ମାଡ ବିରୀୟାନି
ମାଡ ବିରୀୟାନି
ସପ୍ତମ ଶ୍ରେଣୀରେ ଥିବା ମାଡ ହାଣ୍ଡି ତ ଭାରି ମଜା ଲାଗୁଥିଲା। ଆଜି ଆସନ୍ତୁ ଆମେ ଜାଣିବା ମାଡ ବିରୀୟାନି।
ଗରଦପୁର ଗାଆଁ ରେ ଦିନେ ମଦନ ପୁଝାରୀ ମଜାଳିଆ ଚାକିରି ଟିଏ ଖୋଜୁ ଥିଲା। ହଠାତ୍ ଖବର କାଗଜ ରେ ନଜର ଆସିଲା, ନୂଆଁ ଷ୍ଟାଫ୍ ଙ୍କ ର ଦରକାର ଅଛି। ମାସ କୁ ୩୦,୦୦୦ଟଙ୍କା । ଘରଠୁ ୨କିମି ର ବାଟ। ଡେଲିଭରି ବୟ କାମ।ମଦନ ଖୁସି ହେଇଗଲା। ଆଉ ଅପେକ୍ଷା ନ କରି ଫୋନ କଲ୍ କଲା ତଳେ ଦିଆଯାଇଥିବା ନମ୍ବର ରେ। କିଛି ନ ବୁଝି ମାଲିକ ଡାକି ଦେଲେ ତାକୁ ଠିକଣା କୁ। ଆସି ଦେଖେ ଅଜବ ହୋଟେଲ। ବିଭିନ୍ନ ପ୍ରକାର ହଟ୍ତାକଟ୍ଟା ଲୋକ ଅଚନ୍ତି।କେବଳ ମାଡ ଦେବା ପାଇଁ। ଯାହା ପିଠି କୁଣ୍ଡେଇ ହୁଏ କି କାହାକୁ ପିଟା ଖାଇବାକୁ ଇଚ୍ଛା ହୁଏ , ଡାକରା ହୁଏ ଏହି ମାନଙ୍କୁ। ମେନୁ ଦେଖିଲା ସ୍ଵିଗି ରେ ବି ଆଡ୍ସ ଅଛି। ଆଖି ବଡ ବଡ କରି ଦେଖିଲା ବେଳକୁ ଅନ୍ୟ ମାନଙ୍କ ଆଗରେ ସେ ପୁରା କାଣି ଆଙ୍ଗୁଠି। ଭାରି ମସଲ୍ ଦାର ଲୋକ ଗୁଡ଼ାକ ତାକୁ ଆଖି ଅଣେଇକି ଦେଖିଥାନ୍ତି ଆଉ ମଝିରେ ମଝିରେ ମୁରୁକି ହସୁଥାନ୍ତି।
ମଦନ ଆଉ ମାଡ ର ସମ୍ବନ୍ଧ ପିଲା ବେଳୁ ବେଷ୍ଟ ସାଙ୍ଗ ଭଳି। ସେ ଯୁଆଡେ ଯାଉ ନ ଯାଇ ତା ପଛେ ପଛେ ଛାଟ ଟି ବାଜୁଥିବ। ଏତେ ବିଛୁଆତି ଥିଲା ଯେ କହିଲେ ନ ସରେ। ତେଣୁ ପ୍ରଥମ ଥର ପାଇଁ ସେ ଯେବେ ମାଡକୁ ଡେଲିଭରି କରିବ ଜାଣିଲା ଖୁସି କହିଲେ ନ ସରେ। ଗୋଟେ ଗୋଗୋଚ୍ଚା ମାଡ ୧୫ମିନିଟ କୁ ୨୦୦୦ଟଙ୍କା ମାନେ ଖୁସିରେ ହଁ ଭରିଦେଲା। କହିଲା ମାଲିକେ ମୁଁ ଏ ଚାକିରି ପାଇଁ ରାଜି ଅଛି। କୁହନ୍ତୁ କଣ କରିବି। ମାଲିକ କହିଲେ ଦେଖେ ମଦନ ତୁ ଚାକିରି ରେ ଭର୍ତ୍ତି ହେଲୁ ଯେତେବେଳେ ତୁ ଏବେ ବହୁତ୍ କିଛି ଜାଣିବାକୁ ଅଛି।ତେଣୁ ତୁ କାଲି ଠୁଁ ଆସିଯା ଟ୍ରେନିଂ କୁ । କେମିତି କଉ ଲୋକ କୁ ମାଡ ଦିଆଯିବ ସେଥିପାଇଁ ଟ୍ରେନିଂ ଅଛି। ଆମର ଗରଦ ପୂର୍ ଗାଆଁ ରେ ବହୁତ୍ ପିଲା ଛୋଟ ବଡ଼ ପିଲା ବଦମାସ୍ ହଉ ଚନ୍ତି। ତେଣୁ ମା ବାପା ମାନେ ଆଉ ମାଡ ଦେଉନାହାନ୍ତି। କାରଣ ମାଡ ଦେଲେ ଏବେ ତାଙ୍କ ହାତ ବି କାଟୁଚି। ତେଣୁ ଆମର ଏଇ ସଂସ୍ଥା ମାଡ ଦେଇ ସେମାନଙ୍କୁ ସାବଡ କରିବ। ଆଜ୍ଞା ମାଲିକ କହି ଚାଲି ଆସିଲା।
ଘର କୁ ଆସି ଭାବିଲା , ହଉ ଏତେ ପାଠ ପଢିଲି, ଶେଷରେ ଲୋକଙ୍କ ଘରେ ଛୁଆଙ୍କୁ ମାଡ ଦେବି। ହଉ। ମଞ୍ଜୁର କହି ବିଷ୍ଣୁ ଙ୍କୁ ଜୁହାର ହେଇ ଶୋଇ ପଡିଲେ ମଦନ ମାଡୁଆ। ଯେତିକି ଖୁସି ହେଲା ସେତିକି ବ୍ୟସ୍ତ ହେଇଗଲା। ଖୁସି ଏଇଥିପାଇଁ ସେ କାହାକୁ ମାଡ ଦେଇପାରିବ।ଦୁଃଖ ଏଇଠି ପାଇଁ ତା ପାଇଁ ଛୁଆ ମାନେ କାନ୍ଦିବେ।
ତା ପର ଦିନ ଟ୍ରେନିଂ କୁ ଚାଲିଲା। ମାଡ କେଉଁ ଆଙ୍ଗେଲ ରେ ମାରିବ, ଛାଟ କେମିତି ଧରିବ, ଯଦି ମାଡ ଖାଉଥିବା ଛୁଆ କେମିତି ବୁଝେଇ ମାରିବ, ସେଥିପାଇଁ ଚାଲିଲା। ପ୍ରଥମେ ପ୍ରଥମେ ଭାରି ମଜା ଲାଗିଲା। ଏ ଥିଲା ସିଙ୍ଗଲ ରେସିପି। ମାଡ ର ପରେ ପରେ ବିଧା , ଗୋଇଠା, ଚାପୁଡ଼ା , ଚୁଟି ଖିଞ୍ଚା , ଲାତ, ର ବି ଟ୍ରେନିଂ ଦିଆଯାଏ । ଥକି ଆସି ଶୋଇପଡେ ମଦନ।
୧୫ଦିନ ର କଡା ଟ୍ରେନିଂ ପରେ ସେ ମଦନ ର ଅର୍ଡର୍ ଆସିଲା। ମାଡ ର ରେସିପୀ ଥିଲା, ମାଡ ବିରିୟାନି। ଟିକେ ମୁଣ୍ଡ କୁଣ୍ଡେଇ ହେଇ ଅଣ୍ଟିରେ କିଛି ତେଲ ମସଲା ଭରି ଗୋଟେ ହାତେ ଲମ୍ବର ସରୁ ଛାଟ ଧରି ଚାଲିଲା, ବାଟରେ ନେଇଗଲା, କିଛି ରସଗୋଲା ଓ ବୁନ୍ଦୀ ଲଡୁ। ପ୍ରଥମ ଅର୍ଡର୍ ରେ ସେ ଯାଇ ପହଁଚିଲା, ବାୟା ଘରେ। ଠକ ଠକ କରି ଘର ଭିତରକୁ ପଶିଲା,
ଘରେ ପଚାରିଲା ଜାଣିଲା ଦୁଇଜଣଙ୍କୁ ମାଡ ଡେଲିଭରି କରିବାକୁ ପଡ଼ିବ । ଏକାସାଙ୍ଗରେ ନ କଲେ ଘାଟା ରେ ପଡ଼ିବ, କିନ୍ତୁ କରିବ। ତାକୁ କୁହାଗଲା ଯେତେ ସମୟ ମାରୁପରିବୁ କିନ୍ତୁ ସେମାନେ ଯେଉଁଠି ପାଟି କରିବେ ସେଇଟି ତୋର ଅର୍ଡର ପେମେଣ୍ଟ ହେବ ଓ ତୁ ଘର କୁ ଚାଲି ଯିବୁ। ଅଣ୍ଟି ରୁ ମସଲା ଓ ମିଠା ବାହାର କଲା, ଆଉ ଚିଆଁ ଟିଆଁ ଙ୍କୁ ମାଡଘର କୁ ନେଇଗଲା। ମିଠା ଦେଲା, ମସଲା ଓ ତେଲ ଲାଗିଲା, ଓ ତାପରେ ହେଲା ଡେଲିଭରି ମାଡ ବିରୀୟାନୀ ର। ଦୀର୍ଘ ୨୦ମିନିଟ ଧରି । ତେଣୁ ପ୍ରଥମ ରୋଜଗାର କଲା ୨୫୦୦ଟଙ୍କା। ଭାରି ଖୁସି ହେଲା। ଟିକେ ଗର୍ବ ବି କଲା, ଭାବିଲା ଆଜି ଯାଏ ଏ ମଦନ ମାଡୁଆ ମାଡ ଖାଇଚି, ଆଉ ଆଜି ସେ ମାଡ ଦେବ । କିନ୍ତୁ ଭଲ ବାଟରେ ଦେଲେ ମଜା ଲାଗନ୍ତା। ତେଣୁ ଭାବିଲା ପ୍ରଥମେ ଏ ମାଡୁଆ ମଦୁଆ ମାନଙ୍କୁ ମାଡ ଡେଲିଭରି କରିବି। କଣ କରିବ ବୋଲି ନିଶା ନିବାରଣ କେନ୍ଦ୍ର କୁ ଫୋନ କରି କହିଲା, ସାର ମୁଁ ମାଡ ବିରିୟାନି ଡେଲିଭରି କରିପାରିବି। ମୁଁ ମାଡ ଏକ୍ସପର୍ଟ। ଏହା ଶୁଣି ନିଶା ନିବାରଣ କେନ୍ଦ୍ର ଲୋକ ଖୁସି ହୋଇ ତାକୁ ଚାକିରୀରେ ରଖିଲେ।ଏଣେ ମାଡ ହୋଟେଲ ରେ ଦିନରେ ଓ ରାତିରେ ପାର୍ଟ ଟାଇମ୍ ଜବ୍ କରେ ନିଶା ନିବାରଣ କେନ୍ଦ୍ରରେ। ବାଟରେ ଘାଟରେ ଯିଏ ଦୁଷ୍କର୍ମ କରେ ତାକୁ ମାଡ ମାରି ତାଠୁ ପଇସା ନିଏ । ସେ ଏହିଥିରେ ପ୍ରଥମ ମାସରେ କମେଇଥିଲ ୭୦,୦୦୦ ଟଙ୍କା।
କିଛି ଦିନପରେ ସେ ବାଟରେ ଯାଉ ଯାଉ ଗାଆଁ ବାଟରେ ଶୁଣିଲା , ଧନରେ ଡାକିବି ମାଡ ବିରୀୟାନି ବାଲା କୁ , ଗୋଟେ ଡୋଜ ରେ ସିଧା ହେଇଯିବୁ , ହେଇ ସେ ଯାଉଚି।
ଆଜି ତା ପାଇଁ ବହୁତ୍ ମାଡୁଆ ମାନଙ୍କ ଘର ସୁଧୁରୁଚି। ବହୁତ୍ ବଦମାସ୍ ଛୁଆ ଭଲ ପିଲା ହେଇଚନ୍ତି। ସହର ରେ ଅପରାଧ କମୁଚି ଓ ମାଡୁଆ ମଦନ ଆଜି ମାଡ ଦିଆ ମଦନ ହେଇଯାଇଛି।
କିଛି ଦିନ ପରେ ମାଡ ହୋଟେଲ ଓ ନିଶା ନିବାରଣ କେନ୍ଦ୍ର ଡାକରା ଦିଆଯାଇ ମଦନ କୁ ପୁରସ୍କୃତ କରାଗଲା ଏକ ଲକ୍ଷ ଟଙ୍କା ରେ। ଖୁବ୍ ଖୁସି ହେଇ କିଛି କହୁଥିଲା, ମୁଁ ଆଜି ଯାହା ହୁଏ କିନ୍ତୁ ବେକାର ନୁହେଁ କି ଆଉ ମାଡୁଆ ମଦନ ନୁହେଁ।
