STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜଙ୍ଗଲ କୋଳରେ ଜଙ୍ଗଲୀ

ଜଙ୍ଗଲ କୋଳରେ ଜଙ୍ଗଲୀ

3 mins
1

 
କଇଁ ର ସଂସାର ସ୍ୱାମୀ ଶୁକ୍ରୁ ମାଝୀ ସହ ଖୁବ ଭଲ ଚାଲିଥିଲା ବେଳେ ବର୍ତ୍ତମାନ ବସ୍ତିରୁ ଅଳ୍ପ ଦୂରରେ ଦୂରଛଡା ହୋଇ ରହୁଥିବାସ୍ତ୍ରୀ କଇଁ ମନରେ ଭୟ ସବୁବେଳେ. କେବେ ଦନ୍ତା ହାତୀକୁ ନେଇ ତ କେବେ ମହାବଳ ବାଘକୁ ନେଇ. ବାଣମୂଲକ ରେ ବଢିଥିବା ଧାଙ୍ଗଡ଼ା ଧାଙ୍ଗିଡ଼ି କଇଁ ଓ ଶୁକୁରିଆ. ଡର ଭୟ କଣ ଜାଣିନଥିବାଓ ଜଙ୍ଗଲ କୁ ନିଜର କରିଥିବା ବନବାସୀ ସେମାନେ. ଜଙ୍ଗଲରୁ କାଠ କାଟେ ଶୁକୁରିଆ. ମହୁଲ ସଂଗ୍ରହ କରେ କଇଁ. ମହୁ ସଂଗ୍ରହ କରେ ଶୁକୁରିଆ, ଅଳସୀ କ୍ଷେତ ରେ ଲୋଟି ପଡେ କଇଁ. ସେତେବେଳେ କିନ୍ତୁ ସେମାନେ ବସ୍ତିରେ ରହୁଥିଲେ. ଏକାଠି ମିଳିମିଶି ଜଙ୍ଗଲ ଯାଉଥିଲେ. ଯୋଉଦିନ ଶୁକ୍ରୁ ମାଝୀ କଇଁ ର ହାତ ଧରି ଭିଡ଼ିନେଲା ନିଜ ତିରିଲା କରିବାକୁ ତା ପରିବାରକୁ ସେହିଦିଠୁ ତା ମାଆ ଗୁରେଇକୁ ନିଜ ଝିଅଠୁ ଅଧିକା ଦେଖୁଥିଲା. କହୁଥିଲା ମୋ ବୋହୁ ନୁଁହଁ ସେ ମୋ ଝିଅ. ତା ହାତ ରନ୍ଧା ଜାଉ,ମାଣ୍ଡିଆ ଶାଗ କିଏ କରିପାରିବ! ପୁଣି ସହରିଆ ଝିଅମାନଙ୍କ ଭଳି କେଡେ ସୁନ୍ଦର ଝୋଟି ଚିତା ମାଟି କାନ୍ଥରେ ଦିଏ ତା ବୋହୁ କଇଁ ଯେ ଦାଉ ଦାଉ ଜଳୁଥାଏ ତା ମାଟି ଘର, ନଡା ବରଡ଼ା ଛପର ଓ ମାଟି କାନ୍ଥ. ସେଇ କାନ୍ଥ କୁ ଆଉଜି ଯେବେ ଗୁରେଇ ଶାଶୁମାଆ ଠାରୁ ପ୍ରଶଂଶା ପରିବର୍ତ୍ତେ ଝିଙ୍ଗାସୀ ବଚନ ଶୁଣିଲା ତଟସ୍ଥ ହେବା ପରିବର୍ତ୍ତେ ଝଟକା ଖାଇଲା.ବାଞ୍ଝ ମୁଁହଁ ଦେଖିଲେ ସକାଳୁ ଅଶୁଭ କହିବା ସହ ରୋଷେଇ ଦାଇତ୍ୱ ତା ହାତରୁ କାଢିନେଲା ଶାଶୁ ବୁଢ଼ୀ. ସହି ପାରିଲାନି ସ୍ୱାମୀ. ମରଦ ପୁଅ ବାହୁରେ ବଳ ଥିଲେ ଏଇ ଘର  ଖଣ୍ଡେ ଚାଁହୁ ଚାଁହୁ ହେବ. ସତକୁ ସତ ଶୁକ୍ରୁ ସଙ୍ଗେ ଶାଶୁଙ୍କୁ ଛାଡ଼ିବସ୍ତି ରୁ ସୁଁ ସୁଁ ହୋଇ ଆସିଲା ବେଳେ ଶୁକ୍ରୁ କହୁଥିଲା ଆଲୋ ମାଆ କି ଜାଣେ. ହାଣ୍ଡିଆ ପିଇ ପିଇ ମୋଠି ଦୋଷ. ତାକତ ନାହିଁ ମୋଠି. ତୁ ମୋର ସୁନା ଝରା ଅଳସୀ କ୍ଷେତ ପରି ନିର୍ଦୋଷ ଲୋ. ପିଲାଟିଏ ନହେଲା ନାହିଁ. ମୁଁ ପରା ତୋର ପିଲା କହି ନେଇଆସିଥିଲା ନୂଆ ହାତତିଆରି ଘରକୁ କଇଁ କୁ. ଶାଶୁ ଚୁପ ରହିଲେ ଆଉ କଇଁ ଦଳ ଛାଡ଼ି ଭୟ ପାଇଲା. ବଣ ମୂଲକ ଯେତେ ତାଙ୍କ ନିଜର ହେଲେ ଵି ବାଘ, ଭାଲୁ, ହାତୀ ପରି ଜନ୍ତୁଙ୍କୁ ତାର ଭାରି ଭୟ.
    ସେଦିନ କୁଆଡେ ଏମିତି ଗୋଟେ ଆଜି ପରି ଜାତୀୟ  ଜନରାଜ୍ୟ ଦିବସ ଥିଲା. ଗଣତନ୍ତ୍ର ଦିବସ. ଆମ ଦେଶର ସାଶନ ଖସଡ଼ା ସେହିଦିନୁ ତିଆରି ହୋଇଥିଲା. ତାକୁ ମାନି ଚାଲିବାକୁ ଆମ ଦେଶର ସବୁ ଲୋକ ଜାତୀୟ ପତାକା ତଳେ ଠିଆ ହୋଇ ଶପଥ ନେଇଥିଲେ. ରାଇଜ, ଦେଶ ଓ ବନବାସୀ ଜନତାଙ୍କ ସବୁ ଦୁଃଖ ବୁଝିବେ ବୋଲି କହିଥିଲେ. ସେଦିନ କିନ୍ତୁ ଶୁକ୍ରୁ ମାଝୀର ଦେହଟାକୁ ଖିନଭିନ କରି ଖାଇବାକୁ ବସିଥିଲା ବେଳେ ଏକୁଟିଆ ଶୁକ୍ରୁ ମାଝୀ ଲହୁଲୁହାଣ ହେଉଥିଲା ଜଙ୍ଗଲରେ. ନିଜେ ଏକୁଟିଆ ଯୁଝି ଯୁଝି କଲରାପତରିଆ ବାଘକୁ ସିନା ମାରିଦେଲା କିନ୍ତୁ ନିଜେ ଲହୁଲୁହାଣ ହୋଇ ସେଇଠି ମରି ପଡିଲା. ମାଆ ବୁଢ଼ୀ ତ ବୁଢ଼ୀ କଇଁ ଵି ସେ ମଲା ଦେହଟାକୁ ଥରେ ଦେଖିଲାନି. ବନବିଭାଗ ଅଫିସରମାନେ କୁଆଡେ ରାଜାଘର ସମାଧି ସ୍ଥଳରେ ଶୁକ୍ରୁ କୁ ନେଇ ରାଜାଘର କୁ ଯାଇ ତା ପାଇଁ ସମାଧି ତୋଳିଲେ. କଇଁ ର କିନ୍ତୁ ଭାରି ଅଭିମାନ. ସେହି ରାଜାଘର ଲୋକମାନଙ୍କ ଉପରେ. ତାକୁ ଟିକେ ଦେଖେଇନଥାନ୍ତେ ଶେଷ ଥର ପାଇଁ ତା ସ୍ୱାମୀର ମଲା ଦେହଟାକୁ!
         ଆଜି ସେଇ ରାଜାଘର ଲୋକ ସବୁ କେତେ ଚିଠି କେତେ କାଗଜ ଧରି ଶୁକ୍ରୁ ମାଝୀର ସ୍ତ୍ରୀ କିଏ ଖୋଜି ଖୋଜି ଗୁରେଇ ଦୁଆରେ ଠିଆ. ତା ସ୍ୱାମୀ କରିଥିବା ସାହାସିକ ତଥା ବୀରତ୍ୱ ପାଇଁ ତାକୁ କୁଆଡେ ସମ୍ବର୍ଦ୍ଦିତ କରାଯିବ. ହେଲେ କି ସମ୍ବର୍ଦ୍ଧନା ସିଏ. କଣ ସେଥିରୁ ଆଉ ମିଳିବ ତାକୁ. ଗୁରେଇ ଚିହ୍ନେଇ ଦେଇଥିଲା ତା ଶାଶୁ ମାଆ କୁ. ସିଏ ଯାଉ, ପୁଅର ସାହାସିକ ଓ ବୀରତ୍ୱ ପାଇଁ ଜନମ କଲା ମାଆ ସମ୍ବର୍ଦ୍ଧିତ ହେଉ. ତାକୁ ବରଂ ସେଇ ରାଜାଘର ସମାଧି ଭିତରେ କୋଉଠି ତା ସ୍ୱାମୀର ଚଉଡା ଛାତି କୁ କାଳରପତରିଆ ବାଘ ବିଦାରି ଦେଲା ପରେ ରଖା ଯାଇଛି ସେତିକି ଦେଖାଇଦିଅ ବୋଲି ରାଜା ଘର ବୋଲି କହୁଥିବା ସରକାରୀ ଅଫିସର ମାନଙ୍କୁ ନେହୁରା ହେଉଥିଲା ଗୁରେଇ. କାନ୍ଦି କାଟି ଲୋଟି ଭୂଇଁ ସାଉଣ୍ଟିଲା ବେଳେ ଶାଶୁ ତାର କୋଳକୁ ନେଇ କହୁଥିଲା ମୁଁ ଅଛି, ଏଯାଏଁ ବଞ୍ଚିଛି ଲୋ ଝିଅ. ଖାଲି ତୋରି ମୁଁହଁ କୁ ଚାହିଁ. ଗାଡିରେ ବସି ଶାଶୁ ବୁଢ଼ୀ ସହର କୁ ଜାନୁଆରି ଛବିଶ ରେ ପୁଅ ପାଇଁ ସମ୍ବର୍ଦ୍ଧିତ ହେବାକୁ ଯାଉଥିଲା ବେଳେ ଗୁରେଇ ଯାଉଥିଲା ରାଜାଘର ସମାଧି ପୀଠ ସ୍ଥଳ. ସେଠି ମାଳ ମାଳ ସମାଧି ଦେଖି ସେ ଆକୁଳ ହେଉଥିଲା. ତାରି ପରି କେତେ କେତେ କଇଁ ଅଛନ୍ତି ସ୍ୱାମୀଙ୍କୁ ଏଠି ଶୁଆଇଦେଇ ବୋଲି ଭାବି ଦୁଃଖ କରୁଥିଲା. ସେମାନଙ୍କ ପରି ସେ ଵି ବଞ୍ଚିବ.ତା ଶାଶୁ ବୁଢ଼ୀ ପାଇଁ. ଫେରିଲା ବେଳେ ଶାଶୁଙ୍କ ଦେହରେ ପଡ଼ିଥିବା ନୂଆ ଚାଦର ତଳୁ ଶୁକ୍ରୁ ମାଝୀର ଗନ୍ଧ ପାଇ ମାଆ ବୁଢ଼ୀ କୁ କୁଣ୍ଢେଇ କଇଁ କଇଁ କାନ୍ଦୁଥିଲା କଇଁ ବଡ଼ ବିକଳ ରେ କିନ୍ତୁ ଜାଣିନଥିଲା ଶୁକ୍ରୁ ମାଝୀ ନୂଆ ରୂପରେ ତା ପେଟ ରେ ବଢୁଛି.ଶାଶୁ ବୁଢ଼ୀ କଇଁ ପୁଅ ନାମ କଣ ଦେବ ବୋଲି ଭାବୁଥିଲା ବେଳେ କଇଁ କହୁଥିଲା ବନବାସୀ ଯୁବକର ପରିଚୟ ରେ ସେ ଜଙ୍ଗଲୀ ମାଆ.
,,,,,,,,,,,,,,,,,,


Rate this content
Log in

Similar oriya story from Abstract