Rajashree Acharya

Romance Tragedy

3  

Rajashree Acharya

Romance Tragedy

ନିଶା

ନିଶା

5 mins
514


ମଦ ଓ ସିଗ୍ରେଟ ର ଦୁଇଢ଼ୋକ ନ ପାଇଲେ ଯେମିତି ସୁରେଶ ର ଭାତ ହଜମ ନ ହୁଏ। ରାତି ରେ ଯେତେବେଳେ ଦେଖ ତା ହାତ ରେ ନିଶ୍ଚୟ ଏକ ମଦ ବୋତଲ ଥିବ। ଲାଗେ ଯେମିତି ଭାତ ଖାଇ ପାଣି ଜାଗାରେ ମଦପିଏ।ଯିଏ ଦେଖିଲେ ତାକୁ କୁହନ୍ତି ମଦ ନିଶା ସୁରେଶ କୁ ପୁରା ଗ୍ରାସ କରି ଦେଇଛି। 

ଠିକ 7 ବର୍ଷ ତଳର ଘଟଣା। ସୁରେଶ ଏକ ଇଂଜିନିୟରିଂ କଲେଜରେ ପଢୁଥିଲା। ମା ବାପା ଙ୍କୁ ଛାଡି ରହିଲା ଭୁବନେଶ୍ୱର ରେ।କେହି ରୋକିବାର ନାହିଁ। କେବଳ ବାପା ଙ୍କଠୁ ଚଂଦେଇବାର ସୁଯୋଗ ଭଲ ଭାରେ ମିଳିଗଲା।ଜୀବନ ଟା ରେ ପର ଲାଗିଗଲା। ଆଜି ପିକନିକ କାଲି ବହି,କାଲି ଷ୍ଟଡି ଟୁର, ପୁଣି ଆଜି .....କେତେ କଣ।ବାପା ମା ଙ୍କୁ କେତେ ଯେ ହଇରାଣ କରିଦିଏ ତାର ହିସାବ ନଥାଏ। କେବଳ ଏତିକି ସେ କେବେ କୁସଙ୍ଗ ରେ ପଡିନଥିଲା। ମଦ ମାଂସ କଣ ସେ ଜାଣି ନଥିଲା।କେବଳ ଶୁଣିଥିଲା। ହେଲେ ଏମିତି କଣ ହେଲା ସେ କେବଳ ମଦରେ ମାତାଲ ହୋଇ ବୁଲେ। କିଛି ସିକ୍ରେଟ ବୋଧେ ଅଛି ।ଏତେ ବଡ଼ ପରିବର୍ତନ।


ସୁରେଶ ସବୁବେଳେ ଡାଏରି ଲେଖେ।ଗପ ହେଉ ଗୀତ ହେଉ କିମ୍ବା କିଛି ନିଜ ବିଷୟ ରେ ଲେଖେ। ସେ ଯେତେ ଯୁଆଡେ ଯାଉ ନା ନାହିଁ ଡାଏରି ନିଶ୍ଚୟ ଲେଖିବ। ଏମିତିକି କେତେ ଵଟଲ ମଦ ସରିଛି ଆଜି ତାକୁ ବି। ସେତେବେଳେ ବହୁତ ଅପବାଦ ହୋଇଥିଲା ତା ନାଁରେ। ଯେ ତାର ଗର୍ଲଫ୍ରେଣ୍ଡ ତାକୁ ଛାଡି ଦେଲା ଆଉ ପୁଣି ତା ଗର୍ଲଫ୍ରେଣ୍ଡ ର ଏକ୍ସ ସହ ବନ୍ଧୁତା ହୋଇ ମଦ ଓ ସିଗ୍ରେଟ ସହ ବନ୍ଧୁତା ହୋଇଗଲା ପୁଣି ସେ ଯାହା ଲେଖିଛି ସେଇଟା ହିଁ ଠିକ ବୋଧେ।

ଥରେ ଗୀତା ତାକୁ ଚିଡ଼େଇ କହିଥିଲା ତୋ ଗର୍ଲଫ୍ରେଣ୍ଡ ଯିଏ ହବ ସେ ଭାରି

ଅନଲକି। କାରଣ ତା ଭଳି ଏକ ଇମମାଚ୍ୟୁର ପିଲା ଯିଏ ସବୁବେଳେ , ବହି ଓ ଡାଏରି ଭିତରେ ପଶି ନିଶ ସଜାଡ଼ି ଦିନଯାଏ ସେ କଣ ଭଲପାଇବ?? 

ତାକୁ ସେଦିନ ଭାରି ବାଧି ଥିଲା। ହସ ରେ ଉଡେଇଦେଇଥିଲା ଗୀତା ସିନା ,ହେଲେ ସୁରେଶ କୁ ଏକୁଟିଆ ମନେ କଲା ।ତା ପର ଦିନ କାନ୍ଦି ଏଡେବଡ଼ ମୁହଁ ହାଣ୍ଡି କରି ଆସିଥିଲା ସୁରେଶ।

ଗୀତା ,ସୁରେଶ କୁ ପଚାରିଲା , କଣରେ ସୁରେଶ କୁମାର ଆଜିପୁରା ହାଣ୍ଡି କୁମାର ହେଇଚୁ।ଖରାପ ଲାଗିଲା କି କଥା, ହଉ ସରୀ।

ତଥାପି ସୁରେଶ ର କିଛି ପ୍ରତିକ୍ରିୟା ନଥିଲା। ସେମିତି ମୁହଁ ହାଣ୍ଡି କରି ବସିଥାଏ। ସେତିକି ବେଳେ ପ୍ରିୟଙ୍କା , ଗୀତା ର ଭଲ ସାଙ୍ଗ ଚାଲି ଆସିଥିଲା। 

ପ୍ରିୟଙ୍କା- ଓ ମିଷ୍ଟର ଏତେ ଗ୍ରେଭ ହେଲେ ଚାଲିବନି ଗାଡି ।ଆସ କଟୀ ରୁ ମିଟ୍ଟୀ ହୁଅ। ହୁଅ ଚାଲ।

ପ୍ରିୟଙ୍କା ର ମିଠା କଥା ତାକୁ ଭାରି ଭଲ ଲାଗେ।ହେଲେ ପ୍ରିୟଙ୍କା ଜାଣି ବି ନଜାଣିଲା ଭଳି ହୁଏ। 

ସୁରେଶ ତାକୁ ମନେ ମନେ ଭାବେ ପ୍ରିୟଙ୍କା ପାଇଁ ମୋର ହରମୋନ ର ସନ୍ତୁଳନ ବିଗିଡି ଯାଉଚି। ହେଲେ ସେ ଶୁଣିଲେ ସିନା। 

ସେଦିନ ପ୍ରିୟଙ୍କା କଥା ରେ ପଡି ଗୀତା ସହ ସାଙ୍ଗ ହେଲା ସିନା ମନ ରେ ଭଗବାନ କୁ ଡାକୁ ଥାଏ ,ପ୍ରଭୁ ମୋ ହରମୋନ କୁ ବାଲାନ୍ସ କରିଦିଅ। ମୋ ପ୍ରିୟଙ୍କା କୁ ମୋର କରିଦିଅ। 

ଗୀତା ମନେ ମନେ ଏଣେ ଭାବୁଥାଏ, ଯଦି ମୋତେ ସୁରେଶ ମିଳିଯାଅନ୍ତା, ତାକୁ ଏ ତ୍ରିଶଙ୍କୁ ଅବସ୍ଥା ରୁ ଉଦ୍ଧାର କରିପାରନ୍ତି। ମୁଁ ଜାଣେ ସେ ପ୍ରିୟଙ୍କା ପ୍ରତି ଆକର୍ଷିତ କିନ୍ତୁ ....

କିନ୍ତୁ ପରନ୍ତୁ ରେ କିଛିଦିନ ବିତି ଯାଏ। ପ୍ରିୟଙ୍କା ପଛରେ ପଡିଥିଲା ସୁରେଶ ଆଉ ସୁରେଶ ପଛରେ ଗୀତା ,ତା ଗୋଡ଼ ଟାଣୁ ଥିଲା ଚିଡ଼େଇ ଚିଡ଼େଇ। କିନ୍ତୁ ଚିଡ଼େଇବା ପଛରେ ତା (ଗୀତା)ର ଭଲ ପାଇବା ଲୁଚି ଟିକେ ଟିକେ ଉଙ୍କି ମାରୁଥାଏ। ଆସିଲା, ଫ୍ରେଣ୍ଡସିପ ଡେ ଯେଉଁଦିନ ସବୁ ସାଙ୍ଗ ନିଜ ସାଙ୍ଗ ମାନଙ୍କୁ ବନ୍ଧୁତା ସୂତ୍ର ରେ ବାନ୍ଧି ନିଜର ବନ୍ଧୁ ସୃଷ୍ଟି କରୁଥାନ୍ତି। ସୁରେଶ ଆସିଥିଲା ଏକ ବନ୍ଧୁତା ସୂତ୍ର ଧରି ଯେଉଁଥିରେ ଗୀତା ର ନାଁ ଲେଖାଥିଲା।

 କିନ୍ତୁ ଏଠି ଏକ ଅଜବ ମୋଡ଼ ନେଲା କାହାଣୀ।

କଣ ହେଲା ନା ବାନ୍ଧିବା ପୂର୍ବରୁ ଗୀତା କହିଲା ତୁ ମୋତେ ସାଙ୍ଗ ମଣୁଛୁ ସିନା ମୁଁ ତୋତେ ବହୁତ ଭଲ ପାଏ। ହେଲେ ଏଠି କିଛି କହି ପାରିବିନି। ଆଜି ଏଇ ଦିନରେ ମୁଁ ତୋତେ ଦେଖେଇବି ସବୁ।ଆଜି ଫ୍ରେଣ୍ଡସିପ ଡେ ର ସେଲିବ୍ରେସନ ସମୟ ରେ ତୁ ଆସିବୁ ମୋ ଭାବନା ସବୁ କହିବି। 

ଏତିକି କହିବା ପରେ ଗୀତା ବେହୋସ ହୋଇଗଲା, ଅତି ଭୟ ରେ କାଳେ ସୁରେଶ ରାଗିବ କି ଆଉ। ଏତକ ଦେଖି ସୁରେଶ କୁମାର ଆହୁରି ଡରି ଗଲା କରିବ କଅଣ ବୋଲି ।ଏ କଥା ରେ ସୁରେଶ ଖୁସି ନଥିଲା।


 ଜୀବନ ରେ ପ୍ରେମ ଯୁଦ୍ଧ ଆସିିିବା ଆଗରୁ ଯେମିତି ସବୁ ଶୀତଳ ପଡ଼ିଯାଏ ସୁରେଶ କୁ ସେମିତି ଆଭାସ ମିଳିଲା। ଠିକ ସେତିକି ବେଳକୁ ପ୍ରିୟଙ୍କା ଆସିଲା ବାନ୍ଧିବାକୁ ସୁରେଶ କାନ୍ଦୁଣୁ ମାନ୍ଦୁଣୁ ହୋଇ ଗୀତା କୁ ଧରିଚାଲିଗଲା ବାହାରକୁ। ସୁରେଶ କୁ ପଚାରିଲା ବେଳକୁ କିଛି ଉତ୍ତର ଦେଇ ନଥିଲା। ଵାସ ମୁଁ ତୁମ ସାଙ୍ଗ ହେବାର ଯୋଗ୍ୟ ନୁହଁ କହିଲା।


ଚାଲି ଆସିଲା ପରେ ବାହାରେ ବେଞ୍ଚ ରେ କାନ୍ଦିଲା। ପାଣି ଆଣି ଗୀତା ମୁହଁ ରେ ଛିଞ୍ଚିଲା ଗୀତା ଆଖି ଖୋଲି ଦେଖିଲା, ସୁରେଶ ବସିଛି। ଗୀତା କହିଲା, ନୋ ପ୍ରୋବ୍ଲେମ ତୋର ଯଦି କିଛି ଅସୁବିଧା ଥାଏ ମୋତେ ନିଶ୍ଚୟ କରିବୁ। ବାସ ମୁଁ ତୋର ଅପେକ୍ଷା କରିଛି। ଜୀବନ ସାରା।

 ନା ତ ମୋର କାହିଁ କିଛି ଅସୁବିଧା ହେବ । ତୁ କହିଲୁ ଭଲ କଲୁ। ନ ହେଲେ ବହୁତ ଡେରି ହେଇଯାଇ ଥାନ୍ତା। ତୁ ପ୍ରତିଜ୍ଞା କର ମୋତେ ଛାଡ଼ି କୁଆଡେ ଯିବୁନି ଆଉ ମୁଁ ବି କରିବି। ତୋର ମୁଁ କିଛି ଅସୁବିଧା ହେବାକୁ ଦେବିନି। ବାସ ପ୍ରିୟଙ୍କା କୁ ଦେଖି ପ୍ରଥମେ ମନ ଦୁଃଖ ହେବ କିନ୍ତୁ ଇଟ୍ସ ଓକେ।

ଛୋଟ ଓଠରେ କଅଁଳିଆ ହସ ଟେ ଖେଳି ଗଲା ଗୀତା ର। କିନ୍ତୁ ଡରୁଥିଲେ ତା ଘରେ କଣ କହିବେ। ସୁରେଶ ଖଣ୍ଡାୟତ ଥିଲା ଓ ଆଉ ଗୀତା ସାମ ବେଦୀ ବ୍ରାହ୍ମଣ । ତଥାପି ଭାବିଲା ସବୁ କହିବି ଯଦି ନ ହେବ ତ କୋଟ ରେ ବାହାଘର କରିବ।

ସବୁ ବୁଝୁଥିଲା ପ୍ରିୟଙ୍କା। ଜୀବନ ରେ ପ୍ରଥମ ଥର ପାଇଁ ସୁରେଶ ପାଇଁ କିଛି ଭଲ ଭାବନା ଆଣୁଥିଲା ।କିନ୍ତୁ କିନ୍ତୁ ରେ ସେ ରହିଗଲା...।

 

ତା ପର ରବିବାର ଦିନ ପ୍ରିୟଙ୍କା ର ଜନ୍ମଦିନ ଥିଲା। ସୁରେଶ ର ଇଛା ନଥାଇ ବି ତା ହାତରୁ କେକ ଖାଇଲା। ଆଉ ଗୀତା ବି। ସବୁ ମିଶି ଭଲ ରେ ପାଳନ କଲେ। ସୁରେଶ ପ୍ରିୟଙ୍କା ପାଖେ ଠିଆ ହୋଇଥିଲା।ଏ ଦେଖି ଗୀତା ଆଖି ଛଳ ଛଳ କରି ବାହାରକୁ ଚାଲି ଆସିଥିଲା।

ଏ ପରି ଅବସ୍ଥା ରେ ସୁରେଶକୁ ଭାରୀ ଖରାପ ଲାଗିଥିଲା।

ଆଉ ଅପେକ୍ଷା ନକରି ଚାଲି ଆସିଲା ବାହାରକୁ । କ୍ୟାବ ସଂଗେ ସଂଗେ ବୁକ କରି ନେଇଆସିଲା ଗୀତା କୁ ହଷ୍ଟେଲ କୁ। ଛାଡିଲା ବେଳେ ଗୀତା କିଛି କହି ନଥିଲା। ହେଲେ ନିରବ ଭାଷା ଦରଦୀ ହିଁ ବୁଝିପାରେ।


4 ବର୍ଷ ମଧ୍ୟରେ ସୁରେଶ ପ୍ରିୟଙ୍କା କୁ ଭୁଲି ସାରିଥିଲା। ସବୁ ସରିଲା, କନଭୋକସନ କଲା କୋଟରେ ଧରିଥାନ୍ତି ସଭିଏଁ। ଗୀତା ର ମା ବାପାଙ୍କୁ ସୁରେଶ ଆସି ପ୍ରଣାମ କଲା। ତା ପୂର୍ବରୁ ଗୀତା ସେମାନଙ୍କୁ ସବୁ ବଖାଣି କହିଥିଲା। ବିଶ୍ୱାସ କରିନଥିଲେ କେହି।ଏମିତି ତ ସବୁ ଇଂଜିନିୟରିଂ କଲେଜ ରେ ହୁଏ।

କିନ୍ତୁ ତା (ଗୀତା ର)ବାପା ବାହାଘର ପାଇଁ ମଙ୍ଗି ନଥିଲେ। କାରଣ ତାଙ୍କ ସମ୍ମାନ ଆଗରେ ତାଙ୍କ ଝିଅ କେହିନୁହେଁ, କିଛି ନୁହେଁ। ମନା କରିଦେଲେ ତା ବାପା। ମା ବି ବାପାଙ୍କ କଥା ରେ ରାଜି।

ଗୀତାର କିନ୍ତୁ ଗୋଟିଏ ଜିଦ ସେ ସୁରେଶ କୁ ବାହା ହେବ।ସାତ ଦିନ ସାତ ରାତି ଓପାସ ରେ ରହିଲା ପରେ ସେ ଆସିଲା ।ହେଲେ ସୁରେଶ ନୁହେଁ ଆଉ ଗୋଟେ ବାହାଘର ପ୍ରସ୍ତାବ। ମୃତ୍ୟୁ କିମ୍ବା କୋଟ ମ୍ୟାରେଜ ଭିତରୁ ସେ କୋଟ ମ୍ୟାରେଜ କୁ ବାଛିଲା ।ଜୀବନରେ ସେ ପ୍ରଥମ ଥର ପାଇଁ ନିଜ ବାପା ଙ୍କ ଠୁ ଛି ଶବ୍ଦ ତା ପାଇଁ ଶୁଣିଲା। କିଛି ଖାତିର ନକରି ଚାଲିଗଲ।


ଝିଅ ଯେତେ ହେଲେ ବାପା କ୍ଷମା କରିଦେଲେ ହୁଆନ୍ତା ହେଲେ ଝିଅ କାହାର ।ଜିଦିଆ ଝିଅ କୁ ବାପା ବି ଜିଦିଆ।


କୋଟ ମ୍ୟାରେଜ ରେ ସବୁ କାଗଜ ଦାଖଲ କରି ବିବାହ ସମ୍ପନ୍ନ ହେଲା। ବିନା ଆଶୀର୍ବାଦ ରେ ଘର ସଂସାର ସୁରୁଖୁରୁରେ ଚାଲିଥିଲା। ସୁରେଶ ବି ନିଜ ସ୍ତ୍ରୀ କୁ ଭଲ ଭାବେ ପଦ୍ମଫୁଲ ପରି ସଜାଡି ରଖିଥିଲା। ବିବାହ ର ତିନି ବର୍ଷ ପରେ ଶ୍ରୀ ବୋଲି ଝିଅ ହେଲା ସେମାନଙ୍କର। ଭାରିସୁନ୍ଦର ହୋଇଥିଲା ଝିଅ ଟି ।ହେଲେ ଦୁର୍ଭାଗ୍ୟ କୁ ଗୀତା ର ବ୍ରେସ୍ଟ କ୍ୟାନ୍ସର ଜଣାପଡିଲା ଠିକ ଯେବେ ଶ୍ରୀ କୁ ଦୁଇ ବର୍ଷ ହୋଇଥିଲା। ଆଉ ତା ପରେ ଗୀତା ର ମୃତ୍ୟୁ ହେଲା।

 ଗୀତା ,ହାୟ ରେ ଭାଗ୍ୟ କଣ ହେଲା। ମୋରି କପାଳ ରେ ଏମିତି ହେବ। ଗୀତ ପ୍ଲିଜ଼ ଫେରିଆସ। ତୁମ ଶ୍ରୀ ଖୋଜୁଛି ତୁମକୁ।

କେହି ଶୁଣି ନଥିଲେ।

ଦିନେ ଅଫିସ ରେ ବସିଥିବା ସମୟ ରେ ପିଅନ ଜବରଦସ୍ତ ଠେଲି ପେଲି କି ଜଣ ଙ୍କୁ ଆଣିଲା। ସେ ପ୍ରିୟଙ୍କା ଥିଲା।ହାତରେ ସଂଖା, ଗଳା ରେ ମଙ୍ଗଲସୁତ୍ର ଆଉ ଭ୍ୟାନିଟି। ଦେଖିଲା ବେଳକୁ ଗୀତା ଫଟୋରେ ହାର ।କଣ କେମିତି ପଚାରି ପାରି ନଥିଲା ପ୍ରିୟଙ୍କା। କାରଣ ଆଉ ତା ଦୁଃଖ କୁ ଉଖୁରେଇବାକୁ ଚାହିଁ ନଥିଲା ସେ। 

ସବୁ କାମ କରି କହିଲା ଶ୍ରୀ କୁ ଧରି କେବେ ଆସିବ।

ସେ ଆଉ ଯାଇ ନଥିଲା ପ୍ରିୟଙ୍କା ଘରକୁ। ଏ ମଧ୍ୟେ ଶ୍ରୀ କୁ ସୁରେଶ ବୋଡିଂ ସ୍କୁଲ ରେ ଛାଡି ଦେଇଥିଲା। ଗୀତା ର ସ୍ମୃତିର କଣ୍ଟା ତାକୁ ଦ୍ଵିତୀୟ ବିବାହ କରିବାକୁ ଅନୁମତି ଦେଇନଥିଲା

ମା ର କି ବାପା ର ସ୍ନେହ ଶରଧାରୁ ବଂଚିତ ହୋଇ ରହିଲା ଶ୍ରୀ।ନିଜ ଅଧୁରା ପ୍ରେମ ଡାଏରି ର ଫର୍ଦ୍ଦ ଓଲ୍ଟୋଉଥିଲା ସୁରେଶ।ଆଉ ବିତିଗଲା ସମୟ ଧରିବାକୁ ଚେଷ୍ଟା କରିଥିଲା ପ୍ରିୟଙ୍କା।


ଏହି ସବୁ ପରେ ଡାଏରି ଓ ମଦ ର ନାମ ସେ ଛାଡିବାକୁ ନାରାଜ। ମଦ ପିଇ। ପିଇ ସୁରେଶ ଘୋଡା ମଦୁଆ ରେ ପରିଣତ ହେଲାଣି। କେହି ସାହା ଭରସା ନାହିଁ। ବାସ ସେ ଗୀତାର ସ୍ମୃତି, ମଦ ପିଆଲା ଓ ସିଗ୍ରେଟ ଧୂଆଁ।



Rate this content
Log in

Similar oriya story from Romance