Santosh Kumar Biswal

Horror

4.4  

Santosh Kumar Biswal

Horror

କଳା ଘୋଡାର ରହସ୍ୟ

କଳା ଘୋଡାର ରହସ୍ୟ

5 mins
285


ବରଗଛ ଥିବା ସେହି ଅନ୍ଧାରୁଆ ଜାଗା ରେ ପହନ୍ଚିବା ମାତ୍ରେ ଗଛରେ ରହୁଥିବା ପକ୍ଷୀ ଗୁଡାକ ଫଡ୍ ଫାଡ୍ ଶବ୍ବ କରି ଉଡିଗଲାଭଳି ଲାଗିଲା ଆଉ ଠିକ୍ ଏତିକି ବେଳେ ପଛରୁ ଏକ ଶବ୍ବ ଶୁଭିଲା ବାବୁ କେଉଁଠିକି ଯିବେ ?

          

            ହଠାତ ଚମକି ପଡିଲି 'ପଛକୁ ବୁଲି ଦେଖେ ତ କଳା ଘୋଡା ଯୋଚା ଯାଇଥିବା ଗୋଟାଏ ଘୋଡାଗାଡି ଆସି ଛିଡା ହୋଇଛି ଆଉ ତାର ଚାଳକ ମୋତେ କେଉଁଠାକୁ ଯିବାକଥା ପଚାରୁଛି । ଘନ ଅନ୍ଧକାର ରେ ସେଇ ଚାଳକର ରଗଂ ସମ୍ପୁର୍ଣ୍ଣ ଭାବେ ଘୋଡାର ରଗଂ ସହିତ ମିଶି ଯାଉଥିଲା । ଉଭୟକଂର ହଠାତ ଆବିର୍ଭାବ ମୋତେ ବଡ ଆଶ୍ଚର୍ଯ୍ୟ ଲାଗିଲା । ତଥାପି ମନେ ମନେ  ଖୁସି ହେଲି । ଯାହା ହେଉ ଏତେ ସମୟ ପରେ  ଘୋଡା ଗାଡିଟେ ମିଳିଗଲା । 


ପଚାରିଲି ତୁମର ନାଁ କଣ ?


ମୋ ନାଁ କାଳୁ ଆଜ୍ଞା ।


ଏପଟେ କୁଆଡେ ଯିବ ?


ଶାଳିଆପଲ୍ଲୀ ଗାଁ କୁ ଆଜ୍ଞା ।


        ମୁଁ କକଂଡାଗଡ ଡାକବଂଗଳା ଯିବି ମୋତେ ସେଠାରେ ଛାଡିଦେବ ? ଆଉ ତା'ର ଉତ୍ତର କୁ ଅପେକ୍ଷା ନକରି ନିଜର ଜିନିଷ ପତ୍ର ଧରି ଘୋଡାଗାଡି ଉପରକୁ କୁଦିପଡିଲି।

    

           ଘୋଡା ଟା ଟପ୍  ଟାପ୍ ଶବ୍ବ କରି ଆଗକୁ ଧାଇଁବାକୁ ଲାଗିଲା ।କ୍ରମଶଃ ତାର ବେଗ ସ୍ବାଭାବିକ୍ ରୁ  ଅସ୍ବାଭାବିକ ଭାବେ ବଢିବାକୁ ଆରମ୍ଭ କଲା।


       ଖାଲଢିପ, ମୋରମ, ପଥୁରିଆ ରାସ୍ତା ରେ ଗାଡି ଟା ଯେ ଏତେ କ୍ଷିପ୍ର ଗତି ରେ ଚାଲିପାରେ ସେଥିରେ ମୋର ସଂଦେହ ହେଲା। ମଝିରେ ମଝିରେ ବେଗ ଟିକେ କମିଲା ଭଳି ଲାଗୁଥାଏ ପୁଣି ବଢିଯାଉଥାଏ। ଘୋଡାଟାର ଖର ନିଶ୍ବାଶ ପ୍ରଶ୍ବାଶ ର ଶବ୍ଦ ମୋ କାନରେ ପ୍ରକମ୍ପିତ ହେଉଥାଏ ।ଭାବିଲି ଯଦି ଘୋଡାଟା ଏହିଭଳି ବେଗରେ ଗତିକରେ ତେବେ ନିଶ୍ଚୟ ଏହାର ପ୍ରାଣବାୟୁ ଉଡିଯିବ। କିଛି ସମୟ ଏହିଭଳି କଟିଗଲା ।


ଆମ ଭିତରେ ଥିବା ନୀରବତା କୁ ଭଗଂ କରି ଡାକିଲି, କାଳୁ ?


ଆଜ୍ଞା ବାବୁ !


ଗାଡିର ବେଗ ଟିକେ କମ କର । ଖାଲଢିପ ରାସ୍ତା—ପୁଣି ଅନ୍ଧାର —ଏପଟେ ଘୋଡାଟା ଧଈଁ ସଇଁ ହେଲାଣି ! ଆହୁରି ଅନେକ ବାଟ ଯିବାକୁ ଅଛି ବୋଧେ ?


ନାଇଁ ବାବୁ ଭୟ କରନି ତମର କିଛି ହେବନି । ମୁଁ ତୁମକୁ ଠିକଣା ଯାଗାରେ ନିଶ୍ଚୟ ପହନ୍ଚେଇ ଦେବି ।


       କଥାଟା ତାର କେମିତି ଟିକେ ଅଲଗା ଅଲଗା ଲାଗିଲା ତେଣୁ କଥାର ମୋଡ ବଦଳାଇବାକୁ ଚେଷ୍ଟାକଲି ।


      ଆଛା ତମେ କଣ ସବୁଦିନ ଏଇ ରାସ୍ତା ରେ ଗାଡି ନେବା ଆଣିବା କର ?


ନାଇଁ ବାବୁ ! 


      କୋଉଦିନ କେମିତି ତମଭଳି ବାବୁମାନେ ଯଦି ମିଳିଯାନ୍ତି ତା ହେଲେ ଛାଡିବାକୁ  ନେଇ ଯାଏ । ନ ହେଲେ ନାହିଁ ।


ଘରେ ତମର ପିଲାଛୁଆ ?


      ନାଇଁ ବାବୁ ସବୁ ଥିଲେ ହେଲେ କାଳ ସହିଲାନି ଜଣେ ପରେ ଜଣେ ସମସ୍ତେ  ଆରପାରିକୁ ଚାଲିଗଲେ । ମୁଁ ହତଭାଗାଟା ଖାଲି ଦୁଃଖ ପାଇବାକୁ ଯାହା ବନ୍ଚିଚି।


ତୁମ ସ୍ର୍ତୀ ? 


ସେ ବି ଛାଡି ଚାଲିଗଲା? "ସେ ବହୁତ କଥା ବାବୁ ଛାଡ ସେ ସବୁ ।"


ଆଛା ଘୋଡା ଗାଡି କେବେଠାରୁ ରଖିଛ?


ଏଇ ପନ୍ଦର କୋଡିଏ ବର୍ଷ ହେବ ।


ତା ଆଗରୁ ?


କହିଲେ ସେ ଗୋଟାଏ ପୋଥି ହେବ ବାବୁ ।


      ଯଦି ତମର ଆପତ୍ତି ନ ଥାଏ ତେବେ ସେ କଥା ମୋ ଆଗରେ କହିପାର ।


         ବାବୁ ମୋ ଜୀବନ କାଳ ରେ ଅନେକ ବଡ ବଡ ବାବୁ ମାନକୁଂ ଏଇ ଗାଡିରେ ଆଣିଛି ପୁଣି ନେଇ ଛାଡିଛି କିନ୍ତୁ କେହି ଜଣେ ହେଲେ ମୋ ଜୀବନର ସେହି କରୁଣ କାହାଣୀ ଶୁଣିବାକୁ ଇଛା କରି ନାହାନ୍ତି, କିନ୍ତୁ ଆପଣ ପ୍ରଥମ ଲୋକ ଯିଏ ମୋ ସେ କଥା ଶୁଣିବାକୁ ଇଛା କରିଛି । ଆପଣ ସେମାନକଂ ଠାରୁ ଟିକେ ଅଲଗାଲାଗୁଛନ୍ତି,  ତେଣୁ ମୋ ଜୀବନର ସେହି ଅଜଣା ଆଉ ଅକୁହା କଥା ଗୁଡାକ ନିଶ୍ଚୟ ଆପଣକୁଂ ଶୁଣେଇବି।


     କଣ୍ଠ ଟାକୁ  ଖୁଁ ଖୁଁ କରି ଟିକେ ଝାଡି ଦେଇ କାଳୁ ତା' ଜୀବନ ର ଇତିବ୍ରୁତ୍ତି ଆରମ୍ଭ କଲା ।


      ଏଇ ଡାକ ବଂଗଳା ଠାରୁ ତିନି ଚାରି ମାଇଲି ଆଗକୁ ଗଲେ ପଡିବ ମୋ ଗାଁ ଶାଳିଆପାଲି । ଗୋଟେ ପାଖରେ ଶାଳିଆ ନଈ ଆର ପଟେ ଡେଗିଂରୀପାହାଡ ମଝିରେ ମୋ ଗାଁ। କୋଡିଏ ତିରିଶି ଟା ଆଦିବାସୀ ପରିବାର କୁ ନେଇ ଗାଁ । ବଣ ଭିତରେ କେତେଟା ଘର । ଘର ଗୁଡାକ ଝାଟିମାଟି ଓ ନଡାରେ ତିଆରି । ଜଗଂଲରୁ ଫଳମୂଳ , ମହୁଲ ଫୁଲ ,କାଠ ବାଉଁଶ ଆଣି ପରିବାର ର ଗୁଜୁରାଣ ମେଣ୍ଟି ଯାଉଥିଲା । ମୋଟ ଉପରେ କହିଲେ ,ସମସ୍ତେ  ଖୁସିରେ ଚଳିଥିଲେ। ମୁଁ ବି ପରିବାର ସହିତ ଆନନ୍ଦରେ ଥିଲି।


          ଖୁସିର ଦିନ ଗୁଡାକ କିନ୍ତୁ ବେଶିଦିନ ରହିଲାନି ବାବୁ । ଦୁଃଖର ସୁଅ ରେ ସବୁ ଭାସିଗଲା । ଆମର ଦୁଃଖର ଦିନ ଆରମ୍ଭ ହେଲା, ଯେତେବେଳେ ସରକାର ଶାଳିଆ ନଇରେ ବନ୍ଧ ବାନ୍ଧିବା କାମ ଆରମ୍ଭକଲେ । ବାହାରୁ ବଡ ବଡ ବାବୁ ମାନେ ଆସିଲେ, ଗାଡି ମଟର ଆସିଲା ,ଠିକାଦାର ମାନେ ଆସିଲେ ଜିନିଷ ପତ୍ର ବୁହାହେଲା । କାମ ଆରମ୍ଭ ହେଲା ହେଲେ କାମ କରିବା ପାଇଁ ଲୋକ ମିଳିବେ କୋଉଠୁ ? ନଜର ପଡିଲା ଆମ ଗାଁ ଉପରେ । ଆମକୁ କାମ କରିବା ପାଇଁ ଜୋର କରି ଆସି ନେଇଗଲେ ।ଯୋଉମାନେ ମନାକଲେ ତାକୁଂ ଖୁବ ଅତ୍ଯାଚାର କଲେ, ଭୟରେ ସମସ୍ତେ ନୀରବ ରହିଲେ।  ବାଧ୍ୟ ହୋଇ  ଗାଁ ଲୋକ ଶେଷରେ କାମ କରିବାକୁ ଗଲେ।


               ମୁଁ ଆଉ ମୋ ଭାରିଜା କମଳି ଦିଜଣ ଯାକ କାମକୁ ଗଲୁ । ମୋ ଭାରିଜା ଟା ଆଜ୍ଞା ଦେଖିବାକୁ ଭାରି ସୁନ୍ଦର ଥିଲା। ଖୁନ୍ଦିଲା ଖୁନ୍ଦିଲା ଦେହ । ଗୋଲ ମୁଁହ ,ଢଳ ଢଳ ଆଖି ,ପୁରିଲା ପୁରିଲା ଗାଲ । ରଂଗ ଟିକେ କମ୍ —ହେଲେ ଦେଖିଲା ଲୋକର ଆଖି ଲାଖିଯିବ । ସେଇ ସୁନ୍ଦରୀ ହେବାଟା ତା ପାଇଁ କାଳ ହେଲା ।


      ଠିକାଦାର ଟା  ଲମ୍ପଟ ପ୍ରକ୍ରୁତିର ଥିଲା । ତାର ଲୋଭିଲା ଆଖି ପଡିଲା ମୋ ତିରିଲା ଉପରେ । ସବୁ ବେଳେ ତାକୁ ଖାଇଗଲା ଭଳି ଚାହୁଁଥାଏ। ତା ପାଖକୁ ଯିବାକୁ ମୁଁ ତାକୁ ବାରଣ କରେ । ହେଲେ କେତେ ଦିନ ବାବୁ ?

     ଦିନେ ଗୋଟେ ଜରୁରୀ କାମ ପାଇଁ   ଦୂର ଗାଁ କୁ ଯାଇଥିଲି । କାମ ସରୁ ସରୁ  ରାତି ହେଲା । ଫେରିବା ବେଳକୁ କୋଉଠି ଥିଲା କେଜାଣି ଅଦିନିଆ କଳା ହାଣ୍ଡିଆ  ମେଘ ସାଗଂରେ ବିଜୁଳି ଘଡଘଡି ମାଡି ଆସିଲା । ବର୍ଷା ଅନ୍ଧାର ରେ ଫେରିବାକୁ ସାହାସ ହେଲାନି, ତେଣୁ ପାଖ ଗାଁ ରେ  ରାତିଟା କାଟିଦେଇ ସକାଳୁ ଫେରିବି ଭାବି ରହିଗଲି ।

  

             ତିରିଲାଟା ଘରେ ଏକୁଟିଆ ଥିଲା । ରାତି ଅଧରେ କେହି ଜାଣିବା ଆଗରୁ ଠିକାଦାର ଆଉ ତା ବୋଲକରା ଗୁଡାକ ତାକୁ ଚୁପ୍ ଚାପ୍ ତମ୍ବୁ ଭିତରକୁ ଉଠେଇ ନେଲେ।  ବାଘ ମିରିଗ କୁ ଟିକ୍ ଟିକ୍ କରି ଖାଇଲା ଭଳି ତାର ଦେହଟାକୁ ଛିନଭିନ କରି ରାତିସାରା ଉପଭୋଗ କଲେ । ପରଦିନ ସକାଳେ ଘାଟିତଳେ କମଳିର ମଲାଦେହ ମିଳିଲା । ଗାଁ ରେ ଠିକାଦାର  ଓ ତାର ଲୋକମାନେ ହଲ୍ଲା କରିଦେଲେ  ବାଘ ନେଇ ଯାଇଛି ବୋଲି ,ହେଲେ ମୁଁ ଠିକ ଜାଣିଥିଲି ଏ କାହାର କାମ । କମଳିର ମଲା ଦେହକୁ ଧରି ଗୁଡାଏ କାନ୍ଦିଲି ।ପାଗଳ ଭଳି ତାକୁ ଝୁରି ଝୁରି ବଣ ପାହାଡରେ ଅନେକ ଦିନ ଘୁରି ବୁଲିଲି । ପରେ ମନକୁ ଦମ୍ଭ କରି  ଶପଥ ନେଲି । ଯେଉଁମାନେ ମୋ କମଳିକୁ ମୋଠାରୁ ଅଲଗା କରି ମୋ ଜୀବନରୁ ସୁଖ ଛଡେଇ ନେଇଛନ୍ତି ,ସେ ସଇତାନ ଗୁଡାକୁ ଛାଡିବିନି ସମସ୍ତକୁଂ ଉଚିତ ସାସ୍ତି ଦେବି ।


         କାଳୁର କଣ୍ଠ ସ୍ବର ବାଷ୍ପରୂଧ ହେଲାଭଳି ଲାଗିଲା । ସତେ ଯେମିତି କୁନ୍ଥେଇ କୁନ୍ଥେଇ କାନ୍ଦୁଛି । ତାକୁ

ଟିକେ ଆଶ୍ବାସନା ଦେଲା ଭଳି କଣ୍ଠରେ କହିଲି ସେଗୁଡାକ ମଣିଷ ନଥିଲେ ପୁରା ପଶୁ ଥିଲେ ।


               ସଗେଂ ସଗେଂ କାଳୁ ର କଥା କହିବାର ଭଗୀଂ ବଦଳିଗଲା।  ଗମ୍ଭୀର କଣ୍ଠରେ କହିଲା କାହାକୁ ଛାଡିନି ବାବୁ ଗୋଟି ଗୋଟି କରି ସମସ୍ତକଂ ଠାରୁ ବଦଲା ନେଇଛି। ସମସ୍ତକଂର ମଲା ଦେହକୁ ଏଇ ଜଗଂଲର ବାଘ ଭାଲୁକଂ ଭିତରେ ବାଣ୍ଟି ଦେଇଛି।


ତା ପରେ ? ( କ୍ରମଶଃ)



Rate this content
Log in

Similar oriya story from Horror