କଳାଘୋଡା ର ରହସ୍ୟ
କଳାଘୋଡା ର ରହସ୍ୟ


ଦିନଟା ଠିକ ଭାବେ ମନେ ନଥିଲେବି ବର୍ଷ ଓ ମାସଟା କିନ୍ତୁ ମୋର ଠିକ ମନେ ଅଛି ।୧୯୮୫ ମସିହା ନଭେମ୍ବର ମାସ ଏକ ଶୀତୁଆ ସଂଧ୍ୟା ।ଗୋଧୂଳି ର ଘନଘଟା ଚର୍ତୁଦିଗ କୁ ଆଛାଦିତ କରୁଥିଲା ।ଅନ୍ଧାର ବହଳ ରୁ ଆହୁରି ବହଳିଆ ହେବାକୁ ଆରମ୍ଭ କରୁ ଥାଏ। ପକ୍ଷୀ ମାନକଂର ନୀଡ ବାହୁଡା କଳରବ ,ଦୂରାନ୍ତ ବନାନୀ ରୁ ହିଂସ୍ର୍ ଜନ୍ତୁ ମାନକଂର ଗର୍ଜନ ଏକ ଭୟକଂର ପରିବେଶ ସ୍ରୁଷ୍ଟି କରିବା ସହିତ ମନରେ ଅନାହୂତ ଭୟର ଶୀହରଣ ଆଣିଦେଉଥାଏ।ରଜନୀ ରାଣୀ ନିଜର କଳାବେଶ କୁ ଧାରଣ କରି ଧରା ବୁକୁ ରେ ଆଗମନ ର ଆଦ୍ୟ ପର୍ବ ପ୍ରାୟତଃ ଆରମ୍ଭ କରି ସାରିଥାଏ ।ଠିକ୍ ଏହିପରି ଏକ ସନ୍ଦିକ୍ଷଣରେ କୋରାପୁଟ ର ଗୋବିନ୍ଦପାଲି ଘାଟିରେ ଥିବା ଏକ ଛୋଟିଆ ବସ୍ ଷ୍ଟପ୍ ରେ ମୋତେ ଏକୁଟିଆଟିଆ ଓଲ୍ହେଇ ଦେଇ ପାସେଞ୍ଜର ବସ୍ ଟି ନିଜର ଗନ୍ତବ୍ୟ ପଥ ମୋଟୁ ଆଡକୁ ଆଗ୍ରସର ହେଲା ,ହାତରେ ଦୁଇଟି ସୁକେସ୍ ଓକାନ୍ଧରେ ଏକ ବଡ ଏୟାର ବ୍ୟାଗ ଧରି ଏକାକୀ ସେହି ନିର୍ଜନ ସ୍ଥାନରେ ଅପେକ୍ଷା କଲି କାଳେ କାହାର ସାହାଯ୍ୟ ମିଳିଯିବ ସେହି ଆଶାରେ।
ଏଠାରେ ପାଠକ ମାନକଂ ଅବଗତି ପାଇଁ ଜଣାଇବାକୁ ଚାହେଁ ଯେ ଏହା ମୋର ଚାକିରୀ ଜୀବନ ଆରମ୍ଭର ଏକ ସତ୍ଯ ଘଟଣା ।ଜଳସେଚନ ବିଭାଗରେ କନିଷ୍ଠ ଇଞ୍ଜିନିୟର ଭାବେ ମୋତେ ନିଯୁକ୍ତି ମିଳିଥାଏ । ପ୍ରଥମ ପୋଷ୍ଟିଂ କୋରାପୁଟ ବାଲିମେଳା ଇରିଗେସନ ପ୍ରୋଜେକ୍ଟରେ ସର୍ଭେୟର ଭାବେ।ଏଣୁ କଟକ ରୁ ମୁଁ ବସ୍ ରେ ଯାଇ ଗୋବିନ୍ଦପାଲି ଘାଟି ରେ ପହନ୍ଚି ଥିଲି ।
ଧିରେ ଧିରେ ସମୟ ଗଡିବାକୁ ଲାଗିଲା ଅନ୍ଧାର ତାର କାୟା ବିସ୍ତାର କରି ସମଗ୍ର ବିଶ୍ବ କୁ କବଳିତ କରିବାକୁ ଆରମ୍ଭ କଲା ମୋର ଚାରିପାଖ ଅସ୍ପଷ୍ଟ ହେବାକୁ ଲାଗିଲା। ଟିକିଏ ପୂର୍ବରୁ ପ୍ରକ୍ରୁତି ର ଯେଉଁ ସୌନ୍ଦର୍ଯ୍ୟ ମନରେ ଭାବାନ୍ତର ଶୁଣୁଥିଲା ତାହା ଭୟର କାରଣ ହେବାକୁ ଲାଗିଲା ।ସେହି ଛୋଟିଆ ବସ ଷ୍ଟପ ରେ ନିଜକୁ ଅସହାୟ ଓ ଅସୁରକ୍ଷିତ ମନେକରି ନିଜର ହାତ ଘଣ୍ଟା କୁ ଦେଖିଲି, ସମୟ ସେତେବେଳେ ଶାତଟା ପାଖାପାଖି ।ଚତୁର୍ଦ୍ଦିଗ ରେ ଅନ୍ଧକାର ର ରାଜତ୍ବ, ଏ ପଯ୍ୟନ୍ତ କୌଣଷି ଜଣକଂର ବି ଦର୍ଶନ ମିଳିଲାନି, ତେଣୁ ଆଉ ଅପେକ୍ଷା କରିବା ଠିକ ହେବନି ଭାବି ନିଜର ସୁଟକେସ କୁ ହାତରେ ଧରି ଓ ବ୍ୟାଗ ଟା କୁ କାନ୍ଧରେ ଗଳେଇ ଧିରେ ଧିରେ ଆଗକୁ ଚାଲିବାକୁ ଆରମ୍ଭ କଲି ।ସ୍ଥାନଟି ମୋ ପାଇଁ ସମ୍ପୂର୍ଣ ନୂଆ ପୁଣି ଘାଟି ରାସ୍ତା ।ବସ ଷ୍ଟପ ରୁ ପ୍ରାୟ ଦଶ କି.ମି. ଗଲା ପରେ ଶେଷରେ ରହିଛି ମୋର ଗନ୍ତବ୍ୟ ସ୍ଥାନ କଂକଡାଗଡ ଡାକ ବଂଗଳା ଯେଉଁଠାରେ ମୋର ରହିବାର ସମସ୍ତ ବନ୍ଦୋବସ୍ତ ହୋଇସାରିଥିଲା।ବସ ରେ ଆସିବା ସମୟରେ ଯାତ୍ରୀ ମାନକଂ ଠାରୁ ଅଂଚଳ ଓ ରାସ୍ତାଘାଟ ବିଷୟ ରେ ଯେତିକି ଶୁଣିଥିଲି ତାକୁ ଆଧାର କରି ତଳକୁ ଚାଲିବାକୁ ଆରମ୍ଭ କଲି। ଘାଟି ଉପରୁ ତଳକୁ ଲମ୍ବିଯାଇଛି ସିଧା ଗଡାଣି ତା ପରେ ରାସ୍ତା ଟା ତିଖ ଭାବରେ ଡାହାଣ କୁ ମୋଡ ନେଇ ପୁଣି ଉଠାଣି । ପରେ ପରେ ଘନ୍ଚ ଜଗଂଲ ଓ ଉଠାଣି ଗଡାଣି ,ଅକାଂ ବକାଂ ରାସ୍ତା ।
କିଛି ସମୟ ଗଡାଣି ରାସ୍ତା ରେ ଚାଲିବା ପରେ ହଠାତ ଏକ ମୋଡ ପଡିଲା ଏବଂ ତା ପରେ ଉଠାଣି ରାସ୍ତା ଆରମ୍ଭ ହେଲା ।ଦୁଇପଟେ ବୁଦାମାନକଂରୁ ବନ୍ୟ ଜନ୍ତୁ ମାନକଂର ଖସଖାସ , ଝିକାଂରୀ ର ଝିଂ ଝିଂ ଏବଂ ଶରୀଶ୍ରୁପ ମାନକଂର ସୁ ସୁ ଶବ୍ବ ପରିବେଶ କୁ ଆହୁରି ଗମ୍ଭୀର କରୁଥିଲା। ରାତ୍ରି ବଢିବା ସହିତ ସମଗ୍ର ପରିବେଶ ନିସ୍ତବ୍ବ ମଶାଣି ପରି ପ୍ରତୀତ ହେଉଥାଏ।ନିର୍ଜନତାର ବୁକୁ ଚିରି ଦୂର ଦିଗବଳୟରୁ ଭାସିଆସୁଥାଏ ବନ୍ୟ ହିଂସ୍ର ଜନ୍ତୁ ମାନକଂର ବିକଟ ଚିକ୍ତାର। କୌଣସି ମତେ ନିଜର ମନକୁ ଦ୍ରୁଢ କରି ଆଗେଇବାକୁ ଲାଗିଲି।
ହଠାତ୍ କିଛି ଗୋଟେ ଅସ୍ବାଭାବିକ୍ ଶବ୍ବ ମୋ କାନରେ ବାଜିଲା ।
ଥମ୍ କରି ଅଟକି ଗଲି !
ଟପ୍ ଟପ୍ ଟପ୍ ଟପ୍ ସତେ ଅବା କୌଣଷି ଅଶ୍ବ ଖୁରାର ଶବ୍ବ ।
କାନ ଡେରି ଭଲଭାବରେ ଶୁଣିବାକୁ ଚେଷ୍ଟାକଲି ,
ନା ବୋଧହୁଏ ମନର ଭ୍ରମ ! କାରଣ ଏହି ନିସ୍ତବ୍ଦ ରାତି ରେ ପୁଣି ଜନଶୂନ୍ୟ ଘଞ୍ଚ ଜଗଂଲରେ ଘୋଡା ଟାଏ ଆସିବ କୋଉଠୁ ?
ନା ନା ଏହା ବୋଧହୁଏ ଅନ୍ୟ କୌଣସି ଶବ୍ବହୋଇପାରେ ।ମନେ ମନେ ଗୁଣୁ ଗୁଣୁ ହୋଇ ପୁଣି ଚାଲିବାକୁ ଆରମ୍ଭ କକଲି ।
ନା ଆଉ ସହ୍ୟ କରି ହେଉନି ଶବ୍ଦ ଗମ୍ଭୀର ହେବାକୁ ଲାଗିଲା ଏବଂ ଧୀରେ ଧୀରେ ନିକଟରୁ ନିକଟ ହେବା ଭଳି ଲାଗିଲା । କାଳେ କେହି ଘୋଡା ରେ ଆସୁ ଥାଇପାରେ ଏବଂ କିଛି ସାହାଯ୍ୟ ମିଳିଯିବ ଏଇ ଆଶାରେ ରାସ୍ତାର ଗୋଟିଏ ପାର୍ଶୋକୁ ଘୁନ୍ଚି ଗଲି । କିଛି ସମୟ ଅତିବାହିତ ହେଲା ।
ନା ଘୋଡା କିମ୍ବା ଘୋଡାଗାଡି କାହାର ଚିହ୍ନ ବର୍ଣ୍ଣ ନାହିଁ ?
ଟିକେ ଦୂରକୁ ଦେଖିବାକୁ ଚେଷ୍ଟା କଲି ନା ଅନ୍ଧାରରେ କିଛି ଦେଖାଯାଉନି ।
ସମସ୍ତ ଆଶା ପାଣିଫୋଟକା ଭଳି ମିଳେଇଗଲା । ବାଧ୍ୟହୋଇ ପୁଣି ଚଲିବାକୁ ଆରମ୍ଭ କଲି ।ଆଗରେ ରାସ୍ତାଟା ଇଉ ଟରନ ନେଇ ସର୍ପିଳ ଗତିରେ ଆଗକୁ ଲମ୍ବିଯାଇଛି ।ମୋଡପାଖରେ ଗୋଟାଏ ବିରାଟ ବରଗଛ ରାସ୍ତା କୁ ସମ୍ଫୁର୍ଣ୍ଣ ଘୋଡେଇ ଚଲାବାଟକୁ ଅବରୁଧ କଲାଭଳି ରହିଛି । ପରିବେଶ ଅତ୍ୟନ୍ତ ଭୟଭୀତ ହେଲାଭଳି ଥିଲା କୌଣସି ପ୍ରକାରେ ମନ କୁ ଦମ୍ଭ କରି ସେହି ସ୍ଥାନଟିକୁ ପାର ହେବାପାଇଁ ଚେଷ୍ଟା କଲି ।