STORYMIRROR

shmitaa mohanty

Tragedy

3  

shmitaa mohanty

Tragedy

ଦୋଛକି

ଦୋଛକି

2 mins
204

ପନ୍ଦର ବର୍ଷର ପ୍ରେମକୁ ଭୁଲିଯିବା ଏତେ ସହଜ ନୁହେଁ।ସରୋଜ ଆଜି ଜୀବନର ଦୋଛକିରେ ଠିଆ ହୋଇ ପଛ କଥାକୁ ମନେ ପକାଉଛି ଭାବୁଛି ,ଯଦି ଟିକେ ସାହସ କରି ଥାଆନ୍ତା ତେବେ ତା ଜୀବନରେ ଶୁଧା ଏ ଯାଏ ବି ଥାଆନ୍ତା।ପେପରରେ ଦେଖିଲା ଶୁଧାର ଆଜି ଏକାଦଶାହ ,ସରୋଜ କାହାକୁ କହି ପାରିଲାନାହିଁ କେବଳ ପଛ କଥାକୁ ଭାବି ଭାବି ,ସମସ୍ତଙ୍କୁ ଲୁଚାଇ କାନ୍ଦୁ ଥିଲେ।ଶୁଧା ଗୋଟେ ଧନୀ ପରିବାରର ଝିଅ।ଆଉ ସରୋଜ ଜଣେ ଅନାଥ।ଦୁହେଁ ଏକାଠି ପାଠ ପଢୁଥିଲେ।ସରୋଜ ପାଠରେ ଭଲ ଆଉ ଶୁଧା ଅନ୍ୟ ସବୁ ଗୁଣରେ ଶ୍ରେଷ୍ଠ। ଧୀରେ ଧୀରେ ଶୁଧା ଆଉ ସରୋଜର ବନ୍ଧୁତା ତାପରେ ବନ୍ଧୁତା ପ୍ରେମ।ସବୁ ଠିକ୍ ଠାକ୍ ଚାଲିଥିଲା।କଲେଜ ଇଲେକସନ ରେ ଶୁଧା ନୋମିନେସନ କଲା ଲଢିବା ପାଇଁ ତାକୁ ତା ବାପା ବାଧ୍ୟ କଲେ କାରଣ ଶୁଧାର ବାପା ଜଣେ ବିଧାୟକ ଥିଲେ।ଶୁଧା ବାପାଙ୍କ କଥା ନ କାଟି କଲେଜ ଭୋଟ ପାଇଁ ରାଜି ହୋଇ ଗଲା।ସରୋଜ ଶୁଧାକୁ ବହୁତ ବୁଝାଇଛି,ନିଜ ପ୍ରେମ ର ଦ୍ବାହି ମଧ୍ୟ ଦେଇଛି ହେଲେ ଶୁଧା ଶୁଣି ନାହିଁ।ସେ ତା ବାପା ଙ୍କ ସମ୍ମାନ କୁ ତଳେ ପକାଇନି।ଆଗକୁ ଆଗକୁ ସେମିତି ସେ ବଢି ଚାଲିଛି।ସବୁ କ୍ଷେତ୍ରରେ ସଫଳତା ବି ପାଇଛି।ହେଲେ ସରୋଜକୁ ପ୍ରେମର ଅସଫଳ ଦୁନିଆରେ ଛାଡି ଦେଇଛି।ଶୁଧା କେବେ ପଛକୁ ଫେରି ଚାହିଁନି କିନ୍ତୁ ସରୋଜ କେବେ ଶୁଧାକୁ ଭୁଲି ପାରିନି।ସେ ଅନାଥ ତେଣୁ ସେ ସବୁବେଳେ ଭାବୁଥିଲା ଶୁଧାକୁ ନେଇ ଗୋଟେ ସୁନ୍ଦର ପରିବାର ଗଢିବ ହେଲେ ନିୟତିର 

ବରାଦ କିଛି ଅଲଗା ଥିଲା।ସରୋଜ ଗୋଟେ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।ଆଉ ଶୁଧା ବର୍ତ୍ତମାନ ର ବିଧାୟିକା।ଶୁଧା ବି ଆଉ ବାହାହୋଇନି ଏଥିପାଇଁ ନୁହେଁ ଯେ ସେ ସରୋଜ କୁ ଭଲ ପାଉଥିଲା ବରଙ୍ଗ୍ ଏଥିପାଇଁ ଯେ ତା ରାଜନୈତିକ ଜୀବନକୁ ଖରାପ କରିବାକୁ ଚାହୁଁ ନ ଥିଲା।ଆଜି କୁ ପ୍ରାୟ ୨୦ ବର୍ଷ ହେଲା ଶୁଧା ର ରାଜନୀତି ,ତା ବିଷୟରେ ସରୋଜ ସବୁବେଳେ ଖବରକାଗଜରେ ପଢେ ,ହେଲେ କେବେ ସାହାସ କରି କାହାକୁ କହି ପାରିନି ଯେ ସେ ଶୁଧାକୁ ଭଲ ପାଉଥିଲା ବୋଲି।ବିରୋଧୀ ଦଳର ଷଡଯନ୍ତ୍ର ର ଶିକାର ହୋଇ ଶୁଧାର ମୃତ୍ୟୁ ହୋଇଛି।ସରୋଜ ଭାବୁଛି ଯଦି ମୁଁ ସାହାସ କରି ଶୁଧା ଆଉ ମୋ ସମ୍ପର୍କ କଥା ଶୁଧାର ପରିବାରରେ ଜଣାଇଥାଆନ୍ତି,କିମ୍ବା ଶୁଧାକୁ ବାଧ୍ୟ କରି ଥାଆନ୍ତି ତେବେ ଶୁଧା ଆଜି ଜୀବିତ ଥାଆନ୍ତା । ମୋ ପ୍ରେମକୁ ଶୁଧା ବୁଝି ନ ପାରି ମୋତେ ଜୀବନର ଦୋଛକିରେ ଏକା ଛାଡି ଦେଇ ଚାଲିଗଲା।ମୁଁ ତାକୁ ବହୁତ ଭଲପାଉଥିଲି ,ସେଥିପାଇଁ ତ ତା ବିନା ଆଉ କାହାକୁ ଆପଣାର କରି ପାରିଲି ନାହିଁ।ଅଥଚ ଶୁଧା ମୋ ପ୍ରେମ ଆଉ ବଳିଦାନ କୁ ବୁଝି ପାରିଲାନାହିଁ।ମୁଁ ଅନାଥ ହୋଇ ଜନ୍ମ ହୋଇ ଥିଲି ସେଇ ଅନାଥ ହୋଇ ମରିବି।ଶୁଧା ମୋତେ ନ ମିଳିଲା ନାହିଁ ଅନ୍ତତଃ ତା ଉପସ୍ଥିତି ମୋତେ ଖୁସି ଦେଉଥିଲା।ବଞ୍ଚିବାକୁ ଖୋରାକ ଯୋଗାଉଥିଲା।ଏବେ ଏସବୁ ହେବନାହିଁ।ମୁଁ ସାରା ଜୀବନ ଛଟପଟ ହୋଇ ମୋ ଯନ୍ତ୍ରଣା କାହାକୁ କହି ପାରିବିନି।ସତରେ ପ୍ରେମ କେତେବେଳେ କାହାକୁ କେମିତିଆ।ଦୋଛକିରେ ଛିଡା କରାଇଦିଏ ତାହା କେହି କହି ପାରିବେ ନାହିଁ।ସରୋଜ ଏବେ ଏକା।ଅତୀତରେ ଶୁଧା ଦେଇ ଥିବା ଚିଠି ସବୁକୁ ବାରମ୍ବାର ପଢୁଛନ୍ତି ଆଉ ଚେଷ୍ଟା କରୁଛନ୍ତି ସେ ଶବ୍ଦ ଭିତରେ ଶୁଧାକୁ ଟିକିଏ କୋଳେଇ ନେବେ ଆଉ ଚାଲିଯିବେ କେଉଁ ଏକ ଅଜଣା ରାଇଜ କୁ ଯୋଉଠି କେହି ତାଙ୍କୁ ଜାଣି ନ ଥିବେ।ସେଠି କେବଳ ସରୋଜ ଆଉ ଶୁଧା,ନ ଥିବ କିଛି ପ୍ରେମରେ ବାଧା,ଜଣେ କୃଷ୍ଣ ସାଜିଲେ ଆଉ ଜଣେ ସାଜିବ ତା ଜୀବନ ଯାତ୍ରାର ରାଧା।



Rate this content
Log in

Similar oriya story from Tragedy