Santosh Kumar Biswal

Classics

4.0  

Santosh Kumar Biswal

Classics

ନୀଳ କୋଟ୍

ନୀଳ କୋଟ୍

9 mins
126


ସୁନାକର ବାବୁ କୁଂ ସେତେବେଳେ ବୟସ ପଚିଶ ବର୍ଷ ହେବ । କଟକ ରେ ନୂଆ ନୂଆ ଚାକିରୀ ଜୀବନ ଆରମ୍ଭ କରିଥାନ୍ତି । ଜଗତସିଂହପୁର ର ଏକ ନିପଟ ମଫସଲ ଗାଁ ରୁ ଆସି କଟକ ସହର ରେ ଚାକିରୀ ପାଇବା ପୁଣି ରାଜସ୍ବ ବିଭାଗ ରେ ! ନିଶ୍ଚୟ ଭାବେ ଏହା ବିଧାତା ର ବିଧାନ କହିଲେ ଅତ୍ୟୁକ୍ତି ହେବ ନାହିଁ । 

         ସହର ର ଚାକଚକ୍ୟ ଭିତରେ ଜୀବନକୁ ଉପଭୋଗ କରିବାପାଇଁ ସମସ୍ତ ସୁଯୋଗ ହାତପାହାନ୍ତା ରେ ଥିଲା । ଯାହାର ସଦବ୍ୟବହାର କରିବା ପାଇଁ ଟିକିଏ ବି ସୁଯୋଗର ହାତଛଡା କରି ନଥିଲେ ସୁନାକର ବାବୁ । ନୁଆ ନୁଆ ପୋଷାକ କିଣି ପିନ୍ଧିବା ତାକଂର ଗୋଟେ ସଉକ ଥିଲା ।


               ଏହିପରି ସମୟ ଗଡିଯିବା ସହିତ ତାକଂ ଜୀବନରେ ଆବିର୍ଭାବ ହୁଅନ୍ତି  ଅନିନ୍ଦ୍ୟା ସୁନ୍ଦରୀ ସତ୍ଯଭାମା । ଜଣେ ସାଗଂର ବିବାହ ଉତ୍ସବରେ ସୁନାକର ବାବୁକଂର ଦେଖାହୁଏ ସତ୍ଯଭାମା ଦେବୀକଂ ସହିତ । ଡେପୁଟି ପୋଲିସ ସୁପରିଟେଣ୍ତ କଂ ଝିଅ ସତ୍ଯଭାମା । ପିଲାଦିନୁ ସହରର ଚାକଚକ୍ଯ ଭିତରେ ବଡ ହେଇଛନ୍ତି ।ବିଜ୍ଞାନ ରେ ବି.ଏ. ପାସ କରିଛନ୍ତି । ଦେଖିବାକୁ ଖୁବ ସୁନ୍ଦର । ସତ୍ଯଭାମା ଉଚ୍ଚଶିକ୍ଷିତ ହେଲେବି ବ୍ଯବହାର କିନ୍ତୁ ବେଶ୍ ଆମାୟିକ , ମିଷ୍ଟଭାଷି । ଅଳ୍ପସମୟରେ ଯେ କୌଣଷି ଲୋକର ମନ କିଣି ନେଇପାରିବେ । 

           ପ୍ରଥମ ଦେଖାରେ ସୁନାକର ବାବୁ ସତ୍ଯଭାମା ଦେବୀ କଂ ଦ୍ବାରା ଆକର୍ଶିତ ହୋଇଥିଲେ । ପ୍ରଥମେ କଥାବାର୍ତ୍ତା ତାପରେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଓ ପ୍ରେମରୁ ବିବାହ ହୋଇଥିଲା ।ଉଭୟକଂ ଭିତରେ ସଂମ୍ପର୍କ ଖୁବ ନିବିଡ ଥିଲା । କିନ୍ତୁ ମଝିରେ ମଝିରେ ଗୋଟାଏ ଜିନିଷ କୁ ନେଇ ଉଭୟକଂ ମଧ୍ୟରେ ଟିକେ ରାଗରୁଷା ହେଉଥିଲା । ତାହା ଥିଲା ଗୋଟାଏ ପୁରୁଣା ନୀଳ ରଂଗର କୋଟ୍ ।

        

      "ଏତେ କୋଟ୍ ଥାଉଁ ଥାଉଁ ଏ ପୁରୁଣା ନୀଳ  କୋଟ୍  ଟା କାଁହିକି ପିନ୍ଧୁଛ ଶୁଣେ ? ପୁଣି ବନ୍ଧୁ ଘରକୁ ଯିବ ! କେତେ ଲୋକ ଆସିଥିବେ — ସେମାନେ ଦେଖିଲେ କ'ଣ କହିବେ ତୁମକୁ ! ନୂଆ କୋଟ୍ ରୁ ଗୋଟେ  ପିନ୍ଧୁନ ।"


        ସତ୍ୟଭାମା ଦେବୀକଂ କଥାରେ ସୁନାକର ବାବୁ ଥରେ  ନିଜର ପ୍ରିୟ ନୀଳ କୋଟ୍ ଟା ଆଡେ ଅନାଇଁ ସତ୍ୟଭାମା ଦେବୀକଂ ମୁଁହକୁ ଅନାଈଲେ । ଓଠ ଅଳ୍ପ ମେଲାକରି କହିଲେ — "ନା— ସତ୍ଯଭାମା ଏଇଥିରେ ଚଳିଯିବ । କୌଣଷି ବନ୍ଧୁ ବାନ୍ଧବ କଂ ଉତ୍ସବରେ ଗଲେ ଏ କୋଟ ଟା ଲଗାଇ ଯିବାର ମୋହ ଏଡି ପାରେନା ।ଏହା ପ୍ରତି ମୋର ଅଶେଷ ଲୋଭ । ପୁରୁଣା ହେଲେ ବି ଭାରି ସୁନ୍ଦର ଆଉ ସଫା ମନେ ହୁଏ ।"


         କିଏ କଣ କହିବ ? କାହିଁକା ବା କହିବ? ମୋ ରୂଚି ଯାହା ମୁଁ ସେଇଆ ପିନ୍ଧିବି ଅନ୍ୟର ଏଥିରେ ଖରାପ ଭାବିବାର କଣ ଅଛି ବୁଝିପାରୁନି ।ଯିଏ ସେମିତି କହେ ସେ ହୁଏତ ଅସହିସ୍ନୁ ନ ହେଲେ ପରର ଦୋଷ ଦୁର୍ବଳତା ଖୋଜି ବସିବା ହିଁ ତାର କାମ ।

           ସତ୍ୟଭାମା ଦେବୀ ଟିକେ ବିରକ୍ତି ପ୍ରକାଶ କରି କହିଲେ —ହୁଁ — ତୁମେ ସିନା ଏକଥା କହୁଛ । ଅନ୍ଯମାନେ ତ ଆଉ ସେ କଥା ଭାବିବେନି । କେତେ ବଡ ବଡ ଲୋକ ସବୁ ଆସିଥିବେ — ଜଜ୍ ସାହେବକଂର ଘର ଯେତେବେଳେ ତୁମର ଫେର୍ ଗୋଟାଏ ସମ୍ମାନ ଅଛି ନା ନାହିଁ ?

     ତୁମେ କଣ ମନେ କରୁଚ ଏଥିରେ ସମ୍ମାନଟା କ୍ଷୁର୍ଣ୍ଣ ହୋଇଯିବ ? ହଁ—ହଁ ବୁଝିଲି ….ତୁମ କହିବାର ଉଦ୍ଦେଶ୍ୟ ବଡଲୋକି ଟା ରହିବନି। କିନ୍ତୁ ମୋର ତ ବଡଲୋକି ଦେଖାଈ ହେବାର ଇଛା ନାହିଁ ।ମୁଁ ଯେତେ ସାଦା ସରଳ ହୋଇ ପାରିବି ସେତିକିରେ ହିଁ ମୋର ଆନନ୍ଦ । ବଂର ମୁଁ ଯାହା ଅଛି ତାକୁହିଁ ଦେଖେଇ ଦେବା ମୋର ମଣିଷତ୍ବ । ତୁମ ମାଇପି ଜାତି କୁଂ ସେକଥା ଟା ସାଜେ । ଡେପୁଟି ମାଜିଷ୍ର୍ଟେଟକଂ ସ୍ର୍ତୀ ବୋଲି ଆଉ ପୋଲିସ ସାହେବ କଂ ଝିଅବୋଲି ବଡଲୋକି ଟା ଦେଖେଇ ହେବାର ତମ ପକ୍ଷରେ ସ୍ବାଭାବିକ୍ ।

         କେମିତି ଅବାଗିଆ କଥା ସବୁ ତୁମେ କୁହ ଯେ କେଜାଣି । ଏଥିରେ ବଡଲୋକିଆ କଥା ଆସିଲା କୋଉଠୁ ? ପୁରୁଣା କୋଟ୍ ଟାକୁ ନ ପିନ୍ଧି ଭଲ ନୂଆ କୋଟ୍  ଟାଏ ପିନ୍ଧି ଗଲେ କଣ ଯେ ହେଇ ଯାଉଛି। ହଉ ତମ ଇଛା ,ଯାହା ମନକୁ ଆସୁଛି ତାହା କର ।ମୁଁ କାହିଁକି କହିବି । ଚମ ପାଇଁ କାଲି ସକାଳେ ମୋତେ ବାର ମାଇପ କଂ ଠାରୁ ବାର କଥା ଶୁଣିବାକୁ ପଡିବ —ସେ କଥା ତମେ ଭଲକରି ଜାଣିଛ ? କିଏ କହିବ ତୋ ସ୍ବାମିଟା ବୁଢା ହେବାକୁ ବସିଲାଣି ତଥାପି କଞୁସି ଛାଡୁନି —ଭଲ ସୁଟ  ଟିଏ ବି ପିନ୍ଧୁ ନାହାନ୍ତି ।କିଏ କହିବ ଟକାଂ ସବୁ  କଣ ବ୍ୟାକଂ ରେ ରଖିଦଉଚ କିରେ ସତ୍ଯଭାମା। କିଏ କହିବ ତୋ ବର ତ ପୁରୁଣାପୋଷାକ ରେ କାମ ଚଳେଇ ଦେଉଛନ୍ତି ଟକାଂ ଖର୍ଚ୍ଚ ହଉନଥିବ । ଏମିତି କେତେ କଥା ଶୁଣିବି । ସେତେବେଳେ ତ ତୁମେ ନଥିବ ମୁଁ ଖାଲି ଯାହା ଲାଜ ସରମ ରେ ମରିବି ।

     ସୁନାକର ବାବୁ ଖୁବ ଜୋରରେ ହସି ହସି ସତ୍ଯଭାମାକଂ ପାଖକୁ ଲାଗି ଆସିଲେ, ଆଉ ତାକଂର ପିଠି ଥାପୁଡେଇ କହିଲେ — ଆରେ —ତୁମେ ତ ଭାରି ଅଡୁଆ ଲୋକ । ତାକଂର ଏତିକି ଟିକେ କଥାରେ ତୁମେ ଡରିଯିବ। ସେମିତି କହିଲେ ତମର ଯେଉଁ  ସିଲ୍କ ଶାଢୀ, ବନାରସୀ ପାଟ,ଗହଣା ସବୁ ରହିଛି ସେଗୁଡାକ କାଢି ଦେଖେଇଦେବ । ଚା ହେଲେ ତାକଂର ସେ ବଡଲୋକିଟା କେଉଁଆଡେ ଉଡିଯିବ।

         ସତ୍ଯଭାମା ଦେବୀ ସୁନାକର ବାବୁକଂ

କଥା ପ୍ରତି କାନ ନଦେଇ କଥା ବାଁରେଇ କହିଲେ — ହଉ—ଥାଉ—ସେ ସବୁ । ମୁଁ ତୁମକୁ ଯୁକ୍ତି ତର୍କରେ ପାରିବିନି।ଖାଲି ମୋ କଥା ଟା ରଖି ସେ ପୁରୁଣା କୋଟ୍  ଟାକୁ  ରଖି ଦେଇ ଏ ନୂଆ ସୁଟ୍  ଟାକୁ ପିନ୍ଧିନିଅ । କହୁ କହୁ ସେ ଗୋଟାଏ ନୂଆ କୋଟ୍ ତାକଂ ହାତକୁ ବଢାଇ ଦେଲେ । ସୁନାକର ବାବୁ ନେବାକୁ ମନା କରି ଦେଇ କହିଲୋ—ଥାଉ ସତ୍ଯଭାମା, ଏ ନୀଳ କୋଟ୍  ଟାର ଲୋଭ ମୁଁ ଛାଡି ପାରୁନି ।ଯୋଉ ଦିନ ୟା ଉପରୁ ମୋ ଲୋଭ ଛାଡିଯିବ ମୁଁ ଆପେ ଆପେ ତାକୁ ଫିଗିଂଦେବି । ମତେ ଆଉ ବାଧ୍ୟ କରନା। କାହିଁକି କେଜାଣି ଏ କୋଟ୍ ଟା ମୋ ଜୀବନର ଏକାନ୍ତ ଆଦରର ସାମଗ୍ରୀ । ପୁରୁଣା ହେଲେବି ତା ପ୍ରତି ମୋର ମୋହ ଅତୁଟ । ମଲା ଯାକେ ବି ମୋର ଏ ମୋହଟା ଯିବ ବୋଲି ବିଶ୍ବାସ ହେଉନି ।

        ସତ୍ଯଭାମା ଦେବୀ ଆଉ କିଛି ନକହି କେବଳ— ହୁଁ— କହି ମୁଁହ ମୋଡିଦେଇ ଘର ଭିତରକୁ ଚାଲିଗଲେ । ସୁନାକର ବାବୁ କୋଟ୍ ଟି ଆଡେ ଥରେ ଚାହିଁ ଘରୁ ବାହାରି ପଡିଲେ ବନ୍ଧୁକଂର ନିମନ୍ର୍ତଣ ରକ୍ଷା ଉଦ୍ଦେଶ୍ୟରେ ।

      ସୁନାକର ବାବୁ । ବୟସ ପନ୍ଚାବନ ଟପିଲାଣି । ଜୀବନରେ ସୁଖ ସମ୍ଭୋଗ କରିବାର ଆଗ୍ରହ କମି ଗଲାଣି । କାହିଁକି କେଜାଣି କୌଣସି ବନ୍ଧୁକଂର ଉତ୍ସବ ମାନକଂରେ ଯୋଗ ଦେବାକୁ ହେଲେ ନିଜକୁ ଖୁବ୍ ସଜାନ୍ତି । କିନ୍ତୁ ଏଇ ପୁରୁଣା ନୀଳ କୋଟ୍ ଟାକୁ କେବେ ଦେହରୁ ଅଲଗା କରି ପାରନ୍ତିନି ।


     ଯେ କୌଣଷି ଆନନ୍ଦ ଉତ୍ସବରେ ସେ ବରାବର ଏଇ ନୀଳ କୋଟ୍ ଟାକୁ ଦେହରେ ଗଳେଇ ଯାନ୍ତି ।ଏଇ କୋଟ୍  ଟି ପ୍ରତି ତାକଂର ଅସୀମ ମୋହ—ଅତୁଟ ଆସକ୍ତି ।ଏଥିପାଇଁ ସେ ଅନେକ ଥର ବନ୍ଧୁ ଗହଣରେ ପରିଚିତ ଅପରିଚିତ ମେଳରେ ବହୁ ଅପମାନ ଜନକ କଥା ବି ଶୁଣିଛନ୍ତି ।କିନ୍ତୁ ଖାଲି ସେଇ ଗୋଟିଏ କଥା—ଏଇ କୋଟ ଟି ପ୍ରତି ମୋର ଏତେ ମୋହ ଯେ,ତାକୁ ଦେହରୁ ଅଲଗା କରିପାରେନା" କହି ସମସ୍ତ କଂ ପ୍ରଶ୍ନର ଏଇ ଗୋଟିଏ ଉତ୍ତର ହିଁ ଦିଅନ୍ତି । ଅନ୍ଯମାନକଂ ତାଛ୍ଛଲ୍ୟଭରା ହସ —ବିକ୍ରୁତ ମୁଖ ଭଗୀଂକୁ ଏଡାଇ ଦେବାର ଛଳନା କରନ୍ତି।ପ୍ରିୟତମା ପତ୍ନୀ ସତ୍ଯଭାମା ତାକଂ ଉପରେ ଏତେ ବିରକ୍ତ ହେବା ସତ୍ତ୍ବେ ବି —ଏତେ କରି ବୁଝାଇ କହିବା ସତ୍ତ୍ବେ ବି ସେ ତାକଂର କଥା ପ୍ରତି କାନ ନ ଦେଇ ହସି ଦିଅନ୍ତି ।ପ୍ରକ୍ରୁତ କଥାଟା ଲୁଚାଇ ରଖି କହନ୍ତି—"ତୁମେ ଦେଖିଥିବ ଜଣ ଜଣ କଂର ଗୋଟାଏ ଶାଢୀ କି କାମିଜ ପ୍ରତି ଭାରି ସଉକ ଥାଏ । ସେ ଚିରିଗଲେ ବି ତାକୁ ସିଲାଇ କରି ପିନ୍ଧିବାର ଚେଷ୍ଟା କରନ୍ତି। ଯେତେବେଳେ ନିହାତି ଅଚଳ ହୋଇଯାଏ ତାକୁଂ ଭାରି ବାଧେ। ବେଳେ ବେଳେ ଦୁଃଖରେ ମ୍ରିୟମାଣ ହୋଇପଡନ୍ତି । ଆଉ ନିହାତି ଅଚଳ ଅବସ୍ଥାରେ ବି ତାକୁ ବାକ୍ସରେ ସାଇତି ରଖନ୍ତି। କାହିଁକି? ସେ ଖାଲି ଗୋଟାଏ ମୋହ —ଏକ ଅତୁଟଆସକ୍ତି। ଠିକ ସେହିଭଳି ମୋର ବି ଏଇ କୋଟ୍  ଟି ପ୍ରତି ଅତୁଟ ସ୍ନେହ— ଅବ୍ୟକ୍ତ ସଉକ, ତେଣୁ ସେ ପୁରୁଣା ହେଲେ ବି ତାକୁ ମୋ ଠାରୁ ଅଲଗା କରି ପାରେନି । ମୁଁ ମଲେ ଯାଇ ସେ ମୋ ଠାରୁ ଅଲଗା ହେବ ।

       କିନ୍ତୁ ସତ କଥାଟାକୁ କେବେ କାହାରି ଆଗରେ ଖୋଲି କରି କହନ୍ତି  ନାହିଁ ।ସତ୍ଯଭାମା ଦେବୀ କଂ ଆଗରେ ତ ମୋଟେ ନୁହେଁ ।


         ଏଇ କୋଟ୍ ଟି ର କଥା କହୁଥିବା ବେଳେ ସତ୍ଯଭାମା ଦେବୀ ଲକ୍ଷାକରି  ଦେଖିଛନ୍ତି ନିଜ ସ୍ବାମିକଂ ମୁହଁ କେମିତି ଶୁଖିଲା ହୋଇଯାଏ।ତେଣୁ ୟାର ପଛରେ ଯେ ଏକ ରହସ୍ୟ ଜନକ ଘଟଣା ଲୁଚି ରହିଛି ସେ ଏ କଥାଟା ବି ଅନୁମାନ କଲେଣି । କିନ୍ତୁ କିଛି ତାକଂର ମନେ ପଡୁନି—କିଛି ସେ ଖୋଜି ପାଇପାରୁ ନାହାନ୍ତି। ସ୍ବାମି କୁଂ ପଚାରିବାକୁ ଇଛା କଲେବି ତାକଂର ସାହସ ହୁଏନାହିଁ । ସେ ତୁନି ରୁହନ୍ତି । ପରୋକ୍ଷରେ କେତେଥର ଚେଷ୍ଟା ବି କରିଛନ୍ତି। କୋଟ୍ ଟି ପିନ୍ଧିଲେ , ତାକୁଂ ଅନେକ ବିରକ୍ତିକର କଥା କୁହନ୍ତି। କାଳେ ସେ ବିରକ୍ତ ହୋଇ ସତ କଥାଟା ଖୋଲି କହିଦେବେ; କିନ୍ତୁ ସବୁ ଚେଷ୍ଟା ତାକଂର ବ୍ୟର୍ଥ ହୋଇଛି । କେବେ ସୁନାକର ବାବୁ କାହା ଆଗରେ ଏକଥାର ସତ୍ୟତା ପ୍ରକାଶ କରି ନାହାନ୍ତି। ଆଜି ବି ନୁହେଁ ।


      ସଞୟ ବାବୁ ସୁନାକର ବାବୁ କଂର ଅତି ଅନ୍ତରଗଂ ବନ୍ଧୁ ।

ପିଲାଟି ଦିନରୁ ଏକା ସାଗେଂ ପାଠ ପଢିଛନ୍ତି—କାମ ବି କରିଛନ୍ତି । ତେଣୁ ତାକଂ ଆଗରେ ସୁନାକର ବାବୁ ଖୋଲାମନରେ ସବୁ କଥା କୁହନ୍ତି —ନିଃସକୋଂଚରେ । ସଞୟ ବାବୁ ବି ତାକଂ ପ୍ରତି ଖୁବ ସହାନୁଭୁତିଶୀଳ । ସେ ବି ଏହି ଟୋପି କଥାଟା ବହୁଦିନ ହେବ ଲକ୍ଷ କଲେଣି— କିନ୍ତୁ ଭିତରେ ଥିବା ରହସ୍ୟ ଟି ଏ ପଯ୍ୟନ୍ତ ଉଦ୍ଘାଟନ କରିପାରି ନାହାନ୍ତି ।ପଚାରିବି ପଚାରିବି ହୋଇ କେବେ ପଚାରି ପାରି ନାହାନ୍ତି,ଭୁଲି ଯାଆନ୍ତି ।

          ଧୀରେ ଧୀରେ ସୁନାକର ବାବୁ ପ୍ରତି ଆନନ୍ଦ ଉତ୍ସବରେ ଏଇ ନୀଳ କୋଟ୍   ପିନ୍ଧିବା କଥାଟା ତାକଂର ସ୍ନେହି ବନ୍ଧୁମାନକଂ ମଧ୍ୟରେ କୌତୁହଳ ସ୍ରୁଷ୍ଟି କଲାଣି ।

      ସତ୍ଯଭାମା ଦେବୀ ଦିନେ ସଞୟ ବାବୁକୁଂ ଏ କଥାଟା କହିଲେ ,ଆଉ ତାକଂ ସ୍ବାମିକୁଂ ପଚାରି ବୁଝିବାକୁ ବାରମ୍ବାର ଅନୁରୋଧ କରୁଥାନ୍ତି। ମଝିରେ ମଝିରେ ମନେ ପକାଇ ଦେଉ ଥାନ୍ତି ।

     ଆଜକୁ ପଚିଶ ବର୍ଷ ହେବ ସତ୍ଯଭାମା ଦେବୀ ଏହି କୋଟ୍ ଟିକୁ ଦେଖି ଆସୁଛନ୍ତି । କିନ୍ତୁ ତାର ରହସ୍ୟ ଖୋଜି ପାଇ ପାରୁ ନାହାନ୍ତି । 


   ଶେଷରେ ସଞୟ ବାବୁକଂ ଚେଷ୍ଟାରେ ସତ୍ଯଭାମା ଦେବୀ ତାକଂ ସ୍ବାମି ସୁନାକର ବାବୁକଂ ଏଇ ପୁରୁଣା ନୀଳ କୋଟ୍   ପରିଧାନର ପ୍ରକ୍ରୁତ କାରଣଟା ଜାଣିବାକୁ ପାଇଲେ ।

          ସେ ଜାଣି ନଥିଲେ ଯେ ଏଇ ଛୋଟ କଥାଟାର ପଛରେ ଏତେ ବଡ ମର୍ମନ୍ତୁଦ ଘଟଣା ଲୁଚି ରହିଛି । ଏତେ ହ୍ରୁଦୟ ବିଦାରକ ଛୋଟ କରୁଣ ଇତିହାସ ରହିଛି ୟା ପଛରେ ।


  ଆଜକୁ ତିରିଶ ବର୍ଷ ତଳର କଥା—


        

       ସୁନାକର ବାବୁକୁଂ ସେତେବେଳେ ପଚିଶ ବର୍ଷ । ତାକଂର ବିବାହ ହୋଇଯାଏ ସତ୍ଯଭାମା ଦେବୀକଂ ସହିତ । ପାନ୍ଚ ବର୍ଷ ଧରି ସେମାନେ ଥିଲେ ନିଃସନ୍ତାନ । ଶେଷରେ ପାନ୍ଚ ବର୍ଷ ପରେ ପୁଅଟିଏ ହେଲା । ସ୍ବାମୀ ସ୍ର୍ତୀକଂ ମନରେ ଅବ୍ୟକ୍ତ ଆନନ୍ଦ—ଅସରନ୍ତି ସୁଖର କଳ୍ପନା । ସୁନାକର ବାବୁ ଆନନ୍ଦରେ ଅଧିର ହୋଇ ଉଠିଲେ । ପିତ୍ରୁତ୍ବର ଗୌରବରେ ବୁକୁ ତାକଂର ଫୁଲି ଉଠୁଥାଏ । ସେତେବେଳେ ତାକୁଂ ତିରିଶ ବର୍ଷ ବୟସ । 


       ନିଶିକୁ ପାନ୍ଚବର୍ଷ ଲାଗିଲା । ସେଥର ତାର ଜନ୍ମଦିନ ଭାରି ଆଡମ୍ବରରେ ସମ୍ପନ୍ନ ହେଲା । ସମସ୍ତ ବନ୍ଧୁ ବାନ୍ଧବ କୁଂ ନିମନ୍ର୍ତଣ କରି ମଉଜ ମଜଲିସ୍ ରେ ସାରା ରାତିଟି କଟେଇ ଦେଇଥିଲେ । ପୁଅକୁ ଚାରିବର୍ଷ ବେଳେ ତାକୁ ସ୍କୁଲରେ ଭର୍ତ୍ତି କଲେ । ପାନ୍ଚବର୍ଷ ବେଳକୁ ସେ ପ୍ରଥମ ଶ୍ରେଣୀରେ ପଢିଲା । 


     ସେହି ବର୍ଷ ପୁଅର ଜନ୍ମଦିନ ଉପଲକ୍ଷେ ନିଶି ଅଝଟ ଲଗାଇଲା ନୂଆ ପ୍ଯାଣ୍ଟ ସାର୍ଟ ପାଇଁ । ସୁନାକର ବାବୁ ଆନନ୍ଦରେ ଅଧୀର ହୋଇ ଉଠୁଥାନ୍ତି । ତାକୁ ଭାରି ଗେହ୍ଲାରେ ବି ବଢେଇ ଥାନ୍ତି । ତାର କୌଣସି କଥାରେ ନାହିଁ କରନ୍ତିନି । ସେ ଦୁଷ୍ଟାମି କଲେବି ତାକୁଂ ଭଲ ଲାଗେ । ସବୁବେଳେ କୁହନ୍ତି, ପିଲାଟା ଦୁଷ୍ଟାମି କରିବା ସ୍ବାଭାବିକ୍ । 


       ପ୍ଯାଣ୍ଟ ସାର୍ଟ ପାଇଁ ତାକୁ ନେଇ ବଜାରକୁ ଗଲେ । ଗୋଲାପି ରଂଗର ସାର୍ଟ ଆଉ ସବୁଜ ରଂଗ ର ପ୍ଯାଣ୍ଟ ତା ପାଇଁ କିଣିଲେ । ଆଉ ନିଜ ପାଇଁ ବି ଗୋଟେ ନୀଳ ରଂଗର କୋଟ  କିଣିଲେ । ପୁଅ ଅଝଟ କଲା — ବାପା ମୁଁ ଏକୁଟିଆ ପିନ୍ଧିବିନି ତୁମେ ବି ପିନ୍ଧିବ ତେଣୁ ବାଧ୍ୟ ହେଇ ଥିଲେ କିଣିବା ପାଇଁ । ସେ ତାକଂ ପାଇଁ ସବୁଠାରୁ ଆନନ୍ଦର ଦିନ ଥିଲା । 

    

       କିନ୍ତୁ,


ସେ କୋଟ କିଣା ହେବାର ଦୁଇମାସ ନ ଯାଉଣୁ ପୁଅଟି ଆରପାରିକୁ ଚାଲିଗଲା । ସୁନାକର ବାବୁ ଦୁଃଖରେ ଭାଗିଂ ପଡିଲେ । ଜୀବନର ସବୁ ସୁଖ ଯେମିତି କ୍ଷଣକ ମଧ୍ୟରେ ଶେଷ ହୋଇଗଲା । 



        ସେଇଦିନୁ ସୁନାକର ବାବୁ ସେଇ କୋଟ୍ ଟିକୁ ଆନନ୍ଦ ଉତ୍ସବରେ ପରିଧାନ କରିବନ୍ଧୁ ବାନ୍ଧବକଂ ଘରକୁ ଯାଆନ୍ତି । ସେ ମନେ କରନ୍ତି ସେ ଏକା ଯାଇ ନାହାନ୍ତି — ସାଗଂରେ ତାକଂର ପୁଅବି ଅଛି । 


       କୋଟ୍ ଟି ଆନନ୍ଦ ଉତ୍ସବର ସଂକେତ—ଏକ ଆନନ୍ଦମୟ ଦିନର ଚିହ୍ନ । ପୁଅଟିର ସଜୀବ ସ୍ମୁତି ଏଇ କୋଟ୍ ଟି ସହିତ ଜଡିତ। ତେଣୁ କୋଟ୍ ଟି ପୁରୁଣା ହେଲେବି ସେ ତାକୁ ଦେହରୁ ଅଲଗା କରି ପାରନ୍ତିନି — ଦୁଃଖ ହୁଏ। ଦେହ ମନକୁ ବାଧେ । ପୁଅଟିର ପ୍ଯାଣ୍ଟ ସାର୍ଟ ବି ତାକଂ ସିନ୍ଦୁକରେ ଏବେବି ସାଇତା ହୋଇ ରହିଛି । 


      ସଞୟ ବାବୁ ଏ କଥା ଶୁଣି ସୁନାକର ବାବୁକଂ ପ୍ରତି ତାକଂ   ଅନ୍ତର ସହାନୁଭୂତିରେ ଭରିଗଲା । ସେ ଭାରି ଭାବ ପ୍ରବଣ । ସେ ବୁଝି ପାରିଲେ ଏଇ କୋଟ୍  ପଛରେ ସତେ କେତେବଡ କରୁଣ ଘଟଣାଟିଏ ଲୁଚି ରହିଛି । 


        ସୁନାକର ବାବୁକଂ କଥା ଶେଷ ହେବା ବେଳକୁ ତାକଂ ଆଖିରେ ଲୁହ ଜମି ଆସିଥିଲା । ସେ ଶେଷରେ ସଞୟ ବାବୁକୁଂ ଅନୁରୋଧ କରି କହିଥିଲେ ଏ କଥାଟା କାହା ଆଗରେ ନ କହିବାକୁ । ନ ହେଲେ ଲୋକ ତାକୁଂ ପାଗଳ ବୋଲି ଭାବିବେ । 

   

      କବାଟକୁ ଆଉଜି  ସ୍ବାମିକଂ ଅଜାଣତରେ ସତ୍ଯଭାମା ଦେବୀ ସବୁ କଥା ଶୁଣୁଥିଲେ । "ହାୟ ମୋର ନିଶି " କହି ସେ ଭୋ କରି କାନ୍ଦି ଉଠି ଆର ପଟ ଘରକୁ ଦୌଡି ଗଲେ ।


                   

     

              


Rate this content
Log in

Similar oriya story from Classics