅନନ୍ୟୋପାୟ ହୋଇ ରାଜା ପାଂଚଜଣ ନ୍ୟାୟାଧୀଶଙ୍କୁ ଡକାଇଲେ । ନାଗୁଣୀର ସବୁ କଥା ସେମାନେ ଶୁଣିଲେ । ସବୁକିଛି ଶୁଣିବା ପରେ ଜଣେ ନ୍ୟାୟାଧୀଶ କହିଲେ, “ମହାରାଜ ଆଖି ପାଇଁ ଆଖି ଓ ଦାନ୍ତ ପାଇଁ ଦାନ୍ତ, ଆମର ଏହି ନ୍ୟାୟସୂତ୍ର ସମସ୍ତିଙ୍କୁ ବିଦିତ । କେବଳ ରାଜକୁମାରଙ୍କ ଅତ୍ୟାଚାରରୁ ଏ ନାଗୁଣୀ ଆଜି ବିଧବା ହେଲା । ତା’ର ବୈଧବ୍ୟର କଷ୍ଟ ରାଜକୁମାରଙ୍କ ପତ୍ନୀ ପାଇବା କଥା । କିନ୍ତୁ ସେ ଦଣ୍ଡ ଦେବାର ଅଧିକାର ତ କେବଳ ନାଗର ଅଛି । କିନ୍ତୁ ଏବେ ପ୍ରଶ୍ନ ହେଉଛି ମରିଯାଇଥିବା ନାଗ କିପରି କାହାକୁ ଦଣ୍ଡ ଦେବ?”


        ମାତ୍ର ଏଭଳି କଥାକୁ ସେ ନାଗୁଣୀ ଅସ୍ୱୀକାର କରି କହିଲା, ଏହା କୌଣସି ନ୍ୟାୟଶାସ୍ତ୍ର ସମ୍ମତ ନୁହେଁ । ଏହି ନ୍ୟାୟାଧୀଶ ମୋତେ ଠକାଇବାର ଚେଷ୍ଟା କରୁଛନ୍ତି । ମରିଥିବା ନାଗ କିପରି ବା ରାଜକୁମାରଙ୍କ ପତ୍ନୀକୁ ବିଧବା ବନାଇବ? ଏ ନ୍ୟାୟାଧୀଶ ଜଣକ ନିଜର ବାକ୍ପଟୁତା ଦ୍ୱାରା ଯୁବରାଜଙ୍କୁ ବଂଚାଇବାକୁ ଚାହୁଁଛନ୍ତି ।” ନାଗୁଣୀର ଏ କଥାର ଉତ୍ତର ନ୍ୟାୟାଧୀଶ ଦେଇ ନପାରି ଶେଷରେ ସେ ତୁନି ହୋଇ ରହିଲେ ।


        ତା’ପରେ ଦ୍ୱିତୀୟ ନ୍ୟାୟାଧୀଶ କହିଲେ, “ଏ ନାଗୁଣୀ ଯାହା କିଛି ବି କହୁଛି ତାହା ସତ୍ୟ । କିନ୍ତୁ ଏଠାରେ ଏକ ଧର୍ମସଂକଟ ହେଉଛି ।” ଏତିକି କହି ସେ ନାଗୁଣୀକୁ ପଚାରିଲେ, “ତୁମର କେତୋଟି ପିଲାପିଲି?”


        ତହୁଁ ସେ ନାଗୁଣୀ କହିଲା – “ମୋର ପାଂଚଟି ପୁତ୍ର”


        ଦ୍ୱିତୀୟ ନ୍ୟାୟାଧୀଶ କହିଲେ, “ଏହା ତ ବଡ ଦୁଃଖର କଥା ଯେ ରାଜପୁତ୍ର ତୁମପରି ପାଂଚପୁତ୍ରର ଜନନୀକୁ ବିଧବା ବନେଇ ଦେଲେ । ତେବେ ତମେ ମଧ୍ୟ ତାଙ୍କ ପତ୍ନୀଙ୍କୁ ବିଧବା କରିଦେବ, ମାତ୍ର ଯେତେବେଳେ ସେ ପାଂଚପୁତ୍ରର ଜନନୀ ହେବେ । ସେପରି କଲେ ଯାଇ ଠିକ୍ ନ୍ୟାୟ ହେବ । ନୁହେଁ କି?” ଏଭଳି କଥା ଶୁଣି ସନ୍ଦେହ ଅବସ୍ଥାରେ ପଡି ସେ ନାଗୁଣୀ କହିଲା “ହଁ ହଁ ।”


        ନ୍ୟାୟାଧୀଶ କହିଲେ “ତେଣୁ ସେଥିପାଇଁ ତୁମକୁ କିଛି ସମୟ ପ୍ରତୀକ୍ଷା କରିବାକୁ ହେବ । କାହିଁକିନା ଯୁବ ରାଜଙ୍କର ଏଯାବତ ମାତ୍ର ଦୁଇଟି ସନ୍ତାନ ହୋଇଛି । ଯେବେ ସେମାନଙ୍କର ପାଂଚପୁତ୍ର ଜନ୍ମ ହେବେ ତେବେ ଯାଇ ତମେ ଆସି ତାଙ୍କୁ ଦଂଶିବ ।”


        ନାଗୁଣୀ ଭାବିଲା ଏହାହିଁ ଠିକ୍ । ତେଣୁ ସେ ରାଜାଙ୍କୁ କହିଲା ଯେ, “ଯେଉଁ ମୁହୂର୍ତ୍ତରେ ଆପଣଙ୍କ ଯୁବରାଜଙ୍କର ପାଂଚଟି ପୁତ୍ର ହେବେ, ସେତେବେଳେ ରାଜା ଯେପରି ନାଗୁଣୀକୁ ଖବର ଦିଅନ୍ତି ।” ନ୍ୟାୟଶୀଳ ରାଜା ସେଥିରେ ସମ୍ମତ ହେଲେ । କିନ୍ତୁ ତା’ପରେ ସେ ଯୁବରାଜଙ୍କର କୌଣସି ସନ୍ତାନହିଁ ହେଲା ନାହିଁ ।


        ଯେତେବେଳେ ସେମାନେ ବଗିଚାରେ ବୁଲନ୍ତି ନାଗୁଣୀ ସେତେବେଳେ ନିଜ ବିଳରୁ ବାହାରି ଆସି ଦେଖେ ଓ ତାଙ୍କ ପିଲାଙ୍କୁ ଗଣେ । ସେଇ ଦୁଇଟି ହିଁ ଅଛନ୍ତି । ନାଗୁଣୀ ସବୁବେଳେ ଭାବେ କିପରି ବା ସେ ନିଜ ପ୍ରତିଶୋଧ ନେବ । ଏମିତି ଭାବୁ ଭାବୁ ସେ ଦିନେ ବୁଢୀ ହୋଇ ଶେଷରେ ମରିଗଲା ।




Rate this content
Log in

Similar oriya story from Action