STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଅଲେଖା ଚିଠି 

ଅଲେଖା ଚିଠି 

6 mins
1


      ଅବସର ପରେ ଜୀଵନର ସବୁ ଅନୁଭୂତିକୁ ରୂପଦେଇ ସ୍ୱପ୍ନା ଲେଖିଥିଲେ ବହିଟିଏ. ବହିଟିର ନାମ ରଖିଥିଲେ ଚେମେଣୀର ଚିଠି.ବହିଟି ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ଲେଖିକା ସ୍ୱପ୍ନାଙ୍କୁ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା. ତା ଭିତରେ ବହିଟିର ଏପରି ନାମକରଣକୁ ନେଇ ପ୍ରଶ୍ନ ଓ ଅନେକ ଦ୍ୱନ୍ଦ୍ୱ ଭିତରେ ରହିଥିବା ପାଠକଙ୍କୁ ନିଜ ଅନୁଭୂତିରୁ କିଛି ସଂକ୍ଷିପ୍ତ କହିଥିଲେ ସ୍ୱପ୍ନା.ଆଉ ଭାବିଥିଲେ ପାଠକେ ନିଶ୍ଚୟ ବୁଝିସାରିଥିବେ ତାଙ୍କ ମନର କୋଉ ପ୍ରକାର ଦୁସ୍ଥ ବା ସୁସ୍ଥ ଭାବନାର ପରିପ୍ରକାଶ ହିଁ ଚେମେଣୀର ଚିଠି.ସେ ନିଜେ ଗୋଟେ ଚେମେଣୀ ହିଁ ଥିଲେ. ସାତମାସରୁ ଦୁନିଆଁକୁ ଆସିଥିବା ସ୍ୱପ୍ନା ଥିଲେ ଓଜନରେ ବହୁତ କମ. ସେଥିରେ ମାଆକୁ ହରେଇ ଜେଜେମାଆ ଦ୍ୱାରା ପ୍ରତିପାଳିତ ହେଲାବେଳେ ଜେଜେମାଆ ଡାକୁଥିଲା ଚେମେଣୀ ଖାଡି କିନ୍ତୁ ନୂଆ ମାଆ ଆସିବା ପରେ ଖାଡି କଟିଯାଇ ଚେମେଣୀ ବୋଲି ଅନ୍ୟ କେହି ଡାକୁନଥିଲେ ମଧ୍ୟ ଡାକୁଥିଲା ନୂଆମାଆ.ଆଉ ଜେଜେମାଆ ଯୋଗୁଁ ସ୍ୱପ୍ନା ଜାଣିପାରିନଥିଲେ ନୂଆମାଆ ର ମୁଁହଁମୋଡା ଆଉ ଜେଜେମାଆ ଚାଲିଯିବା ବେଳକୁ ସେ ହାଇସ୍କୁଲ ପାର ହେବାକୁ ବସିଥିଲେ ବି ଲେଖୁଥିଲେ ଚିଠି ଜେଜେମାଆ କୁ ହରେଇ ଦୁଃଖରେ. ଗ୍ରାହକ ଥିଲେ ଭଗବାନ ନିଜେ ଓ ସେ ପ୍ରେରକ ସାଜି ଲେଖୁଥିଲେ ଭଗବାନଙ୍କୁ ଅଭିଯୋଗର ଚିଠି. ଚିଠିର ବିଷୟ ବସ୍ତୁ ଥିଲା ମାଆକୁ ନେଇଗଲ ପ୍ରଭୁ ସହିଗଲି, ପିଲାଥିଲି କିନ୍ତୁ ଏବେ ଜେଜେମାଆକୁ ନେଇ କି ଲାଭ ପାଉଛ ପ୍ରଭୁ!ଚିଠି ସବୁ ଡାକବାକ୍ସକୁ ଯାଉନଥିଲା ବରଂ ଡ଼ାଇରୀରେ ରହୁଥିଲା. ପୁଣି ରହୁଥିଲା ଅନେକ ଟୁକୁଡା ଟୁକୁଡା କାଗଜ ଯୋଉଥିରେ ବହୁତ କଥା ଲେଖାଥିଲେ ମଧ୍ୟ କେହି ପଢିପାରୁନଥିଲେ ସେସବୁକୁ ଯେହେତୁ ଅଲେଖା କାଳିରେ ଲେଖାଥିଲା ସେସବୁ.
     ଜେଜେମାଆ ଚାଲିଯିବା ପରେ ସମୟ ବସିରହିନଥିଲା ବରଂ ଦୌଡୁଥିଲା ଆଗକୁ ଆଗକୁ.ଜୀଵନ ଆରପାରିରେ କଣ ଅଛି ଉତ୍ତରରେ ମନକୁ ଆସେ ଯମପୁରୀ. ସେହି ଯମପୁରୀ ଖାଲି ଯନ୍ତ୍ରଣା ଆଉ କଷ୍ଟ ପ୍ରଦାନ କରିଥାଏ କିନ୍ତୁ ସତରେ କଣ ଜୀଵନ ଆରପାରିରେ ଯମପୁରୀ ଅଛି ଓ ତା ସହିତ ଯମ ଯନ୍ତ୍ରଣା? ଏମିତି ଅନେକ କଥା ମନକୁ ଆସେ ସ୍ୱପ୍ନା ଦ୍ବିବେଦୀଙ୍କର. କର୍ମଫଳ ଅନୁଯାଇ ଯମଦଣ୍ଡ ମିଳେ ବୋଲି ବିଶ୍ୱାସ କରୁଥିବା ସ୍ୱପ୍ନା ତେଣୁ ନିଜ କର୍ମକୁ ସୁଚାରୁ ରୂପେ କରିବାକୁ ଯାଇ ଆଜି ପ୍ରଭୁଙ୍କ ଦୟାରୁ ଓ ଜେଜେମାଆ ଆଶୀର୍ବାଦ ରୁ ଭିଜିଲାନ୍ସ ଡିପାର୍ଟମେଣ୍ଟରେ ଚାକିରୀ କରୁଥିବା ବେଳେ କେଡେ କେଡେ କୋଠା ସିଜ କରିବା ସହ କେଵେ କେବେ କେତେ ଲୋକଙ୍କୁ ରାଜାରୁ ଭିକାରୀ କଲାବେଳେ ତାଙ୍କ ଲୁହ ନିଶ୍ୱାସ ପଡୁଥିବ କି ଭାବି ଡରିଯାଆନ୍ତି ଥରେ ଥରେ ସ୍ୱପ୍ନା. ପୁଣି ନିଜ କର୍ତ୍ତବ୍ୟ କରିବାକୁ ଯାଇ ଯଦି କିଛି ନିଷ୍ଠୁର କାମ କରିବାକୁ ପଡୁଛି ତେବେ ସେଥିରେ ତାଙ୍କର କି ଭୁଲ ବୋଲି ଭାବି ଠିକ ଠାକ କର୍ତ୍ତବ୍ୟ କରୁ କରୁ କେଵେ କିଏ ଲାଞ୍ଚ ଦିଏ ତ କେଵେ କିଏ ଗୋଡ଼ତଳେ ପଡି ଅନୁରୋଧ କରେ ଛାଡ଼ିଦେବା ପାଇଁ. ପୁଣି କେଵେ କିଏ ଧମକାଇ ଥାଏ ତ କେଵେ କିଏ ଟେଲିଫୋନରେ ଡର ଭୟ ଦେଖାଇଥାଏ. ସେସବୁକୁ ଭ୍ରୁକ୍ଷେପ ନକରି କର୍ତ୍ତବ୍ୟ ପଥରେ କଣ୍ଟା ଆସିଲେ କଣ୍ଟାକୁ କଣ୍ଟାରେ କାଢି ଆଜିଯାଏଁ ନିଜ ରାସ୍ତାରେ ଚାଲୁ ଚାଲୁ ଲେଖୁଥାନ୍ତି ଅନେକ ଚିଠି କିନ୍ତୁ ସେସବୁ ଅଲେଖା କାଳିରେ ମନ କାଗଜରେ ଲେଖି ହୋଇ ରହିଥିବା ବେଳେ କେବେ କେବେ ବଡ଼ ବଡ଼ ଘରର ଭିଜିଲାନ୍ସ ଚଢ଼ାଉ ସମୟରେ କେହି ବୟସ୍କ ବା ବୟସ୍କା ଅର୍ଥାତ ବୃଦ୍ଧ ବା ବୃଦ୍ଧାଙ୍କ ଆକ୍ରୋଶ ମୂଳକ କଥାରେ ଜୀଵନର କାଚଘର ଝଣ ଝଣ କରି ଭାଙ୍ଗିଗଲା ପରି ମନେହୁଏ. କିଏ କହୁଥାଏ ସେଇଥିପାଇଁ ପରିବାର ସୁଖ ନାହିଁ ତୁମ ଭାଗ୍ୟରେ ତ କିଏ କହେ ନାରୀ ହୋଇ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧିନଥିବା କି ସନ୍ତାନ ସୁଖ ପାଇନଥିବା ସ୍ତ୍ରୀ ଲୋକ କୁଆଡୁ ବୁଝିବ ବେଘର ହେବାର ଦୁଃଖ! ଘର ଖାନତଲାସୀ ପରି ଅମର୍ଯ୍ୟଦା ପୁଣି ଘର ସିଜ ହେଲେ କେମିତି ଲାଗେ ର ଅନୁଭବ! ସବୁ ଅଲେଖା କାଳିର ଚିଠି ହୋଇ ଫର୍ଦ ଫର୍ଦ ପରି ଯୋଡି ହୋଇ ରହୁଥାଏ କେବେ ମନ ଦର୍ପଣରେ ତ କେବେ ହୃଦୟ କାନ୍ଥି ରେ ତ କେବେ ଅନୁଭବ ପୁସ୍ତକରେ. ଶୁଣିବାକୁ ମିଳୁଥାଏ ଯାହାର ନିଜର ଘର ନାହିଁ, ପରିବାର ନାହିଁ, ପିଲାଛୁଆ ନାହିଁ ସେ ନାରୀ ଭିତରେ ମମତାର ନଈରେ ସ୍ନେହ ସରାଗର ଫଲ୍ଗୁ ଆଶା କରିବା ବୃଥା କହି କିଏ କେତେ କଥା କହିଲେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ ସ୍ୱପ୍ନା.
     ସେଦିନ ଯେଉଁ ବଡ଼ବ୍ୟବସାୟୀଙ୍କ ଘରେ ପଶିଲେ ସ୍ୱପ୍ନା ମ୍ୟାଡାମ, ଆଗରୁ ଏମିତି ବଡଘର ଦେଖିନଥିଲେ ଜୀବନରେ କେଵେ କୋଉଠି. ଟ୍ୟାକ୍ସ ଫାଙ୍କି, ଖଜଣା ନଦେବା ଇତ୍ୟାଦି ସଂଗୀନ ଦଫା ଭିତରେ ଘରକୁ ପଶି ଗଲା ବେଳକୁ ଅନା ବନା ଗଛ ସାଙ୍ଗକୁ କାନ୍ଥରେ ବରଗଛ ଓସ୍ତଗଛ ଉଠି କାନ୍ଥ ଫାଟି ଯାଇଛି. ତା ଭିତରୁ ଚେମେଣୀମାନେ ଉଡିଆସି ଦେହ ମୁଣ୍ଡରେ ବାଜିଲେ ସ୍ୱପ୍ନାଙ୍କ ଟିମରେ ଥିବା ଟାଣୁଆ ଅଫିସରମାନଙ୍କ ଦେହ ମୁଣ୍ଡରେ ତ ସେମାନଙ୍କ ଭିତରୁ ପିଅନ ଉଦ୍ଧବ କହୁଥାଏ ଯୋଉଠି ଯେତେ ଧନ ସମ୍ପତ୍ତି ଗଛିତ ଥାଏ ସେଇଠି ସେତେ ଚେମେଣୀ. ଦେଖିଲେନି ପୁରୀ ବଡ଼ ମନ୍ଦିର ରତ୍ନଭଣ୍ଡାର ଚାବି ଫିଟିଲା ବେଳେ କେତେ ଚେମେଣୀ ଚଟିଆ!ଉଦ୍ଧବ କଥାକୁ ଗୁରୁତ୍ୱ ନଦେଇ ଜୋତା ମଚ ମଚ ଶବ୍ଦରେ ଫାଟି ପଡୁଥିଲା ସୁଉଚ୍ଚ ତ୍ରିତଳ ପ୍ରସାଦ.  ଏତେ ବଡ଼ ଘରେ କିନ୍ତୁ ପୁରୁଣା ଆସବାସ ଛଡା ମଣିଷ ନଥିଲେ କେହି . ଶେଷରେ ଜଣାଅପଡ଼ିଲା ଭିଜିଲାନ୍ସ ଚଢ଼ଉ ହେବାର ଶୁଣି ନିଶ୍ଚୟ ସମସ୍ତେ ଆତ୍ମଗୋପନ କରିଛନ୍ତି. ରିପୋର୍ଟ ଲେଖା ସରିଲା ବେଳକୁ ଉଦ୍ଧବ ଆସି ଜଣେଇଲା ସବା ଉପର ଘରେ ବୁଢ଼ୀ ବସିଛି. ଚାବି ପଡି ଥିବା ସିନ୍ଦୁକକୁ ଫିଟେଇବା ଦୂରର କଥା ଛୁଆଇଁ ଦେଲାନି ବୁଢ଼ୀ. ସବୁ ମାଲମତ୍ତା ନିଶ୍ଚୟ ସେଇଠି ଅଛି. ଦୌଡିଲେ ଖେପା ମାରି ସ୍ୱପ୍ନା ମ୍ୟାଡାମ ଓ ତାଙ୍କ ପଛେ ପଛେ ଟିମ ଅଫିସରମାନେ ଦୁମ ଦୁମ ହୋଇ ଉପରକୁ . ବୁଟ ମାଡରେ ଦୁଆର ଖୋଲିଗଲା. ଅଧା ନିଦ୍ରିତ ଅବସ୍ଥାରୁ ଯେଉଁ ବୃଦ୍ଧା ଉଠିଲେ ତାଙ୍କୁ ଦେଖି ସ୍ୱପ୍ନା ଭାବିଲେ କିଛି ଚେମେଣୀଙ୍କ ସମଷ୍ଟିରେ ଏହି ବୃଦ୍ଧାଙ୍କ ଶରୀର ଅବସ୍ଥା ଯେମିତି . କେତେ ବୟସ ହେବ ଆଙ୍କୁ? ବୃଦ୍ଧା କିନ୍ତୁ ସ୍ପଷ୍ଟ ଜଣେଇ ଦେଇଥିଲେ ଅନ୍ୟମାନେ ଫେରିଯାଆନ୍ତୁ ସେ ସ୍ୱପ୍ନା ମ୍ୟାଡାମଙ୍କୁ ତାଙ୍କ ସିନ୍ଦୁକ ଖୋଲି ଦେଖେଇଦେବେ. ସେୟା ହେଲା. ଭିତରପଟୁ ଦୁଆର ଦେଇ ବୃଦ୍ଧା ସିନ୍ଦୁକ ଖୋଲିବାକୁ ଅନୁମତି ଦେଲେ କିନ୍ତୁ ଏ କଣ ଦେଖୁଛନ୍ତି ସ୍ୱପ୍ନା!କିଛି ପୁରୁଣା ଛୀର୍ଣ୍ଣ ପାଟ ଶାଢ଼ୀ, କାଗଜ, ଚିଠି ଭିତରେ ଟିଫିନରେ କିଛି ରୁଟି ସହିତ କିଛି ସମୟ ଅତିକ୍ରାନ୍ତ କରିଥିବା ଔଷଧ.ବୃଦ୍ଧା କହୁଥିଲେ ସମସ୍ତଙ୍କୁ ହରାଇ ସାରିବା ପରେ ଏଇ ମୋର ଶେଷ ସମ୍ବଳ. ପାରୁଛନ୍ତି ତ ସିନ୍ଦୁକଟିକୁ ନେଇଯିବେ ଯଦି ନେଇଯାଆନ୍ତୁ. ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲେ ମଧ୍ୟ କିଛି ନପଚାରି ଫେରିଆସିଥିଲେ ସ୍ୱପ୍ନା ତଳକୁ. ଅଫିସରମାନେ ବେଢ଼ିଯାଇ ପଚାରୁଥିଲେ ସୁନା ରୂପା ହୀରା ଲୀଳା କଣ କେତେ ଅଛି? ଆଜି ସ୍ୱପ୍ନାଙ୍କ ଆଖିରେ ଆଷାଢ଼ୀ ଓ ଶ୍ରାବଣୀ ଧାର ଦେଖି କେହି କିଛି ବୁଝିନପାରି ପୁଣି ପଚାରୁଥିଲେ ସିନ୍ଦୁକ ଭିତରେ ଚେମେଣୀ ମାଡ଼ ହେଲାକି ମ୍ୟାଡ଼ାମ?ତଥାପି ସ୍ୱପ୍ନା ନିରୁତ୍ତର ନରହି କହୁଥିଲେ ଜୀଵନ ଆରପାରିରେ.. ହଁ ମ୍ୟାଡାମ କୁହନ୍ତୁ କୁହନ୍ତୁ ଜୀଵନ ଆରପାରିରେ ବି ବୃଦ୍ଧାଙ୍କର ଲୋଭ ଛାଡ଼ିନି ନା?ସ୍ୱପ୍ନା ଏଥର ଭୋ ଭୋ କାନ୍ଦି ପକେଇଥିଲେ ତ କେହି କିଛି ବୁଝି ପାରୁନଥିଲେ.
   ପୁଣି କହି ଚାଲିଥିଲେ ସ୍ୱପ୍ନା. ସେଦିନ ସେହି ଚେମେଣୀ ରୂପୀ ବୃଦ୍ଧାଙ୍କ ପାଖରୁ ଫେରିଲା ବେଳେ ସାଙ୍ଗରେ ନେଇଆସିଥିଲି ବୃଦ୍ଧାଙ୍କ ସେହି ସାତତାଳ ପଙ୍କ ଭିତରେ ଥିବା ସିନ୍ଦୁକ ରୂପୀ ସୁନାଫରୁଆ ଭିତରୁ ମଣିକାଞ୍ଚନ ରୂପେ ସଜତ୍ନ ସାଇତା ଚିଠି ଖଣ୍ଡିଏ, ଯୋଉଥିରେ କେହି ଜଣେ ଝିଅ ତା ବାପା ପାଖକୁ ଲେଖିଛି ଶାଶୁଘରକୁ ଗଲାପରେ ପରେ ସଦ୍ୟ.ବାପା ମୋର ଭୂମିଷ୍ଠ ପ୍ରଣାମ ନେବା ସହ ବୋଉ, ଜେଜେ, ଜେଜେମା, ଦାଦା ଓ ଖୁଡିଙ୍କୁ ଜଣାଇଦେବ. ବାପା ସେଦିନ ଆମ ଘର ଭିତରପଟେ କୁଣ୍ଡରେ ଥିବା ଗଛଟିକୁ ବାହାର ପଟ ବଗିଚାରେ ଲଗାଇବାକୁ ମୁଁ କହିଲା ବେଳେ ତୁମେ କହିଥିଲ ପାଞ୍ଚବର୍ଷ କାଳ ଯେଉଁ ସ୍ଥାନ ତାକୁ ବଢିବା ପାଇଁ ଆଲୋକ, ଜଳ, ମାଟି ସହ ସମ୍ପର୍କର ରଙ୍ଗ ମାଖି ବଢ଼େଇଆସିଛି, ସେ ଗଛକୁ ସେହି ପୂର୍ବ ସ୍ଥାନ ପରିତ୍ୟାଗ କରିବାକୁ ପଡିଲେ ସେ ବଞ୍ଚିବ ତ ମାଆ ଆମ ଏଇ ବାଲକୋନୀ ରେ ? ତୁମର ସେହି ପ୍ରଶ୍ନ ଆଜି ମୋ ମନରେ ଜୁଆର ପିଟୁଛି ବାପା. ମତେ ଏଡେରୁ ଏଡୁଟିଏ କରିବା ପରେ ମୁଁ କଣ ଗଛ ଠାରୁ ହୀନ ବୋଲି ଭାବିଲ ବାପା?ଗଛଟି ମାତ୍ର ପାଞ୍ଚବର୍ଷର ସମ୍ପର୍କ ଭୁଲି ପାରୁନଥିବା ବେଳେ କୋଡିଏ ବର୍ଷର ସମ୍ପର୍କ ଭୁଲି ଝିଅଟି ଏତେ ଅଚିହ୍ନା ଲୋକଙ୍କ ଭିତରେ ଚେମେଣୀ ପାଲଟି ଯିବନି? ଏତିକି ପଢ଼ିସାରିବା ପରେ ସ୍ୱପ୍ନା ଝର ଝର କାନ୍ଦିଥିଲେ. ତା ଆରଦିନ ବରଷାରେ ଭିଜି ଭିଜି ପୁଣି ବୃଦ୍ଧାଙ୍କୁ ଦେଖାକରିବାକୁ ଯାଇଥିଲେ. ସ୍ୱପ୍ନା ଭାବିଥିଲେ ଯେ ସେ ଏଣିକି ସେହି ବୃଦ୍ଧାଙ୍କର ଶେଷ ସମ୍ବଳ ପାଲଟି ଅନେକ କଥା ଜାଣିବେ ତାଙ୍କଠାରୁ କିନ୍ତୁ ଜୀବନ ପକ୍ଷୀ ଉଡିଯାଇଥିଲା ଶରୀରରୁ. ମୁଖାଗ୍ନି ଦେବାକୁ କେହି ନମିଳିବାରୁ ସ୍ୱପ୍ନା ହିଁ ଦେଇଥିଲେ. ସବୁ ଜଳି ଯାଇଥିଲେ ମଧ୍ୟ ଚିଠିଟା ଆଦ୍ୟାବଧି ଜୀବନ୍ତ ଅଛି ସ୍ୱପ୍ନାଙ୍କ ପାଖରେ. ଯାହାର ନୂତନ ପରିକଳ୍ପନାର ପରିପ୍ରକାଶ ଚେମେଣୀର ଚିଠି ବହିଟି ମାତ୍ର କହି ସ୍ୱପ୍ନା ଝାଳ ପୋଛୁଥିଲେ ଏଡ଼େ ବର୍ଷାରେ.ସବୁ ଅଲେଖା ଚିଠିକୁ ଏକାଠି କରି ଓ ଦୁଇ ଜେଜେମାଆ ଯଥା ତାଙ୍କ ଜନ୍ମିତ ଜେଜେମାଆ ଙ୍କ ସ୍ମୃତି ଓ ବର୍ତ୍ତମାନ ଜୁଇରେ ଯାହା ମୁଁହଁ ରେ ନିଆଁ ଦେଇ ଶେଷକୃତ୍ୟ କରିଥିଲେ ସେହି ଚେମେଣୀ ଜେଜେମାଆ ଙ୍କ ଚିଠି ତଥା ମନ ଓ ହୃଦୟ କାନ୍ଥି ରେ ଅଲେଖା କାଳିରେ ଲେଖା ଚିଠି ସବୁର ବିଷୟବସ୍ତୁଭିତ୍ତିକ ଅନୁଭୂତି ଓ ଅଭିଜ୍ଞତା ସହାୟତା  ରେ ସେ ଆଜି ଜଣେ ପ୍ରସିଦ୍ଧ ସାହିତ୍ୟିକା କହିଲେ ଅତ୍ୟୁକ୍ତି ହେବନାହିଁ.


















Rate this content
Log in

Similar oriya story from Action