STORYMIRROR

Sunanda Mohanty

Abstract Thriller Children

4  

Sunanda Mohanty

Abstract Thriller Children

ରଙ୍ଗ ମୁରୁଜ

ରଙ୍ଗ ମୁରୁଜ

3 mins
410

ରଙ୍ଗ ମୁରୁଜ ପକାଉଥିଲା ଝିଅ. ତା ଆଡକୁ ସତୃଷ୍ଣ ନୟନରେ ଚାହିଁ କାନ୍ଦିପକେଇଲେ ବାପା ଦୀପଙ୍କର. ଏଇ ଏକମାତ୍ର ଝିଅର ଦାଇତ୍ୱ ବହନ କରି ଦୀପଙ୍କର ଦ୍ୱିତୀୟ ବିବାହ କରିନଥିଲେ,ମୃତା ମିତାଙ୍କ ପରେ. ତାହା ମଧ୍ୟ ଏକ ବିରାଟ କାହାଣୀ ହୋଇ ହୃଦୟ ଫଳକରେ ଝୁଲୁଛି ଏଯାଏଁ. ସେଦିନ ଥାଏ ସେକେଣ୍ଡ ଶନିବାର. ଅଫିସର କାଗଜ ପତ୍ର ଖେଳାଉଥାଆନ୍ତି ଦୀପଙ୍କର ପାଖରେ ଆସି ମିତା ଠିଆ ହେଲେ ଓ ଅଭିଯୋଗ ବାଢି ବସିଲେ. ଗୋଟେ ଦିନର ଛୁଟି ମିଳିଲେ ବି ତୁମେ ସେଇ ଅଫିସ କାମରେ ବୁଡି ରହୁଛ. ଏଇ ଦେଖ ଘରେ ଅଳନ୍ଧୁ, ଉଈ ପୁଣି ଠାକୁର ଘରେ କଳା ପିମ୍ପୁଡି ଧାର. ସେସବୁ ଏକା ସଫା କରିବାକୁ ମୁଁ ଅକ୍ଷମ. ମତେ ଟିକେ ସାହାଯ୍ୟ କଲେ ହୁଅନ୍ତା ନାହିଁ? ରସିକତା ଆରମ୍ଭ କରିଦେଲେ ଦୀପଙ୍କର. ତୁମକୁ ସେସବୁ ଦେଖାରଖା କରିବାକୁ ଦୁଇ ମିନିଟ ଲାଗିବନି ମୁଁ ଜାଣେ. ପୁଣି ଆଉ ଗୋଟେ କଥା ଠାକୁର ପୂଜା ଘରେ କଳା ପିମ୍ପୁଡି ବାହାରିବା ଖୁବ ଶୁଭଙ୍କର ତାଙ୍କୁ ମାରନା ଦେଖିବ ଖୁବ ପଇସା ମିଳିବ. ଗରଗର ହୋଇ ମିତା କହିଥିଲେ ମୋରି ଜିପିଏଫ ପଇସା ତ ଆସିଲେ କଂକ୍ରିଟ ଘର ହେବ, ତାହା କଣ ମୁଁ ଜାଣେନା!ସେତିକି ବେଳକୁ ଟିକି ଝିଅ କହିଦେଇଥିଲା ମା ତୁମେ ତ ସବୁ ସଫା କରିସାରି ପୂଜା ଘରେ ରଙ୍ଗୋଲି ପକେଇସାରିଛ ଆଉ ବାପାଙ୍କୁ ଏତେକଥା କାହିଁ କହୁଛ ତ ଠାଏ କରି ଚାପୁଡ଼ାଟିଏ କଷି ଦେଲେ ମିତା କୁନି ଝିଅର ଗାଲରେ ତ ଉଠି ଠିଆ ହେଲେ ଦୀପଙ୍କର ଓ ଠାଏ କରି ଚାପୁଡ଼ାଏ ଦେଲେ ମିତାଙ୍କ ଗାଲରେ. ପରିସ୍ଥିତି ଓଲଟି ଗଲା. ବକବକ ହେଉଥିବା ମିତା ହୋଇଗଲେ ଏକଦମ ଚୁପ. ଦୀପଙ୍କର ବହୁତ ଦୁଃଖୀ ହେଲେ ବି କଥା ସରିଯାଇଥିଲା

    ହଠାତ ମନେପଡ଼ିଗଲା ଦୀପଙ୍କରଙ୍କର ମିତା ବହୁତ ମିଠା ପ୍ରିୟ. ପୁଣି ଖାସ ସେହି ମିଠା ବୁଢା ହାତ ତିଆରି ରସ ମଲେଇ ତ ଟିଫିନ ଧରି ଝିଅକୁ ଶୁଣେଇଲା ପରି କହିଦେଇଗଲେ ମୁଁ ରସ ମଲେଇ ଆଣିବାକୁ ଯାଉଛି. ଆଣିକି ଆସିଲେ ସମସ୍ତେ ମିଶିକି ଖାଇବା. ମିଠା ବୁଢା ଟିଫିନ ଦେଖି ଖୁସିରେ ମିଠା ମିଠା କଥା କହି ରସମଲେଇ ଭରି ଦେଇଥିଲା ଦୀପଙ୍କରବାବୁଙ୍କ ଟିଫିନରେ. ହେଲେ ଘରେ ପହଁଞ୍ଚି ଏ କଣ ଦେଖୁଛନ୍ତି ଦୀପଙ୍କର. ମିତାଙ୍କର ଅର୍ଦ୍ଧନଗ୍ନ ଦେହଟାକୁ ଟେକି ଆଣୁଛନ୍ତି ଲୋକେ ଆମ୍ବୁଲାନ୍ସ ଆଡକୁ. ଜମାନବନ୍ଦୀରେ ମିତା କହିଥିଲେ ତାଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ ରହିବେ , ତାଙ୍କ ରାଗ ଦାୟୀ, ଛୋଟ ଶିଶୁକନ୍ୟାକୁ ମାରିବା କ୍ଷୋଭ ତାଙ୍କୁ କିରୋସିନି ଢାଳି ଗାଧୁଆ ଘରେ ମରିବାକୁ ତାଙ୍କ ଅବୁଝା ମନ ଛଡା ଆଉ କେହି ଦାୟୀ ନୁଁହଁନ୍ତି. ଆମ୍ଭୁଲାନ୍ସରୁ ସ୍ୱର୍ଗରଥରେ ମିତାଙ୍କୁ ସ୍ୱର୍ଗଦ୍ୱାର ନେଲାବେଳେ କୁନି ଝିଅ ପିଙ୍କି ମାଆ ହାତ ଅଙ୍କା ରଙ୍ଗୋଲି ଉପରେ ଲୋଟି ଲୋଟି କହୁଥିଲା ମୋର ଭୁଲ ମାଆ ତୁ କୁଆଡେ ଯାଆନା. ସତକୁ ସତ କଳା ପିମ୍ପୁଡି ବାହାରିଥିବା ଯୋଗୁଁ ବହୁତ ପଇସା ମିଳିଲା ଦୀପଙ୍କରଙ୍କୁ କିନ୍ତୁ ତାଙ୍କୁ ମିଳିନଥିଲା ପତ୍ନୀ କି ପିଙ୍କିକୁ ମାଆ. ରାହା ଧରି କାନ୍ଦୁଥିବା ପିଙ୍କିର ବାପା ମାଆ ଉଭୟ ହେବାକୁ ଯାଇ ହାରିଗଲାବେଳେ ତାଙ୍କୁ ଦେଖାଗଲା ସେହିଁ ଛୋଟ ଷଣ୍ଢଟି.

   ପେଜ ତୋରାଣୀ, ପରିବା ଚୋପାସବୁକୁ ସାଇତି ରଖି ଦାଣ୍ଡ ଦୁଆରେ ଗୋରୁକୁଣ୍ଡରେ ଢାଳି ଦିଅନ୍ତି ଦୀପଙ୍କର ତ ସଂ ସଂ ହୋଇ ବୁଲା ଗୋରୁ, ବଳଦ ଓ ଷଣ୍ଢ ସବୁ ପିଇଯାଆନ୍ତି. ସେକଥା ଶୁଣି ମିତା କୃତ୍ୟ କୃତ୍ୟ ହୋଇଯାଆନ୍ତି ଓ କହନ୍ତି ଆଜିକାଲି ବଳଦର ଆଉ ଚାହିଦା ନାହିଁ. ଶଗଡ଼ ଲୋପ ପାଇଲାଣି ଟ୍ରାକ୍ଟର ଆସିବା ଠାରୁ ତ ଷଣ୍ଢ ଜନ୍ମ ହେଲେ ଲୋକ ଆଉ ପାଲୁନାହାଁନ୍ତି ତ ଏଣିକି ହୁଏତ ଦିନ କେଇଟା ପରେ ଗୋରୁ କୂଳ ଧ୍ବଂସ ହେବ. ଆମ ନାତି ନାତୁଣୀ କେବଳ ତାଙ୍କ ପଢ଼ା ବହିରେ ଚିତ୍ର ଦେଖିବେ ଗାଈ, ବଳଦ, ଓ ଷଣ୍ଢଙ୍କର.ସେତେବେଳେ ମିତାଙ୍କ କଥାରେ ହସି ଦେଉଥିବା ଦୀପଙ୍କର ଏବେ ବୁଲା ଗାଈ ବଳଦ ଓ ଷଣ୍ଢଙ୍କର ବେଶୀ ଯତ୍ନ ନେଉଥିବା ଭିତରେ ଦେଖନ୍ତି ଛୋଟ ଷଣ୍ଢଟିଏ କୋଉଠୁ ବେଘର ହୋଇ ତାଙ୍କ ଦାଣ୍ଡ ଦୁଆରେ ଚାହିଁ ରହୁଛି ଆଉ ଝିଅ ପିଙ୍କି କାନ୍ଦ ବନ୍ଦ କରି ଷଣ୍ଡକୁ ବିସ୍କୁଟ ଖୁଆଇ ତୁନି ପଡିଯାଉଛି. ଛୋଟ ଷଣ୍ଢଟି ଦୁଆର ବାଟେ ଆସି ସିଧା ଅଗଣାରେ. ଏଣିକି କୁଣ୍ଡା ତୋରାଣୀ ଚୋକୋଡ଼ ଓ ଚୁନି ଆସୁଛି ତା ପାଇଁ ଓ ପିଙ୍କିର ଅଧା ସମୟ କଟୁ କଟୁ ଷଣ୍ଢକୁ ମାଆର ଶାଢ଼ୀ ପିନ୍ଧେଇ ଟିକିଲି ଓ ପାଉଁଜି ଲଗେଇ ଷଣ୍ଢର ନାଚ ଦେଖୁ ଦେଖୁ ପିଙ୍କି ଖୁବ ବଡ଼ ହୋଇଯାଇଛି. ଏମବିଏ ଡ଼ିଗ୍ରୀ ପରେ ତା ବାହାଘର ଠିକ କରିଛନ୍ତି ଦୀପଙ୍କର. ଆଜି ପିଙ୍କି ତା ମା କରୁଥିବା ସ୍ଥାନରେ ରଙ୍ଗୋଲି ପକେଇ ଚାଲିଛି. ଚାହୁଁ ଚାହୁଁ ଦିନ କେଇଟା ପରେ ପିଙ୍କି ଶାଶୁଘର ଚଳିଯିବ ଆଉ ଦୀପଙ୍କର କେମିତି ରହିବେ!ସବୁ ବୁଝିପାରୁଥିବା ଷଣ୍ଡ ପାଦରେ ଏବେ ମିତାଙ୍କ ହଳେ ପାଉଁଜି ପରିବର୍ତ୍ତେ ଦୁଇହଳ ଘୁଙ୍ଗୁର ଚାରିଖୁରାରେ, ମୁନିଆଁ ଦୁଇ ଶିଂଘରେ ଟାଟୁ ଓ ପିଠିରେ ରଙ୍ଗୋଲି ହେଲେ ନାଚ ବଦଳରେ ତା ଆଖିରେ ଲୁହ.ପିଙ୍କି ବିଦା ହେଲାବେଳେ ଦୀପଙ୍କରଙ୍କୁ ଧରି ଯେତିକି କାନ୍ଦୁ ନଥିଲା ଷଣ୍ଢକୁ ଧରି କାନ୍ଦିବା ଓ ମୋ ବାପା ଲାଗିଲେ କହିବା ସତରେ ସମସ୍ତଙ୍କୁ ଖୁବ ଚକିତ କରିଥିଲେ ମଧ୍ୟ ଦୀପଙ୍କରଙ୍କୁ ଷଣ୍ଢଟି ଚାଟି ଚାଲିଥିଲା ଆଖିରୁ ଲୁହ ଓ ହୃଦୟରେ କୋହ ଭରି.ଏବେ ପିଙ୍କିର ରଙ୍ଗ ଛଡା ରଙ୍ଗୋଲି ଉପରେ ଶୋଇ ଷଣ୍ଢଟି ଚାହିଁଥିଲା ଶୁନ୍ୟକୁ.



Rate this content
Log in

Similar oriya story from Abstract