STORYMIRROR

shmitaa mohanty

Tragedy

3  

shmitaa mohanty

Tragedy

ଓମିକ୍ରନ

ଓମିକ୍ରନ

2 mins
119

ମାଳିକା କଥାକୁ ବିଚାର କଲେ ଜଣାପଡିବ ଏମିତି କିଛି ହେବ ଯାହା ଫଳରେ ବହୁତ ଲୋକ ଈହଧାମ ଛାଡିବେ।ଗତ ଦୁଇ ବର୍ଷ ହେଲା ଆମେ ସମସ୍ତେ କଷ୍ଟ ପାଉଛେ।ଯେତେବେଳେ ବଡଭାଇ ଆସିଲା କରୋନା ରୁପରେ କୋକୁଆ ଭୟ ସୃଷ୍ଟି କଲା।କେତେ ଛୋଟ ପିଲା ଅନାଥ ହେଲେ, କେତେ ନବ ବିବାହିତା ବିଧବା ହେଲେ ଆଉ କେତେ ମାଆ ସନ୍ତାନ ହରା ହେଲେ।ପରିସ୍ଥିତି ଏମିତି ହେଲା ଯେ କେହି କାହାକୁ ସ୍ପର୍ଶ କରିବା ପାଇଁ ମଧ୍ୟ ଡରିଗଲେ।ସ୍ପର୍ଶ ରେ ଗୋଟେ ମାଦକତା ଥାଏ, ମାନେ ନ ଥାଏ ତାହା କେବଳ ରୋମାନ୍ସ ରେ ଭରା ହୋଇ ଥିବ, ସେଥିରେ ସ୍ନେହ ମଧ୍ୟ ଥାଏ।କରୋନା ରେ ଦାସ ବାବୁଙ୍କ ବଡ ପୁଅ ଚାଲି ଗଲା ।ହେଲେ ତାଙ୍କ ପରିବାରର କେହି ତାଙ୍କ ପାଖକୁ ଗଲେ ନାହିଁ।

ସେ କଷ୍ଟ ସେମାନେ ଏ ଯାଏ ଭୁଲିି ପାରି ନାହାଁନ୍ତି।ମଝିରେ ପୁଣି ମଝିଆ ଭାଇ ଆସିଲା ଡେଲଟା ସମସ୍ତେ କହିଲେ ଏ ରୋଗ ଆମ ଆଡିକି ନାହିଁ ,କଥାରେ ଅଛି ଯାହା ପୁଅକୁ ସାପ କାମୁଡ଼ି ଥାଏ ତା ମାଆ ପାଳ ଦଉଡି ଦେଖିଲେ ଡରେ,ଠିକ ସେମିତି

ଦାସବାବୁଙ୍କ ସ୍ତ୍ରୀ କରୋନା ପର ଠାରୁ ସ୍ଥାଣୁ ପାଲଟି ଯାଇଛନ୍ତି।

ଡେଲଟାକଥା ଶୁଣି ନାତିକୁ ବିଭିନ୍ନ ପ୍ରକାର ଔଷଧ ଆଉ କାଢା ଦେଇ ଦେଲେ,ବାହାର ଲୋକ ମାନଙ୍କୁ ଘରଭିତରେ ପ୍ରବେଶ କରାଇଲେ ନାହିଁ।ଦିନେ ତାଙ୍କ ନାତି ଛାତ ପାହାଚରୁ ଖସିପଡିଲା ଆଉ ତା ପ୍ରାଣ ଚାଲିଗଲା।ଏ କଥାଟା ଘର ଲୋକ ମାନେ କେହି ସହଜରେ ବିଶ୍ବାସ କଲେ ନାହିଁ।ସତେ ଯେମିତି

ପ୍ରକୃତିର ବରାଦ ଅନ୍ୟ କିଛି ଥିଲା। ଅଭିଶପ୍ତ ଜୀବନ ଭଳି ପିଲାଟି ମଧ୍ୟ ଶେଷ ହୋଇ ଗଲା।ଶକ୍ତ ଧକ୍କା ପରେ ମଧ୍ୟ ସେମାନେ ଅପେକ୍ଷା କରିଛନ୍ତି,କାଳେ କିଛି ନୂଆ ଘଟଣା ଘଟିଯିବ।ଯେତେ ଚେଷ୍ଟା କଲେ ବି କିଛି ପରିବର୍ତ୍ତନ ହେଉନି।

ସେମାନେ ନିଜକୁ ବୁଝାଇ ସୁୁୁଝାଇ ରଖିଛନ୍ତି।ଆଉ ଯେତେବେଳେ ଓମିକ୍ରନ ଆସିଲା ସାନ ଭାଇ ସାଜି ସେତେବେଳେ ସେମାନେ ଆଉ ଚିନ୍ତା କଲେ ନାହିଁ, ପଚାରିବାରୁ କହିଲେ ଆଗରୁ ବି ଥଣ୍ଡା ଜର ହେଉଥିଲା 

ଏବେବି ହଉଛି ଫରକ ଏତିକି ଯେ ଏବେ ମିଡ଼ିଆ ଠାରୁ ଆରମ୍ଭ କରି ସାହି ପଡିିିଶା ପର୍ଯ୍ୟନ୍ତ ସମସ୍ତେ ଡରାଇ ଦେଉଛନ୍ତିି ।ଥଣ୍ଡା ଜ୍ବର ତ ଆଗରୁ ବି ହେଉଥିଲା ,ଫରକ ଏତିକି ଯେ ଏବେକାର ଥଣ୍ଡା ଜ୍ବର ନୈରାଶ୍ୟ ଭିତରକୁ ଟାଣି ନେଉଛି।ଓମିକ୍ରନ ପ୍ରଭାବରେ ଦାସବାବୁଙ୍କ ଘରେ ପୁଣି ଚିନ୍ତା ବଢିଗଲା। ଏବେ ତାଙ୍କ ଘରେ ସମସ୍ତେ ସଚେତନ।ସରକାରୀ ନିୟମ ସହିତ ଡାକ୍ତର ପରାମର୍ଶ ମାନି ଚଳୁଛନ୍ତି।ଯେତେ ପ୍ରକାର ଔଷଧ ସେବନ କଲେ।ଏଥରକ ଦାସବାବୁଙ୍କ ସ୍ତ୍ରୀ ଇହଲୀଳା ଛାଡି

ଚାଲିଗଲେ।ତାଙ୍କୁ ନା କରୋନା ,ନା ଡେଲଟା,ନା ଓମିକ୍ରନ କିଛି ବି ହୋଇ ନ ଥିଲା ବୟସ ହୋଇ ଥିବାରୁ ସ୍ବାଭାବିକ ମୃତ୍ୟୁ ହୋଇଥିଲା ,କିନ୍ତୁ ଏଥରକ ତାଙ୍କୁ ନା ମିଡ଼ିଆ, ନା ସରକାରୀ ଲୋକ କେହି ବି ଶାନ୍ତି ଦେଲେ ନାହିଁ।ଅଯଥା ଖର୍ଚ୍ଚାନ୍ତରେ ପକାଇ, ବଦନାମ କରି ,ତାଙ୍କୁ ବାସନ୍ଦ କରି ପ୍ରଚାର କଲେ ଯେ ସେ ଓମିକ୍ରନ ରେ ଆକ୍ରାନ୍ତ ଥିଲେ ଆଉ ମୃତ୍ୟୁ ବରଣ କଲେ।

ଯଦି ଆମେ ବାସ୍ତବ ପରିସ୍ଥିତି କୁ ଆଲୋଚନା କରିବା ତେବେ ସତରେ କିଛି ସ୍ଥାନରେ ଏମିତି ପରିସ୍ଥିତି ହେଉଛି।ଯୋଉଠି ପଦକ୍ଷେପ ନେବା ଉଚିତ ସେଠି ନିଆଯାଉନି।ଆଉ ଯୋଉଠି କିଛି ସତ୍ୟ ନାହିଁ ସେଠି ଧରପଗଡ ହେଉଛି।ଯାହା ଦ୍ବାରା ନିରୀହ ମଣିଷ ଗୁଡା ପେଶି ହେଉଛନ୍ତି।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya story from Tragedy