The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rajashree Acharya

Romance

5.0  

Rajashree Acharya

Romance

ମେଘ ପାଲିଙ୍କି ଓ ମୋ ପ୍ରିୟା

ମେଘ ପାଲିଙ୍କି ଓ ମୋ ପ୍ରିୟା

3 mins
573


ମେଘ ତୁମେ ପାଲିଙ୍କି ନେଇ ଆସ ମୋ ପ୍ରିୟା କୁ ମେଘ ମଣ୍ଡଳୀ ବୁଲେଇ ଆଣିବ ମେଘ ତୁମେ ତୁମ ସାଥି ଭାଇ ଙ୍କୁ ଟିକେ କହିବ,, ସେମାନେ ବେସି ଗର୍ଜିବେନି,ନହେଲେ ମୋ ପ୍ରିୟା ବହୁତ ଡରି ଯିବ । ଜାଣିଛ ମେଘ ତୁମେ ଓ ଚାନ୍ଦିନୀ ରାତି ମୋ କୋମଳ ବଦନୀ ପ୍ରିୟା ର ମନ କୁ ଲୋଭେଇ ଦେଇଥାଏ । ହେଲେ ଘଡଘଡି ଗର୍ଜନ ଦ୍ୱାରା ଯେତିକି ସେ ଡରିଯାଏ ଓ ସେ ସେତିକି ମୋ ନିକଟତର ହୁଏ । ମୋତେ କୁଣ୍ଢେଇ ଦିଏ ମୋ ପ୍ରିୟା ଭାରି ସୁକୁମାରି ସେ କହିଛି କଣ ଜାଣିଛ ନା ମେଘ,ମୋ ସହ ସେ ଯିବ ତୁମ ପାଖକୁ ଓ ତୁମେ ତୁମ କାରିଗରୀ ମାନେ ଇନ୍ଦ୍ରଧନୁ କୁ ଡାକି ଆଣିଲେ ମୁଁ ତା ରଙ୍ଗ ରୁ ଆଣି ପ୍ରିୟା ମଥାରେ ବୋଳି ତାକୁ ଆହୁରି ସୁନ୍ଦର କରିଦିଅନ୍ତି ।

ଏମିତି ସୁନ୍ଦର କରନ୍ତି ତା ଆଖିରେ ମୋ ପାଇଁ ଅଭିମାନ ନୁହେଁ ମୋ ପାଇଁ ପ୍ରେମ ଉଚ୍ଛୁଳି ପଡିବ। ତୁମ ପାଲିଙ୍କି ଆକାଶ ସାରାର ତାରା ଓ ଆକାଶ ଗଙ୍ଗା କୁ ପଠେଇବ। ଆଉ ହଁ ମୋ ପ୍ରିୟା ସହ ମୁଁ ବି ଯିବି ତେଣୁ ଦୁଇଟି ସ୍ଥାନ ଵାଲା ପାଲିଙ୍କି ପଠେଇବ।

ଆଜି ପୂର୍ଣ୍ଣିମା ରାତି । ଆଜି ଆସୁନ ଆସନ୍ତ ଯଦି ମୋ ପ୍ରିୟା ଭାରି ଖୁସି ହେବ କାରଣ ସେ ଚାନ୍ଦ ସହ ବନ୍ଧୁତା ଗଢିପାରିବ। ଶୁଣ ସବୁ ପରୀଙ୍କୁ ଅପ୍ସରୀ କହିଦେଇଥିବ ମୋ ସରଗ ସୁକୁମାରି ପ୍ରିୟା ଆସୁଛି ତା ପାଇଁ ଭଲ ନୃତ୍ୟ ପରିବେଷଣ କରିବେ।

ହାୟ ସେ ଏଇ ଆସିଗଲା ମେଘ ରାଇଜ ଓ ପରୀ ରାଇଜ ର ବୁଲି ମଜା ନେବା ପାଇଁ। ଉଫଃ ...କି ସୁନ୍ଦର ଶାଢ଼ୀ ପିନ୍ଧିଚି ଦେଖିଲେ ଲାଗୁଚି ତୁମେ ବି ତା ପ୍ରେମ ରେ ଦିୱାନା ହେଇଯିବ। ଭାରି ସୁନ୍ଦର ଦିଶୁଚି ସେ ଶାଢୀରେ। ଟିକେ ଛନ୍ଦି ହେଉଛି ପ୍ରଥମ କରି ଶାଢ଼ୀ ପିଢ଼ିଛି ନା । ଦେଖ ତୁମେ ଆସ ଜଲଦି । ନ ହେଲେ ମୋ ପାଇଁ ଥିବା ପ୍ରେମ ଅଭିମାନ ରେ ପରିଣତ ହେଇଯିବ।

ତା ପାଇଁ ଏଇଟା ହେଉଛି ପ୍ରଥମ ପର୍ଯ୍ୟାୟର ଆଶ୍ଚର୍ଯ୍ୟ ଜନକ ଉପହାର ଯାହା ସେ କେବେ ଆଶା କରିନଥିଲା ତାହା ହେବାକୁ ଯାଉଛି । ସେ କେବେ ରାଗିଥିଲା ଯେ ମୁଁ ତା ପାଇଁ କହିଥିଲି ତୁମ ପାଇଁ ଜହ୍ନ ଓ ତାରା ତୋଳି ଆଣିବି ; ଆଉ ଏବେ ତାହା ହେବାକୁ ଯାଉଛି। ମୁଁ ବହୁତ ଖୁସି

ଆସ ପ୍ରିୟା ତୁମ ପାଇଁ ତାରା ଆଣିଛି ;ଜହ୍ନ ତୋଳି ଆଣିଛି । ତୁମେ ଏଥର ଖୁସି ଥିବ। ମେଘ ମଣ୍ଡଳ ରୁ ତୁମ ପାଇଁ ଆଣିଛି ପାଲିଙ୍କି ଚାଲ ବୁଲି ଆସିବା। ଆଉ ହଁ ତୁମ କଥା ପୂରଣ କରି ଦେଲି ।

ଚାଲ ପାଲିଙ୍କି ଆମେ ସବାର ହେଲୁଣି ।

ପ୍ରିୟା କହିଲା ,ମୋତେ ଆଗରୁ କହି ନଥାନ୍ତ ;ମୁଁ ତୁମ ପାଇଁ ଭଲ ଲାଗୁଥିବା ପାରିଜାତ ଫୁଲ ମଗେଇ ଥାନ୍ତି, ସ୍ୱର୍ଗ ରୁ । ହଉ ଚାଲ ଯିବା।

ଅରେ ଦେଖିକି ପାଲିଙ୍କି ମୋ ପ୍ରିୟାକୁ ଭଲ ଲାଗୁନି ତାକୁ ଟିକେ ପରୀ ମାନଙ୍କ ଦ୍ୱାରା ପଙ୍ଖା କରିଦେବ ଟିକେ । 

ପ୍ରିୟା କହିଲା,ହେଇଟି ମୁଁ ଏ ତାରା କୁ ଧରୁଛି ।

ମୁଁ କହିଲି ହଁ ଧର । ଲାଗୁଚି ଭାରି ଖୁସି ଅଛ ତୁମେ ।

ପ୍ରିୟା ହଁ ଭାରି ଭଲ ଲାଗୁଚି । ମୋତେ ମନେଇବା ପାଇଁ ତୁମେ ମେଘ ପାଲିଙ୍କି କୁ ତୋଳି ଆଣିଲ । ମୁଁ କେବେ ଭାବି ନଥିଲି ।

ମୁଁ ମୁରୁକି ହସି କହିଲି; ହଁ ପ୍ରିୟା ମୁଁ ତୁମ ପାଇଁ ସବୁ କରିପାରେ। ତୁମ ପାଇଁ ସ୍ୱର୍ଗ ତୋଳିପାରେ ଆଉ ଏ ଦୁନିଆରେ ନିଆଁ ଲଗେଇ ପାରେ। ଜାଣିଛ ନା ଏକଥା ।

ପ୍ରିୟା ମୋ କାନ୍ଧରେ ମୁଣ୍ଡ ରଖି କହିଲା, ତୁମେ ବହୁତ ଭଲ। ତୁମେ ଏ ଘୃଣ୍ୟ ସମାଜ ରୁ ବହୁତ ଉପରେ ।

ଟିକିଏ କାଶୀ ଜହ୍ନ କହିଲା, ତୁମେ ଏମିତି ନିଜ ସହ କଥା ହେବ ତ ମୁଁ ଚାଲିଲି।

ନା ଜହ୍ନ ତୁମେ ଯାଅନି ଆସ ତାରା ମିଶି ଖେଳିବା ମେଘ ମଣ୍ଡଳୀ ରେ ଲୁଚକାଳି। ହଁ ଚାଲ କହିଲା ଜହ୍ନ। ପ୍ରିୟାର ଖିଲି ଖିଲି ହସ ମୁଁ ଦେଖି ଯେମିତି ସ୍ୱର୍ଗ ସୁଖ ଲାଭ କରୁଛି ମେଘ । ତୁମେ ଯାଣୁଛ ନା ମେଘ ମୁ କେତେ ଖୁସି।



Rate this content
Log in

More oriya story from Rajashree Acharya

Similar oriya story from Romance