STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ନିଝୁମ ରାତିର ସାଥି

ନିଝୁମ ରାତିର ସାଥି

7 mins
1

ଗାଁରେ ରହି ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ଥାଆନ୍ତି ମିନୁ . ପ୍ରତିଟି ସକାଳ ପାହିଲେ କେମିତି ଛାତ ଉପରକୁ ଯିବେ ଭାବି ଆଖିକୁ ନିଦ ନଥାଏ ମିନୁଙ୍କର. ଛାତ ଉପରେ ଗୋଟେ ଆକର୍ଷଣ ଥାଏ ତାଙ୍କ ପାଇଁ. ବିଭିର୍ନ୍ନ ଚଢେଇଙ୍କ କଳରବ ଭିତରେ ସ୍ୱର ଅନୁକରଣ କରି ଅନେକ ପକ୍ଷୀ ଭିତରେ ମିନୁ ଙ୍କ ଆଖି ଖୋଜୁଥାଏ ଶୁଆଙ୍କୁ , ହଳଦୀ ବସନ୍ତ ପକ୍ଷୀକୁ ଓ ଅନ୍ୟ ସମସ୍ତ ପକ୍ଷୀକୁଳଙ୍କୁ . କେଜାଣି କୋଉଠି ଥାଆନ୍ତି ହଳଦୀ ବସନ୍ତ ଚଢେଇ କେଇଟା ଦେଖିଦେଲେ ସନ୍ତୁଷ୍ଟ ଚିତ୍ତରେ ଛାତରୁ ତଳକୁ ଓଲ୍ହେଇବା ପୂର୍ବରୁ ପ୍ଲାଷ୍ଟିକ, ଷ୍ଟିଲ ଓ ମାଟି ଘଡ଼ା ମାନଙ୍କରେ ପକ୍ଷୀଙ୍କ ପାଇଁ ପାଣି ମୁନ୍ଦେ ମୁନ୍ଦେ ରଖିଦେଇ ଆସିବାକୁ ଭୁଲନ୍ତି ନାହିଁ କେଵେ ମିନୁ . ସତକୁ ସତ କାଉ, ବଣି, ପାରା ଓ ଘରଚଟିଆ  ଭଳି କିଛି ପକ୍ଷୀ ପାଣି ପିଇ ତଥା ପ୍ରୀତି ତାଙ୍କ ପାଇଁ ରଖିଥିବା ଠାକୁରଙ୍କ ଭୋଗ ତଥା ଚାଉଳ, ଖୁଦ ଓ ଗହମ ଖାଇ ଉଡିଯାଆନ୍ତି ନୀଳ ଆକାଶକୁ ତ  କି ଶାନ୍ତି ଲାଗେ ମିନୁ ଙ୍କୁ!ଦିନଟା ଭଲରେ କଟେ ସତରେ.
      ତଳକୁ ଆସି ମୋବାଇଲରେ ସକାଳର ପ୍ରୀତି ମୈତ୍ରୀ ଭରା ଗୁଡ୍ ମର୍ଣ୍ଣିଙ୍ଗ ଦେଖୁଦେଖୁ ଆହୁରି ବଢିଯାଏ ଜୀଵନର ଆହା, ରାହା ଓ ସାହା  ଯେମିତି. ତା ଭିତରୁ ମିନୁ ଙ୍କ ବାନ୍ଧବୀ ସନ୍ଧ୍ୟାଙ୍କ ସହିତ ଅନ୍ୟମାନଙ୍କୁ ପ୍ରୀତି,ମୈତ୍ରୀ, ସଦ୍ଭାବନା, ଭାଇଚାରା ବଢ଼େଇ ଗୁଡ୍ ମର୍ଣ୍ଣିଙ୍ଗର ପ୍ରତ୍ୟୁତ୍ତର ମଧ୍ୟ ଦେବାକୁ ଭୁଲନ୍ତି ନାହିଁ ମିନୁ . ସମସ୍ତଙ୍କୁ ଜଗନ୍ନାଥଙ୍କ ପ୍ରତିଛବି ଦେଲାବେଳେ ବାନ୍ଧବୀ ସନ୍ଧ୍ୟାଙ୍କୁ ସ୍ୱତନ୍ତ୍ର ପକ୍ଷୀ ଛବି ସହିତ କିଛି କବିତାର କିୟଦଂଶ ବା ପଂକ୍ତି ଯେମିତିକି ଉଡି ଉଡି ଯିବୁ ପକ୍ଷୀରେ ତୁହି... ବାନ୍ଧବୀଙ୍କୁ ସ୍ନେହ ପ୍ରେମ ଶ୍ରଦ୍ଧା ଜଣେଇ.. ଫେରିବୁ ନମସ୍କାର ତୁ ହୋଇ, ଏହିପରି  କିଛି ଲେଖି ଛାଡିଦିଅନ୍ତି. ସନ୍ଧ୍ୟା ତାଙ୍କର ଖାଲି ସହକର୍ମୀ ନୁହଁନ୍ତି ବରଂ ଭଲ ସାଙ୍ଗ. ତାଙ୍କ ଆଗରେ ସବୁ ମନକଥା କହିହୁଏ. ଦୁହେଁ କମନ ରୁମରେ ବସି କେତେ ଦୁଃଖ ସୁଖ ହୁଅନ୍ତି ତ କାହା ଦେହରେ ଯାଏନି ତ ଯାହା ଦେହରେ ଯାଏ ସେ କହେ ଦୁଇ ପ୍ରେମ ପକ୍ଷୀ ପରି କଣ କେତେ ଗପୁଛ!ହସି ଦିଅନ୍ତି ଦୁହେଁ. ହେଲେ ତାଙ୍କ ଗୁଡ୍ ମର୍ଣ୍ଣିଙ୍ଗ ପ୍ରତ୍ୱ୍ୟୁତ୍ତରରେ ସନ୍ଧ୍ୟା ଗୁରୁମା ଗୋଟେ ନାକର ଇମୋଜୀ ଦେବା ଦେଖି ମିନୁ ଭାବନ୍ତି କେତେ କଣ!କିଛି ପଚାରନ୍ତି ନାହିଁ କିନ୍ତୁ ବାନ୍ଧବୀ ସନ୍ଧ୍ୟାଙ୍କୁ.
       ଗାଁ ଘର ଆଗରେ ଥିବା ବିରାଟ ବରଗଛର ଶାଖା ପ୍ରଶାଖାରେ ବସୁଥିବା, ରହୁଥିବା ଓ ଉଡିଆସି ପୁଣି ଫେରିଯାଉଥିବା ପକ୍ଷୀ ପାଇଁ ସକାଳଟା ମିନୁଙ୍କର ସ୍ୱର୍ଣ୍ଣିମ ତଥା ଆମୋଦପୂର୍ଣ୍ଣ ହୁଏ. ସନ୍ଧ୍ୟା ଗଡିଗଲା ପରେ ସେଇ ପକ୍ଷୀର ଭାବନା ପ୍ରୀତିଙ୍କୁ ବିଚଳିତ କରେ. କାରଣ ଏବେ ଏଇ କିଛି ଦିନ ହେଲାଣି ରାତି ପ୍ରାୟ ବାରଟା ପରେ ଗୋଟେ ପକ୍ଷୀର ବୋବାଳି ତାଙ୍କୁ ଭୟଭୀତ କରୁଛି. ଠିକ ବାରଟା ପରେ ଠିକ ଗୋଟାଏ ପାଖାପାଖି ସମୟରେ ଚଢେଇଟା ବୋବାଇ ବୋବାଇ ତାଙ୍କ ବେଡ଼ ରୁମ ଉପର ବା କୋଉ ଦିଗରୁ କୋଉ ଦିଗ ଯାଏଁ ଉଡିଯିବାଟା ମିନୁ ଙ୍କୁ ଭୟଭୀତ କରାଏ ତ ଏଣିକି ସେ ଆଉ ଢେର ରାତି ଯାଏଁ ନଚେଇଁ ଶୋଇପଡନ୍ତି ଆଖିବନ୍ଦ କରି . କେଵେ କେଵେ ଚଞ୍ଚଳ ଶୋଇପଡିଲେ ଯଦି ବାରଟା କି ଗୋଟାଏ ଭିତରେ ନିଦ ଭାଙ୍ଗେ ତ ଲେଖାଲେଖି କରିବାକୁ ଖାତା କଲମ ଧରି ବସନ୍ତି ମିନୁ . କାରଣ କବିତାର ଦୁଇଧାଡି ମନକୁ ଆସେ ତ ଲେଖିନନେଲେ ମନ ସିଲଟରୁ ଉଭେଇ  ଯାଏ. ସେମିତି ଗପର ପ୍ଲଟଟିଏ ମନକୁ ଆସେ ତ ଲେଖି ନରଖିଲେ ଭୁଲିହୋଇଯାଏ ଆପେ ଆପେ.ସ୍ୱାମୀ କିନ୍ତୁ  ଲାଇଟ ଲଗେଇଲେ ବିରକ୍ତ ହୁଅନ୍ତି କହନ୍ତି ପ୍ଲଟ ତ ଅନେକ ପଡିଛି ଲେଖିବ ଆଉ ରାତି ଅଧରେ କଣ ଲେଖା ଆରମ୍ଭ ହେଲା ଯେ!
        କଲମରେ କ୍ୟାପ ଦେଉ ଦେଉ କେଵେ ସେଇ ପକ୍ଷୀର ରାବ ତ କେଵେ ଲାଇଟ ଲିଭାଇ ପୁଣି ଶୋଇବାକୁ ଗଲା ବେଳେ ସେଇ ପକ୍ଷୀର ରାବ ଶୁଭୁଥାଏ ତ ସନ୍ଧ୍ୟାଙ୍କୁ ଫୋନ କରନ୍ତି କେବେ କେବେ ରାତିଆଧାରେ ତ ସନ୍ଧ୍ୟା କୁହନ୍ତି କାନରେ ଶୁଣି ନାକବାଟେ ଛାଡିଦିଅ . ବିଚଳିତ ହୁଏ ମନ ମିନୁଙ୍କର . ସ୍ୱାମୀ କହନ୍ତି ପକ୍ଷୀର ଧର୍ମ ସେ ବୋବେଇବ ଏତେ ଭାବନା କଣ!ମିନୁ ମନେ ମନେ ମନକୁ ବୁଝାନ୍ତି. ମନ ତ ଅବୁଝା, ବୁଝେନି ଜମା.ଭାରି ଅବୁଝା ଏ ମନ ଭିତରେ ଅନେକ ଅନ୍ଧବିଶ୍ୱାସ ପୂର୍ଣ୍ଣ ହୋଇ ରହିଛି . ଛାଡ଼ିବା ଉଚିତ ଜାଣି ମଧ୍ୟ ତାକୁ ଛାଡିବାକୁ ଯାଇ କୋଉ ଛାଡିହୁଏ ନାକ ବାଟେ ସମ୍ପୂର୍ଣ୍ଣ !ଧନ୍ୟ ଏ ମଣିଷ ଜନ୍ମ ଓ ଧନ୍ୟ ତାର ମନ ବୋଲି ଭାବୁ ଭାବୁ ପ୍ରୀତି ଶୋଇଯାଆନ୍ତି.
       ପ୍ରୀତି ନିଜ ମନକଥା ପ୍ରକାଶ କଲେ ସନ୍ଧ୍ୟାଙ୍କ ଆଗରେ ତ ସେ ପରାମର୍ଶ ଦେଲେ ହୁଏତ ଆପଣଙ୍କ ଜାତକର କୋଉ ଘରେ କୋଉ ଗ୍ରହ ଥିବେ ଯାହା ଫଳରେ ଅଶୁଭ ପକ୍ଷୀ ବୋବେଇବା ଶୁଣୁଛନ୍ତି ତେଣୁ ନବଗ୍ରହକୂଟ ପାଇଁ କିଛି ପ୍ରତିକାର କରନ୍ତୁ. ଆଶ୍ଚର୍ଯ୍ୟ ହେଲେ ମିନୁ . ତାଙ୍କର ମନେ ପଡୁଥିଲା ସେଇ ଗୀତର ଧାଡି ସବୁ ଯେ,ଆଖି ମୁଜିଦେଇ କିଏ ବା ଦେଖିଛି କେମିତି ଦିଶଇ ଜହ୍ନ... ମନ ନାହିଁ ଯାର ସେ କାହୁଁ ବୁଝିବ ଆଉ ଜଣଙ୍କର ମନ... ନିଜର ମନକୁ ନିଜେ ବୁଝେଇବା ସବୁଠୁ କଠିନ କାମ.. ଭାରି ଅବୁଝା ଏ ମନ.. ଭାରି ଅବୁଝା ଏ ମନ. ଠିକ ସେତିକି ବେଳକୁ ସନ୍ଧ୍ୟା କହୁଥିଲେ ଜାଣିଲ ପ୍ରୀତି ମୋର ପରା ଜାତକର ଦ୍ୱାଦଶ ଘରେ ଶନି ରହିଥିବାରୁ ମୋ ଆଖିକୁ ଜମା ଭଲ ଦିଶୁନଥିଲା. ଆମ ବାବୁ ବୟସର ଦୋଷ କହି ଏଡେଇ ଯାଇ ଥରକୁ ଥର ଚଷମା ବଦଳାଉଥିଲେ ମୋ ପାଇଁ ହେଲେ ମୁଁ ଏବେ ଗ୍ରହ ପୂଜା କରିବା ପରେ ମୋ ଆଖି ଟିକେ ଭଲ ଅଛି. ମିନୁ ଦେଖିଲେ ଏବେ ସନ୍ଧ୍ୟା ଆଉ ତାଙ୍କ ଗୁଡ୍ ମର୍ଣ୍ଣିଙ୍ଗ ପ୍ରତ୍ୱ୍ୟୁତ୍ତରରେ ଇମୋଜି ନାକ ଚିତ୍ର ବଦଳରେ ଇମୋଜି ନମସ୍କାର ଚିତ୍ର ଦେଉଛନ୍ତି ତ ସେ ବି ନବମହାଗ୍ରହ ପୂଜା ପାଇଁ ସ୍ୱାମୀଙ୍କୁ ତାଲିକା ଧରାଇ ଦେଲାବେଳେ ସ୍ୱାମୀ  କହୁଥିଲେ ଭଗବାନଙ୍କ ସୃଷ୍ଟିରେ କେତେ ପ୍ରକାର ଜୀବ ଓ ତାଙ୍କ ପ୍ରକୃତି ତଥା ବିଚରଣ, ଆଚରଣ ଓ ଉଚ୍ଚାରଣ. ମଣିଷ ରଡି କରିବ ଆଉ  ପକ୍ଷୀ କରିବନି!ମିନୁ କହୁଥିଲେ ନିଜର ମନକୁ ବୁଝେଇବା ସହଜ ନୁହେଁ ପରା.କିନ୍ତୁ ସେଦିନ ସେଇ ସୁନେଲି ସକାଳେ ହଳଦୀ ବସନ୍ତ ଚଢେଇଟା ସଙ୍ଗେ ଯୋଉ ଚଢ଼େଇଟାର ପ୍ରତ୍ୟେକ୍ଷ ଓ ପରୋକ୍ଷ ଯୁଦ୍ଧ ଚାଲିଥିଲା ଆକାଶରେ,ସେ ପକ୍ଷୀର ନାମ ନଜାଣିଲେ ମଧ୍ୟ ତା ବୋବାଳି ଅନେକାଂଶରେ ସେହି ରାତ୍ରୀର ପକ୍ଷୀ ବୋବାଳି ପରି ମିଶୁଥିଲା ତ ସେଦିନୁ ଆଉ ଏତେ ଡର ଆସୁନଥିଲା ମିନୁଙ୍କ ମନକୁ . ସବୁକଥା ଶୁଣି ସନ୍ଧ୍ୟା କହୁଥିଲେ ଦେଖିଲ ପ୍ରୀତି,ଗ୍ରହଶାନ୍ତିର ଫଳ!
ମିନୁ କହୁଥିଲେ ହଁ ହଳଦୀ ବସନ୍ତ ଅଛି ତ କିଛି ଅସୁବିଧା ନାହିଁ. ସନ୍ଧ୍ୟା  ମିନୁଙ୍କ ମନକଥା ବୁଝିବାକୁ ଚେଷ୍ଟା କରୁଥିଲେ ସିନା ମିନୁ କିନ୍ତୁ ଅନ୍ଧବିଶ୍ୱାସ ରୁ ମୁକୁଳି ଆସିବାକୁ ନିଜେ ଓ ନିଜ ଚତୁଃପାର୍ଶ୍ୱ ର ଲୋକଙ୍କୁ ବୁଝେଇ କହିଲା ବେଳେ ସ୍ୱାମୀ ଚୁପି ଚୁପି ହସୁଥିଲେ କିନ୍ତୁ ନବଗ୍ରହ ପୂଜା କରିବାକୁ ଭୁଲିନଥିଲେ ମିନୁ ଦମ୍ପତ୍ତି.
           ମିନୁ ନିଜ ସ୍ୱାମୀ ପ୍ରକାଶ ଙ୍କ ସହ ରାସ୍ତାରେ ଚାଲୁ ଚାଲୁ କେତେ ବାଟୋଇ ସତ ହେଲେ ଜୀବନସାଥୀ ସ୍ୱାମୀ ଙ୍କ କଥା ଅଲଗା. ଦିନେ ପାଖରେ କେହି ନଥିବେ, ଥିବେ କିନ୍ତୁ ଦୁଇ ପ୍ରେମ ପକ୍ଷୀ ସ୍ୱାମୀ ଓ ସ୍ତ୍ରୀ. ସେତେବେଳେ କଥାଟିଏ ଥିଲା ପୁଅ ଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି.. ପୁଅ ଅଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚିବି. ଏବେ କିନ୍ତୁ ପ୍ରତି ହୃଦୟରୁ ଶୁଭୁଛି ପୁଅ ପାଠୁଆ ହେଲେ ଘର କାହିଁକି  କରିବି.. ପୁଅ ଅପାଠୁଆ ହେଲେ ଘର କାହିଁକି ତୋଳିବି. ତଥାପି ପୁଅ ଝିଅ ବା ସନ୍ତାନ ସନ୍ତତି ପାଖରେ ରହନ୍ତୁ ନରହନ୍ତୁ ଶୁକ ଶାରୀ ପରି ଥାଆନ୍ତି ଦୁଇପ୍ରାଣୀ ଯାହାକୁ ଆମେ କହୁ ଦମ୍ପତ୍ତି. ସେମିତି ମିନୁ ଓ ଅଶୋକ ଦୁହେଁ ସ୍ୱାମୀ ସ୍ତ୍ରୀ. ଦିନ ଆସେ ପିତା ମାତା, ବନ୍ଧୁ ବାନ୍ଧବ, ସଖା ସହୋଦର, ପୁତ୍ର କନ୍ୟା ଦୂରେଇ ଯାଆନ୍ତି ସମସ୍ତେ କିନ୍ତୁ ପରସ୍ପରର ବନ୍ଧୁ ହୋଇ ପତି ପତ୍ନୀ ଥାଆନ୍ତି ଜଣେ ଜଣଙ୍କ ପାଇଁ. ମିନୁ ଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ. ଘରେ ଘରେ ସେ ଦେଖନ୍ତି ବୁଢାଟିମାନ ବୁଢୀଟିକୁ ଛାଡି ଆଗ ବାଟ କାଟନ୍ତି ସ୍ୱର୍ଗକୁ. କାହିଁକି ପ୍ରଶ୍ନରେ ଅଶୋକ ଦେଇଥିଲେ ଚମତ୍କାର ଉତ୍ତର. ମହିଳା ମାନେ ମହିୟସୀ. ସେମାନେ ସବୁ ସହି ଓ ବୁଝି ପ୍ରତିଟି ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା ଓ ପୌତ୍ର ପୌତ୍ରାଦିଙ୍କ ସହିତ ଖାପଖୁଆଇ ଚାଲିପାରନ୍ତି ଯାହା ପୁରୁଷଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ. ସହଜେ ସ୍ୱାମୀମାନେ ବଡ଼ ଥାଆନ୍ତି ନା ବୟସରେ!    
       ଏକଥାରେ କିନ୍ତୁ ସହମତି ନଥାଏ ମିନୁଙ୍କର କାରଣ ଅନୁଭବ ଓ ଅନୁଭୂତିରୁ ସେ ଦେଖିଛନ୍ତି ବର୍ଷେ, ଦିବର୍ଷ ବା ବେଶୀ ବଡ଼ ହେଲେ ଦଶବର୍ଷ ବଡ଼ ଥିବା ସ୍ୱାମୀ ଆଗ ସ୍ବର୍ଗାରୋହଣ କଲାପରେ ତାଙ୍କ ସ୍ତ୍ରୀ ତ କୋଡିଏ କି ପଚିଶ ବା ତଦୁର୍ଦ୍ଧ କାଳ ବଞ୍ଚିରହୁଛନ୍ତି. ଏହି ସବୁ ଦୁର୍ଭାବନା ଏଡ଼େଇବାକୁ ସେ ଛାତ ଉପରକୁ ଯାଇ ନୀରବରେ ବସିଯାଆନ୍ତି. ଅନାଗତ ଭବିଷ୍ୟତରେ ଏକୁଟିଆ ନୀରବ ରାସ୍ତାକୁ କିପରି ନୀରବରେ କାଟିବେ ଭାବି ବ୍ୟସ୍ତ ହୋଇପଡନ୍ତି. ପୁଣି ମନକୁ ଆସେ ସ୍ତ୍ରୀ ମାନେ ପତିବ୍ରତା ଧର୍ମ ନିଭେଇବାକୁ ଯାଇ ଆଗ ସ୍ୱାମୀଙ୍କୁ ଖାଇବାକୁ ବାଢ଼ନ୍ତି, ସେଇଟା ଅଶୁଭତ୍ବ ପ୍ରଦାନ କରେକି? ଅବଶ୍ୟ ଆଗ କାଉ କୁକୁରଙ୍କୁ ଦେଇ ତା ପରେ ସ୍ୱାମୀଙ୍କୁ ପରଷା ଯାଏ ତଥାପି ଏଭଳି ମାନସିକତାର ଫଳ ନକାରାତ୍ମକ ହୁଏକି? ଏମିତି ସବୁ ପ୍ରଶ୍ନ ମନକୁ ଉଦବେଳିତ କରୁଥିବା ବେଳେ କାଉଟି ଉଡିଆସି ରଖିଥିବା ଜଳରେ ଥଣ୍ଟ ବୁଡେଇ ପାଣି ପିଉଥାଏ. ଅନ୍ୟ ଚଢେଇ ମାନେ କେହି ମିନୁ ଙ୍କ ଉପସ୍ଥିତିକୁ ଅଣଦେଖା କରି ପାଣି ପିଉନଥିବା ବେଳେ କାଉଟି ନିର୍ଭୟରେ ପାଣି ପିଇ ଉଡିଯାଏ, ଚାଉଳ ମଧ୍ୟ ଖାଏ କିନ୍ତୁ ଅନ୍ୟ ଚଢେଇ ମାନେ ତାଙ୍କ ଅବସ୍ଥିତି ସୂଚନାରେ ଆସନ୍ତି ନାହିଁ ଭରଷି କରି ଆଉ ହଳଦୀବସନ୍ତ ବା ଶୁଆ ପକ୍ଷୀଙ୍କୁ ଦେଖିବାକୁ ଭଲ ପାଉଥିବା ମିନୁ ଭାବନ୍ତି ସେମାନଙ୍କୁ ସିନା ମଣିଷ ଭଲପାଏ ଦେଖିବାକୁ ବା ତାଙ୍କୁ ଦେଖିଲେ ଶୁଭହୁଏ ବୋଲି ଭାବିବାକୁ କିନ୍ତୁ ସେମାନେ କାଉ ପକ୍ଷୀଟି ପରି ନୁହଁ. କାଉକୁ ଆଗ ଭାତ ବାଢିଦେଉଥିବା ମିନୁ ସେଦିନ ଦେଖିଲେ ପ୍ରତିଦିନ ଆସି ପାଣି ପିଇ ଚାଉଳ ଖାଇ ଆକାଶକୁ ଉଡି ଯାଉଥିବା ପକ୍ଷୀ ଟା ସେଦିନ ତାଙ୍କ ଆଖି ସାମ୍ନାରେ ଦୁଇ ବିଜୁଳି ତାର ଯାଇଥିବା ବରଗଛ ଉପରେ ବସିପଡ଼ି କରେଣ୍ଟ ମାଡ଼ ରେ ଛିଟିକି ପଡିଥିଲା ଅଦୂରକୁ. ଛାତିଟା କରତି ହୋଇଗଲା ମିନୁଙ୍କର. କେତେ କାଉ ଆସି କାକା କହି ଉଡ଼ିଲେ ଘେରେ ପୁଣି ଫେରିଗଲେ କିନ୍ତୁ କାଉଟି ଆଉ ନଥିଲା ଛାତଉପରକୁ ଆସି ପାଣି ପିଇ ଖୁଦ କି ଚାଉଳ ଖାଇ ଆକାଶକୁ ଉଡିଯିବାକୁ.      
      ତା ପରଠୁ ମିନୁ ଙ୍କୁ ଜର ହେଲା. କାଉ କଥା ଶୁଣି ସ୍ୱାମୀ କହୁଥିଲେ ଏଇଟା ଗୋଟେ କୋଉ ବିରାଟ ଦୁଃଖ କଥା ଯେ! ପ୍ରତିଦିନ ରାସ୍ତା ଘାଟରେ କୁକୁର ମରିବା ପରି ବିଜୁଳି ତାର ଉପରେ ବସି ପକ୍ଷୀ ମରୁଛନ୍ତି. ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି? ମିନୁ କିନ୍ତୁ କହୁଥିଲେ ଅଛି. କଣ ଅଛି ଟିକେ ଶୁଣେ!ମିନୁ ଚୁପି ଚୁପି କହୁଥିଲେ ମଣିଷ ସବୁ ଭାରି ସ୍ୱାର୍ଥପର ତ ଏଇ ମୋ ପରି ସ୍ତ୍ରୀ ଲୋକ ମାନେ ଗ୍ରହରିଷ୍ଟ କାଟି ଆଗ ରନ୍ଧାଖାଦ୍ୟ ଓ ବାସିରୁଟି କାଉ କୁକୁରଙ୍କୁ ଦେବା ଫଳରେ ତାଙ୍କର ଅକାଳ ମୃତ୍ୟୁ ହେଉଛି. ସ୍ୱାମୀ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଆରେ ନାହିଁ ଭଗବାନ ତାଙ୍କୁ ଯେତେ ଅଧିକ ବର୍ଷ ଆୟୁଷ ଜାଚିଲେ ମଧ୍ୟ କୁକୁର ତା ଆୟୁଷ କୋଡିଏ ବଦଳରେ ଦଶ ରଖି ଦଶ ଫେରାଇ ଦେଇଥିଲା ଓ ପକ୍ଷୀ ପନ୍ଦର ବଦଳରେ ପାଞ୍ଚ ରଖି ଦଶ ଫେରାଇ ଦେଇଥିଲା. ମିନୁ କହୁଥିଲେ ଆଉ ସେମାନେ ଫେରେଇ ଦେଇଥିବା ସେଇ କୋଡିଏ ବର୍ଷକୁ ଅଧିକା ଆୟୁଷ ମାଗିନେଇ ମଣିଷ ଦେଖୁଛି ତାଙ୍କ ମୃତ୍ୟୁ ଆଉ ହେଉଛି ଛଟପଟ. ମିନୁ ସେଇ ଜରରେ ପଡିଲେ ଯେ ଆଉ ଉଠିଲେନି. ଚାଲିଗଲେ ଅଶୋକଙ୍କୁ ଏକା କରି. ନୀରବରେ ବାଟ ଚାଲୁ ଚାଲୁ କାଶତଣ୍ଡୀ ସମ୍ଭାର ଦେଖି ଅଶୋକ ଭାବୁଥିଲେ ସ୍ତ୍ରୀ ଟା ପ୍ରକୃତରେ ତାଙ୍କର ଦେବୀ ଥିଲା.ଶରତ ସକାଳର ଅସରାଏ ବର୍ଷା ଛାଡି ଯିବା ପରେ ନୀରବରେ ପାଦ ଆଗକୁ ବଢ଼ାଉଥିଲେ ଅଶୋକ ଗାଁର  ଦେବୀମଣ୍ଡପ ଆଡ଼େ.ପ୍ରେମର ବାସ୍ନାରେ ତାଙ୍କୁ ଲାଗୁଥିଲା ପଛରୁ ଖୋଲା ଝରକା ଦେଇ କେହି ତାଙ୍କ ଗତିବିଧି ଉପରେ ନଜର ରଖିଛି ଯେମିତି .



विषय का मूल्यांकन करें
लॉग इन

Similar oriya story from Romance