STORYMIRROR

shmitaa mohanty

Inspirational

4  

shmitaa mohanty

Inspirational

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
12

ଯେବେ ବର୍ଷା ଆସେ ଅବୁଝା ମନଟା ବୁଝି ଯାଏ 

ଅନ୍ତରର କୋହ ଟା ଧିରେ ଧିରେ ଶାନ୍ତ ପଡ଼ିଯାଏ 

ଅସରନ୍ତି ସ୍ଵପ୍ନ ଭରା ଆଖିରୁ ଲୁହଧାର ଛୁଟି ଆସେ

ହେଲେ, ଏ ସବୁ ଭିତରେ ମନ ଟା ଆନ୍ଦୋଳିତ ହୁଏ

ଆଉ କଲମ ମୋର ଖୋଜି ବସେ କାଗଜ ଟିଏ

ଯାହା ଛାତିରେ ସେ ଲେଖିହେବ ଏଣୁ ତେଣୁ ଶବ୍ଦ 

ସବୁ

ଆଉ ସେଗୁଡିକ ମିଶି ବନିଯିବ ଏକ ସୁନ୍ଦର କବିତାଟିଏ 

ସତରେ ଯେବେ ବର୍ଷା ଆସେ ମୟୁର ନାଚିଲା ପରି

କବି ର କଲମ ମଧ୍ଯ ନାଚି ଉଠେ,ଏକ ନୂଆ ରଚନା ର ଅନୁସନ୍ଧାନରେ 

ସାଧାରଣ ଜୀବନକୁ ବାଦ୍ ଦେଇ ସେ ହଜିଯାଏ

ଏକ ଅଦୃଶ୍ୟ ଦୁନିଆ ରେ

ଯେଉଁଠି କେବଳ କବିର ସୃଷ୍ଟି ଆଉ କବି 

ଏକାଠି ହେଇ ଯାଆନ୍ତି।

ଆଉ ନୂଆ ଇତିହାସ ରଚନା କରି ଆତ୍ମସମୀକ୍ଷା 

କରି ଥାଆନ୍ତି।

ବାସ୍ତବ ଦୁନିଆର କଳୁଷତାକୁ ଭୂଲି ସେ

ସ୍ଵପ୍ନ ଦୁନିଆରେ ହଜିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational