କଳାଘୋଡାର ରହସ୍ୟ
କଳାଘୋଡାର ରହସ୍ୟ
( ଭାଗ-୩)
କାଳୁ ପୁଣି ଆରମ୍ଭ କଲା —
ସ୍ତ୍ରୀ ମୃତ୍ୟୁର ଦୁଃଖ ରେ ଗାଁ ଛାଡି ଦେଇଥିଲି, ବନ୍ଧ କାମ ସରିବା ପରେ ଫେରିଆସି ଏଇ ଘୋଡା ଗାଡି ଆଉ ଚଇତା ଯିଏ କି ମୋର ଏକାନ୍ତ ଆପଣାର ,ତା କୁ ସାଗଂରେ ନେଇ ଯାତ୍ରୀ ବୁହା କାମଟା କରୁଛି ।
ପ୍ରକ୍ରୁତରେ କାଳୁ ତମ ଜୀବନରେ ଘଟିଥିବା ଘଟଣା ଅତ୍ଯନ୍ତ ଦୁଃଖ ଦାୟକ କଣ କହି ସମବେଦନା ଜଣେଇବି ଜାଣି ପାରୁନି !
— ଛାଡ ବାବୁ ସେ କଥା ଯାହା ହବାର ଥିଲା ତାତ ହେଇ ସାରିଛି ଆଉ ଦୁଃଖ କଲେ କ'ଣ ଲାଭ ହେବ ।
ନିରବତା ଓ ଅନ୍ଧାର ଭିତରେ କିଛି ସମୟ କଟିଗଲା ।
ଗାଡିଟା ସର୍ ସର୍ ଶବ୍ବ କରି ବିଜୁଳି ବେଗରେ ଆଗକୁ ଛୁଟୁଥାଏ।ରାସ୍ତା ର ଦୁଇ ପଟେ ଥିବା ଡେଗାଂ ଶାଳ ଓ ଶାଗୁଆନ ଗଛ ଗୁଡାକ ଆଇମା କାହାଣୀ ର ରାକ୍ଷସ ଭଳି ଆମ ଆଡକୁ ଅନେଇ ଥାନ୍ତି ।ବାଦଲ ଢକାଂ ଜହ୍ନର ଫିକା ଆଲୁଅ ରେ ସତେ ଯେମିତି ସେଗୁଡାକ ଆମ ସହିତ ଲୁଚକାଳି ଖେଳୁଛନ୍ତି । କିଛି ସମୟ ପରେ ବାଦଲ ହଟିଯାଇ ଆଲୁଅ ଟିକେ ପରିସ୍କାର ହେଲା । ଠିକ୍ ଏତିକି ବେଳେ କାଳୁ ବସିଥିବା ସ୍ଥାନ କୁ ଲକ୍ଷ କଲି , ଖୁବ୍ ଜୋରରେ ଚମକି ପଡିଲି ! ଆଶ୍ଚର୍ଯ୍ଯ କାଳୁର ଯାଗାଟା କଣ ପୁରାପୁରୀ ଖାଲି ?
ତା ହେଲେ କାଳୁ ଗଲା କୁଆଡେ ? କାଳୁ କଣ ବାଟରେ କେଉଁଠି ଗାଡିରୁ ଖସିପଡିଲା ?
—ନାଁ ଏପରି ତ ହେବା କଥା ନୁହେଁ !
—ମୋ ସହିତ ଏବେ ଏବେ କଥା ହଉଥିଲା ତାହେଲେ ଗଲା କୁଆଡେ ?
—ଜୋରରେ ପାଟିକରି ଡାକିଲି କାଳୁ ? କୌଣସି ଉତ୍ତର ମିଳିଲାନି ।
ଆଖିକୁ ଟିକେ ଭଲକରି ମକଚି ଦେଇ ଆଗକୁ ଚାହିଁଲି ଯାହା ଦେଖିଲି ମୋ ଦେହରେ ଶତ ସହସ୍ର ବିଜୁଳି ଖେଳିଗଲା ଭଳି ଲାଗିଲା । ଘୋଡାର ଯାଗାଟା ଶୂନ୍ୟ ଆଉ ତା ଯାଗାରେ ନିଜେ କାଳୁ ଗାଡି ଟାକୁ କାନ୍ଧ ରେ ଧରି କ୍ଷିପ୍ର ଗତିରେ ଟାଣି ଟାଣି ଆଗକୁ ଦୌଡୁଛି ।
ଶୀର୍ଣ୍ଣ ଶରୀର ,ଆଖି ଦ୍ବୟ କ୍ରୋଟର ଗତ,ପିଞରା ହାଡ ଗୁଡାକ ଗୋଟି ଗୋଟି ହୋଇ ଗଣି ହେଇଯାଉଛି । ଦେହସାରା ଚାବୁକ ର ମାଡରେ କ୍ଷତବିକ୍ଷତ । ଉଷ୍ମ ନିଶ୍ବାସ ପ୍ରଶ୍ବାସ ର ସ୍ପର୍ଷ୍ ମୁଁ ଅନୁଭବ କରିପାରୁଥିଲି ।ତାର ସେ ପୂର୍ବ ରୂପ ମୁଁ ଦେଖି ପାରୁ ନଥିଲି । ତା ହେଲେ ଏଇଟା ତାର କି ପରିବର୍ତ୍ତନ ?
ଦେଖୁଥିବା ଦ୍ରୁଶ୍ଯ କୁ ବିଶ୍ବାସ କରିପାରୁ ନଥିଲି। ଭୟରେ ଆଖି ମୋର ବନ୍ଦ ହେଲାଭଳି ଲାଗିଲା।ହଠାତ ନିଦ୍ରାରୁ ଉଠିବାଭଳି ଉଠିପଡି ପୁଣିଥରେ ଆଗକୁ ଚାହିଁଲି ଆରେ ଘୋଡାଟାତ ତା ଜାଗାରେ ଠିକ ଅଛି ଆଉ କାଳୁ ଲଗାମ ଟାକୁ ଜୋରରେ ଭିଡିଧରି ଗୋଟାଏ ଧ୍ୟାନରେ ଗାଡିକୁ ଆଗକୁ ନେଇଯାଉଛି ।ଭାବିଲି ଏହା ହୁଏତ ମନର ଭ୍ରମ ହେଇପାରେ ତେଣୁ ମନକୁ ଭୁଲାଇବା ପାଇଁ କିଛି ସମୟ ନିମନ୍ତେ ଆଖି ଅନ୍ୟଆଡକୁ ଘୁରାଇ ନେଲି । ହେଲେ ଦେଖିଥିବା ଦ୍ରୁଶ୍ୟ ବାରମ୍ବାର ମନେ ପଡି ଆଖିଆଗରେ ନାଚିଯାଉଥାଏ ।
ମନରେ ସାହାସ ସଂଚୟ କରି ପୁଣି ଥରେ ଘୋଡା ଗାଡିର ଆଗକୁ ଦେଖିଲି ତୋଫା ଜହ୍ନ ଆଲୁଅରେ ଏଥର ସାମ୍ମ୍ନାଟା କିନ୍ତୁ ପରିଷ୍କାର ଦେଖାଯାଉଥାଏ । ଏଥରର ଦ୍ରୁଶ୍ଯ ଟା ଆଗ ଠାରୁ ସମ୍ପୁର୍ଣ୍ଣ ଅଲଗା ଓ ଭୟକଂର ଥିଲା । ଘୋଡା ଯାଗାରେ ଗୋଟାଏ ବିଶାଳକାୟ କଂକାଳ ଗାଡିଟାକୁ ଟାଣିଟାଣି ନେଇଯାଉଛି ।ପାଦ ମାଟିରେ ଲାଗୁଛି କି ନା ମୋର ସଂନ୍ଦେହ ହେଲା ।ମୁଣ୍ତ ଟା ଆକାଶ କୁ ଛୁଇଁଲା ଭଳି ଲାଗୁଥିଲା, ଆଖି ଦିଟା ରଡ ନିଆଁ ପିଣ୍ଡୁଳା ଭଳି ଜଳୁଥିଲା ,ଦେହ ରୁ ଖଣ୍ଡ ଖଣ୍ଡ ମାଂସ ଖସିପଡୁଥାଏ ।ଲାଲ ରକ୍ତରେ କଂକାଳଟା ପୁରା ଭିଜି ଗଲା ପରି ଦେଖା ଯାଉଥାଏ।
ଏ ଦୃଶ୍ୟ ଦେଖି ଧିରେ ଧିରେ ମୋର ଚେତନା ଶକ୍ତି ଲୋପ ପାଇବାକୁ ଲାଗିଲା, ମୁଣ୍ଡଟା ଜୋରରେ ଘୁରେଇବାକୁ ଆରମ୍ଭକରି ଦେଲା ,ଚାରିଆଡ ଅନ୍ଧାର ଦେଖାଗଲା ଏବଂ ବସିଥିବା ସ୍ଥାନରେ ମୁଁ କେତେବେଳେ ଟଳି ପଡିଛି ଜାଣି ପାରିନି।
—କାହାର ଡାକରେ ମୋର ନିଦ୍ରାଭଗଂ ହେଲା । ଆଖି ଖୋଲି ଦେଖିବା ବେଳକୁ ସକାଳ ହେଇ ସାରିଥିଲା । ନିଜକୁ ଏକ କୋଠରୀ ରେ ଶୋଇ ଥିବାର ଆବିଷ୍କାର କଲି । ପାଖରେ ଜଣେ ବୟସ୍କ ଲୋକ ଛିଡା ହୋଇଥାନ୍ତି ଏବଂ ଚାରିପାଖେ କିଛି ସ୍ଥାନୀୟ ଆଦିବାସୀ ଯୁବକ ଓ ସ୍ର୍ତୀ ଲୋକ ମୋତେ ଘେରି ରହି ପରିସ୍ଥିତି କଣ ତାହା ଜାଣିବା ପାଇଁ ଉସ୍ଛୁକତା ର ସହ ଚାହିଁ ରହିଛନ୍ତି ।
ମୁଁ ବ୍ୟସ୍ତ ହୋଇ ପଡିଲି କାରଣ,ମୁଁ ଜାଣିବାକୁ ଚାହୁଁଥିଲି ଯେ କିପରି ଏଠାକୁ ଆସିଲି ବୋଲି !
—ଏ ଯାଗାଟି କେଉଁଠି ?
—ଏମାନେ ସମସ୍ତେ କିଏ ?
ଏହି ପ୍ରଣ୍ନ ଗୁଡିକ ବାରମ୍ବାର ମୋର ମନକୁ ବିଚଳିତ କରୁଥିଲା ।
—ହଠାତ ବିଛଣାରୁ ଉଠି ପଡିଲି ।
ମୋର ଉଠିପଡିବା ଦେଖି ସେହି ବୟସ୍କ ଜଣକ ମୋତେ କହିଲେ ବାବୁ ଉଠନ୍ତୁ ନାହିଁ ସେମିତି ଶୋଇଥାନ୍ତୁ ।ଆପଣକଂର ଦେହ ଭଲନାହିଁ ।
କାହିଁକି ମୋର କଣ ହୋଇଛି ?
ସବୁ କହିବି ବାବୁ ହେଲେ ତମେ ଟିକେ ଭଲ ହେଇଯାଅ !
କିନ୍ତୁ ତୁମେ କିଏ ? ଆଉ ମୁଁ ଏବେ କୋଉଠି ?
ଏଇଟି ହଉଛି କଂକଡା ଗଡ ଡାକବଂଗଳା ବାବୁ ଆଉ ମୁଁ ଏଠାକାର ଚୌକିଦାର ।
ନାଁ ଟା ମୋର ଲଛମନ ଆଜ୍ଞା।
ମୁଣ୍ତଟା ସେ ପର୍ୟ୍ୟନ୍ତ ବି ଘୁରିବା ବନ୍ଦ ହେଇ ନଥାଏ ,ଦେହଟା କେମିତି ଦୁର୍ବଳ ଲାଗୁଥାଏ ତେଣୁ ଆଉ କିଛି ନକହି ପୁଣି ଶୋଇବାକୁ ଚେଷ୍ଚାକଲି ଆଉ କେତେବେଳେ ନିଦ ଆସିଯାଇଛି ତାହା ଜାଣି ପାରିନି ।
ମୋର ନିଦ ଭାଗିଂବା ବେଳକୁ ଦିନ ବାରଟା ପାଖାପାଖି ହେବ । ସକାଳ ସମୟର ଅସୁସ୍ଥତା କିଛି ପରିମାଣରେ କମ୍ ହେଲାଭଳି ଲାଗୁଥିଲା ।
ବାହାରକୁ ଆସି ଲଛମନକୁ ଖୋଜିଲି କିନ୍ତୁ କୋଉଠି ତାକୁ ପାଇଲିନି ଜୋରରେ ଡାକିଲି,
ଆରେ ଲଛମନ କୁଆଡେ ଗଲ ?
ନା କେହି ଶୁଣୁ ନାହାନ୍ତି।
ରୁମ ଭିତରକୁ ଆସି ଦେଖିଲି ସାମନା ରେ ଥିବା ଡାଇଁନିଗଂ ଟେବୁଲ ଉପରେ କିଛି ଖାଦ୍ୟ ଘୋଡା ହୋଇ ରଖାଯାଇଛି ।ଭୋକ ବି ଜୋରରେ ଲାଗୁଥିଲା କାରଣ ପୂର୍ବ ସଂଧ୍ୟା ରେ ଯାହା କିଛି ଖାଇଥିଲି ସେ ପର୍ଯ୍ୟନ୍ତ ପେଟରେ ଆଉ କିଛି ପଡିନି । ଆଉ ଅପେକ୍ଷା ନକରି ଦାନ୍ତ ଘସି ଗାଧୋଇପଡିଲି । ଟିକେ ଫ୍ରେସ ହେଲାପରେ ରଖାଯାଇଥିବା ଖାଦ୍ୟକୁ ଯଥାଶିଘ୍ର ଖାଇନେଲି ।
ଅପେକ୍ଷା କଲି ଲଛମନ କେତେବେଳେ ଆସିବ ?
ଯାହା ହେଉ ମୋର ପ୍ରତିକ୍ଷା ର ଅନ୍ତ ଘଟେଇ ଦିନ ଦୁଇଟା ପାଖାପାଖି ଲଛମନ ଆସି ପହନ୍ଚିଲା। (କ୍ରମଶଃ)