Rajashree Acharya

Inspirational Children Stories

4.3  

Rajashree Acharya

Inspirational Children Stories

ବିଚ୍ଛୁରିତ ବାଲ୍ୟକାଳ

ବିଚ୍ଛୁରିତ ବାଲ୍ୟକାଳ

10 mins
752


ବୈଶାଖ ମାସ ର ଖରାର ମଧ୍ୟାହ୍ନରେ କେଉଁ କାଉ ର ବି ଶବ୍ଦ ନଥାଏ। ହେଲେ ୧୨ବର୍ଷ ର ପିଲା ଅନାମ ଟୋପାଏ ସାହାଯ୍ୟ ପାଇଁ ବୁଲି ମାଗୁଥାଏ । କାଳେ କିଏ ତାକୁ ମୁଠାଏ ସାହାଯ୍ୟ ଦେଇ ଦେବ । ଭାଇ ଯାଇଥିଲା ଯେ ଆସିଲା ବେଳକୁ ଗାଡି ଟିଏ ଧକ୍କା ଦେଇ ଚାଲି ଯାଇଛି। ରକ୍ତର ତା ଦେହ ଜୁଡୁବୁଡୁ ତାର। ହେଲେ କାହାରି ଆଖିରେ ଆହା ପଦ ଟିଏ ବି ନାହିଁ। ଝାଳ ଗମଗମରେ ବିଚରା ଅନାମ ତାର ହିତାହିତ ଜ୍ଞାନ ଭୁଲି ଗଲାଣି। ସମସ୍ତେ ଦେଖୁଛନ୍ତି ଚାରି ଆଡ଼େ ଲୋକ ଭର୍ତ୍ତି ହୋଇ ଥାନ୍ତି। ଅନାମ ବିଚରା କିଂ କର୍ତ୍ତବ୍ୟ ବିମୁଢ ହୋଇ ଧମକିନା ବସି ଗଲା ସେଇଠି। କଣ କରିବ କିଛି ଜାଣି ପାରିଲାନି। ସେଇଠୁ ଡାକ୍ତର ଖାନା ୨କିମି ବାଟ ।ପାଖ ପରିବା ଦୋକାନରୁ ଠେଲା ଆଣି ସେଇ ଥିରେ ତାହାକୁ ଶୁଆଇ ନେଇ ଗଲା ଠେଲି ଠେଲି । ଓଠ ଶୁଖିଯାଉଛି।ସବୁ ସହି ନେଇଗଲା ତା ବଡ଼ ଭାଇ ରମାଈକୁ।


ରମାଈ ତାହାର ନିଜ ଭାଇ ନୁହେଁ।ତା ଅନାଥ ଆଶ୍ରମର ସାଥିଭାଇ। ଅନାମ ସମସ୍ତଙ୍କୁ ସାହାଯ୍ୟ କରେ ମାତ୍ର ନିଜକୁ ଅବହେଳା କରି ।ତା ସାଥିଭାଇ ରମାଈ ତାହାର ସବୁଠୁ ପ୍ରିୟ ।ହେଲେ ଆଜି କି ବେଳା ପଡିଲା କେଜାଣି । ଅନାମକୁ କାହିଁକି ଲାଗୁଥିଲା କେଜାଣି କିଛି ଗୋଟେ ଅଘଟଣ ହେବାର ଅଛି। କିନ୍ତୁ ତାହା ଏବେ ସତ ହୋଇଗଲା। ବାଁ ଆଖିଟା କାଲି ଠୁ ଡେଉଁଥିଲା। ହେଲେ ତାହାର ଦୁର୍ଦିନ ତା ପାଖକୁ ଏମିତି ଆସିବ ସେ ଜାଣି ନଥିଲା।


କାଇଁ କେଉଁଠି ତ ଛାଇ ନାହିଁ।ହଁ ଗୋଟେ ବଡ଼ ବରଗଛ ଅଛି।ଚାଲ ସେଇଠି ସେ ଟିକେ ବିଶ୍ରାମ ନେଇଯିବ। ନା ଆରେ ନାଡୁ(ନାଡୁ ଛୋଟ ବେଳୁ ରମାଈ କୁ ସେ ଏମିତି ଡାକେ) ଭାଇ ପରା ଏମିତି ଅଵସ୍ଥାରେ ।ଖରା ଟା ବି ଏମିତି କରିଛି ହଉ। ଯାହା ସେଇ ଭଗବାନଙ୍କ ଇଚ୍ଛା। ପୁଣି ଠେଲି ଚାଲିଲା ରମାଈକୁ। ଦୁର୍ଘଟଣା ହୋଇଥିଲା ଦତ୍ତତୋଟାରେ ।ନେବାର ଅଛି ଡାକ୍ତର ଖାନା ଛକରେ।


ଏହି ସମୟରେ କେହି ଜଣେ ସୁହୃଦ ବ୍ୟକ୍ତି ଦେଖି ତାଙ୍କ କାରରେ ଅଟକାଇ ନେଇଯିବାକୁ ବାଧ୍ୟ କଲେ। ଅନାମ ହଁ ଟିଏ ମାରି ରମାଈକୁ କାର ମଧ୍ୟକୁ ନେଇଗଲା। ଭାବିଲା କେଡେ ଦୟାବାନ ଠାକୁରେ।ହେଲେ ସେ ଜାଣି ନଥିଲା କି ଯିଏ ନେଇ ଯାଉଛି ସେ ହଉଛନ୍ତି ଚୌଧୁରୀ ବଳବନ୍ତ ରାୟ। ଉପରେ ଯେମିତି ନଡ଼ିଆ ଭିତରେ ସେମିତି ହାଡୁଆ। ଜମିଦାରୀ ଉଠିଯାଇଥିଲେ ମଧ୍ୟ ସେ ତାଙ୍କ ଜମିଦାରୀ ଓ ସାହାଯ୍ୟ ନେଇ

ଚୋଟ ମାରିବା ଗୁଣ ଛାଡ଼ନ୍ତିନାହିଁ।


୫ମିନିଟ ମଧ୍ୟେ ଆସି ପହଂଚି ଗଲା ଡାକ୍ତର ଖାନାରେ।ଓହୋ ଭଗବାନ ୟାଙ୍କୁ ନ ପଠେଇଥିଲେ ମୋର ଆଉ ନାଡ଼ୁ ଭାଇର କଣ ଯେ ହେଇଥାନ୍ତା ତାର କଳନା ତାର ନଥିଲା।


ଚୌଧୁରୀ ବାବୁ ପଛରେ ଯାଇ କହିଲେ ଆରେ ବାବା ତୁମ ପାଖରେ ତ ପଇସା ନଥିବ। ତେଣୁ ମୁଁ ସାହାଯ୍ୟ କରି ଦେଉଛି ତୁମେ ମୋ କଥା ମାନ ଏଠି ୟାଙ୍କୁ ଆଡ଼ମିଟ କରିଦିଅ ଏବଂ ମୁଁ ତୁମକୁ ସବୁ ସାହାଯ୍ୟ କରିବି। ବାବା ଏତେ ବେଳ ହେଲାଣି ତୁମେ କିଛି କହିନ ।ତୁମେ କିଏ ଓ କେଉଁଠି ତୁମ ଘର।ଜଣା ପଡୁଛି ତୁମେ ଭାରି ଭୋକିଲା ଜଣାପଡୁଛ। ନିର୍ଭୟ ରେ କୁହ କଣ ହେଇଚି।


୧୨ବୟସ ର ଛୋଟ ପିଲା ସେଦିନ ଚୌଧୁରୀ ବାବୁଙ୍କ କଥା ଶୁଣି ଭଳି ଗଲା। ଭାବିଲା ଭାରି ଭଲ ଲୋକ।ହେଲେ ସେ ସେଦିନ ଜାଣିଥିଲା ସେ ଚହଟ ଚିକ୍କଣ କହୁଥିବା ଲୋଭୀ ବିଲୁଆ ହାତରେ ପଡିଗଲା। ବାବୁ ମୁଁ ଗୋଟେ ଅନାଥଆଶ୍ରମର ଅନ୍ତେବାସୀ। ମୁଁ ଅନାମ ଓ ମୋ ନାଡୁ ରମାଈ ଭାଇ ସେଇଠି ରହୁ। ଭାରି ସରଳ ଲୋକ ସେମାନେ।ସେଠି ପ୍ରାୟ ୫୦ ଜଣ ଶିଶୁ ଏକ ସ୍ଥାନରେ ରହିଛନ୍ତି। ଆଉ ସବୁଦିନ କେହି ନା କେହି ବଦାନ୍ୟ ଲୋକ ଖାଦ୍ୟ ପଠାନ୍ତି। ଆପଣ ଯଦି କହିବେ ମୁଁ ଆପଣଙ୍କୁ ସେଠି ଦେଖାଇଦିଆନ୍ତି।


ଆରେ ୟେ ତ ଭାରି ଭଲ କଥା କହୁଛି। ଯାଇ ଦେଖେ ସେଠୁ କିଛି ମାଲ ମିଳିବ କି। ହଉରେ ଅନାମ ତୋ କଥା ରହିଲା। ଆରେ ଦେଖ ସେଠି କଣ ହେଲାଣି । ରମାଈ ର ଚେତା ଧୀରେ ଧୀରେ ଫେରି ଆସୁଥାଏ। ସେବା ଶୁଶ୍ରୁଷା ପାଇଁ ତାକୁ ଘରକୁ ଫେରେଇ ଦିଆଗଲା। ଫେରିଲା ବେଳେ ଚୌଧୁରୀ ଅନାଥ ଆଶ୍ରମର ପରିକ୍ରମା କରି ଆସିଲା। ଖାଲି କୋଉଠି ଲାଭ ହେବ ସେଇକଥା ଭାବୁଥାଏ।ମହାନ ଲୋକ ଆସିଛନ୍ତି ବୋଲି ସମସ୍ତେ ତାଙ୍କ ଚାରିପଟେ ଘୁରୁଥାନ୍ତି। 

ଦୁର୍ବୁଦ୍ଧିର ଠିକଣା ନଥାଏ କେତେବେଳେ ଆସି ସେ ହାଜିର ହୋଇଯିବ।


ତେଣୁ ଭାବିଲା ସେ ଗୋଟେ କ୍ଷୀର ମିଲ ଟେ କରିବ। କେମିତି କରିବ ବୋଲି ଘରକୁ ଯାଇ ଭାବିଲା ।ହଁ ତାକୁ ଅନାମକୁ ମୁକୁଳେଇ ଆଣିଲେ କିମ୍ଵା ତାର କିଏ ଅତି ପାଖଲୋକକୁ ଧରିଲେ ହେବ ଯିଏ ସହଜରେ ଧରା ପଡିଯିବ ହାତରେ।

ଏଥର ମନ୍ଦ ଉଦ୍ଦେଶ୍ୟରେ ଗନ୍ତବ୍ୟ ସ୍ଥଳ ଅନାଥଆଶ୍ରମକୁ ନିତି ଗଲା। ସେ ଦେଖେ ସୁମି ବୋଲି୧୦ବର୍ଷ ଝିଅଟେ ତା ସହ ବହୁତ ମିଶୁଚି।


ଯେତେବେଳ ଦେଖ ସେ ତା ସହ ପଢୁଥିବ।ଘନ କେଶରେ ଛୋଟିଆ ଚଷମା ଭାରି ମାନେ ଗୋରା ଦେହକୁ। ଦିନେ ଚୌଧୁରୀ ଲୁଚି ଲୁଚି ଶୁଣିଲା-


ସୁମି-ଦେଖ ଅନ (ଅନାମ କୁ ସୁମି ଅନ ବୋଲି ଡାକେ) ଆମେ ଏଠୁ ପଳେଇବା କେଉଁ ଦୂର ଜାଗାକୁ। କହିବ ଯଦି ରମାଈ ଭାଇକୁ କହିବ ଆସିବେ ଆମ ସହ।ସେଠି ନିଜେ କାମ କରି ନିଜେ ପଇସା କମେଇବା କିଛି ନିଜ ପାଇଁ କରି ପାରିବା। ମୋତେ ପାଠ ପଡିବା ପାଇଁ ବହୁତ ଇଛା।ତୁମେ କଣ କହୁଛ।ମୋ ସହ ରାଜି ତ। ଅନାମ ତା କଥାରେ ହଁ ଭରିବାକୁ ଯାଉଥିଲା ।ଚୌଧୁରୀ ଆସି କହିଲା - ଆରେ ପିଲେ କଣ କଥା।ତୁମେ ଏଇ ଭିତରେ ଚୁପି ଚୁପି କି କଣ କଥା ହଉଛ କଣ ଏଇ ଅଙ୍କଲଙ୍କୁ କହିବନି।


ଅନାମ ହଁ କହୁଛି କହୁଥିଲା କିନ୍ତୁ ସୁମି ଅନାମକୁ ଅଟକେଇ କହିଲା ଅଙ୍କଲ ଆମେ ଦୁହେଁ ବସି ଖେଳୁଥିଲୁ ଓ ଗୀତ ଗାଉଥିଲୁ। ଓହୋ ହଉ ବୋଲ ରାଧେ ରାଧେ କହି ସନ୍ଦେହ ଦୃଷ୍ଟିରେ କାନ ମୁଣ୍ଡ ଆଉଁସି ଚାଲିଗଲା।

ଅନାମ -(ଟିକେ ରାଗି ଯାଇ କହିଲା)ତୁ କାଇଁ ମୋତେ ଅଟକେଇଲୁ।ଜାଣିନୁ ସେ କେତେ ଭଲ ଲୋକ ।ସେ ନାଡୁ ଭାଇ ର ଚିକିତ୍ସା କରେଇଲେ।

ସୁମି -ତ କଣ ହେଲା ଆମେ ସବୁ ତାଙ୍କଠି କହି ଦେବାକି?ତୁମେବି ଭାରି ବୋକା ଅନ । ଏ ଯିବା କଥା କାହାରି କାନରେ ନପଡେ ।ଖାଲି ରମାଈ ଭାଇଆସନ୍ତୁ ତାଙ୍କୁ କହି ଖସି ପଳେଇବା। ମା ବାପା ତ ଆମର ପଚାରିଲେ ନାହିଁ । ହେଲେ ଆମେ ନିଜେ ତ ଆମ କଥା ବୁଝି ପାରିବା।

ଅନାମ କଣ ବୁଝିଲା କେଜାଣି ସୁମି କଥାରେ ହଁ ଭରିଲା।

ସବୁ ଝିଅ ମଧ୍ୟେ ସୁମି ଭାରି ସୁନ୍ଦର ଓ ଢଂଗର ଝିଅଟେ ଥିଲା ।ତା ନାଲି ସରୁ ଚଷମାରେ ସ୍ଲାକ୍ସ ପିନ୍ଧା ଧଳାଫ୍ରକରେ କୁନି ପରୀଟେ ପରି ଦିଶେ।


ଚାଳକ ଓ ଚତୁର।ବୁଦ୍ଧି ଓ ଅନ୍ୟ କାମରେ ଅନ୍ୟ ସମସ୍ତଙ୍କଠୁ ଆଗରେ। ସବୁଥିରେ ଭଲ।ଏଣେ ଅନାମ ବି ଆମର ଭାରି ଭଲ ପିଲା। ସେ ବୁଝେ ଅନ୍ୟର ସାହାଯ୍ୟ କଲେ ନିଜେ ଭଗବାନ ସାହାଯ୍ୟ କରନ୍ତି। ତେଣୁ ଦୁଇ ଜଣକୁ ଦୁହେଁ ଠିକ ଯୋଡି ଥିଲେ। ହେଲେ ଟିକେ ଅନାମ ବୋକା ଥିଲା। ସବୁ କଥାକୁ ସେ ଭାରି ସହଜରେ ଓ ସରଳରେ ନେଇ ଯାଉଥିଲା।


ସେଦିନ ଶୀତଳ ଷଷ୍ଠୀର ସକାଳ ଭୋର କେହି ଉଠିନଥାନ୍ତି।ସୁମି ଖାଲି ଉଛନ ଥାଏ କେମିତି ଏହି ରୁଦ୍ଧ ଦ୍ୱାରରୁ ବାହାରି ମୁକ୍ତ ବିହଙ୍ଗ ହେବାର ସ୍ୱାଦ ଚାଖିବ । ତେଣୁ ରମାଈ ଓ ଅନାମକୁ ନିଦରୁ ଉଠେଇଲା।


ଆଗରୁ ସେ ତିନିହେଁ କଥା ହେଇ ଯାଇଥାନ୍ତି ଯେ କୌଆଡ଼େ ଯିବେ କଣ କରିବେ।ନିଜ ଟଙ୍କା କୁମ୍ପି ଭାଙ୍ଗି ପଇସା ପାଇଥିଲେ।ତେଣୁ ସବୁ ଯୋଗାଡ଼ ଯନ୍ତ୍ର କରି ତିନିହେଁ ବାହାରି ପଡ଼ିଲେ। ହେଲେ କେହି ଯଦି ଖୋଜନ୍ତି ତାର ବି ବ୍ୟବସ୍ଥା କରି ଦେଇ ଯାଇଥିଲେ।ତାଙ୍କ ବିଶ୍ୱସ୍ତ ପରିଚାରିକା ଇରା ମାଉସୀକୁ କହିଦେଇ ଯାଇଥିଲେ  ଚୌଧୁରୀ ଅଙ୍କଲ ଡାକିଛନ୍ତି ଭୋଜି କରିବେ ଓ ପାଠ ପଢେଇ ସେଠି ରଖିବେ । 


ବାହାରି ଗଲେ ତିନି ବନ୍ଦୀ ଛଡା ଚଢେଇ ପରି। କୁଆଡେ ବୋଲି ଗୋଟିଏ ଜାଗା ଟ୍ରେନ ଧରି ଭୁବନେଶ୍ୱର ଯିବେ। ସେଠି କଳ୍ପନାଛକରେ ଓଲ୍ଲାଇ କିଛି ଖାଇ ବାହାରି ପଡିବେ କାମ କରିବା ପାଇଁ। ଘର ତ ନାହିଁ କିଛି ତମ୍ବୁ ଆଣି ସେଇ ପାଖ ପଡିଆରେ ଶୋଇଇପଡିବେ। ଏହି ଯୋଜନାରେ ରହିଥାନ୍ତି।


ଏଣେ ଚୌଧୁରୀ ବୁଢା ଜାଣିଥାଏ ସେମାନେ ପଳେଇବେ । କେବେ ଯିବେ ବୋଲି ଜାଣି ନଥାଏ । ତା ହାତରୁ ସୁନା ଅଣ୍ଡା ଦିଆ କୁକୁଡ଼ା ଖସି ପଳେଇବ।ହଁ ମ ଯାଉ ଏମାନେ ସୁନା ଅଣ୍ଡା ଦିଆ କୁକୁଡ଼ା ହେଲେ ମୁଁ ତାଙ୍କର ଦାନାପାଣି। ଏଠୁ ଯଦି ଯାଆନ୍ତି ପୁଣି ଘୁରି ବୁଲି କି କେମିତି ଆସିବେ ସେ ବ୍ୟବସ୍ଥା ବି ମୁଁ କରି ପାରିବି। ହଉ ଯାହା ଭଗବାନ କରିବେ । ବୋଲ ରାଧେ ରାଧେ । ମୋର ରମାଈ ପାଇଁ ଚିକିତ୍ସା ଓ ସବୁଦିନ କାର ପାଉଣା ତ ଏମାନେ(ଆଶ୍ରମ ବାସିନ୍ଦା) ଯେମିତି ହେଲେ ଭରିବେ ନା ।

ଅଜ୍ଞା କଣ ଭାବୁଛନ୍ତି ଆସି ଚାକର ଗୌରା ବଡ଼ ଜୋରରେ କହିଲା । ସେ ତିନିହେଁ ଯାଉଁ ମୌକା ଯେ ମିଲି ଗଲା ।  ଆପଣ ବିନ୍ଦାସ ଲୁହନ୍ତୁ । ଆମେ ସେଠି ଖିଲ ଫାକ୍ଲଲି ଖୋଲିବା। ସେମାନେ ଥିଲେ ଆମ ଲାସ୍ତାଲ କନ୍ତା ।


ମନ୍ତ୍ରଣା ଦେବାରେ ଗୌରା ଭାରି ଓସ୍ତାଦ।ତେଣୁ କାନରେ ଫୋଡି ଦେଲା ଯେମିତି ଚୌଧୁରୀ ସେମିତି ଡେଇଁଲା । ଆରେ ଗୌରା ଆର ଆଇଙ୍କୁ ଫୋନ କଲୁ । ଦେଖିବା କଣ କଲେ ସେ ଜାଗାକୁ ହାତେଇ ହେବ।

ଆଜ୍ଞା କହି ଫୋନ ଲଗେଇ କହିଲା ଆଜ୍ଞା କଥା ହେବେ ସାଲ,ନିନ୍ତୁ।

କଥା ହୋଇ ଠିକ ହେଲା ସେ ଆଶ୍ରମ ବାସୀଙ୍କୁ ଉଚ୍ଛେଦ କରାଯିବ।


୩ ଟା ବିଲେଇ,୪ଟା କୁକୁର ,୧୦ଟି ଗୁଣ୍ଡୁଚି ସହ ଯାବତୀୟ ଜିନିଷ ଓ ୬୫ଜଣ ଲୋକଙ୍କୁ ସେଠୁ ବାହାର କରି ଦିଆ ଯିବ।କିନ୍ତୁ କ୍ଷୀର ଫାକ୍ଟ୍ରି ଖୋଲା ହୋଇ ପାରିବ ନାହିଁ । କାରଣ ତାହା ସରକାରୀ ଜାଗା। 


ସବୁ ଠିକଠାକ ଚାଲିଥାଏ। ସୁମି ଓ ଅନାମ ଭାରି ଅନ୍ତରଙ୍ଗ ହୋଇଯାଇଥିଲେ।ରମାଈ କୁ ସୁମି ଭାଇ ବୋଲି ରାକ୍ଷୀ ବାନ୍ଧି ଥାଏ। ତେଣୁ ଆଉ କିଛି ଅସୁବିଧା ନଥାଏ। ସେମାନେ ପଞ୍ଚମ ଶ୍ରେଣୀରେ ପଢୁଥାନ୍ତି। ଦିନରେ ପଢ଼ା ଓ ରାତିରେ କାମ କରି ଦିନ ଗଡୁ ଥାଏ ।


ଅନାମ ଦିନେ ଜିଦ କଲା ମୁଁ ଯିବି ବୋଲି ଆଶ୍ରମକୁ। ରମାଈ ଓ ସୁମି ବୁଝେଇ ବୁଝେଇ ଥକି ଗଲେ ଯିବାନି ବୋଲି । କାରଣ ଆମେ ମିଛ କହି ଆସିଛୁ ବୋଲି। ହେଲେ ସେ ନ ଛୋଡ ବନ୍ଧା । କଣ କରିବେ ବୋଲି ସର୍ତ୍ତ ହେଲା ସେ କେବଳ ବୁଝିକି ଆସିବ ବୋଲି କିନ୍ତୁ ତା ଭିତରକୁ ତାର ପ୍ରବେଶ ନାହିଁ । ହଁ କରି ସବୁ ରବିବାରକୁ ଗଲେ ତିନିହେଁ । ସେଠି ଯାଇ ଦେଖନ୍ତି ଲୋକେ କହନ୍ତି ଯେ କୌଣସି ଚୌଧୁରୀ ଆସି ସେ ଥାନ ବିକ୍ରି କରି କ୍ଷୀର ଫାକ୍ଟ୍ରି ଖୋଲିବ ।ଏମନ୍ତ ଶୁଣି ତିନିହେଁ ଭାବିଲେ ବହୁତ ବଡ଼ ଭୁଲ ହୋଇଗଲା । ସମସ୍ତେ ଭାବୁଛନ୍ତି ସେମାନେ ଏହି କାମ କରିଛନ୍ତି।


ଚାଲିଲା ପୁଣି ସେମାନଙ୍କ ମନ୍ତ୍ରଣା । ଯେ କଣ କରିବା।

ସୁମି- ଚୌଧୁରୀ ବଡ଼ ଲୋଭିଟା।ତେଣୁ ଲୋଭକୁ ଲୋଭରେ ଜିତିବାକୁ ହେବ ।

ହେଲେ କେମିତି। ରମାଈ ପଚାରିଲା।


ସୁମି - ମୋ ପାଖେ ଉପାୟ ଅଛି।ଆମେ କେଉଁ ଜଣେ ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିବା।ଆରେ ସବୁ ବସିଲ କଣ।ତାଲିକା କର କିଏ କିଏ ଭଲ ଖାଦ୍ୟ ଆମ ଆଶ୍ରମକୁ ତିଆରି କରି ପଠାନ୍ତି।ସେଇମାନଙ୍କ ମାଲିକ ହିଁ ଆମର ବହୁତ ସାହାଯ୍ୟ କରିବେ।


ଅନାମ- ହଁ ସୁମି ଠିକ କହୁଛି।ସେମିତି କରିବା।


ଆଶ୍ରମ ଯାଇ ବୁଝିଲେ।କଣ ଖବର।ଏତିକି ଜାଣିଲେ ଚୌଧୁରୀ ଭୟରେ କେହି ପାଟି ଖୋଲିବାର ସାହସ ନାହିଁ।ସେମାନଙ୍କୁ ଆଶ୍ରମରେ ପାଇ ସମସ୍ତେ ଭାରି ନାଚିଗଲେ। ଯାହା ପାଖକୁ ଗଲେ ସମସ୍ତେ ନିଜ ଦୁଃଖ ବଖାଣିଲେ। ସେଇଠୁ ତିନିହେଁ ଭାବିଲେ ଏମାନଙ୍କ ପାଇଁ ବ୍ୟବସ୍ଥା ତା କଡା ହେବା ଦରକାର। ତେଣୁ ଆଶ୍ରମର ଓକିଲକୁ ଫୋନ କରାହେଲା।ଜୀବନକୁ ବାଜି ଲଗେଇ ସେ ଚୌଧୁରୀର ସମସ୍ତ ସମ୍ପଦ ହଡ଼ପ କରିବେ ବୋଲି। ଆର ଆଇ, ପୋଲିସ, ଜଜ୍ ,ଓ ସେବା ସହାୟକ ସଙ୍ଘଠନଙ୍କୁ ଫୋନ କରି ସମସ୍ତଙ୍କ ସାହାଯ୍ୟ ନିଆହେଲା।


ଆଶ୍ରମର କାର୍ଯ୍ୟ କଳାପ ଦେଖି ଚୌଧୁରୀ ଯେତେ ଉଡୁଥିଲା ଦୁମ କରି ତଳେ ପଡିଲା। ସେ କହିଲା ଆରେ ଗୌରା କଣ କରିବା।ତିନି କଣ୍ଟା ତ ପୁଣି ଫେରି ଆସିଲେ।

ଗୌରା - ପୁନି ସେମାଲଙ୍କୁ ବିଦାୟ ଦେବା।

ଚୌଧୁରୀ- କି ବିଦାୟ।

ଆରେ ସାଆନ୍ତେ ସୁଲନ୍ତୁ। ସେମାଲଙ୍କୁ ଲାସ୍ତା ଲୁ ହଟେଇ ଦେବା । ସେମାନେ ଭାରି ବଲବଲ କଥା କୁହନ୍ତି।ତେଣୁ ସେମାନେ ଚାଲି ଗଲେ ନା ଥିବ ବଇଁଶୀ ନା ବାଜିବ ସୁଲ। ଖାନା ହଜମ ବାତ ଖତମ। 


ଅନାମ ଯିଏ ସବୁ ଦୁଃଖ ସହୁଥିଲା,ଯାହା ପାଇଁ ଏତେ ଲୁହ ଗଡ଼ାଏ ରାତି ରାତି ସିଏ ଆଜି ଭାଙ୍ଗିବାକୁ ଯାଉଛି।କେଉଁ ଅଜଣା କୋହ ଓ ଦୁଃଖରେ ଅନାମ ଭାଙ୍ଗି ପଡିଥାଏ । ନା ସେଦିନ ସେ ସାହାଯ୍ୟକୁ ଆପଣେଇ ଥାନ୍ତା ନା ଏ ଦୁଃଖ ଆସି ଠିଆ ହୋଇଥନ୍ତା। ଯଦି ସେଦିନ ସୁମି କଥାରେ ପଡି ଯାଇ ନଥାନ୍ତା ତ ଆଜି ଏ ଦଶା ଭୋଗିବାକୁ ପଡିନଥାନ୍ତା । କି ପ୍ରକାର ସୃଷ୍ଟିର ବିଚିତ୍ରତା ।ପ୍ରଭୁ ସାହାଯ୍ୟ କଲେ ତାର ଫେରନ୍ତା ଉପହାର ବି ଦେବାକୁ ପଡେ କି । ମୁଁ ମୋ ଜୀବନ କାଳ ମଧ୍ୟେ ଏପରି ଲୋକ ଦେଖି ନଥିଲି। ଶେଷ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବି। ଚୌଧୁରୀ ବୁଢା ସହ ନିଜେ ଯାଇ କଥା ହେବି କଣ ଚାହେଁ ସେ।


ସୁମି ବି ଚିନ୍ତାରେ ଥାଏ।କଣ ହେବ ବୋଲି।ଯଦି ଚୌଧରି ବୁଢା କିଛି ଅଘଟଣ କରିଦିଏ ତେବେ।

ରାମଈ କହିଲା ମୁଁ ଯିବି।ସବୁ ନାଟ ମୋହରି ପାଇଁ। ହଁ ନାଡୁ ଭାଇ ତୁମେ ଯିବ ସିନା ଆମେ ତୁମ ପଛେ ଲୁଚି କି ଯିବୁ।ଦେଖିବୁ କଁ ସେ କରୁଛି ।ଏପରି ଅନାମ କହିଲା। ହଉ ଚାଲ କିନ୍ତୁ କିଛି କେହି ପାଟି କରିବନି।

କଣ ରାଜି ତ ।ହଁରାଜି କହି ସବୁ ଦଳ ଚାଲିଲେ।

ଚୌଧୁରୀ ପାଟି ବାହାରୁ ଶୁଭୁଥାଏ । ଦଳ ବଳ ବାହାରେ ଥାନ୍ତି।

ଚୌଧୁରୀ -ନା ନା ନା ତୁମ କଥା ହୋଇ ପାରିବନି। ଏଟା ସରକାରୀ ଜାଗା।ତୁମେ ମାନେ କେବଳ ଆବୋରି ବସିଛ।ତେଣୁ ମୁଁ ସେ ଆଶ୍ରମ ଉଛେଦ ହେଲେ ମୁଁ ସେ ଜାଗାକୁ କିଣିବି ।କିନ୍ତୁ ଗୋଟେ ସର୍ତ୍ତ ରେ ଯଦି ସୁମି ଓ ଅନାମ ମୋ ଘରେ ରହିବେ ଓ ମୋ ବୋଲହାକ କରିବେ। କଣ ରାଜି ଯଦି କୁହ ମୁଁ ତୁମ ଭାଇ ଓ ଭଉଣୀଙ୍କୁ କିଣି ସେଇ ପଇସା ଆଶ୍ରମକୁ ଦାନ ଦେବି।କଣ ରାଜି ??


ରମାଈ ସୁକୁସୁକୁ ହୋଇ କେବଳ ପଛକୁ ଅନାଉ ଥାଏ। ସୁମି ହାତ ବୁଢା ଆଙ୍ଗୁଠି ଦେଖେଇ ହଁ କରିବାକୁ କହିଲା। ଅନାମ ତ ସୁମି ସଂଗେ ହଁ କରିଦେଇଥିଲା।ତେଣୁ ରମାଈ ବାଧ୍ୟ ହୋଇ ଦୁଇ ଭାଇ ଭଉଣୀଙ୍କୁ ସେ ରାକ୍ଷସ ହାତରେ ଛାଡି ଦେଲା।


ଏଥର ଆରମ୍ଭ ହେଲା ବିଲେଇ ମୁସାଙ୍କ ଛକା ପଞ୍ଝା ଲଢେଇ।ଦିନେ ରାତିରେ ଶୋଇବା ବେଳେ ସୁମି ଅନାମ ଥିଲା ବେଳେ ନିଜ ଛେପ ପକେଇ ନେଇଗଲା ବୁଢାକୁ କ୍ଷୀର ଦେବା ପାଇଁ। ଢକ ଢକ ହୋଇ ପି ଦେଇଗଲା । ଆଉ ଦିନେ ଅନାମ ଗାଧୋଉଥିବା ବେଳେ ବୁଢ଼ା ପାଣି ବନ୍ଦ କରିଦିଏ କେଵଳ ତାକୁ ହଇରାଣ କରିବା ପାଇଁ । ଯେତେ ନୃଶଂସ କାମ ଜଣା ଥିଲା।ସବୁକୁ ଚୌଧୁରୀ ଆପଣେଇଲା। ନିଜ ଫାଇଦା ପାଇଁ କଲା। ଦୁଇ ବକ୍ତ ଖାଇବାକୁ ନଦେଇ କାମ କରେଇଲା।ଜୀବନ ନେବାର ଭୟ ଠୁ ଆରମ୍ଭ କରି ଚାବୁକ ,କାଠ ଫାଳିଆ ପର୍ଯ୍ୟନ୍ତ ସବୁ ପ୍ରକାର ଅତ୍ୟାଚାର କଲା। ସବୁ ସହିଯାନ୍ତି। 


ଭାଗ୍ୟ ସବୁ ଦେଖେ ହେଲେ ତୀର ମାରିଲେ ଅନ୍ୟାୟ ହିଁ ମରେ।ତେଣୁ ସେମିତି ଚୌଧୁରୀ ବୁଢାକୁ ତୀର ଆସିଲା ସିବିଆଇ ତଦନ୍ତ ର। ମଣିଷ ପ୍ରକୃତି ମଲେ ତୁଟେ। ସବୁ ଫାଇଲ ସବୁ ଡକୁମେଣ୍ଟରେରେ ନକଲି ଦସ୍ଥଖତ ଓ ନକଲି କମ୍ପାନୀର ଠିକଣା। ଶେଷରେ ଯେତେବେଳେ ଗୌରା ଆସିଲା ତାକୁ ବି ତଦନ୍ତ କରି ତା ଘରୁ ଜାଲ ଓ ଜାଲ ପଇସା ପାଇଲେ। ଗୌରାର ମୁହଁ ଭାରି ଗୋଲ ଯେମିତି ପାଚିଲା ଟମାଟୋ ପରି ହୋଇଥିଲା।


ଏଣେ ଏଇ ସୁଯୋଗ ନେଇ ସୁମି ଅନାମ ସେଇ ବାଟ ଦେଇ ଚାଲିଗଲେ କଣ କାମ ଟିଏ କରିବା ପାଇଁ।ତଦନ୍ତ କାରୀ ଆହୁରି ବିଗିଡି ପଚରିଲେ ଏ ମାନେ କିଏ । ଗୌରା ସଂଗେ ସଂଗେ କହିଲା ବାବୁ ଏମାନେ ଏଥି କାମ କଲନ୍ତି। ଡୁଇ ମାସ ହେଲାଣି। ବାସ ସେଇଠୁ ଆରମ୍ଭ ହେଲା ମଜା । ଚୌଧୁରୀ କଥା ପକାଇ କହିଲା ଏମାନେ ଅନାଥ ଆଶ୍ରମର ପିଲା ମୁଁ ଏମାନଙ୍କୁ ରଖିଛି। 


ହେଲେ ଏମିତି କାଇ ଦିସୁଛନ୍ତି। ଏ ମିଶ୍ର ବାବୁ ଯାଅ ସେ ଦୁହିଁଙ୍କୁ ଡାକିଆଣନ୍ତୁ ମୋତେ କାଇଁ ଏ ଦିଜଣଙ୍କ କଥା ମିଶିଲା ପରି ଲାଗୁନି।


ନାଇଁ ଆଜ୍ଞା।ମୁଁ ଡାକି ଆଲୁଚି।ଗୌରା କହିଲା। 


ଏଇ ସୁଯୋଗ ତ ସେମାନେ ଖୋଜୁ ଥିଲେ। ସୁମି ବହାରକୁ ଆସି କହିଲା ଦେଖ ଅନ ଆମେ ଏବେ ଖସିବାର ଶେଷ ସ୍ତରରେ ।ତେଣୁ ଯାହାକୁ ଯାହା ଇଚ୍ଛା ତାକୁ ସେୟା ଦେବା।ତାକୁ ଆଧିପତ୍ୟ ବିସ୍ତାର କରିବାର ଥିଲା ତେଣୁ ଆମେ ତାକୁ ଜେଲ ପଠେଇଦେବା।ଏହାକୁ କହନ୍ତି ଯେ ପଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଚାଲ ଗୌରା ଆସିଲାଣି ,ଯିବା ବୁଢା ପାଖକୁ।


ଅନାମ -ସତରେ କଣ ବୁଢ଼ା କଣ ଯିବ ଜେଲ। ହଁ ଯାଉ ବହୁତ ହଇରାଣ କରିଛି ଆମ ଆଶ୍ରମ ବସି ଙ୍କୁ।ତେଣୁ ଆଉ ମୁଁ ଏ ସୁଯୋଗ ଛାଡିବିନି। ଏତିକି ଦେଖିଲା ତା ପେଟର ରଡ଼ ଚେଙ୍କକୁ।ଆଃ କହି ଚାଲିଲା।


ଆରେ ପିଲେ ତୁମେ କେତେ ପଢିଛ, ତୁମର ବୟସ କେତେ।

ସୁମି ସବୁ କହିଲା ଢ଼ିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ। କେମିତି ରାଜଧାନୀରେ ରହିଥିଲେ, କେମିତି ଏମିତି ସବୁ କହିଲା । 


ତାପରେ ଦେଖେଇଲା ଅନାମ ରଡ଼ ଚେଙ୍କ କଥା ।ପେଟ ରୁ ନାଭି ପର୍ଯ୍ୟନ୍ତ ପୁରା କଳା ଦାଗ ରେ ଭର୍ତି ହୋଇଥିଲା।ଏସବୁ ଗୌରା ବୁଢ଼ାର ଆଦେଶରେ କରିଥିଲା। ସବୁ ଶୁଣି କହିଲେ ସିବିଆଇ ଅଫିସର କି, ଏ ଘର ଓ ଏ ସମ୍ପତି ସବୁ କିଛି ଦିଆ ଯିବ ଅନାଥ ଆଶ୍ରମକୁ  ଏକ କୋଟି ଜୋରିମାନା ସହ ପନ୍ଦର ବର୍ଷ ଜେଲର ଦଣ୍ଡ ମିଳିଲା ଚୌଧୁରୀ ଓ ଗୌରାକୁ।


ଏବେ ମୁକ୍ତ ବିହଙ୍ଗଯୋଡି ମୁକ୍ତ ଆକାଶରେ ଡେଣା ମେଲେଇ ଚାଲିଲେ ନିଜ ନିଡ଼କୁ।ସେଠି ତାଙ୍କର କେହି ଆପଣାର ଅପେକ୍ଷା କରିଛି। ସେମାନଙ୍କ ଦର୍ଶନ ପାଇଁ ଯେମିତି ତାର ପ୍ରାଣରେ ପ୍ରାଣ ଆସିବ।ଆଜି ବାଇଆ ଚଢେଇ ଘର ମୁହାଁ ହୋଇଛି।


ସୁମି - ଆହା ଆଜି ଯଦି କେହି ଥାନ୍ତି ଆମ ସହ କେବଳ ସେ ଭଗବାନ ହିଁ।ନିଜ ସଫଳତାର ଶ୍ରେୟ କେବଳ ଅନାମ କୁ ଦେଇ ପ୍ରିୟ ଅନ ପାଖେ ମୁଣ୍ଡ ଗୁଂଜି ଦୁଇ ଘଡି କାନ୍ଦିଲା। କହିଲା ସୁମି ମୁଁ ତୁମ ପାଖେ ସଦାବେଳେ ଅଛି ହେଲେ ନାଡୁ ତ ଏକୁଟିଆ ଥିବେ କେମିତି କଣ କରୁଥିବେ ତାର ଠିକଣା ନାହିଁ।ଏବେ ଆମ ପାଖେ କଣ ନ ଅଛି ତେଣୁ ପୂର୍ବ କଥା ଭୁଲି ଆମେ ଏବେ ଖୁସିର ଫଳ ଖାଇବା ଚାଲ ଯିବା। ସୁମିର ଲୁହ ପୋଛିଦେଲା ଅନାମ, ହଁ ଅନ ଚାଲ।

ସବୁ ପ୍ରକାରର ଉଥାନ ପତନ ପାଇ ପୁଣି ଉଠୁଛନ୍ତି। ନିଜର ବଳବୁଦ୍ଧିକୁ ପ୍ରୟୋଗ କରି ସେମାନେ ଏକ ଗଡ଼ ଜିତି ଛନ୍ତି।

ଏବେ ଗଲେ ଅନାଥ ଆଶ୍ରମ ଟିରେ ପାଠ ପଢ଼ା ହେବାର ଦେଖିବାକୁ ମିଳିବ । ହେଲେ ରମାଈ ,ଅନାମ ଓ ସୁମି କିଛି ଦିନ ରହି ସେଠୁ ଚାଲି ଆସିଲେ। କାରଣ ସେମାନେ ମୁକ୍ତ ବିହଙ୍ଗ ,ଯିଏ ମୁକ୍ତ ଆକାଶରେ ରହିବାକୁ ପସନ୍ଦ କରନ୍ତି । ଉଡି ଚାଲିଲେ ଆଉ ଏକ ଠିକଣାରେ ନୀଡ଼ ରଚିବା ପାଇଁ।


Rate this content
Log in

Similar oriya story from Inspirational