STORYMIRROR

Sunanda Mohanty

Romance Action Thriller

4  

Sunanda Mohanty

Romance Action Thriller

ନିଆରା ସମ୍ବର୍ଦ୍ଧନା

ନିଆରା ସମ୍ବର୍ଦ୍ଧନା

3 mins
401


ଏଥର ଦୀପାବଳୀରେ ଗାଁ ଯୁବକମାନଙ୍କ ମନରେ ଗୋଟେ ନୂଆ ଭାବନା ଉଦ୍ରେକ ହେଲା. କାଳୀପୂଜା ସାଙ୍ଗଙ୍କୁ ପିଲାମାନଙ୍କ ପାଇଁ ନାଚ, ଗୀତ, ଚିତ୍ରାଙ୍କନ, ଡ୍ରଇଂ, ପେଣ୍ଟିଙ୍ଗ, ବକ୍ତୃତା ଇତ୍ୟାଦି ବହୁ ପ୍ରତିଯୋଗିତା କରାଯାଏ ଓ ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଏ. ସେହିଭଳି ବାଦୀ ପାଲା ଓ ଦଶକାଠିଆ କରି ବାଦୀର ବାଜି ଜିତିଥିବା ଦଳକୁ ପୁରସ୍କୃତ କରାଯାଇଥାଏ. ଏସବୁ ପାଇଁ ଗ୍ରାମରୁ ଚାନ୍ଦା ଭେଦା ଆକାରରେ ପଇସା ସହିତ ଧାନ, ମୁଗ, ବିରି କୋଳଥ, ମାଣ୍ଡିଆ ମଧ୍ୟ ଆଦାୟ ହୋଇଥାଏ. ସେସବୁ ବିକି ସେହି ପଇସାରେ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ମାଆ କାଳୀଙ୍କ ପୂଜା ବିଧି ସମ୍ପର୍ଣ୍ଣ ସହ ଭୋଜି ହୋଇଥାଏ ଉଦଯାପନ ଦିନ. ଏଥର ଗାଁ ପିଲାମାନଙ୍କ ମନକୁ ଗୋଟେ ନୂତନ ଚିନ୍ତାଧାରା ଜୁଟିଥିଲା. ଗାଁ ବାହାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ଥିବା ଉଚ୍ଚପଦସ୍ଥ ଗ୍ରାମବାସୀ ଗାଁକୁ ଆସିଥାଆନ୍ତି ଏବଂ ଗାଁର ଝିଅ ବୋହୁ ମଧ୍ୟ ଜୋଇଁ ଓ ପୁଅ ମାନଙ୍କ ସହ ପିଲାମାନଙ୍କୁ ନେଇ ଗାଁକୁ ଆସିଥାଆନ୍ତି ତ ଯୁବକମାନେ ସ୍ଥିର କଲେ ତାଙ୍କ ଗ୍ରାମରୁ ଶ୍ରେଷ୍ଠ ପ୍ରେମିକମାନଙ୍କୁ ବାଛି ସମ୍ବର୍ଦ୍ଧିତ କରିବେ ଏ ବର୍ଷ. ବୁଢା ଦଳ ଏକଥା ଶୁଣି ପ୍ରଥମେ ନାପସନ୍ଦ କରୁଥିଲେ ପ୍ରେମ ବିବାହକୁ ଏହା ଏକ ପ୍ରୋତ୍ସାହନ କହି ନିନ୍ଦା କରୁଥିଲେ ମଧ୍ୟ ପ୍ରେମିକମାନେ ତାଙ୍କରି ଗାଁର ହୋଇଥିବାରୁ କିଛି ନହେଲେ ରକ୍ତ ଗୋଲାପ ଗୋଟିଏ ଗୋଟିଏ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ରାଜି ହୋଇଗଲେ.

 ଗାଁ ପୁଅ ଅଙ୍କୁଶ କଲେଜରେ ପଢିଲା ବେଳେ ଲିଜାକୁ ଖୁବ ଭଲ ପାଇଥିଲା କିନ୍ତୁ ବଡ଼ ଘର ଝିଅ ହୋଇଥିବାରୁ ଲିଜା ଅଙ୍କୁଶ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲା କିନ୍ତୁ ଅଙ୍କୁଶ ମନରେ ସେହି ପ୍ରତ୍ୟାଖ୍ୟାନ ପ୍ରେରଣା ହୋଇ ତାକୁ ଆଗକୁ ବଢ଼େଇ ଭଲ ପଢି ଉଚ୍ଚ ପଦସ୍ଥ ଚାକିରୀ କରିବାରେ ସାହାୟକ ହୋଇଥିଲା ଓ ଅନ୍ୟ କାହାକୁ ବାହା ହୋଇ ଲିଜାକୁ ନୀଚା ଦେଖାଇବା ପରିବର୍ତ୍ତେ ଲିଜାକୁ ହିଁ ଜୀଵନସାଥି କରିଥିବାରୁ ତାକୁ ପ୍ରଥମ ଶ୍ରେଷ୍ଠ ପ୍ରେମିକ ରୂପେ ବିବେଚିତ କରି ବାଛିଥିଲେ ଗ୍ରାମ ଯୁବକ. ଦ୍ୱିତୀୟରେ ପାଳି ପଡିଥିଲା ଜନ୍ମେଜୟବାବୁଙ୍କର. ଯିଏ ଗାଁ ଜମିଦାରଙ୍କ

ପୁଅ ହିସାବରେ ଖୁବ ପ୍ରଭାବଶାଳୀ ଥାଇ ସହରରେ ଆପାର୍ଟମେଣ୍ଟ କରି ବିକ୍ରି କରିବା ଭିତରେ ଦିଲ୍ଲୀପ ଶ୍ରୀଚନ୍ଦନ ନାମକ ଠିକାଦାରକୁ ନିଜ ପାଇଁ ଗୋଟେ ସ୍ୱତନ୍ତ୍ର ଆପାର୍ଟମେଣ୍ଟ କରିବାକୁ ନିର୍ଦେଶ ଦେଇ ଏକମାତ୍ର କନ୍ୟା ଜାନି ସହ ଫ୍ଲାଟ ଘର ପରିଦର୍ଶନରେ ଯାଉଥିଲେ ତ ଦିଲ୍ଲୀପ ସହିତ ଆନିର ପ୍ରଥମେ ଆଖି ବିନିମୟ ପରେ ହାଲୋ ହାୟ ରୁ ମୋବାଇଲ ନମ୍ବର ଦିଆନିଆ ପରେ ଫ୍ଲାଟରେ ତିଆରି ସ୍ୱତନ୍ତ୍ର ଆଇସୋଲସନ ରୁମ ଓ ସ୍ୱତନ୍ତ୍ର ପ୍ରସ୍ଥାନ ରୁମ ଦିଲ୍ଲୀପ ଓ ଆନିର ପ୍ରେମରୁ ପ୍ରଣୟରେ ରୂପରେଖ ଦେବାକୁ ସମୟ ଲାଗିନଥିଲା ତ ଦୁହେଁ ଶେଷକୁ ପଳାୟନ କଲେ ପ୍ରେମୀଯୁଗଳ ରୂପେ କାଳେ ବାପା ଜାଣିଲେ ସ୍ୱୀକୃତି ମିଳିବନି ଭାବି . ଜନ୍ମେଜୟବାବୁ ସେତେବେଳକୁ ହାର୍ଡକୋର କ୍ରିମିନାଲ ହୋଇସାରିଥିଲେ ମଧ୍ୟ ଝିଅର ପ୍ରେମ ଓ ପ୍ରେମିକକୁ ସ୍ୱୀକୃତି ଦେଇଥିଲେ. ନା ଝିଅକୁ ଶୁଦ୍ଧି ହୋଇଥିଲେ ନା ଝିଅକୁ ନିଜ ପରିବାରଠାରୁ ଦୂରେଇ ଦେଇପାରିଥିଲେ ତ ତାଙ୍କୁ ପ୍ରେମର ଶ୍ରେଷ୍ଠ ପୃଷ୍ଠପୋଷକ ଭାବେ ସମ୍ମାନିତ କରିବାକୁ ଯୁବକ ସଙ୍ଘ ସ୍ଥିର କରିଥିଲା.

ଏଥର ଆଖିରେ ପଡିଲେ ଆଉ ଜଣେ ପ୍ରେମିକ ଯିଏ ନିଜ ସ୍ତ୍ରୀ ଅନ୍ୟ କାହା ସଙ୍ଗେ କି କଣ କେଜାଣି ଫେରାର ହୋଇଗଲା ପରେ ମଧ୍ୟ ତାଙ୍କୁ ଖୋଜିବାର ପନ୍ଥା କିଛି ନଆପଣେଇ, ଆପଣା ମହତ ଆପେ ରଖି ଦ୍ୱିତୀୟ ବିବାହ କରିନଥିଲେ ଏବଂ ସ୍ତ୍ରୀ ଫେରି ଆସିଲା ପରେ ତାଙ୍କୁ ପୁନର୍ବାର କ୍ଷମା କରିଦେଇ ପାଖରେ ରଖି ସ୍ତ୍ରୀର ପରିଚୟ ଦେବା ଓ ଅଧିକାର ଦେବା ନିଶ୍ଚୟ ଏକ ବିରଳ ଦୃଷ୍ଟାନ୍ତ ଥିଲା. ସେ ଥିଲେ ଏଇ ଗାଁରେ ଜନ୍ମିତ କାମ ପରି ନାମରେ ଦିଗବିଜୟ ସାମାନ୍ତରା. ଚାରିଜଣ ମିଳିଗଲା ପରେ ଆଉ ଜଣେ ସଚ୍ଚା ପ୍ରେମିକ ବା ପ୍ରେମର ପୃଷ୍ଠପୋଷକ କାହିଁ ଆଖିରେ ପଡ଼ୁ ନଥିଲେ ଯୁବକ ସଙ୍ଘ ଗୋଷ୍ଠୀର ପିଲାମାନଙ୍କୁ ତ ବୁଢାମାନେ କହୁଥିଲେ ଆରେ ସେଇ ଚାରିଜଣ ହୁଅନ୍ତୁ. ଯୁବକମାନେ କହୁଥିଲେ ତୁମେ କାହିଁକି ବ୍ୟସ୍ତ ହେଉଛ ଯେ ରକ୍ତ ଗୋଲାପ ତୋଡ଼ା ଦେବାକୁ କଣ ପଇସା ପଡୁଛି. ଆମେ ସବୁ ପରା ନିଜ ହାତରେ ଗାଁ ର ଗ୍ରାମଦେବତୀଙ୍କ ମନ୍ଦିରରେ ରକ୍ତଗୋଲାପ ବଗିଚା କରିଛୁ. ତୋଡ଼ାଟିଏ ଲେଖାଏଁ ସାଙ୍ଗକୁ ଉତ୍ତରୀୟ ଖଣ୍ଡେ ଖଣ୍ଡେ ଦେବାରେ ଅସୁବିଧା କୋଉଠି ତ ନିରବୀ ଯାଇଥିଲେ ବୁଢାମାନେ.



Rate this content
Log in

Similar oriya story from Romance