STORYMIRROR

SUKANTA KHANDA

Children

3  

SUKANTA KHANDA

Children

ନାବିକ

ନାବିକ

1 min
178


ମୁଁ ଗୋଟିଏ ଡଙ୍ଗା। ନଦୀ,ହ୍ରଦ କି ସମୁଦ୍ରରେ ଭାସିବା ମୋର ଧର୍ମ ଓ କର୍ମ। ମୁଁ କିନ୍ତୁ ଏକୁଟିଆ କୁଆଡେ଼ ବି ଭାସିବା ଅସମ୍ଭବ। ମୋତେ ଭାସିବାକୁ ହେଲେ ଜଣେ ନାବିକ ଦରକାର। ମୁଁ ତ ଚିର ମୃତ ମୋର ଜୀବନ ଥିବାବେଳେ କେତେ କ'ଣ ସଂସାରକୁ ପ୍ରଦାନ କରୁଥିଲି। ଏବେ ମୁଁ ମୃତ ତ ମୋର ଜଣେ ନାବିକର ସାହାଯ୍ଯ ଓ ସହଯୋଗ ଦରକାର।

      ମୁଁ ଏପରି ଭାବନା ଭିତରେ ବୁଡି଼ ରହୁଥିବାବେଳେ ମୋତେ ତିଆରି କରି କର୍ମଜୀବୀ ଚାହିଁବାକୁ ଥିବା ନାବିକ ଆସି ପହଞ୍ଚିଗଲେ। ମୋତେ ହ୍ରଦକୁ ଠେଲି ଦେଇ ତାଙ୍କର ଆହୁଲାରେ କାତ ମାରିଲେ। ମୁଁ କେତେ ଖୁସି କି ମୃତ ହୋଇ ବି ଭରପୂର କାହାର ଉପକାରରେ ଆସୁଛି।

      ମୋର ଇଚ୍ଛା ଓ ଆଶାକୁ ସଫଳ କରିବା ପାଇଁ ନାବିକ ବି ନିଜର ବେଉସା ବଢେ଼ଇ ଦେଲେଣି। ପ୍ରତିଦିନ ନିଜର କର୍ମ ସମ୍ପାଦନ କରି ଭଲ ରୋଜଗାର କରି ମୋତେ ପୂଜା,ଆରାଧନା ଓ ପ୍ରାର୍ଥନା କଲେଣି। ଆଜି ମୁଁ ଏତେ ଖୁସି କି ନାବିକ ହିଁ ମୋର ଇଚ୍ଛା ଓ ଆଶାକୁ ସଫଳ ରୂପାୟନ ପ୍ରଦାନ କରୁଛନ୍ତି।

     ମୋର ଲକ୍ଷ୍ଯ ଓ ଉଦ୍ଦେଶ୍ଯ କ'ଣ ଅଛି ନାବିକ ହିଁ ବୁଝିଥାନ୍ତି ଓ ସତ୍ଯ,ଧର୍ମ ଓ କର୍ମରେ ଚାଲି ନିଜର ଜୀବନକୁ ଭରପୂର ଆନନ୍ଦ ନେଉଛନ୍ତି। 

    ଧନ୍ଯ ହେ ନାବିକ। ମୋର ତରଫରୁ ଆପଣଙ୍କୁ ଶୁଭେଚ୍ଛା,ଶୁଭକାମନା,ଧନ୍ଯବାଦ ଓ ପ୍ରଣାମ। ମୁଁ ମୁଣ୍ଡ ନୁଆଇଁ ଦେଲି ନାବିକଙ୍କୁ ଯିଏ ମୋର ଭାଗ୍ଯ ଓ ବିଧାତା ଅଟନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children