STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଗୋଲାପୀ ସହରେ ଗୋଲାପ ଝିଅ

ଗୋଲାପୀ ସହରେ ଗୋଲାପ ଝିଅ

3 mins
1

ଗୋଲାପୀ ସହର ନିଶାରେ ଗାଁରୁ ଯାଇ ପୁଅ ନବନୀତ ବୋହୁ ଆନି ସହ ରହୁଥିଲା ଗୋଲାପୀ ସହରରେ. ବାପା ଗାଁରେ ବୋଉ ସହ ଚଳି ଯାଉଥିଲେ ବୋଉ ଥିବା ଯାଏଁ.ବୋଉ କିନ୍ତୁ ଚାଲିଗଲା ପରେ ସେ ମଧ୍ୟ ଗୋଲାପୀ ସହରର ଆକର୍ଷଣ ରେ ହେଉ କି ପୁଅ ବୋହୁଙ୍କ ସେବା ଯତ୍ନ ପାଇବା ନିଶା ରେ ହେଉ କି ପୁଅ ଦେଖାଇଥିବା ସ୍ବପ୍ନ ସବୁର ଆଶାରେ ଗାଁ ଛାଡ଼ି ଚାଲିଆସିଲେ. ଗୋଲାପୀ ସହର ମୃଗତୃଷ୍ଣା ରେ ଜେଜେ ସିନା ଚାଲି ଆସିଥିଲେ ଗାଁରୁ କିନ୍ତୁ ବୋହୁର ବ୍ୟବହାର ଏକଦମ ଭିର୍ନ୍ନ ଥିଲା ତାଙ୍କ ପ୍ରତି. ପର ଲୋକଙ୍କ ସଙ୍ଗେ ଏତେ ଘନିଷ୍ଠ ସମ୍ପର୍କ ଯୋଡି ପାରୁଥିବା ବ୍ୟକ୍ତିତ୍ୱ ସବୁ ନିଜ ଲୋକମାନଙ୍କୁ କାହିଁକି ଯେ ପର ମଣନ୍ତି ବୁଝିପାରନ୍ତିନି ଜେଜେ ମାଧବ ବାବୁ. ନାତୁଣୀ, ଆଦ୍ୟା ମନ କଷ୍ଟ କରେ. କିଛି କିନ୍ତୁ ମାମା କୁ କହିପାରେନା କି ସହି ପାରେନା. ତ ସେ ଦିନେ ଜେଜେଙ୍କୁ କହିଥିଲା ଚାଲ ନା ଜେଜେ ତୁମର ମୋର ଗାଁକୁ ଚାଲିଯିବା. ଜେଜେ ମାଧବ ପ୍ରଶ୍ନବାଚକ ଆଖିରେ ଚାହିଁଲେ ନାତୁଣୀ କୁ!ଭାବିଲେ ତାଙ୍କ ଘରର ଏ ଛୋଟ ଲଷ୍ମୀପ୍ରତିମା ଉପରେ ଗୋଲାପୀ ସହରର ଗୋଲାପ ଛିଟା ପଡିନି ସତ କିନ୍ତୁ ସେ ଯଦି ଏଠି ରହିବେ ତାଙ୍କ ନାତୁଣୀ ଶିଖିବ କଣ! ପରବର୍ତ୍ତୀ ଜୀବନ ରେ ସେ ଯେବେ ଶାଶୁଘର ଯିବ ତ ସେ ନିଜେ ଶାଶୁ ଓ ଶଶୁରଙ୍କ ସହ କିପରି ବ୍ୟବହାର କରିବ!ତାକୁ ନେଇ ଗାଁକୁ ଯିବା ସମ୍ଭବ ନୁଁହଁ ବରଂ ନିଜେ ଜେଜେ ଦିନେ ଘର ଛାଡ଼ି ଚାଲିଗଲେ ଗାଁକୁ. ନାତୁଣୀ କୁ ଲେଖିଥିଲେ ଚିଠିଟିଏ. ସେଥିରେ ଲେଖିଥିଲେ ଯେ ମାଆ ଆଦ୍ୟା, ଗାଁ ରେ ମୋର କିଛି ଅସୁବିଧା ନାହିଁ. ଖୋଲା ଆକାଶ ଓ ମାଆ ମାଟି ମୁଠାକ ଅଛି. ମୋର କିଛି ଅସୁବିଧା ନାହିଁ କିନ୍ତୁ ସେଠି ସହରରେ ସବୁ କିଣା. ଏମିତିକି ନିଆଁ ଓ ପାଣି ମଧ୍ୟ.ତେଣୁ ସେହି ଗୋଲାପ ସହରରେ ମୋ ମାଆ ଆଦ୍ୟା ଗୋଲାପୀ ମନ ନେଇ ବାପା ମାଆ ଙ୍କୁ ଭକ୍ତି କରି ରହ. ମୁଁ ଗାଁରେ ରହି ଦୂରରୁ ତୁମମାନଙ୍କ ମଙ୍ଗଳ ମନାସୁଛି. ଚିଠି ପଢି ବାପା ନବନୀତ ଙ୍କ ସହ ଝିଅ ତଥା ଜେଜେ ମାଧବ ଙ୍କ ନାତୁଣୀ ଆଦ୍ୟା ଖୁବ କାନ୍ଦିଥିଲା ବେଳେ ତା ମା ତଥା ମାଧବ ଙ୍କ ବୋହୁ  ଆନି ଙ୍କ ମୁଁହଁ ଦିଶୁଥିଲା ଗୋଲାପୀ. ଆଦ୍ୟା ବୁଝିପାରୁନଥିଲା ଜେଜେ ଙ୍କ ଭୁଲ କଣ! ସେ କିନ୍ତୁ ମନ ହୃଦୟରେ ଦେଖାଯାଉଥିଲା ଗାଁରେ ଥିବା ଜେଜେ ଙ୍କ ମୁଁହଁ ଅଧିକ ଗୋଲାପୀ ଏ ଗୋଲାପୀ ସହର ଠାରୁ.
    ବହୁତ ଚଞ୍ଚଳ କିନ୍ତୁ ଆନି ଙ୍କର ଦେହ ଖରାପ ହୋଇଗଲା. ଯେତେ ଡାକ୍ତର ଦେଖେଇଲେ ଵି ରୋଗ ଜଣାପଡୁନଥିଲା. ଆଦ୍ୟା ଜେଜେଙ୍କ ପାଖକୁ ଫୋନ ନୁଁହଁ ବରଂ ଚିଠି ଲେଖିଥିଲା. ତୁମେ ଆସ ଜେଜେ.ମୋ ମାଆ କୁ ଆଶୀର୍ବାଦ କର. ଜେଜେ ଚିଠି ପାଇ ବସିବା ଜାଗାରୁ ଉଠି ଆସିଥିଲେ ମଧ୍ୟ ସେତେବେଳକୁ ବୋହୁ ଆନି ଙ୍କ ଅବସ୍ଥା ଗୁରୁତର ହେଲାଣି. ବୋହୁ ର ଖଟ ପାଖେ ଠିଆ ହୋଇ ଜେଜେ ଡାକିଲେ ମାଆ ରେ ମୁଁ ଆସିଗଲିଣି, ଆଖି ଖୋଲି ଦେଖେ ମାଆ. ମୋ ହାତରେ ହେଉଥିବା ଭୁଲ ଭାଲ ସବୁକୁ ସଜାଡି ଦେବାକୁ ବଡ଼ ପାଟିରେ କିଛି କହ ମାଆ. ମତେ ବାଟ ଦେଖା, କଥା କହି ବତେଇ ଦେ ଫୁଲଦାନୀ ର ଯତ୍ନ କେମିତି ନେବାକୁ ହୁଏ!ଏ ଗୋଲାପୀ ସହର ଘରେ ଓଦା ଗାମୁଛା କେଉଁଠି ରଖିବାକୁ ହୁଏ!ତଥା ରଦ୍ଦି ଓ ଅଳିଆ କୁ କେମିତି ରି ସାଇକେଲିଙ୍ଗ କରିବାକୁ ହୁଏ!ମୁଁ ଜାଣିନପାରି କୋଉଟା ଡଷ୍ଟ ବିନ ରେ ପକାଇବା କଥା କୋଉଟାକୁ ସାଇତି ପୁଣି ରି ସାଇକେଲିଙ୍ଗ କରିବାକୁ ସାଇତି ଦେବା କଥା ଉଠି ବତେଇଦେ ମାଆ. ତୁ ପରା ମୋ ଝିଅ. ତୁ ମତେ ଶିଖାଇବାକୁ ବତେଇବାକୁ କି କହିବୁନି ତ କିଏ ଏ ବୁଢାଟାକୁ ଏ ବୟସରେ ପାଠ ପଢେଇବ ଝିଅ!
    ଆଶ୍ଚର୍ଯ୍ୟ କଥା ଦୁଇଦିନ ଧରି ଆଖି ଖୋଲୁନଥିବା ଆନି ଚାହିଁଲେ. ପୁଣି ଆଖି କଣରୁ ଲୁହ ଦୁଇବୁନ୍ଦା ଝରେଇ ବାପାଙ୍କୁ ହାତଟେକି ପ୍ରଣାମ କରିବାକୁ ଉଦ୍ୟତ ହେଉ ହେଉ ଡାକ୍ତର ରୋକି ଦେଲେ. ସବୁ ଚେକ କରି ଡାକ୍ତର କହିଲେ ନବନୀତ ବାବୁ ଆଉ ଡର କି ଭୟ ନାହିଁ. ବିପଦ ଟଳିଛି. ଆଉ ଭୟର ଅବକାଶ ନାହିଁ.ପିତା ପୁତ୍ରୀର ମିଲନ ରେ ଏ ମିରାକିଲ ସମ୍ଭବ ହୋଇଛି. ଆଦ୍ୟା ଆଖି ଲୁହ ପୋଛି ଦୌଡୁଥିଲା ଦୀପ ସଞ୍ଜ ଧୂପ ଝୁଣା ଲଗେଇ ଠାକୁର ଘରକୁ. ଠାକୁର ଘରେ ବହୁ ଆଗରୁ ସେସବୁ କରି ସାରିଥିଲେ ଜେଜେ.ଅଧିଆ ପଡି ଜଗନ୍ନାଥ ଙ୍କୁ କହୁଥିଲେ ମୋ ଝିଅ ର ଦଶ ଦୋଷ କ୍ଷମା କରି ତାକୁ ଭଲ କରିଦିଅ ପ୍ରଭୁ. ମୋ ଆୟୁଷ ନେଇ ସେ ଉଠିବସୁ. ଗୋଲାପୀ ସହରରେ ବଢୁଥିବା ଗୋଲାପୀ ନାତୁଣୀ ଆଦ୍ୟା ଜେଜେଙ୍କ ପାଟିରେ ହାତ ରଖି କହୁଥିଲା ତୁମେ ମାମା କୁ କ୍ଷମା କରି ଆଶୀର୍ବାଦ ଦେଇଛ ସେତିକି କଣ କମ କଥା ଜେଜେ!ଜେଜେଙ୍କ ଆଖିରେ ଲୁହ ଟଳମଳ ହୋଇ ଗୋଟେ ସ୍ବର୍ଗୀୟ ବାତାବରଣ ସୃଷ୍ଟି କରୁଥିଲା.



Rate this content
Log in

Similar oriya story from Abstract