STORYMIRROR

Truptimayee Behera

Abstract Drama Romance

3  

Truptimayee Behera

Abstract Drama Romance

ମର୍ଣ୍ଣିଙ୍ଗ ୱାକ୍

ମର୍ଣ୍ଣିଙ୍ଗ ୱାକ୍

4 mins
308


     କଲିକତାକୁ ସିଫ୍ଟ୍ ହବା ପରଠୁ ଏଇ ମର୍ଣ୍ଣିଙ୍ଗ ୱାକ୍ ଟା ମୋର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇ ଯାଇଛି। ଏଟା ମର୍ଣ୍ଣିଙ୍ଗ ୱାକ୍ ତ ନୁହେଁ ମୋ ପାଇଁ ,ଏଟା ହଉଚି ଚା ପିଇବାର ବାହାନା ଆଉ ନିଜ ପ୍ରିୟ ଲୋକ ସହ ସମୟ ବିତେଇବାର କିଛି ଖୁସିର ମୁହୂର୍ତ୍ତ। 

 

    ପ୍ରତିଦିନ ଆଶୁକୁ ସ୍କୁଲ୍ ଛାଡିବା ପରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ବାହାରି ଯାଉ ୱାକ୍ ରେ। ପ୍ରତିଦିନ ଆଶୁର ସ୍କୁଲ୍ ଗାଡି ଆସେ 7ଟାରେ, ତାକୁ ସ୍କୁଲ୍ ଗାଡିରେ ବସେଇକି ମୁଁ ଆସେ ଘରକୁ। ମୋ ସ୍ୱାମୀ ଆଗ ବାହାରି ଯାନ୍ତି ଦୌଡି଼ବା କୁ, ଗୋଟେ ରାଉଣ୍ଡ୍ ଦୌଡି଼କି ଆସନ୍ତି। ମୁଁ ଘରକୁ ଆସି ଲାଗିପଡେ ବ୍ରେକଫାଷ୍ଟ୍ ଓ ଲଞ୍ଚ୍ ତିଆରି କରିବାରେ। ସେ ଅଫିସ୍ ଯିବା ଆଗରୁ ଖାଇବେ ଆଉ ଟିଫିନ୍ ନେଇକି ଯିବେ ବୋଲି। ମୁଁ ତା ପୂର୍ବରାତିରୁ କିଛି ପରିବା କାଟିକି ରେଡି କରିକି ରଖିଥାଏ, ରୋଷେଇ ଜଲଦି ହୋଇଯିବ ବୋଲି। ମୋ ସ୍ୱାମୀ ଦୌଡି଼କି ଆସିଲା ପରେ 7.30ରେ ମତେ ଡାକନ୍ତି ୱାକ୍ ରେ ଯିବାକୁ। (ସେ ମତେ ବହୁତ୍ ଥର କହିଛନ୍ତି ତାଙ୍କ ସହ ମିଶି ଦୌଡି଼ବାକୁ। କିଛି ଦିନ ଚେଷ୍ଟା କରିଥିଲି କିନ୍ତୁ ଦୌଡି଼ବାଟା ମୋ ଦ୍ୱାରା ହେଲାନି। ମୁଁ କହିଲି ତମେ ମତେ ସାଙ୍ଗରେ ୱାକ୍ ରେ ନେଇକି ଯିବ। ମୁଁ ୱାକ୍ କରିବି କିନ୍ତୁ ଦୌଡି଼ବିନି। ସେବେଠୁ ସେ ଦୌଡି଼କି ଆସିବା ପରେ ମତେ ସାଙ୍ଗରେ ନେଇକି ଯାନ୍ତି ୱାକ୍ ରେ।) 


    ମୁଁ ଅଧା ରୋଷେଇ ବନ୍ଦ କରିକି, ବ୍ୟାଗ୍ 2ଟା ସାଙ୍ଗରେ ନେଇ ବାହାରିଯାଏ, ତାଙ୍କ ସହିତ ୱାକ୍ ରେ 1.5କି.ମି. ଦୂରରେ ଥିବା ମାର୍କେଟ୍ କୁ। ସାଙ୍ଗ ହେଇ ଚାଲି ଚାଲି, କଥା ହେଇ ହେଇ ଯାଉ, ରାସ୍ତାରେ ବହୁତ୍ ଚିହ୍ନା ଲୋକ ବି ମିଳନ୍ତି, ଗୁଡ୍ ମର୍ଣ୍ଣିଙ୍ଗ ବି କୁହନ୍ତି ଆଉ ଆମେ ବି କହୁ ଗୁଡ୍ ମର୍ଣ୍ଣିଙ୍ଗ ଗୋଟେ ସ୍ମାଇଲ୍ ସହିତ । ଆଉ ୱାକ୍ ରୁ ଆସିଲା ବେଳକୁ ସତେଜ ପରିବା ବି ଯାହା ମିଳେ ସାଙ୍ଗରେ ନେଇକି ଆସୁ। ଖାଲି ପରିବା ତ ନୁହେଁ ଆମିଷ ଦିନରେ ମାଛ,ମାଂସ,ଅଣ୍ଡା,ଚିଙ୍ଗୁଡି଼ ଯାହା ମିଳିଲା ଆଣୁ। ଖିର, ପାଉରୁଟି,ଦହି,ଠାକୁର ପୂଜା ଫୁଲ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣୁ ନିଜ ଦରକାର ହିସାବରେ । ମୁଁ କିନ୍ତୁ ଯାଏ ଚା ପିଇବାକୁ ସେଇ ମାର୍କେଟ୍ କୁ। ଘର କାମ ବ୍ୟସ୍ତରେ ମୁଁ ଘରେ ସକାଳୁ ସକାଳୁ ନିଜ ପାଇଁ ଚା କରିକି ପିଇ ପାରେନି। ୱାକ୍ ରେ ଆସିଲେ ମତେ ଚା ପିଇବାକୁ ମିଳେ ସେଇ ମାର୍କେଟ୍ ରେ ଥିବା ଛୋଟ ଚା ଦୋକାନ୍ ରେ। ସେଇ ଦୋକାନ ରେ ମାଟିର କପ୍ ରେ ଚା ମିଳେ । ସେଇ ମାଟି କପ୍ ର ଚା କୁ ଏଠି ଭାଡେର୍ ଚା (ବଙ୍ଗାଳିରେ) କୁହନ୍ତି, ସେଟା ମୋର ପ୍ରିୟ। ମୁଁ ମାର୍କେଟ୍ ରେ ପହଞ୍ଚିଲା ମାନେ ଆଗେ ଯାଏ ସେଇ ଦୋକାନକୁ ଚା ପିଇବା ପାଇଁ, ଆଙ୍କୁ ମାଗେ 10ଟଙ୍କା ଦିଅ (ମୁଁ ଯାଣିକି ନିଏନି ପଇସା) ତାଙ୍କ ପଇସା ରେ ଚା ପିଇବି ବୋଲି । ମୁଁ ଚା ପିଇଲା ବେଳେ ସେ ପରିବା ପତ୍ର କିଣି ଦିଅନ୍ତି। ସେ ଦୋକାନି ବି ମତେ ଚିହ୍ନିଯାଇଛି। ମୁଁ ଗଲେ ଦୋକାନରେ ଭିଡ ଥିଲେ ଲାଇନ୍ ଲଗାଏ। ଚା ଦୋକାନି ମତେ ଦେଖିଲେ ସେଇ ଭିଡ ଭିତରୁ ଡାକିକି ଚା ଦିଏ, କୁହେ "ଭାବି ୟେ ଲିଜିଏ ଆପକି ଚାଏ"। ଖାଲି ଚା ତ ପିଏନି ମୁଁ ଜିରା ବିସ୍କୁଟ୍ ଖାଏ ତା ସହ। ସେ ଦୋକାନି ମନେ କରିକି ସେଇ ବିସ୍କୁଟ୍ ଦିଏ ଚା ସହ। ମୁଁ ପିଏ ବଡ ଭାଡ୍ ବାଲା କପ୍ ରେ ଚା, ଯୋଉଟା ଆଗରୁ ଥିଲା 5ଟଙ୍କା ଏବେ ବଢିକି ହେଇ ଯାଇଚି 7ଟଙ୍କା। ଆଉ ଜିରା ବିସ୍କୁଟ୍ ଟା 3ଟଙ୍କା। ଚା ଆଉ ବିସ୍କୁଟ୍ ମିଶେଇକି ମତେ ଦରକାର ପଡେ ପ୍ରତିଦିନ 10ଟଙ୍କା। ଦୋକାନି ମତେ ଚା ଦେଲା ବେଳକୁ ପାଖରେ ଥିବା ବେଞ୍ଚ୍ ରେ ଲୋକମାନେ ଜାଗା ଦେଇଦିଅନ୍ତି ବସିବାକୁ। ସେଇ ଦୋକାନ ଟା ଚା ପାଇଁ ଫେମସ୍। ସକାଳୁ ସକାଳୁ ବି ଭିଡ ଜମି ଥାଏ ଲୋକଙ୍କର ଚା ପିଇବା ପାଇଁ। ଲୋକ ସେଠି ଚା ପିଇ ପିଇ ଖଟି କରନ୍ତି। ବୟସ୍କ ଲୋକବି ଥାନ୍ତି,ତାଙ୍କ ନାତି ନାତୁଣୀଙ୍କ ସ୍କୁଲ୍ ଆଡ୍ମିସନ୍ ବିଷୟରେ ବି କଥା ହୁଅନ୍ତି। ତାଙ୍କ ଦେହ ଖରାପ ଅଛି କି ଭଲ ଅଛି ସେ ବିଷୟରେ ବି କଥା ହୁଅନ୍ତି। କୋଉ ଡ଼କ୍ଟର୍ ଙ୍କୁ ଦେଖେଇଲେ ଭଲ ହବବି ସେଠାରେ ଥିବା ଲୋକଙ୍କଠୁ ପରାମର୍ଶ ବି ନିଅନ୍ତି। ସ୍ତ୍ରୀ ଲୋକ ବହୁତ୍ କମ୍ ଥାନ୍ତି ସେ ଦୋକାନ ରେ। କିଏ ଗୋଟେ ଦୁଇଜଣ ଲେଡି଼ ଟିଚର୍ ବି ଆସନ୍ତି, ସ୍କୁଲ୍ ଯିବା ଆଗରୁ ରାସ୍ତାରେ ଚା ପିଇଦେଇକି ଯାନ୍ତି। କିଛି ଲୋକ ଆସନ୍ତି ତାଙ୍କ ଛୁଆକୁ ସ୍କୁଲ୍ ରେ ଛାଡିକି ଆସିକି ସେଇଠି ଚା ପିଇଦେଇକି ଯାନ୍ତି। ମୁଁ ଏଇସବୁ ଦେଖୁ ଦେଖୁ ମୋ ଚା ପିଇବା ବି ସରିଯାଏ। ମୁଁ ଚା ପିଇ ସାରିଲା ପରେ ଆଙ୍କର ପରିବା କିଣା ବି ହେଇଯାଏ। ସାଙ୍ଗ ହେଇକି ଆସିଲା ବେଳକୁ ଦିଟା ବ୍ୟାଗ୍ ଫୁଲ୍ ହୋଇ ଯାଇଥାଏ। ଇଏ ମତେ ବ୍ୟାଗ୍ ଧରିବାକୁ ଦିଅନ୍ତିନି। ମୁଁ ଜଦି ମାଗିବି ଦିଟା ବ୍ୟାଗ୍ ଧରିଚ ମତେ ଗୋଟେ ଦିଅ ଧରିବାକୁ, ସିଏ ଗୋଟେ ବ୍ୟାଗ୍ କୁ ହାଲୁକା କରିକି ମତେ ଦେବେ ଧରିବାକୁ। ସୋସାଇଟି ଗେଟ୍ ଭିତରେ ପସୁ ପସୁ ପୁଣି ଦେଖା ହେଇଯାନ୍ତି କିଛି ପଡୋଶୀ । ସେମାନେ ଅପେକ୍ଷା କରିଥାନ୍ତି ତାଙ୍କ ଛୁଆର ସ୍କୁଲ୍ ଗାଡି଼କୁ। ପୁଣି ସେଇଠି ଛିଡା ହେଇ ହେଇ ଦୁଇପଦ କଥା ହେଇଯାଉ। ପଚାରନ୍ତି ବି ପ୍ରତିଦିନ ବ୍ୟାଗ୍ ନେଇକି ୱାକ୍ ରେ ଯାଉଚ କ'ଣ ନେଇକି ଆସୁଚ ମାର୍କେଟ୍ ରୁ। ଆମେ ହସୁ, ଅଭ୍ୟାସ ତ ହେଇଯାଇଚି ପ୍ରତିଦିଧ ଯିବାର। ୱାକ୍ ରେ ନ ଗଲେ ଦିନଟା ଖାଲି ଖାଲି ଲାଗେ। ଘରେ ପହଞ୍ଚୁ ପହଞ୍ଚୁ ହେଇଯାଏ 8.20। ମୁଁ ପୁଣି ଲାଗିପଡେ ଅଧା ରୋଷେଇକୁ ପୁରା କରିବାରେ। ନଅଟା ଭିତରେ ରୋଷେଇ ସାରିଲେ ସେ ଖାଇକି ବାହାରିଯାନ୍ତି ଅଫିସ୍। 


   ମୁଁ ପୁଣି ଅପେକ୍ଷା କରେ ତା ପର ଦିନ ମର୍ଣ୍ଣିଙ୍ଗ ୱାକ୍ କୁ। ସେଇ 50 ମିନିଟ୍ ର ମର୍ଣ୍ଣିଙ୍ଗ ୱାକ୍ ଯୋଉଥିରେ ଦୁଇଜଣ କିଛି ଖୁସିର ମୁହୂର୍ତ୍ତ ବିତେଇବୁ। ଆଉ ମୋର ସେଇ ଭାଡେର୍ ଚା (ମାଟିର କପ ର ଚା) କୁ ।


 


Rate this content
Log in

Similar oriya story from Abstract