Rajashree Acharya

Abstract

2.5  

Rajashree Acharya

Abstract

ଝିଅ ଫେରନ୍ତା

ଝିଅ ଫେରନ୍ତା

4 mins
186


ସେଦିନ ର ବର୍ଷା ଓ ଘଡଘଡି ସିୟା କଥା ମନେ ପକେଇଦେଲା ।

ସେତେବେଳେ କାନ୍ତ ସ୍ତ୍ରୀ ମୋନା ର ଛୁଆ ହେବାର ଥିଲା। ଡାକ୍ତର କହୁଥିଲେ ମୋନା ର ପେଟରେ ଦୁଇଟି ଛୁଆ ଧରିଛି। ସବୁ ଠିକ ଯେ ଗୋଟିଏ ପିଲା ର ପୋଷଣ ଟିକେ କମ ଅଛି। ଜୀବନ ଉପରେ ବିପଦ ରହିଛି।

ଘନ ଅନ୍ଧାର ରାତିରେ ସେବର୍ଷା କେଉଁଠୁ ଚାଲି ଆସିଲା କେଜାଣି । ଲାଗିଥିଲା ଯେମିତି ବର୍ଷା ଓ ବିଜୁଳି ର ମିଶ୍ରଣ ଓ ଗର୍ଭ ଯନ୍ତ୍ରଣା ମଧ୍ୟେ ମୋନା ଅସ୍ତବ୍ୟସ୍ତ ହେଇଯାଉଥାଏ। ପ୍ରବଳ କଷ୍ଟ ଭିତରେ ମୋନା ପ୍ରସବ କଲା ଝିଅ ଦୁଇଟି। ଠିକ ରାତି ଅଧ । ରାତି ବାରଟା ବାଜି ପାଞ୍ଚ ମିନିଟରେ ମୋନା ସୋନା ଓ ତାର ଠିକ ଦଶ ମିନିଟ ପରେ ସିୟା କୁ ଜନ୍ମ ଦେଇ ମା ନାଁ ଧରିଲା। 

କାନ୍ତ ଏକ ଗରିବ କୃଷକ ଥିଲା। କ୍ଷେତ ରୁ ଯାହା ଅମଳ ହୁଏ ତାହାକୁ ନେଇ ଘରେ ଅନ୍ଧ ମା ,କାସୁଥିବା ବାପା ଓ ମୋନା କାନ୍ତ ର ଛୋଟିଆ ପରିବାର ମଧ୍ୟେ କଷ୍ଟେମଷ୍ଟେ ଚାଲି ଥାଏ। ଏ ଦୁଇଟି ଝିଅ ପାଇଁ ଖୁସି ରେ କୁରୁଳିଗଲା କାନ୍ତ । ଯା ହେଉ ଵଂଶ ଆଗକୁ ବଢ଼ିଲା । ଦୀର୍ଘ ଦଶ ବର୍ଷ ପରେ ଘରେ କୁଆଁ କୁଆଁ ରାଵ ଶୁଭିଲା। ହେଲେ ଚିନ୍ତା ରେ ପଡିଯାଇଥିଲା ଘରେ ଛଅ ପ୍ରାଣୀ ଙ୍କୁ ଦି ବକ୍ତ ଖାଇବା ପାଇଁ କଣ କରିବ। ତାକୁ ପାଳିବାର ଶକ୍ତି ନାହିଁ। ଏକ ଗରିବ କୃଷକ ପକ୍ଷେ ଏ କାମ ସମ୍ଭବ ନୁହେଁ।

ଛୋଟ ଛୁଆ ,ପୁଣି ଦେହ ପା' ପାଇଁ ଔଷଧ । ଏବଂ ମୋନା ର ଏତେ ଦୁର୍ବଳତା ଆସିଥିଲା ଯେ ସେ ଚାଲିବା ପାଇଁ ତାକୁ ସାହାରା ନେବାକୁ ପଡୁଥିଲା।

ତେଣୁ ବାଧ୍ୟ ହୋଇ ଏକୋଇସିଆ ପରେ ସିୟା କୁ ନେଇ ଏକ ଅନାଥ ଆଶ୍ରମ ରେ ଛାଡ଼ିଦେଇ ଆସିଲା କାନ୍ତ। କଳିଜା କାଢ଼ିଦେଇ ଆସିଥିଲା କାନ୍ତ। ପରିବାର ସୁଖରୁ ବଂଚିତ ହେଲା ସିୟା।

ଏ ମଧ୍ୟେ ପନ୍ଦର ବର୍ଷ ବିତିଗଲା। ସୋନା ପଢୁଥିଲା ଦଶମ ଶ୍ରେଣୀରେ। ମା ମନ ଯେତେହେଲେ ଗୁଡ଼େଇହୁଏ ନିଜ ଝିଅ କୁ ଟିକେ ଆଖିପୁରେଇ ଦେଖିବା ପାଇଁ। କେହି ଜାଣୁ ନଥିବା ସିୟା କୁ ଦେଖି ଆସେ। ଠିକ ଦଶଟା ସୋନା ବେଳେ ସୋଇପଡିବା ମୋନା ସିୟା କୁ ଦୂରରୁ ଦେଖି ଆସେ। ଚାଲିଯାଏ ସେ ରାତିରେ ନଡ଼ରି ନ ଥରି। ସେ ଯେତେ ଝଡି ବର୍ଷା କି ବାତ୍ୟା ହେଉ ନା କିଆଁ।

ଦିନେ ସୋନା ବାରଟା ବେଳେ ଉଠିପଡ଼ି ଥିଲା ଦେଖିଲା କେହି ଜଣେ ଚାଦର ଭିତରେ ଚାଲି ଯାଉଛି ବାହାରକୁ। ଇଏ କିଏ ହେଇପାରେ। ସୋନା ଏଥର ଡର ଛାଡି ଚାଲିଲା । ମୋନା ଜାଣୁଛି ତା ପଛେ କେହି ଜଣେ ଅନୁସରଣ କରୁଛି। ତାର ପାଉଁଜି ଓ ଚୁଡି ଶବ୍ଦ ଭିତରେ କିଛି ଆବାଜ ପାଉଥିଲା ପାଦ ର ଖସ ଖସ ହେବାର। ଠିକ ପାଦ ଘୋଷାରି ଘୋଷାରି ସୋନା ଆସେ। ଡର ରେ ସେ ଆଉ ପଛକୁ ଫେରି ଚାହିଁ ପାରୁନଥିଲା। ଅଧ କିମି ପରେ ଏକ ଆଶ୍ରମ ଦେଖି ସୋନା ଚମକି ପଡିଲା। କିଏ ଏଠି ଥାଇପାରେ।

ଏଣେ ସିୟା ଡରିଗଲାଣି ଆଜି କିଛି ଅସୁବିଧା ହେବ ବୋଧେ। ସେ ଆଗରୁ ସଙ୍କେତ ପାଇଥିଲା। ତା ହାତରୁ ଫୁଲ ଠାକୁର ଙ୍କୁ ଦେବା ବେଳେ ଖସିପଡିବା ଓ ରୋଷେଇଘରେ ତା ପାଖରେ ତା ମିଟୁ ସିୟା ସିୟା ବଦଳରେ ସାଙ୍ଗ ସୋନା କୁ ଡାକିବା କିଛି କୁ ସେ ସମ୍ପର୍କ ଯୋଡି ପାରୁନଥିଲା। ଯାହାକି ଏମିତି କେବେ ହୁଏନି। ସିୟା ସାଙ୍ଗ କେବେ ସୋନା ବୋଲି ଡାକି ନଥାଏ କାରଣ ମିଟୁ ସବୁବେଳେ ସାଙ୍ଗ ସୋନା କୁ ଚିଡିଥାଏ। କିନ୍ତୁ ଭଗବାନ ଙ୍କ ଦ୍ଵାରା ରଚିତ ଏକ ପ୍ରକାର ନୂଆ ଖେଳରେ କେତେ ଜଣଙ୍କୁ ଖୁସି ମିଳିବ ସେ କଥା କାହାକୁ ଧାରଣା ନଥିଲା।

ଗାର୍ଡ ଛାଡିଦେଲା ସେ ଚାଦର ଘୋଡେଇଥିବା ମହିଳା କୁ। ହେଲେ ତାକୁ (ସୋନା) କୁ ଛାଡି ନଥିଲା। ପାଟିତୁଣ୍ଡ ଆଉ କରିପାରିନଥିଲା ସେ ଆଉ। ଗେଟ ସିଧାରୁ ଦେଖିଲା ଗୋଟେ ଝରକା ଆଡକୁ ଦେଖିଲା ତାରି ଭଳି ଝିଅ ଟେ ସେ ସ୍ତ୍ରୀ ଲୋକଠୁ ଟିଫିନ ଟେ ନେଉଛି। 

ମନେ ମନେ ବହୁତ ଭାବିଲା ମୋହରି ଭଳି ଝିଅ ,ଠିକ ମୋରି ପରି ହସ କାନ୍ଦ ହାତରେ ମୋ ଭଳି ତାବିଜ , ଗଳା ରେ ପିନ୍ଧିଚି ଲକେଟ। ଏମିତି ମୋହରି ଭଳି ଛୋଟ ବୁଟି ଵାଲା ସବୁଜିଆ ଫ୍ରକ ଆଉ ମୁଁ ପିନ୍ଧିଚି ନୀଳିଆ ଛୋଟ ବୁଟି ଵାଲା। କିଛି ବୁଝି ପାରୁନଥିଲା ସୋନା। ଭାବିଲା ମୋ ପରି କେବଳ ମୋ ଯାଆଁଳା ଭଉଣୀ ହିଁ ହେଇପାରିବ। ହେଲେ ଏ କଣ ମା।

ସେ ସେତେ ଦୂରରୁ ଡାକିଲା ମାଆ। ମୋନା ଡରି ଯାଇ ମୁହଁ କୁ ଆହୁରି ଲୁଚେଇଦେଲା। ଜାଣିପାରିଥିଲା ସୋନା। ଆଉ କିଛି ସନ୍ଦେହ ନଥିଲା ତାକୁ । ଏଥର ଏକ ଉପାୟ ପାଞ୍ଚି ଭିତରକୁ ଯିବାକୁ ଭାବିଲା। ମନ ଦୁଃଖରେ ଚାଲି ଆସି ସୋନା । କିଛି ସମୟ ପରେ ଆସି ପହଁଚିଲା ତା ମା ଓ ଭଉଣୀ ପାଖେ। ସିୟା ଓ ମୋନା ଚକିତ ଓ ସୋନା ସନ୍ଦେହ ଘେର ରେ।

ମେଘ ଘୋଟି ଆସିଥିଲା ଆକାଶରେ। ଆଉ କିଛି ସମୟ ପରେ ବର୍ଷା ହେବା ଉପରେ। ମା କୁ ନିଜ ଭଉଣୀ ବିଷୟରେ କିଛି ନ କହି ରୁମ କୁ ଯାଇ ସିୟା କୁ ଟାଣି ଟାଣି ନେଇ ଆସିଥିଲା। ପଛଗେଟ ବାହାରକୁ ଆସି ଗାଳି ଦେଲା ମା କୁ 

ସୋନା -ମା ତୁ ଏତେ ସମୟ ଧରି କେମିତି ଏ କଥା ଲୁଚେଇ ରଖିଥିଲୁ। ତୁ କଣ ମୋତେ ଏମିତି ଅନ୍ଧାରରେ ରଖିଥାନ୍ତୁ ସବୁଦିନ ପାଇଁ। ଭଲ ହେଲା ଆସି ଟିଟି (,ବିଲେଇ ) ମୁଁ ସୋଇଥିବା ବେଳେ ମୋ ଚିଲ୍ଲେଇଲା। ବହୁତ ଜୋରରେ। ଟିଟି ତାପରେ ମୋତେ ନେଇଗଲା ବାଡ଼ି ଦୁଆର କୁ। ଦେଖିଲା ବେଳକୁ ତୁ ଚାଲିଯାଇ ତୁଳସୀ ମୂଳରେ ଥାଇ ଟିଫିନ ପ୍ୟାକ କରୁଥିଲୁ। ତେଣୁ ମୁଁ ସନ୍ଦେହ ରେ ଚାଲିଆସିଲି।

ସିୟା- ମା ଏ କିଏ । ମୋ ଭଳି ଦିଶୁଚି??

ମୋନା -,(ଆଖି ଛଳ ଛଳ କରି) ଆରେ ତୁମେ ଦିହେଁ ଦି ଭଉଣୀ। ଏ ହେଲା ତୋ ବଡ଼ ଭଉଣୀ ସୋନା। ସୋନା ଆସେ ମୋ ପାଖକୁ। ଟିକେ କୁଣ୍ଢେଇ ଧର ତୋ ସାନ ଭଉଣୀ କୁ।

ସୋନା -ହଁ ହଁ ଚାଲ ଘରକୁ ଚାଲ । ସେ ଗାର୍ଡ କୁ ମୁଁ ଭୂତେଇ ଆସିଥିଲି ଏବେ ଚାଲ ଚାଲ ।

ହଉ ଚାଲ ଯିବା କହି ଚାଲିଲେ ସବୁ। ମିଟୁ କୁ ଧରି ଚାଲିଥାଏ ସିୟା। ଯେତିକି ସୋନା ମା କୁ ରାଗୁଥାଏ ହେଲେ ସେତିକି ଖୁସିରେ କୁରୁଳି ଥାଏ।

ସିୟା-ସୋନା ଦିଦି ଡାକିପାରିବି ତ। 

ଏଥର ଆଉ ସୋନା ଆଉ ଅଟକି ପାରି ନଥିଲା। ଘରେ ସେତେବେଳକୁ ପହଁଚି ସାରିଥିଲା। ସୋନା ଭେଁ ଭେଁ ହୋଇ କାନ୍ଦିଲା। 

ମୋ ସୁନା ମୋ ହୀରା କୁନି ଭଉଣୀ ଟା କେତେ ଏକୁଟିଆ ରହିଛି। କିଏ ରଖିଛି କୁହ ସବୁ। ସେତେ ବେଳକୁ ସମସ୍ତେ ଉଠିଆସିଲେଣି। କାନ୍ତ ଘରେ ନିଜ ହାତରେ ନିଜ ଝିଅ କୁ ଛାଡି ଆସିଥିବାରୁ ମୁହଁ ଲୁଚେଇ କାନ୍ଦୁଥିଲା। ମିଟୁ ପଞ୍ଜୁରୀ ଭିତରୁ ଦେଖିକି ଡରୁଥାଏ ଟିଟି କୁ ଦେଖି।

ସେଦିନ ଆଉ କେହି ସୋଇନଥିଲେ। ବର୍ଷା ଦୁର ଦୁର ହୋଇ କଚଡ଼ିଦେଲା ।ବିଜୁଳି ,ଘଡଘଡି ଆଉ ପବନ । କାନ୍ତ ଆଉ ଅଟକି ନପାରି ନିଜ ଝିଅ ଦିହିଁଙ୍କୁ କୋଳେଇନେଲା। କାନ୍ଦି କାନ୍ଦି ଦୁଇ ଝିଅଙ୍କଠୁ କ୍ଷମା ମାଗିଲା। ଆଉ ସେଦିନ ଥଣ୍ଡା ରାତିରେ ପୁଣିଥରେ କିଲିକିଲି ଶବ୍ଦରେ ଘର ଟା ପୁରି ଉଠିଲା।

ସୋନା ସିୟା ମିଶି ଗୋଟିଏ ଖଟରେ ସୋଇଲେ। ମୋନା ଓ କାନ୍ତ ଆଖିରୁ ଆନନ୍ଦର ଲହରୀ ଝଳସୀ ଉଠିଥିଲା।

ରାତିସାରା ଦି ଭଉଣୀ ହାତ ଧରି କେତେ କଥା ହେଲେ। ବର୍ଷା ରାତିଯାକ ହେଲା। ଆଉ ତା ପର ଦିନ କାନ୍ତ ଆଉ ମୋନା ଏକ ଭୋଜି ରଖିଥିଲେ ସେ ସାହିରେ ଝିଅ ଫେରନ୍ତା ଖୁସିରେ।


Rate this content
Log in

Similar oriya story from Abstract