Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ranjit Sahu

Drama Others

3  

Ranjit Sahu

Drama Others

ନୂଆ ଭାଉଜଙ୍କର ମାଛ ବେସର

ନୂଆ ଭାଉଜଙ୍କର ମାଛ ବେସର

3 mins
504


ଗାଆଁ ମାଇପି ସବୁ ଫୁସୁରୁ ଫାସୁରୁ, କାନକୁ କାନ ହୋଇ ଗାଆଁ ସାରା ଖବର ହୋଇ ସାରିଛି I ନ କରି ନ କରି, ବୁଦ୍ଧିଆ ଜଗାଟା  ଶେଷରେ କଣ ଅଲଗା ପ୍ରକାର ବାହାଘରଟିଏ କରିଛି I ଟୋକା ମାନେ ଯେତିକି ଉତ୍ସୁକ ଜଗା  ଭାଇଟା ବହୁତ ଆଧୁନିକ ଯୁଗର ପିଲା ବୋଲି ପ୍ରମାଣିତ କରିଦେଲା ବୋଲି, ବୁଢା ମାନେ ଆଚମ୍ବିତ ଏହା କେଉଁ ପ୍ରକାର ବାହାଘରଟିଏ ହୋଇଛି I ନା ବରଯାତ୍ରୀ ଯାଇଛନ୍ତି, ନା  ନିମନ୍ତ୍ରଣ ପତ୍ର ବଣ୍ଟା  ହୋଇଛି I ଜଗାକୁ ଯିଏ ଟିକେ ଅଖାଡୁଆ କରିକି ପଚାରିଲା ଦୁଇ ଚାରି ଧାଡ଼ିର ହିନ୍ଦୀ ଓଡ଼ିଆ ଆଉ ଇଂରାଜୀରେ ଉତ୍ତର ପାଇଲା," କିପ କୁଲ ଡୁଡ଼, ରିଲାକ୍ସ  I ଏଇଟା ବେଷ୍ଟ ପଦ୍ଧତି I ନୋ  କିଲବିଲା, ନୋ ଝଂଝଟ I ମିଆଁ ବିବି ରାଜି ତୋ କ୍ୟା କରେଗା କାଜି ? ମୋ ଖୁସିରେ ମୁଁ ବାହା ହେଲି, ମୋ ସଂସାର ମୁଁ ସମ୍ଭାଳିବି, କୋର୍ଟରେ ବାହା ହେଇଗଲି ବୋଲି କଣ ପାପ କଲି?ଭୋଜି ମିଳିବ କିଛି ଦିନ ପରେ  I ଆଗେ  ୱାଇଫ ଟିକେ କୋମ୍ଫୋର୍ତାବଲ ହେଇଯାଉ ଗାଆଁରେ I "


ଜଗା ଭାଇର ବାପାଙ୍କର ମନ ଦୁଃଖ ହେଲେ କଣ ହେବ ଗୋଟିଏ ବୋଲି ପୁଅର ଇଛାକୁ ଆଉ ନଜର ଅନ୍ଦାଜ଼ କରିବାର ଉପାୟ ନାହିଁ I ଯାହା ଯୌତୁକ ଆଶା ଟିକେ ଥିଲା ସବୁ ପାଣିରେ ମିଶିଗଲା I ବୋହୁ  କିନ୍ତୁ ଶିକ୍ଷିତା ଆଉ ଚାକିରୀ  କରିଛି ଆଉ ତାହାର ବାପାର ବହୁତ ସମ୍ପତି I ତେଣୁ କୌଣସି ଦିନ ସେଥିରୁ ତ ମିଳିବ ଥୋଡାଏ ! ଏହି କଥା ଭାବି ଚୁପ ଜଗାର ବାପା I 

କିନ୍ତୁ ବଉଁଶର ଅନ୍ୟ ମାନଙ୍କ କହିବା ହେଲା, ସେ ଯାହା ହେଉ ସିଏ ବଙ୍ଗାଳି କି ବାହା ହେଉ କି ତେଲୁଗୁଣୀ କି ଆମର କିଛି କହିବାର ନାହିଁ I ସେ ଭୋଜି ନ ଦେଲା ନ ଦେଲା, ଦେଲେ ଆମେ ଖୁସି, ଯେଉଁ ଦିନ ଦେବା ଯେମିତିକା ଦେବ ଆଉ ନ ଦେଲେ ନାହିଁ  I କିନ୍ତୁ ପରମ୍ପରାକୁ ରଖିବାକୁ ଅତି କମରେ ଶାଗ ଆଉ ମାଛ ରାନ୍ଧିକି ତା ଘର ପରିବାରକୁ ଖୁଆଇବା କଥା !

ଶେଷରେ ନିଷ୍ପତି ହେଲା ଘର ଲୋକ ଆଉ ସାହି ପଡ଼ିଶାର ଦୁଇ ଚାରିଟା ପରିବାରକୁ  ନେଇ ଛୋଟ ଭୋଜିଟିଏ ହେବ ଶାଗ ଆଉ ମାଛ ବେସର ହେବ I 

ଅଧିକରୁ ଅଧିକ ପଚାଶ ପ୍ରାଣୀ ଖାଇବେ I କିନ୍ତୁ ଜାଗା କହିଲା," କରିବା ଯଦି ଆଉ କିଛି ଆଇଟମ ହେଉ I ଲୋକେ ଜାଣନ୍ତୁ କଣ କଣ ଜାଣିଛି ସିଏ !ମୁଁ କଣ ଏମିତି ନ ଦେଖିକି ବାହା ହେଇ ଯାଇଛି କି?"

ରୋଷେଇ ଶାଳାରୁ କେତେ କଣ ବାହାରୁଛି ସକାଳୁ ସକାଳୁ I ଜଗା ବସିକି ନୂଆ ନୂଆ ନାଆଁ ସବୁ କହୁଛି I କେତେଟା ପୁରା ଅଜବ ଲାଗୁଛି I ଗୋଟିଏ କଣ କଖାରୁ ଫୁଲରେ ପିଠଉ ଭଜା ଭଳି ଦିଶୁଛି ତାକୁ କଣ କହୁଛି , "ମେଇଡେନ ନାଇଟମେର I" ଅର୍ଥ ପଚାରିବାରୁ କହିଲା, ଏହାର ଅର୍ଥ ହେଲା "ରମଣିଙ୍କ ଦୁଃସ୍ଵପ୍ନ I" 

ସେ ଯାହା ହେଉ ଶେଷରେ କଥା ପଡିଛି ମାଛ ବେସର ଗଲା କୁଆଡେ? ପୋଖରୀର ସଜ ମାଛଟା ବେସର ହେଲେ ଯେମିତି ସୁଆଦିଆ  ଲାଗେ କେଉଁ ବିଦେଶୀ ଅଜବ ଶୁଭୁଥିବା ଡ଼ିସ  ତାହାର ସରିକି ହେବ I ଶାଗ ବି ଆସି ସାରିଲାଣି I 

ସମସ୍ତେ ଚାହିଁ ଥାଆନ୍ତି ରୋଷେଇ ଶାଳାକୁ I ଦିପହର ଗଡ଼ିଲାଣି I 

ଜଗା ବାପା  ବନ୍ଧୁ କୁଟୁମ୍ବଙ୍କୁ ଆଶ୍ଵସନା ଦେଇ ଚାଲିଛନ୍ତି," ସିଏ ନ ଜାଣିଲେ କଣ ହେଲା ସବୁ ନଣନ୍ଦ, ଦେଢଶାଶୁ  ଆଉ ଅନ୍ୟ ମାଉସୀ ପିଉସୀ ଜମା ହେଇଛନ୍ତି ପରା ରୋଷେଇ ଶାଳା ଭିତରେ ଶିଖାଉଛନ୍ତି ତେଣୁ ସମୟ ଲାଗୁଛି I" 

ଶେଷରେ ଆସିଗଲା ବେସର ଆଉ ଆରମ୍ଭ ହୋଇଗଲା ଖିଆ I ଯାହା ହେଉ ନୂଆ ଭାଉଜ ଶେଷରେ ବେସର କରିଛି !

କିନ୍ତୁ ରୋହିର ପେଟି ଖଣ୍ଡେ ପାଟିରେ ଦେଉ ଦେଉ ଜଗା ବାପା ଆଉ ସମ୍ଭାଳି ପାରିଲେନି କହିଲେ, "ଇଏ  କି ପ୍ରକାର ବେସର ହୋଇଛି? ଆଚାର ଭଳି ଲାଗୁନି କି ବେସର ଭଳି ଲାଗୁନି ? କିଏ ଶିଖେଇଲା ତାକୁ ଏ ବେସର?" ତାଙ୍କ ପାଟିରୁ କଥା ନ ସରୁଣୁ ଆରମ୍ଭ ହେଇଗଲା ସମସ୍ତଙ୍କର ଟିପ୍ପଣୀ ଗୋଟିଏ ପରେ ଗୋଟିଏ ମାଛ ବେସରକୁ I ପଡିଶା ଘର ରୁଣୁ କହିଲା, ସିଏ କେବଳ ହଳଦୀ ଗୁଣ୍ଡ ଦେଇଥିଲା ଆଉ ସୁମି କହିଲା ସିଏ ସୋରିଷ ବାଟିକି ଦେଇଥିଲା I କଥା କଣ ଜଣା ପଡ଼ିଲା  ବେଳକୁ, ମସଲା ଡବାରେ ଯାହା ଥିଲା ସବୁ ପଡିଛି ମାଛ ବେସରରେ, ଜିରାଠୁ ଗୁଜୁରାତି ଯାଏଁ ଆଉ ଧନିଆ ପତ୍ର ଠାରୁ ଶୁଖଲା ମେଥି ଯାଏ, ଗୋଲ ମରିଚରୁ ନାଲି ଲଙ୍କା ଯାଏଁ  ପତ୍ର ଠାରୁ I ଲୁଣ ଅତି କମରେ ତିନି ଥର ପଡ଼ିଛି ! ନୂଆ ଭାଉଜର ପ୍ରିୟ ହେବା  ଲାଗି ଆଉ ବେସରକୁ ଅଧିକ ସ୍ଵାଦିଷ୍ଠ କରିବା ଲାଗି ସମସ୍ତେ କିଛି କିଛି ମସଲା ମିଶେଇଛନ୍ତି ନିଜ ମନ ମୁତାବକ !


ଜଗା ଭାଇ କିନ୍ତୁ ନଛାଡ କହିଲା," ମୁଁ ଆରମ୍ଭରୁ କହୁଥିଲି ରୀନା ଭଲ ଚିଲି ଫିସ ଜାଣେ  I ସେଇଟା କରିଥିଲେ ହେଇ ନଥାନ୍ତା?ଖାଲି ବେସର ଖାଇବ, ଖାଅ ବସିକି I"

ଏତିକି ବେଳକୁ ଭିତରୁ ପାଟି ଶୁଵିଲା ଜାଗା ଭାଇର ବୋଉର, " ହେଇଟି ଶୁଣୁଛ, ମୁଁ ଇଷ୍ଟ ଦେବୀଙ୍କ ପୂଜା ଲାଗି ନୂଆ ବୋହୁ ସହିତ ଅଳପ ଟିକେ ମାଛ ବେସର ଅଲଗାରେ କରିଛି  I ଘର ଠାକୁରାଣୀଙ୍କ ପ୍ରସାଦ ଆଉ କାହାକୁ ଦେଇ ହବନି I ଭଲ ହେଇଛି ବେସର ବୋଲି ସୀତା ଅପା କହୁଛନ୍ତି I ପରେ ଖାଇବ  ରାତିରେ I ସେ ଭୋଜି ଭାତ ଯାହା କରୁଛ କର ସାର ଶୀଘ୍ର I ବୋହୂକୁ ତାହାର ତେଲ ଲୁଣର ସଂସାର ସମ୍ଭାଳିବାକୁ ଦିଅ I ମୁଁ ଆଉ ପାରିବିନି ଏତେ ସବୁ କାମ ଏକା  ଏକା !"

ଜଗା ଉପରେ ଯେତେ ରାଗ ଦେଖାଉଥିଲେ ବି ଜଗା ଭାଇଙ୍କର  ବାପା ଧର୍ମପତ୍ନୀଙ୍କ ଆଗରେ ସବୁ ବେଳେ ଚୁପ !


Rate this content
Log in

More oriya story from Ranjit Sahu

Similar oriya story from Drama