STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ପ୍ରଭୁ ଶ୍ରୀରାମ

ପ୍ରଭୁ ଶ୍ରୀରାମ

4 mins
401


   ଟ୍ରେନଟି ଥରି ଉଠିବା ବେଳକୁ ପ୍ରକାଶ କହିଥିଲେ ମୋ ହାତ ମୁଠାରେ ହାତ ରଖ ପ୍ରୀତି. ପ୍ରୀତି ସେୟାହିଁ କରି ଡାକୁଥିଲେ ପ୍ରଭୁ ଶ୍ରୀରାମ,ଏତେବଡ ବିପଦରେ ସହାୟ ହୁଅ ପ୍ରଭୁ. ସବୁକିଛି ଛିନଛତ୍ର ହୋଇଯିବା ଭିତରେ ହାତ ମୁଠାରୁ ପ୍ରକାଶ ଖସିଯାଇଥିଲେ କେତେବେଳେ ପ୍ରୀତିର.ପ୍ରକୃସ୍ଥିତ ହେଲା ପରେ ଝିଅକୁ ଧରି ଖୁବ ଖୋଜିଲା ପ୍ରୀତି କୁଢ଼ କୁଢ଼ ଶବ ଭିତରେ, ଡାକ୍ତରଖାନାମାନଙ୍କ ପେସେଣ୍ଟମାନଙ୍କ ଭିତରେ କିନ୍ତୁ କୋଉଠି ନଥିଲେ ପ୍ରକାଶ. ଝିଅ କଇଁ କଇଁ ହୋଇ କାନ୍ଦି କହୁଥିଲା ବାପା କାହାଁନ୍ତି ମାଆ? ପ୍ରୀତି କହୁଥିଲା ଫେରିବେ ବାପା. ତୋ ଲାଗି ବେଲୁନ ନେଇ ଫେରିବେ ଝିଅ କିନ୍ତୁ ଭିତରେ ଭିତରେ ପ୍ରୀତି ରାମ ରାମ ଜପିବା ଛଡା ଆଉ କିଛି ଉପାୟ ନଥିଲା ପ୍ରୀତିଙ୍କ ପାଖରେ.

  ରେଭେନ୍ସା କଲେଜରେ ପାଠ ପଢିଲା ବେଳେ ପ୍ରକାଶଙ୍କ ବିନା ପ୍ରୀତିଙ୍କ ଜୀଵନ ପଥ ଆଗେଇ ଚାଲୁନଥିଲା. କୋଉ ଲାଇବ୍ରେରୀରୁ ବହି ଆଣିବା,ଟ୍ୟୁସନ ଯୋଗାଡ଼ କରିଦେବା,ବାପା ବୋଉଙ୍କ ପାଇଁ ଔଷଧ ନେଇ ଗାଁରେ ଦେଇଆସିବା ଇତ୍ୟାଦି ଅନେକ କାମ ପ୍ରୀତିର କରିବା ଭିତରେ କେତେବେଳେ ପ୍ରକାଶ ଯେ ପ୍ରୀତିର ମନଚୋରି କରିନେଇଥିଲା ବୁଝିବା ବେଳକୁ ପ୍ରୀତି ତା ନିଜ ଜୀବନର ଯୋଉ ଝଡ଼ର ସମ୍ମୁଖୀନ ହେଲା କେବଳ ପ୍ରକାଶ ଯୋଗୁଁ କୂଳ କିନାରା ପାଇ ବଞ୍ଚିଯାଇଥିଲା. ଆଜି ସେଇ ପ୍ରକାଶ ବିନା ସେ କେମିତି ଏକୁଟିଆ ଝିଅ ମିନୁର ହାତ ଧରି ଆଗେଇବ ବୁଝିପାରୁନଥିଲା.ଦିନେ ପର କରିଦେଇଥିବା ବାପା ମାଆ ତା ପାଖରେ ଆଜି ରହି ସାନ୍ତ୍ୱନା ଦେଉଥିଲେ ମଧ୍ୟ ତାକୁ ଚତୁର୍ଦ୍ଦିଗ ଅନ୍ଧାର ଦିଶୁଥିଲା. ଅନାଥ ପ୍ରକାଶର ପ୍ରୀତି ଛଡା ଏ ଦୁନିଆଁରେ କେହି ନଥିଲେ ନିଜର ବୋଲି. କଥା ଦେଇ ଜୀଵନର ଅଧା ବାଟରୁ କୁଆଡେ ହଜିଗଲେ ପ୍ରକାଶ ବୋଲି ପ୍ରୀତି ବିକଳରେ ଖୋଜୁଥିଲା ସେହି ଷ୍ଟେସନ ପ୍ଲାଟଫର୍ମରୁ ଶବ ସଂରକ୍ଷଣ ଗୃହ ଯାଏଁ ତ ପୁଣି ଖୋଜୁଥିଲା କେତେ କୁଆଡେ କିନ୍ତୁ ପ୍ରକାଶର ପତ୍ତା ନଥିଲା. ଜୟ ଶ୍ରୀରାମ ଶ୍ରୀରାମ ବୋଲି ଡାକି କାନ୍ଦି କାନ୍ଦି ପ୍ରୀତି ଆଖିରୁ ଲୁହ ଶୁଖୁନଥିଲା ବେଳେ ତାର ରାମ ଭକ୍ତ ବିଭୀଷଣଙ୍କ କଥା ଖୁବ ମନେପଡୁଥିଲା.ରାମଙ୍କୁ ପୂଜା କରୁଥିବାରୁ ପ୍ରକାଶଙ୍କୁ ପାଇଥିଲା ପ୍ରୀତି. ଆଜି ଟିକି ଝିଅ ମିନୁ ପ୍ରଶ୍ନରେ ପ୍ରୀତି ଉତ୍ତର ଥିଲା ତୋ ବାପା ଫେରିବେ ନିଶ୍ଚୟ ଦେଖିବୁ ତୋ ପାଇଁ ସେ କେତେ କଥା ସହ ତୋ ଜେଜେ ଓ ଜେଜେମା ଙ୍କ ସହ ଫେରିବେ ବୋଲି ମିଛ କହି ଝିଅକୁ ସାନ୍ତ୍ୱନା ଦେଲାବେଳେ ନିଜ ବାପା ମାଆ ମଧ୍ୟ କହୁଥିଲେ ସେହି ପ୍ରଭୁ ଶ୍ରୀରାମଙ୍କୁ ଡାକ ଝିଅ ପ୍ରୀତି. ସେ ହିଁ ଫେରେଇଦେବେ ତୋ ସ୍ୱାମୀଙ୍କୁ.

  ପ୍ରୀତି ଭାବୁଥିଲା ରାମାୟଣର ସେହି କଥା.ରାବଣଙ୍କ ରାଜ୍ୟରେ ରାମ ଶବ୍ଦ ଯିଏ ଉଚ୍ଚାରଣ କରିବ ତାକୁ ଫାଶୀ ଦଣ୍ଡ ମିଳିବ ବୋଲି ରାବଣ ଘୋଷଣା କାରିଥିଲେ ମଧ୍ୟ ରାବଣଙ୍କ ସାନଭାଇ ରାମ ରାମ ଜପୁଥିବା ଖବର ତାଙ୍କ କାନରେ ପହଁଚିଲା ତ ଅସୁରମାନେ ବିଭୀଷଣଙ୍କୁ ବାନ୍ଧିନେଇ ରାଜଦରବାରରେ ଉପସ୍ଥିତ କରାଇଥିଲେ. ବିଭୀଷଣ ସେହି ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି କହିଥିଲେ ପ୍ରଭୁ ମୋ ଜୀଵନ ତୁମ ହାତରେ. ଏଥର ରାବଣଙ୍କ ପ୍ରଶ୍ନରେ ବିଭୀଷଣ କହିଥିଲେ କି ଆପଣଙ୍କ ନାମର ପ୍ରଥମ ଅକ୍ଷର ରା ଓ ଭାଉଜଙ୍କ ନାମର ପ୍ରଥମ ଅକ୍ଷର ମ. ସେହିଠିପାଇଁ ଆପଣ ଦୁହିଁଙ୍କ ନାମର ସଂଯୋଗ କରି ମୁଁ ଆପଣଙ୍କ ଅନୁଗତ ତଥା ଅନୁଜ ସର୍ବଦା ରାମ ରାମ କହିଥାଏ. ଏହା ଆପଣଙ୍କ ପ୍ରତି ଥିବା ମୋର ଭକ୍ତି, ସମ୍ମାନ ଓ ସଦିଚ୍ଛା ଛଡା ଆଉ କିଛି ନୁହେଁ. ରାବଣ ଅଭିଭୂତ ହେଲେ. ଅନୁଜ ବିଭୀଷଣଙ୍କର ତାଙ୍କ ବଡ଼ ଭାଇ ଭାଉଜଙ୍କ ପ୍ରତି ଥିବା ସମ୍ମାନବୋଧରେ ପ୍ରୀତ ହୋଇ ପ୍ରାଣଦଣ୍ଡ ଭଳି ଶାସ୍ତି ଫାଶୀରୁ ମୁକ୍ତ କଲେ ହେଲେ ବିଭୀଷଣ ଜାଣିଥିଲେ ପ୍ରଭୁ ରାମଙ୍କ କରୁଣାରୁ ଏ ବୁଦ୍ଧି ତାଙ୍କ ମୁଣ୍ଡକୁ ଆସିଥିଲା. ଏବେ ପ୍ରୀତି ଭାବୁଥିଲେ ଝିଅକୁ ସେ ମିଛ ଆଶ୍ଵାସନା ଦେଇଚାଲିଛନ୍ତି ଯେ ତୋ ବାପା ପ୍ରକାଶ ନିଶ୍ଚୟ ଫେରିବେ ଓ ଜେଜେ ଜେଜେମାଙ୍କୁ ସାଙ୍ଗରେ ନେଇ ଫେରିବେ. ଏହା କେମିତି ସମ୍ଭବ ହେବ ପ୍ରଭୁ!ହେ ଶ୍ରୀରାମ!ମନ କିନ୍ତୁ କହୁଥିଲା ପ୍ରକାଶ ଫେରିବେ ନିଶ୍ଚୟ. ତାଙ୍କ ପ୍ରେମ ଓ ଭକ୍ତି ଯଦି ଶାଶ୍ୱତ ଓ ନିର୍ମଳ ହୋଇଥିବ ଓ ପ୍ରଭୁ ଶ୍ରୀରାମଚନ୍ଦ୍ର ଯଦି ପ୍ରକୃତରେ ଭଗବାନଙ୍କ ଦିବ୍ୟ ରୂପ ହୋଇଥିବେ ପ୍ରକାଶ ନିଶ୍ଚୟ ଫେରିବେ.

  ଏହି ସମୟରେ ପ୍ରୀତିଙ୍କ ପିତା ରାମାପଦବାବୁ ସମାଜର ଶୀର୍ଷକରେ ପ୍ରକାଶଙ୍କ ଫୋଟୋ ଥାଇ ଲେଖାଯାଇଥିବା ଧାଡିଟି ପଢି ପ୍ରୀତିକୁ ଶୁଣେଇଥିଲେ. ରାଜୀବଲୋଚନ ବାବୁ ଲେଖିଥିଲେ ମୋ ପୁଅର ଟ୍ରେନ ଆକ୍ସିଡେଣ୍ଟ ପରେ ଅବସ୍ଥା ସଂକଟାପର୍ଣ୍ଣ ରହି ମୁଣ୍ଡ କାମ କରୁନଥିଲା. ଏବେ ସେ ସୁସ୍ଥ ହୋଇ କେବଳ ପ୍ରୀତି ଓ ମିନୁ ବୋଲି ଦୁଇଜଣଙ୍କ ନାମ କହୁଛି. ସେ ଦୁହେଁ ତଳେ ଥିବା ଠିକଣାରେ ଆସି ଦେଖାକଲେ ମୋ ପୁଅ ଭଲ ହୋଇଯାଆନ୍ତା. ପ୍ରୀତିଙ୍କ ମାଆ ମନସ୍ବିନୀ ଏ ଖବର ପାଇ କହିଲେ ତୁ ଶୀଘ୍ର ଯା ଝିଅ ଦେଖିବୁ ସେ ହିଁ ନିଶ୍ଚୟ ପ୍ରକାଶ ହୋଇଥିବେ. କିନ୍ତୁ ପ୍ରୀତି ମନରେ ଉଦବେଗ. ସେତ ଅନାଥ, ତାଙ୍କର ବାପା କୋଉଠୁ ଆସିଲେ!ତଥାପି ଦିଆଯାଇଥିବା ଠିକଣାରେ ପହଞ୍ଚିଗଲେ ପ୍ରୀତି,ଝିଅ ମିନୁ ସହ ପିତା ରାମପଦ ଓ ମାତା ମନସ୍ବିନୀଦେବୀଙ୍କ ସହ. ଆଶ୍ଚର୍ଯ୍ୟର କଥା.ସେ ବ୍ୟକ୍ତି ହିଁ ପ୍ରକାଶ ଥିଲେ. ପ୍ରୀତିଙ୍କ ସହ ଝିଅ ମିନୁକୁ ଦେଖି ତାଙ୍କର ସବୁ ମନେ ପଡିଯାଇଥିଲା ତ ସେ ରାମପଦ ଓ ମନସ୍ବିନୀଦେବୀଙ୍କୁ ପ୍ରଣାମ କରି ଫେରିବାକୁ ଚାହିଁବା ବେଳେ ପ୍ରୀତି କହିଥିଲେ ଯେଉଁ ଭଗବାନ ରାଜୀବଲୋଚନ ଓ ମାଆ ମମତାଦେବୀ ଆଜି ଯାଏଁ ତୁମର ସହାୟତା କରିଆସିଛନ୍ତି ଓ ତୁମକୁ ନୂଆଜନ୍ମ ଦେଇଛନ୍ତି ସେ ହିଁ ପ୍ରକୃତରେ ପ୍ରଭୁ ରାମ ଓ ସୀତା ଠାକୁରାଣୀ. ତାଙ୍କୁ ଛାଡି ମୁଁ କୁଆଡେ ଯାଇପାରିବିନି. ରାଜୀବଲୋଚନବାବୁଙ୍କ ଆଖିରୁ ଶ୍ରାବଣର ବର୍ଷା ପରି ଲୁହ ଝରିପଡୁଥିଲା ତ ମମତାଦେବୀ କହୁଥିଲେ ତାଙ୍କ ଦୁହିଁଙ୍କର ଏକମାତ୍ର ପୁତ୍ରକୁ ହରାଇ ସାରିବା ପରେ ପ୍ରକାଶକୁ ସେଦିନ ସେମିତି ଏକ ଦୁର୍ଘଟଣାରୁ ପାଇ ଆମ ପୁଅକୁ ପାଇଯାଇଛୁ ବୋଲି ଭାବି ତାର ଚିକିର୍ଚ୍ଚା କରିଚାଲିଥିଲୁ ହେଲେ ତା ମୁହଁରେ ପ୍ରୀତି ଓ ମିନୁ ଛଡା ଆଉ କିଛି ଶବ୍ଦ ନଥିବା ଦେଖି ଵିଜ୍ଞାପନ ଦେଇଥିଲୁ. ପ୍ରଭୁ ଶ୍ରୀରାମଙ୍କ କରୁଣାରୁ ଆଜି ଆମ ପୁଅ ତା ସ୍ତ୍ରୀ ଓ ଝିଅକୁ ଫେରିପାଇ ସୁସ୍ଥ ହୋଇଯାଇଛି. ପ୍ରୀତି କହୁଥିଲେ ମୋ ଝିଅକୁ ମଧ୍ୟ ଆଈ ଅଜାଙ୍କ ସହ ଜେଜେ ଓ ଜେଜେମା ମିଳିଯାଇଛନ୍ତି ଦେଖୁନାହାଁନ୍ତି ପ୍ରଭୁ ରାମଙ୍କ ପ୍ରଥମ ଅକ୍ଷର ରା ଶବ୍ଦରୁ ରାମପଦବାବୁ ଅଜା ଓ ରାଜୀବଲୋଚନ ଜେଜେ ତ ପ୍ରକାଶ କହୁଥିଲେ ମନସ୍ବିନୀ ଶବ୍ଦର ପ୍ରଥମ ଅକ୍ଷର ଆଈଙ୍କ ନାମ ମ ହୋଇଥିଲା ବେଳେ ଜେଜେମାଙ୍କ ନାମ ମ ଶବ୍ଦରୁ ମମତା.ଜେଜେ ଓ ଜେଜେମାଙ୍କ ଆଖିରୁ ଗଙ୍ଗା ଯମୁନା ବୋଲ ମାନୁନଥିଲା ଏ ଖୁସିରେ.ପ୍ରକାଶଙ୍କ କୋଳରେ ଥାଇ ମିନୁ କହୁଥିଲା ମୋ ମାଆ ପ୍ରୀତି ମତେ ସତକଥା କହିଥିଲେ କି ମୋ ବାପା ଜେଜେ ଓ ଜେଜେମାଆଙ୍କୁ ନେଇକି ଫେରିବେ. ସମସ୍ତେ ଏକସ୍ୱରରେ କହୁଥିଲେ ଜୟ ଶ୍ରୀରାମ ।


Rate this content
Log in

Similar oriya story from Classics