Smita Mohanty

Tragedy

3  

Smita Mohanty

Tragedy

ବୁଝାବଣା

ବୁଝାବଣା

2 mins
202


ପାଞ୍ଚ ଆଙ୍ଗୁଠି ସମାନ ନୁହେଁ । ସେହିପରି ପ୍ରତ୍ୟେକ ମଣିଷର ମନ ମଧ୍ୟ ସମାନ ନୁହେଁ, ସେମିତି ସବୁବେଳେ ସବୁ ମଣିଷ ବୁଝି ବିଚାରି ସବୁ କଲେ ବି ବେଳେ ବେଳେ ବୁଝାବଣାର ଟିକେ ଅଭାବ ରହିଗଲେ ଜୀବନ ଯାତ୍ରାରେ ବିଘ୍ନ ସୃଷ୍ଟି ହୋଇ ଥାଏ।ସେଦିନ ସେମିତି ଟିକେ ବୁଝାବଣାର ଅଭାବ ରହିଯିବାରୁ ଗୋଟେ ସୁଖି ପରିବାର ଭାଙ୍ଗି ଯାଇଥିଲା।ରବି ଆଉ ଶଶି ଦୁହେଁ ପ୍ରେମବିବାହ କରିଥିଲେ।ବାହାଘର ତାଙ୍କର ଆଠ ବର୍ଷ ହୋଇ ଗଲାଣି ,ପୁଅ ମଧ୍ୟ ସାତ ବର୍ଷର ।ସବୁଦିନ ପରି ରବି ଅଫିସରୁ ଫେରିବା ବାଟରେ ସୀମା ସେଦିନ ଭେଟ ହୋଇଗଲା। ତା ସହିତ କଥା ହୋଇ ତାକୁ ଗାଡିରେ ବସାଇ ଆଣିଲା ବେଳକୁ ଶଶି ତାଙ୍କୁ ଦେଖି ଦେଲା।ରବି ଶଶିଙ୍କୁ ବହୁତ ଭଲ ପାଆନ୍ତି ।ସୀମା ରବିର ଜଣେ ଭଲ ବାନ୍ଧବୀ । ହେଲେ ନାରୀ ମନ କିଏ ବା ବୁଝାଇ ପାରିବ। ସୀମା ଆଉ ରବିର ମିଳାମିଶା ଶଶିଙ୍କର ହଜମ ହୁଏନା ସହଜେ ତ ସ୍ତ୍ରୀ ,ତେଣୁ ସବୁବେଳେ ସେ ଚାହାଁନ୍ତି ରବି ତାଙ୍କ ବ୍ୟତିତ ଆଉ କାହା ସହିତ କଥା ନ ହୁଅନ୍ତୁ। ସୀମା କିନ୍ତୁ ଏ ସବୁ କଥାକୁ ଖରାପ ଭାବନ୍ତି ନାହିଁ।କାରଣ ତା ମନ ପବିତ୍ର। ସୀମା ଆଉ ରବି ସମ୍ପର୍କକୁ ନେଇ ଶଶି ଆଉ ରବି ଭିତରେ ବହୁତ ଥର ଝଗଡା ହୋଇଛି। ରବି ଯେତେ ବୁଝାଇଲେ ବି ଶଶି ବୁଝିନାହାଁନ୍ତି। ଆଉ ସେଦିନ କଥାଟା ସହିବାର ବାହାରେ ଥିଲା।ଅଫିସରୁ ଫେରି ରବି ଦେଖିଲେ ଶଶି ଶୋଇଛନ୍ତି। ପୁଅ ବାହାରେ ଖେଳୁଛି। ରବି ଶଶିଙ୍କୁ ଡାକିଛନ୍ତି,ହେଲେ ସେ ଶୁଣି ନାହାଁନ୍ତି।ଘର ଅନ୍ଧାର ଥିବାରୁ ରବି ଜାଣିବି ପାରିଲେ ନାହିଁ ଯେ ପ୍ରକୃତରେ ଶଶିଙ୍କର ହୋଇଛି କଣ।

ଲାଇଟ ଜଳାଇ ରବି ଦେଖିଲେ ହେଲେ ଶଶି ଆଉ ନ ଥିଲେ, ତାଙ୍କ ହାତରେ ଗୋଟେ ଚିଠି ଥିଲା, ଯେଉଁଥିରେ ଲେଖା ଥିଲା ,"ମୁଁ ତୁମକୁ ବହୁତ ଭଲ ପାଏ, ତମର ଛୋଟ ଛୋଟ ଖୁସି ଜଗି ତମ ମୁହଁରେ ଟିକେ ହସ ଦେଖିବାକୁ ମୋର ଭାରି ଇଛା। ମୁଁ ଜାଣେନା ମୋ ରାଗ ଅଭିମାନ କେତେ ଦୂର ଠିକ୍,ହେଲେ ଏତିକି ଜାଣିଛି ତୁମର ଭଲପାଇବା ମୋ ଛଡା ଆଉ କାହା ପାଇଁ ନୁହେଁ। ମୋର ଆରମ୍ଭ ଆଉ ଶେଷ କେବଳ ତୁମେ।ତୁମେ ଯୋଉଦିନ ଗୋଟେ ବାହାର ଝିଅ ପାଇଁ ମୋ ଉପରେ ହାତ ଉଠାଇଲ ମୁଁ ସେହିଦିନ ତୁମ ପାଇଁ ମରିଯାଇଥିଲି। ଏ ଚିଠି ପଢିଲା ପରେ ତୁମର ମାନସିକତା କଣ ହେବ ମୁଁ ଜାଣେନା।ଯଦି ବଞ୍ଚିବି ତେବେ କେମିତି ତମକୁ ସାମନା କରିବି ତାହା ଜାଣିନି। ଆଉ ଯଦି ମରିଯାଏ ତେବେ ମୋତେ ଭୁଲ୍ ବୁଝିବନି,ଆମ ପୁଅର ଯତ୍ନ ନେବ।ଶେଷ ବେଳକୁ ଏତିକି କହିବି ମୁଁ ତୁମ ବିନା ବଞ୍ଚିବା ଜାଣିନି।ଯଦି ଭୁଲ ଥାଏ କ୍ଷମା କରିବ।ଚିଠି ପଢି 

ରବି ଚୁପ୍ ହୋଇ ଯାଇଥିଲେ। ସେ ବୁଝି ପାରୁନଥିଲେ କଣ କରିବେ। କଥାଟା ସବୁଆଡ଼େ ବ୍ୟାପିଗଲା। ସମସ୍ତେ କହିଲେ ଭଲପାଇବାର କଣ ମୂଲ୍ୟ ରହିଲା। ଆଉ ଜଣକୁ ଭଲପାଇ ସ୍ତ୍ରୀ କୁ ମାରିଦେଲା।ଏମିତି ଆହୁରି ଅନେକ କଥା ସେ କଥା ସବୁ ରବି ମଧ୍ୟ ସହି ପାରିଲେ ନାହିଁ ସେ ବି ଚାହିଁଲେ ଶଶି ପାଖକୁ ଯିବାକୁ। ପୁଅକୁ ତା ଜେଜେ ବୋଉଙ୍କ ଦାୟିତ୍ୱ ଦେଇ ରବି ମଧ୍ୟ ଆତ୍ମହତ୍ୟା କଲେ। ସେ ଭାବିଲେ ନାହିଁ ଯେ ପିଲାର କଣ

ହେବ। ଏମିତି ଛୋଟ ଛୋଟ ବୁଝାବଣାର ଅଭାବ ରହିଲେ ସବୁ ଭୁଲ୍ ହିଁ ହୋଇ ଯାଏ।


Rate this content
Log in

Similar oriya story from Tragedy