STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

ମହାମନ୍ତ୍ର ଉପାଖ୍ୟାନ

ମହାମନ୍ତ୍ର ଉପାଖ୍ୟାନ

2 mins
293


ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ, ମଦଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ l ( ମୁଁ ବୈକୁଣ୍ଠରେ କିମ୍ବା ଯୋଗୀମାନଙ୍କ ହୃଦୟରେ ନାହିଁ, ମାତ୍ର ମୋ ଭକ୍ତମାନେ ଯେଉଁଠି ମୋ ନାମ କୀର୍ତ୍ତନ କରନ୍ତି ମୁଁ ସେହିଠାରେ ସୁକ୍ଷ୍ମ ଶରୀରରେ ଥାଏ )


     ଅର୍ଥାତ ଭଗବାନ ବିଷ୍ଣୁ ସଂସାରର ସୃଷ୍ଟି ଏବଂ ପାଳନ କର୍ତ୍ତା l ସତ୍ୟ ତ୍ରେତୟା ଦ୍ୱାପର କଳି l ଉକ୍ତ ଚାରି ଯୁଗରେ ସେ ଅବତାର ନେଇ ଜନ ସମାଜକୁ ଅକାଳ ମରଣ ଦୈବୀ ଦୁର୍ବିବାକ କବଳରୁ ରକ୍ଷା କରି ଆସିଥିଲେ l କିନ୍ତୁ କଳିଯୁଗ ଏକ ନିପାତନ ସିଦ୍ଧ ଯୁଗ l ଏହି ଯୁଗରେ ମନୁଷ୍ୟସମାଜ ବିଜ୍ଞାନ ଓ ଜଡ଼ବାଦ କବଳରେ ବଶୀଭୁତ ହୋଇ ସନାତନ ଧର୍ମ ଅନ୍ତର୍ଗତ ଯଜ୍ଞ ହୋମ, ବିଧିବଦ୍ଧ ଦେବାର୍ଚ୍ଚନା କର୍ମ ସମ୍ପାଦନା ନିମିତ୍ତ ପର୍ଯ୍ୟାପ୍ତ ସମୟ ଲାଭ କରି ପାରିବେ ନାହିଁ l ସୁତରାଂ ଯେହେତୁ ସେ ସର୍ବଶକ୍ତିମାନ ଅନ୍ତର୍ଯ୍ୟାମୀ, ପୃଥିବୀରେ ଯୁଗ ସୃଷ୍ଟି ପୂର୍ବରୁ କଳିଯୁଗୀୟ ମଣିଷ ସମାଜର ମନସ୍ତତ୍ତ୍ୱ ଜାଣିପାରିଥିଲେ ତେଣୁ ସେ ଭବିଷ୍ୟତ ଦୃଷ୍ଟି ରଖି ଶ୍ରୀମଦ ଭାଗବତରେ, ଦିବାନିଶି ନାମଗାନ କରୁଥିବା ତାଙ୍କର ସର୍ବଶ୍ରେଷ୍ଠ ଭକ୍ତ ମହର୍ଷି ନାରଦଙ୍କୁ,କଳିଯୁଗର ଏହି ଗୁଢ଼ ତତ୍ତ୍ୱକୁ ଦେବ ଭାଷା ସଂସ୍କୃତରେ ବୟାନ କରିଥିଲେ l ନାମ କୀର୍ତ୍ତନ ଚଳିତ ଯୁଗର ଏକ ମାତ୍ର ସହଜ ଉପାୟ ଯେଉଁ ମାଧ୍ୟମରେ ଅତି ଶୀଘ୍ର ଈଶ୍ବରଙ୍କୁ ସନ୍ତୁଷ୍ଟ କରି ମାନବ ସମାଜ ତାଙ୍କର କରୁଣା ଲାଭ କରିପାରିବ |


    ନାରଦ ମହର୍ଷି ପୁନଶ୍ଚ ଶ୍ରୀ ବିଷ୍ଣୁଙ୍କୁ ପଚାରିଲେ, " ହେ ବିଷ୍ଣୁ! କଳିଯୁଗ ର ଅଧିବାସୀମାନଙ୍କ ପାଇଁ ବିନା ପ୍ରଣବରେ କେଉଁ ନାମ ସଂକୀର୍ତ୍ତନ ଈଶ୍ୱର ପ୍ରାପ୍ତି ଅର୍ଥାତ ଆଧ୍ୟାତ୍ମିକ ଜୀବନ ଲାଭ ପାଇଁ ଆଶୁ ଫଳପ୍ରଦ? ଉତ୍ତରରେ ଭଗବାନ ବିଷ୍ଣୁ କହିଲେ," ସେଇଟି ହେଉଛି କଳିଯୁଗର ମହାମନ୍ତ୍ର ଯେଉଁଥିରେ ଆଦୌ ପ୍ରଣବ ନାହିଁ | ଯଥା:- "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ହରେ ହରେ " ଏହି ମହାମନ୍ତ୍ରକୁ ଯେ କୌଣସି ବିଶ୍ୱବାସୀ ଯଦି ପ୍ରତିଦିନ ଭକ୍ତିପୁତ ପ୍ରାଣରେ ତାଳି ମାରି ଗାନ କରିବେ ତେବେ ବିନା ପୂଜାପାଠ ବା ବୈଦିକ କର୍ମରେ ଆଧ୍ୟାତ୍ମିକ ଜୀବନ ଲାଭ କରି ପାରିବେ | ଏହା ଏକ ସାର୍ବଜନୀନ ଭକ୍ତି ଯୋଗ

ଏବଂ କଳିଯୁଗର ଅସତ ପ୍ରଭାବରୁ ରକ୍ଷା କବଚ ତଥା ମୁକ୍ତି ପ୍ରାପ୍ତି ନିମିତ୍ତ ପ୍ରକୃଷ୍ଟ ମାଧ୍ୟମ l ସେଥିପାଇଁ କଳିଯୁଗରେ ଉତ୍କଳ ରାଜ୍ୟସ୍ଥ ଶ୍ରୀକ୍ଷେତ୍ର ପୁରୀ ଧାମରେ ଆମ୍ଭେ ବିକଳାଙ୍ଗ ରୂପରେ ଅବସ୍ଥାନ କରିବୁ ଆଉ ଆମ୍ଭ ଆନନ୍ଦ ବଜାରରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ର ବସି ମହାପ୍ରସାଦ ସେବନ କରି ପାରିବେ | ଆମ୍ଭର ମନ୍ଦିର ଅର୍ଥାତ ଘର ଗୋଟିଏ ବିଶ୍ୱ ପ୍ରେମର ଜ୍ୱଳନ୍ତ ଉଦାହରଣ ଯେଉଁଠି ଚିରାଚରିତ ବୈଦିକ ତତ୍ତ୍ୱର କିଞ୍ଚିତ ବ୍ୟତିକ୍ରମ ଅର୍ଥାତ ନିର୍ବିକାର ଚିତ୍ତରେ ମହାର୍ଦ୍ଧକୁ କେହି ଉଚ୍ଚିଷ୍ଟ ନ ଭାବି ସେବନ କରନ୍ତି l ଆଚଣ୍ଡାଳ ବ୍ରାହ୍ମଣ ଗୋଟିଏ ପତ୍ରରେ ଖାଇ ଆତ୍ମିକ ଶାନ୍ତି ଲାଭ କରିଥାନ୍ତି l ଯେକୌଣସି ବ୍ୟକ୍ତି ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଅଇଁଠା ବିନା ଦ୍ଵିଧାରେ ଭୁଞ୍ଜି ଥାନ୍ତି| ଆମ୍ଭର ଆନନ୍ଦ ବଜାର ପୃଥିବୀର ସବୁଠାରୁ ବଡ଼ ଭୋଜନାଳୟ |"


      ମହାପ୍ରଭୁଙ୍କ ଏତାଦୃଶ ବାଣୀରେ ମହର୍ଷି ତଥା ଆଜୀବନ ବ୍ରହ୍ମଚାରୀ ନାରଦ ସନ୍ତୁଷ୍ଟ ହେଲେ ଏବଂ ବୀଣା ବାଦନ କରି "ନାରାୟଣ ନାରାୟଣ " ରଟି ବୈକୁଣ୍ଠପୁରୀରୁ ପ୍ରସ୍ଥାନ କରିଥିଲେ |


      ନୀଳାଦ୍ରୌ ଶଙ୍ଖ ମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରଂ ସମ୍ପୃକ୍ତଂ ଚାଗ୍ରଜେନଂ, ଭଦ୍ରାୟା ବାମ ପାର୍ଶ୍ୱ୍ୱେ ରଥଚରଣଯୁଥଂ ବ୍ରହ୍ମ ରୁଦ୍ରେନ୍ଦ୍ରବର୍ଣ୍ଣଂ ଦେବାନାଂ ସାରମେଶଂ ସ୍ୱଜନ ପରିବୃତଂ ବ୍ରହ୍ମ ଦାରୁଂ ଭଜେହଂ |


 -       ----ଓଁ ଶ୍ରୀ ଜଗନ୍ନାଥାୟ ନମଃ ------





       



       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics