STORYMIRROR

shmitaa mohanty

Romance

4  

shmitaa mohanty

Romance

ମନାଲି ରେ ମନାଲି

ମନାଲି ରେ ମନାଲି

3 mins
396

ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ମୁକ୍ତି ପାଇବା ପାଇଁ ଆମେ ସାଙ୍ଗ ମାନେ ଖରାଦିନ ଛୁଟି କାଟିବାକୁ ମନାଲି ଯାଇ ଥିଲୁ।ମୋର ସବୁ ସାଙ୍ଗ ବିବାହିତ ଏକା ମୁଁ ଥିଲି ବାଡୁଅ ।ସମସ୍ତେ ମଜା କରି କରି ଗଲେ ।ଯେହେତୁ ମୁଁ କଳ୍ପନା, କବିତାର ପ୍ରେମିକ ମୁଁ ମୋ ଦୁନିଆ ରେ ହଜିଗଲି।ସେ ମନୋରମ ଦୃଶ୍ୟ ରାଜି ମୋ ମନକୁ ଆଲୋଡନ କରୁଥିଲା ଆଉ ମୁଁ ପାଗଳ ପରି ମୋ ଡାଏରୀ ଆଉ କଲମକୁ ବ୍ୟବହାର କରୁଥିଲି।ଟ୍ରେନରେ ଖୁବ ମଜାକରି ଦିଲ୍ଲୀ ରେ ପହଞ୍ଚିଲୁ,ସେଠାରୁ ଗୋଟେ ଗାଡି ଠିକ କରି ମନାଲି ବାହାରିଲୁ।୩ଟାରେ ବାହାରିଲୁ ପାହାଡିଆ ରାସ୍ତାରେ ଗାଡିରେ ବସି ତଳକୁ ଚାହିଁଲା ବେଳକୁ ଯେତିକି ସୁନ୍ଦର ଲାଗୁଥିଲା ସେତିକି ଡର ବି ଲାଗୁଥିଲା।ପ୍ରକୃତି ର ସୌନ୍ଦର୍ଯ୍ୟ ଉପଭୋଗ କରି କରି ରାସ୍ତାରେ କିଛି ବାଟ ଅନ୍ତରରେ ଚାଆ ପାନ କରି ପୁଣି ମନାଲି ଅଭିମୁଖେ ଚାଲିଲୁ।ଶେଷ ରେ କୁଲୁ ସହରର ନୀରବତା କୁ ଡେଇଁ ମନାଲି ରେ ଯାଇ ପହଞ୍ଚିଲୁ ସେତେବେଳକୁ ରାତି ପ୍ରାୟ ୧୨ଟା ବାଜିଲାଣି।ପୂର୍ବରୁ ହୋଟେଲ ବୁକ ହୋଇ ସାରିଥିଲା ଯେହେତୁ ଆମେ ଓଡ଼ିଆ ଆମର ଓଡ଼ିଆ ଖାଦ୍ୟ ମଧ୍ୟ ଅର୍ଡର ହୋଇ ଥିଲା।ସମସ୍ତେ ଆମେ ଥକି ଯାଇ ଥିଲୁ ,ସେତେବେଳେ ଖଟ ଛଡା ଆଉ କିଛି ଦେଖା ଯାଉ ନ ଥିଲା କିନ୍ତୁ ଆମର ଖାଦ୍ୟ ଆମ ପ୍ୟାକେଜ ରେ ଥିଲା ତେଣୁ ଆମେ ଫ୍ରେସ ହୋଇ ଆସିଲୁ ସମୟ ପ୍ରାୟ ୧ଟା ବାଜିଲାଣି ।ଏକାଠି ହୋଇ ଖାଇବାକୁ ବସିଲୁ ଆମକୁ ଖାଇବାକୁ ପରସୁଥିଲା ଗୋଟେ ସୁନ୍ଦର ତରୁଣୀ ।ସତେ ଯେମିତି ଭଗବାନ ତାକୁ ଗୋଟିଏ ଚାଉଳରେ ଗଢି ଛନ୍ତି ।ନିସଙ୍କୋଚରେ ସେ ତା କର୍ତ୍ତବ୍ୟ କରୁଥାଏ।ଆଉ ମୋତେ ମଧ୍ୟ ଚାହୁଁ ଥାଏ ।ସମସ୍ତେ ତା ଚାହିଁବାକୁ ଦେଖି ମୋତେ ଥଟ୍ଟା କରୁଥିଲେ।ଖାଇବା ସାରି ସମସ୍ତେ ନିଜ ନିଜ ରୁମକୁ ଚାଲି ଆସିଲୁ। କିଛି ସମୟପରେ ମୋ ରୁମର ବେଲ୍ ବାଜିଲା ମୁଁ ଡୋର୍ ଖୋଲି ଦେଖେ ତ ସେଇ ଝିଅ ଟି ହାତରେ ଗୋଟେ ପାଣି ଜଗ୍ ଧରି ଆସିଛି।ପାଣି ଦେଇ ସେ ତା ବାଟରେ ଚାଲି ଗଲା।ତାପରେ ଥକପ ଣ ଦୂର କରିବା ପାଇଁ ମୁଁ ଶୋଇ ପଡ଼ିଲି।ସମୟ ପ୍ରାୟ 7.30 ବେଲ୍ ବାଜିଲା ମୁଁ ଡୋର୍ ଖୋଲି ଦେଖେ ତ ସେଇ ଝିଅ ଟି ,ମୁଁ ଚମକି ପଡ଼ିଲି ଆଉ ପଚାରିଲି ଅନ୍ୟ ରୁମରେ ଚାଆ ଦେଇ ସାରିଲେଣି।ସେ ତା ଭାଷା ରେ କହିଲା ଅନ୍ୟ ମାନଙ୍କୁ ଅଲଗା ଲୋକ ଦେବେ। ମୁଁ କେବଳ ତୁମ ପାଇଁ ଆଣିଥିଲି।ତାପରେ ସେ ଚାଲିଗଲା ମୋତେ ଅସ୍ଥିର କରି।ମୁଁ ସତେ ଯେମିତି ଭୁଲି ଯାଇଥିଲି ମୋ ନିଜକୁ,ମୋ କଳ୍ପନା ଆଉ କବିତା ଭଳି ପ୍ରେମିକା ମାନଙ୍କୁ।ସମସ୍ତେ ବାହାରିଲେ ବରଫ ପାହାଡ ଉପରକୁ ମୁଁ ବି ଗଲି ହେଲେ ମୋ ମନ ଆସି ସେଇ ଝିଅ ଟି ପାଖରେ ସାଙ୍ଗ ମାନେ ଅନ୍ୟ ଯାଗା ସବୁ ବୁଲିଲେ ମୁଁ କିନ୍ତୁ ଚାଲି ଆସିଲି ବଜାରରେ କିଛି କିଣୁ କିଣୁ ନଜର ପଡିଲା ହଳେ ପାଉଜି ଉପରେ।ସତେଯେମିତି ସେ ମୋ ବାଟ ଚାହିଁ ବସିଥିଲା ମୁଁ ଆସୁ ଆସୁ ଭାରି ଖୁସି ହୋଇ ଗଲା ।ମୋତେ କହିଲା ବାବୁ,ଆପକେଲିଏ କୁଛ୍ ଲାୟି ଥି ,ତାପରେ ଆମେ ପାଖରେ ଥିବା ହିଡିମ୍ଵା ମନ୍ଦିର ଗଲୁ ।ତା ବିଷୟରେ ସବୁ ଜାଣିଲି।ତା ଅଜାଣତରେ ମୁଁ ତା ପାଦରେ ପାଉଜି ପିନ୍ଧାଇ ଦେଲି ସେ ବହୁତ ଖୁସି ହେଲା। ଆଉ ମୋତେ ଗୋଟେ ସ୍ଵେଟର ଦେଲା।ଏବଂ ତା ପ୍ରେମର ସ୍ଵୀକୃତି ଜଣାଇଲା।ଆମର ମନାଲି ରେ ୮ଦିନ ରହିବାର ଥିଲା ଫେରିବାକୁ ଆଉ ଦିଟେ ଅଛି।ମୁଁ ଜାଣିଲି ସେ ଝିଅ ଟିର ନାଁ ମନାଲି ଆମେ ଯେଉଁ ହୋଟେଲରେ ଥିଲୁ ତା ନାଁ ବି ଥିଲା ମନାଲି ଆଉ ସେ ସହର ନାଁ ବି ମନାଲି। ସେ ଦିନ ରାତିରେ ସେ ମୋ ରୁମକୁ ପାଣି ଆଣି ଆସିଲା ଏଣୁ ତେଣୁ ବହୁତ କଥା ହେଲା। ମୁଁ ତାକୁ ପଚାରିଲି ମୁଁ କାଲି ଫେରିଯିବି ତୁମେ ମୋ କଥା ମନେ ପକାଇବ ,ସେ କହିଲା ମନେ ତ ସେମାନଙ୍କୁ ପକାଯାଏ ଯେଉଁ ମାନଙ୍କୁ ଭୂଲାଯାଏ। ତମେ ତ ମୋ ହୃଦୟରେ ବସିଛ।ଏମିତି ଅନେକ କଥା ଭିତରେ ରାତି ଅନେକ ହେଇଗଲା ସେ ଯିବାକୁ ଚାହୁଁଥିଲା ମୁଁ କିନ୍ତୁ ରୋକିଦେଲି।ଆଉ ସେ ଛୋଟ ପିଲାଙ୍କ ଭଳି ମୋ ଛାତି ଉପରେ ଶୋଇ ପଡିଲା ମୁଁ ପ୍ରେମ କୁ ତାକୁ ଭେଟି ଦେଇ ଗୋଟେ ହାଲକା ଚୁମ୍ବନ ତା ମଥାରେ ଆଙ୍କି ଦେଲି।ସକାଳୁ ନିଦ ଭାଙ୍ଗିଲା ବେଳକୁ ସେ ନିଜ କୁ ମୋ ବାହୁ ବନ୍ଧନରେ ପାଇଲା ସେ କାନ୍ଦି ବାକୁ ଲାଗିଲା ନିଜ କୁ ବହୁତ ଗାଳି ଦେଲା ମୋତେ କହିଲା ବାବୁ ତୁମର କିଛି ଦୋଷ ନାହିଁ ମୁଁ ତୁମ ପାଖକୁ ଆସିଥିଲି ତମର କିଛି ଦୋଷ ନାହିଁ ।ମୁଁ ତାକୁ ସାନ୍ତ୍ବନା ଦେଇ କହିଲି ତମେ ମୋ ପ୍ରେମର ଅପମାନ କରନା ତମେ କାଲି ଯେମିତି ପବିତ୍ର ଥିଲ ଆଜି ବି ସେମିତି ପବିତ୍ର ଅଛ।ମୁଁ ତୁମକୁ ଭଲପାଏ ।ତୁମ ବିଶ୍ୱାସ କୁ କେମିତି ଭାଙ୍ଗି ଥାଆନ୍ତି। ତା ବାପା ଜଣେ ମଦ୍ୟପ ।ହୋଟେଲ ମାଲିକ ମଧ୍ୟ ତାକୁ ଖରାପ ଦୃଷ୍ଟିରେ ଦେଖେ। ସବୁକଥା ସାଙ୍ଗ ମାନଙ୍କ ସହିତ ଆଲୋଚନା କଲି। ସମୟ ଆମ ହାତରେ କମ୍ ଥିଲା ତା ବାପାକୁ ଡାକି ବୁଝା ବୁଝି କରି ପାଖ ମନ୍ଦିର ରେ ଆମ ବାହାଘର ହୋଇ ଗଲା।ଆଉ ଆମେ ସମସ୍ତେ ଫେରିଲୁ ।ସାଙ୍ଗ ମାନେ ଥଟ୍ଟା କରୁଥିଲେ ,ତୁ ଲାଭରେ ରହିଲୁ ଆମ ଥଟ୍ଟା ତାମସା ମନାଲି କିଛି ବୁଝି ପାରୁ ନ ଥିଲା କିନ୍ତୁ ସେ ବହୁତ ଖୁସି ଥିଲା ।ତାକୁ ଦେଖି ଲାଗୁଥିଲା ସତେ ଯେମିତି କେଉଁ ଅନାଦି କାଳରୁ ସେ ମୋ ବାଟ ଚାହିଁ ବସିଥିଲା।ସତରେ ପ୍ରେମ କେତେ ବେଳେ କେଉଁଠି ଅତର୍କିତ ଅବସ୍ଥାରେ ହୋଇ ଯାଏ ଯାଣି ହୁଏନି।ଆଉ ଗୋଟେ ନିଆରା ସମ୍ପର୍କରେ ବନ୍ଧା ହୋଇ ଯାଆନ୍ତି ଦୁଇଟି ଅଜଣା ଅଚିହ୍ନା ମଣିଷ ।ଆଉ ହଜିଯାଆନ୍ତି ନୀଳ ଗଗନର ଧୂଆଁଳିଆ ସ୍ଵପ୍ନରେ ଗଢିବାକୁ ତାଙ୍କର ସ୍ଵପ୍ନର ସୌଧ।କଣ କିଛି ଭୂଲ କହିଲି।


Rate this content
Log in

Similar oriya story from Romance