Sucharita Sena

Fantasy Others

4  

Sucharita Sena

Fantasy Others

ନିଆରା ପ୍ରେମ

ନିଆରା ପ୍ରେମ

5 mins
310


ସମୁଦ୍ରର ନୀଳ ଜଳରାଶିକୁ ଚାହିଁ ରହିଛନ୍ତି "ଷ୍ଟିପେନ୍"| ଖୁବ୍ ରହସ୍ୟମୟ ଏ ସମୁଦ୍ର | କେଉଁଠି ଆରମ୍ଭ ଓ କେଉଁଠି ଏହାର ଅନ୍ତ | ଦୂର ଦିଗବଳୟକୁ ଚାହିଁଲେ ଲାଗୁଛି ଯେପରି ଗଗନ ଓ ସମୁଦ୍ର ଆଲିଙ୍ଗନରତ | ବୋଟ୍ ଟି ଦୋଳାୟମାନ ଓ ତା'ସହ ଷ୍ଟିପେନ୍ ବି | ଅନେକଦିନତଳୁ ଘରୁ ବାହାରି ଥିଲେ ଗୋଟେ ବଡ ଜାହାଜର ସବାରୀରେ | କିନ୍ତୁ ଦୁର୍ଭାଗ୍ୟ ବଶତଃ ସମୁଦ୍ରରରେ ଅତ୍ୟନ୍ତ ବଡ ତୋଫାନର ସମ୍ମୁଖୀନ ହେବା ପରେ ଜାହାଜ ଓ ଜାହାଜର ଲୋକମାନଙ୍କ ଠିକଣା କାହା ପାଖରେ ନାହିଁ | ଷ୍ଟିପେନଙ୍କ ପାଖରେ କେବଳ ଏ ଛୋଟ ବୋଟ୍ ଟି | ସେ ଯୀଶୁଙ୍କୁ ଅନେକ ଧନ୍ୟବାଦ ଦେଉଥାନ୍ତି ଜୀବିତ ଥିବାରୁ | ବୋଟଟି ଆପେ ଆପେ ପବନର ଗତି ସହ ପ୍ରବାହିତ ହେଉଛି | ଷ୍ଟିପେନ୍ ନିଜେ ବି ଜାଣି ନାହାନ୍ତି କୁଆଡେ ଯିବେ ଓ କୁଆଡେ ଯାଉଛନ୍ତି । ଏବେ ସବୁସେଇ ପରମେଶ୍ୱରଙ୍କ ଇଚ୍ଛା । ସେହି ହେଉଛନ୍ତି ସବୁର ସୃଷ୍ଟିକର୍ତ୍ତା |

ଷ୍ଟିପେନ୍, ଏକୋଇଶି ବର୍ଷର ଜଣେ ଖ୍ରୀଷ୍ଟିଆନ ଯୁବକ | ଜୀବନରେ ସବୁକିଛି ହରାଇବା ପରେ, ନିଜକୁ ଦୁନିଆ ଠାରୁ ଦୂରେଇ ରଖିବା ପାଇଁ ଘର ଛାଡିବାର ନିଷ୍ପତ୍ତି ତାଙ୍କୁ ଆଜି ମହଙ୍ଗା ପଡୁଛି | ଯେଉଁଠି ରହିଲେ ବି ତାଙ୍କର ଚିହ୍ନା, ଜଣା ଲୋକମାନେ ଖୋଜିନେବେ । ସେଥିପାଇଁ ସେ ସବୁଠାରୁ ଉପଯୁକ୍ତ ଜାଗା ପାଣିଜାହାଜକୁ ବାଛିଥିଲେ | କାରଣ ସେ ଆଗରୁ କେବେ ଏପରି ଯାତ୍ରାରେ ବାହାରି ନଥିଲେ |

ସମୁଦ୍ରତଟ ଦେଶରେ ଯେତିକି ଦୁଷ୍ଟ ଏ ସମୁଦ୍ର, ଭିତର ଅଂଶ ସେତିକି ଚୁପ | ସମୁଦ୍ର ମଝିରେ ନା ଥାଏ ଢେଉ ନା ଥାଏ ଜୁଆର | ଏକଦମ ଚୁପ୍ | ସେଦିନ ସେ କାଳରାତ୍ରର ତୋଫାନ ଠାରୁ ନିଜକୁ ରକ୍ଷା କରିବା ପାଇଁ ଏ ବୋଟକୁ ଜାହାଜତଳକୁ ରସି ଲଗାଇ ଖସାଉଥାନ୍ତି ଜାହାଜର କର୍ମଚାରୀ । ମୁଁ ଡ଼ରିକି ନିଜକୁ ବଞ୍ଚାଇବାକୁ ତା ଉପରକୁ କୁଦିଥିଲି | ଦେଖୁ ଦେଖୁ ବଡ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ରୂପେ ବୁଡିଗଲା | କିଏ କୁଆଡେ ଗଲେ ଜଣା ନାହିଁ | ଖାଲି ମୁଁ ନୁହେଁ ମୋ ସହ ଆହୁରି ଚାରିଜଣ ଥିଲେ ସେ ବୋଟରେ କିନ୍ତୁ ସେମାନେ ବେଶୀ ଦିନ ବଞ୍ଚି ପାରିଲେନି |

ବୋଟ୍ ଭିତରେ କିଛିଦିନ ପାଇଁ ମହଜୂତ ଥିବା ଖାଦ୍ୟ ଓ ପାଣି ସବୁ ସମାପ୍ତ ହୋଇଗଲା | ସୂର୍ଯ୍ୟକିରଣ ଏତେ ତୀବ୍ର ଥିଲା ତଣ୍ଟି ଶୁଖିଯାଉଥିଲା | କୁହାଯାଏ, ସମୁଦ୍ରରେ ଏତେ ପାଣି ଥାଇ ବି ଶୋଷ ମେଣ୍ଟେନି | ତାହା ମୁଁ ଆଜି ଅନୁଭବ କରୁଛି |

ଅତ୍ୟଧିକ ତୃଷ୍ଣାରେ ମୋ'ସହ ପଥିକ ଚାରିଜଣ ନିଜକୁ ଅଟକାଇ ପାରିଲେନି, ସମୁଦ୍ରର ଲୁଣିଆ ଜଳକୁ ଢକ ଢକ ପିଇବାକୁ ଲାଗିଲେ | ଶୋଷ କଣ କେବେ ଲୁଣି ପାଣିରେ ମିଟେ | ଧୀରେ ଧୀରେ ସେମାନଙ୍କ ଦେହ କୁଣ୍ଡେଇ ହେବାରେ ଲାଗିଲା | ଆଖି ଆଗରେ ଭ୍ରମ ସୃଷ୍ଟି ହେଲା | ନିଜକୁ ନିଜେ ଖଣ୍ଡିଆ ଖାବରା କରିବାରେ ଲାଗିଗଲେ |ଯେପରି ଲାଗିଲା ସମସ୍ତେ ମାନସିକ ଭାରସାମ୍ୟ ହରାଉଛନ୍ତି | ମୁଁ ସେମାନଙ୍କ ଠାରୁ ନିଜକୁ ଲୁଚାଇ ରଖିଲା ଭଳି ବୋଟର ପାଲ ଭିତରେ ପଶି ରହିଲି | ରାତିର କାକର ଯେତିକି ପାଲ ଉପରେ ପଡୁଥାଏ ମୁଁ ସେତିକି ପିଉଥାଏ | ସେମାନେ ଏପରି ଭାବରେ ଵା ଆଉ କେତେ ଦିନ ବଞ୍ଚିଥାନ୍ତେ ? ଜଣେ ପରେ ଜଣେ ଆଖି ବୁଜିଲେ | ପରମେଶ୍ୱର ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ |

ସମୁଦ୍ରରକୁ ମୁଁ ଏବେ ଜାଣିଲିନି, ଆଉ ଡର ଲାଗୁନି | ଡରିବି ବା କାହିଁକି, ଯାହା ହେବାର ଥିବ ହେବ | ମା' ମତେ ବହୁତ ଥର ବାଇବେଲ ପଡ଼ିବାକୁ ଦେଇଛନ୍ତି | ମୁଁ ପଢିଛି...... "ପୃଥିବୀ ଯେତବେଳେ ଶୂନ୍ୟ ଥିଲା, କିଛିବି ନଥିଲା, ସେତବେଳେ ଜଳଭାଗ ଉପରେ ଖାଲି ଅନ୍ଧକାର ଘୋଡେଇ ଥିଲା ଓ ପରମେଶ୍ୱରଙ୍କ ଆତ୍ମା ଏ ଜଳଭାଗ ଉପରେ ବ୍ୟାପ୍ତ ଥିଲା | ତେଣୁ ଯେଉଁଠି ପ୍ରଥମେ ପରମେଶ୍ୱର ଥିଲେ, ମୁଁ ସେଇଠି ଡରିବାର କଣ ଅଛି | ଏଇ ଜଳରୁ ହିଁ ସବୁର ସୃଷ୍ଟି କରିଥିଲେ ସେ ପରମେଶ୍ୱର, ...... ଏ ଦିନ, ରାତି, ପୃଥିବୀ, ସୂର୍ଯ୍ୟ, ଏ ଗଛ, ପବନ............. | ଏମିତି ଭାବୁ ଭାବୁ ଷ୍ଟିପେନଙ୍କ ଆଖି ଲାଗିଯାଇଛି |

ଆଖି ଖୋଲିଲେ ଷ୍ଟିପେନ୍ | ସେ କଣ କେଉଁ ସ୍ୱପ୍ନରାଇଜରେ ଅଛନ୍ତି | ଆଖିକୁ ଆଉ ଥରେ ମଳିକି ଚାହିଁଲେ | କି ସୁନ୍ଦର ସ୍ଥାନ! ଲାଗୁଛି ସମୁଦ୍ର ମଝିରେ କୌଣସି ଟାପୁ | ଷ୍ଟିପେନ୍ ଖୁସିରେ ବୋଟଟିକୁ ଟାଣି ଟାଣି ଶୁଖିଲାକୁ ଆଣି ଉପରେ ପକାଇଲେ | ଏତେ ଦିନ ପରେ ସ୍ଥଳଭାଗରେ ଠିଆ ହୋଇଛନ୍ତି | ସେ ଲୋଟି ଗଲେ ତଳେ । ହାତ ଗୋଡ଼କୁ ଲମ୍ବେଇ ଶୋଇପଡିଲେ ସେ ବାଲି ଉପରେ | ଓଃ କି ଶାନ୍ତି ! ନୀଳ ଆକାଶରେ ଭାସି ବୁଲୁଥିବା ବଉଦ ଗୁଡିକ ତାଙ୍କୁ କେତେବେଳେ ଘୋଡା ଭଳି ତ, କେତବଳେ ସୁନ୍ଦର ଫୁଲ ଭଳି ଦେଖା ଯାଉଥାଏ | ଶରୀର ଦୁର୍ବଳ! ଅନେକ କଷ୍ଟରେ ବୋଟଟିକୁ ଟାଣିବା ପରେ ନିଜକୁ ଶକ୍ତିହୀନ ଭଳି ଅନୁଭବ କରୁଥାନ୍ତି | ଶାନ୍ତି ଓ ଆନନ୍ଦରେ କେତେବେଳେ ଆଖି ଲାଗିଯାଇଛି ଜଣାନାହିଁ ।

ଷ୍ଟିପେନ୍ ଉଠି ବସିଲେ । ସକାଳ ପହିଲି କିରଣ ବିଛେଇ ହୋଇ ପଡିଥାଏ | ସୂର୍ଯ୍ୟକିରଣରେ ସମ୍ମୁଖ ଜଳରାଶି ଯେପରି ଚକ୍ ଚକ୍ ଦୃଶ୍ୟମାନ ହେଉଥାଏ | ପାଖରେ ଗୋଟେ ସଢ଼େଇ ଖୋଳରେ କିଛି ପାଣି ଓ ପତ୍ରରେ ବିଭିନ୍ନ ପ୍ରକାର ଫଳ ପାଇଲେ । ଷ୍ଟିପେନ୍ ଏପଟ ସେପଟ ଚାହିଁଲେ କିଏ ରଖିଲା ? ତାହେଲେ ଏଠାରେ କଣ ଜନ ବସତି ଅଛି ? ଏତେ ଦିନର ଭୋକ ଓ ଶୋଷକୁ ଆଉ ଅଟକାଇ ପାରିଲେନି | ସେ ପାଣିକୁ ଏକାଥରେ ପିଇଗଲେ, କି ମଧୁର ପାଣି ! ଅନେକ ଦିନର ଅବଧିରେ ଏତେ ଖାଦ୍ୟ ଖାଇଥିବାରୁ ନିଜ ପେଟ ଫାଟିଗଲା ଭଳି ଅନୁଭବ କରୁଥାନ୍ତି | ଏଥର ତାଙ୍କ ଦେହରେ ବଳ ଆସି ସାରିଥାଏ | ଖାଦ୍ୟ ଦେଇଥିବା ଅଜ୍ଞାତ ଲୋକକୁ ଧନ୍ୟବାଦ ଦେବା ଆଶାରେ ଆଗକୁ ବଢିଲେ | କିନ୍ତୁ ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ପ୍ରକାର ଫୁଲଫଳ ଗଛ ବ୍ୟତିତ ଆଉ କାହାକୁ ନପାଇ ଫେରି ଆସିଲେ |ଷ୍ଟିପେନ୍ ଜାଣି ସାରିଥିଲେ କିଏ ତ ନିଶ୍ଚୟ ଏଠାରେ ଅଛି ଯିଏ ମତେ ଖାଦ୍ୟ ପାଣି ସବୁବେଳେ ଯୋଗାଉଛି | ଷ୍ଟିପେନ୍ ଅନେକ ଥର ଲୁଚି ରହି ଦେଖିବାକୁ ଚେଷ୍ଟା କଲେ କିନ୍ତୁ ବିଫଳ ହେଲେ | ଏପରିକି ପାଦଚିନ୍ନର ଛାପ ନଥିଲା କେଉଁଠି | ସବୁ ସେଇ ପରମେଶ୍ୱରଙ୍କ ଇଚ୍ଛା |

ଷ୍ଟିପେନ୍ ସେଦିନ ଜ୍ଵରରେ କମ୍ପୁଥାନ୍ତି | ଉଠିବାକୁ ଟିକେ ବି ବଳ ନାହିଁ । ମୁଣ୍ଡ ବୁଲାଇ ଦେଉଥାଏ | ଉଠିବାକୁ ଚେଷ୍ଟାକରି ମଧ୍ୟ ଧଡ଼ କରି ତଳେ ପଡିଗଲେ | କାହା ହାତର ସ୍ପର୍ଶରେ ଆଖି ଖୋଲି ଚାହିଁଲେ ଷ୍ଟିପେନ୍ | ପାଖରେ ଏପରି ଗୋଟେ ମୁହଁକୁ ଦେଖି ଚମକି ପଡିଲେ |

ମୁହଁ ଟି ନା ଥିଲା ମଣିଷ ନା ଥିଲା ପଶୁର | ସମ୍ପୂର୍ଣ୍ଣ ରଙ୍ଗହୀନ ଦେହ | ହାତରେ ଚାରୋଟି ଲେଖା ଆଙ୍ଗୁଠି | ମୁଣ୍ଡ ଉପରେ ଆଖି, ମୁହଁରେ ନାକ ବୋଲି କିଛିବି ନାହିଁ | ଛୋଟ ପାଟି | ଆଖିର ଡୋଳା ଦୁଇଟି ନୀଳ, ଆଖି ଉପରେ ପତା ନାହିଁ | କାନ ଦୁଇଟି ଉପର ତଳକୁ ହଲୁଥାଏ | କିନ୍ତୁ ଶରୀରର ଗଠନ ଠିକି ଜଣେ ଝିଅ ଭଳି ଥିଲା | ମୁହଁକୁ ଚାହିଁଲେ ଚଢେଇ ଭଳି ମୁଣ୍ଡକୁ ବଙ୍କା କରି ଅନାଉଥାଏ | ଷ୍ଟିପେନ୍ ଡରିଯାଇ ଦୂରକୁ ଘୁଞ୍ଚିଗଲେ | ସେ ଭିନ୍ନ ଜୀବଟି ପିଠିରେ ପର ଦୁଇଟି ବାହାରି ଫଡ ଫଡ ହେବାରେ ଲାଗିଲା ଓ ଉଡ଼ିଗଲା ସେଇ ଘଞ୍ଚଜଙ୍ଗଲ ଭିତରକୁ | ଷ୍ଟିପେନଙ୍କ ଛାତିଟା ଧଡ଼ ଧଡ଼ ହେଉଥାଏ | ଯାହାକୁ ଏତେଦିନ ଧରି ଖୋଜୁଥିଲେ ସେ ଆଜି ତାଙ୍କ ସମ୍ମୁଖରେ ଥାଇବି କିଛି ନକହି ଡରିଗଲେ ? ସେ କେତେ ନିରୀହ ଆଖିରେ ଚାହୁଁଥିଲା | ଆଜି ପର୍ଯନ୍ତ ସେ ତ ମତେ ଦେଖି ଡ଼ରିନି, ମୁଁ କଣ ପାଇଁ ଡରିଗଲି ? ନିଜକୁ ଦୋଷୀ ଭଳି ଅନୁଭବ କରୁଥିଲେ ଷ୍ଟିପେନ୍ ଓ ନିଜକୁ ପଚାରୁ ଥିଲେ ଅନେକ ପ୍ରଶ୍ନ ?

ଦେହ ଏବେ ପୁରା ସୁସ୍ଥ | ଷ୍ଟିପେନ୍ ଆଜି ମନସ୍ତ କଲେ ଯାହାବି ହୋଇଯାଉ ସେ ଯାଇ ଭୁଲୁ ମାଗିବେ । ଜଙ୍ଗଲ ଭିତରକୁ ଯାଇ ବଡ ପାଟିରେ ଡାକିବାକୁ ଲାଗିଲେ..... "ଶୁଭୁଚି ତୁମକୁ, ମତେ କ୍ଷମା କର।"

କିଛିବି ଉତ୍ତର ଅଥବା ଦେଖା ମିଳିଲାନି | ଅନେକ ଥର ଡାକିବା ଫଳରେ ଫେରି ଆସିଲେ ଷ୍ଟିପେନ୍ | ମନଦୁଃଖରେ ସମୁଦ୍ରକୂଳରେ ବସିଥାନ୍ତି | ଏତିକିବେଳେ ଉଡି ଆସିଲା ସେ ଜୀବଟି | ଷ୍ଟିପେନକୁ ବଢ଼ାଇ ଦେଲା ଫୁଲର ତୋଡ଼ ଟି | ଷ୍ଟିପେନ୍ ଅତ୍ୟଧିକ ଖୁସିରେ ତା ହାତରୁ ଫୁଲତୋଡ଼ାଟି ନେଇ ହାତକୁ ଚୁମି ଦେଲେ । ଓଃ କି ଥଣ୍ଡା ତା ଦେହ ! ସେ ଜୀବଟି ଭିତରୁ ପଶୁ ଭଳି ଗୁଡ଼ୁ ଗୁଡ଼ୁ ହେବାରେ ଲାଗିଲା | ଷ୍ଟିପେନ୍ ଜାଣି ସାରିଥିଲେ ସେ କୌଣସି ଭାଷା କହିବାକୁ ଅକ୍ଷମ |

କେବଳ ଇସାରା କରି ଦୁହିଁଙ୍କ ଭିତରେ ଭାବ ଆଦାନ-ପ୍ରଦାନ ହେବାର ଲାଗିଲା | ଷ୍ଟିପେନ୍ ତା ନାଆଁ ରଖିଲେ

"ଆଂନ୍ସି", ଯାହାର ଅର୍ଥ ଥିଲା ସବୁଠୁ ସୁନ୍ଦର |

ଷ୍ଟିପେନ୍ ରହିଗଲେ ସବୁଦିନ ପାଇଁ ଆଂନ୍ସି ପାଖରେ | ବାହାର ଦୁନିଆ ଠାରୁ ବହୁତ ଦୂରରେ | ପ୍ରେମ ଯେତେବେଳେ ହୁଏ ସେ କିଛି ବି ଦେଖେନି । ନା ଦେଖେ ରୂପ ନା ଦେଖେ ରଙ୍ଗ | ପରମେଶ୍ବରଙ୍କର ପ୍ରାଣୀମାନଙ୍କୁ ଏକ ସୁନ୍ଦର ଅବଦାନ ହେଉଛି ପ୍ରେମ |


Rate this content
Log in

Similar oriya story from Fantasy