ମେଘ ମେଘମହ୍ଲାର
ମେଘ ମେଘମହ୍ଲାର
ସେଦିନ ରାତିରେ ବାବା ଭଜନା ନନ୍ଦ ଜି ଭଜନ ଗାଇ ଗାଇ ବୁଲି ବୁଲି ହସି ହସି ଗାଆଁ ସାଇ ପଡ଼ିଶାରେ ପ୍ରବେଶ କରିବା ସମୟରେ ଲୋକ ବାକ ମାନେ ତାଙ୍କୁ ଧର୍ମଗୁରୁ ଭାବେ ନେତୃତ୍ଵ ନେବାର ସମ୍ଭାବନା ରହିଛି ବୋଲି ଆଶା କରି ଜୀବନେ ପବିତ୍ର ଉତ୍ସାହ ପ୍ରଦାନକାରୀ ବ୍ୟବସ୍ଥାକୁ ଆଗେଇ ନେବା ନିମନ୍ତେ ସେଠାକୁ ଅତିଥିଭାବେ ଯୋଗଦେଇ ଗ୍ରାମସଭା ଦ୍ବାରା ଅନୁପ୍ରାଣିତ ମନମୋହନ ସଂଗୀତ ପୁରବୀ ପରିବେଷଣ ପୂର୍ବକ ପୂଜା ପାଠ ଆୟୋଜନ ହୋଇଥାଏ ।
ନିଜ ସୁଲଳିତ କଣ୍ଠରେ ସ୍ୱର ସଂଯୋଜନା ତାଳେ ତାଳେ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ଉପରେ ଏକ ସୁନ୍ଦର ଭଜନଗାଇଲେ ସେଠାରେ ବାବା ଭଜନା ନନ୍ଦ ।ସମବେତ ଭକ୍ତଗଣ ଶୁଣିବାକୁ ଆଶାୟୀ ଲୋକ ଓ ଶ୍ରୋତା ସଭିଙ୍କକରତାଳି ମାଧ୍ୟମରେ ପରିବେଶ ମୁଖରିତ ହେଇ ଉଠିଲା ।ତତ୍ପରେ ବାବାଙ୍କୁ ପୁଣି କେତେ ଜଣ ଲୋକ ମେଘ ମହ୍ଲାର ରାଗ ତାଳ ଦେଇ ଏକ ସଂଗୀତ ଗାଇବା ପାଇଁ କହିଲେ । ଲୋକ ଧାରଣା ମେଘ ମାହ୍ଲାର ସ୍ୱରରେ ସଂଗୀତ ଗାନ ଝଙ୍କୃତ ଦ୍ୱାରା ବର୍ଷା ଅଭାବରୁ
ଶୁଷ୍କ ଜଳବାୟୁରେ ସଙ୍ଗେ ସଙ୍ଗେ ପ୍ରଚୁର ଜଳ ବର୍ଷା ହେବା ସହିତ କ୍ରମେ ଧୀରେ ଧୀରେ ମରୁଡି ଓ ଅନାବୃଷ୍ଟି ପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସମ୍ଭବ ହେଇ ଥାଏ । ବାବା ବୋଇଲେ ଆରେ ବେଟା ମାନେ ଆମେ ହେଲୁ ଆଶ୍ରମ ବାସୀ । ଆମ ଏ କଳି କାଳରେ ଆଜି ଆଉ ମହିମା ବା କରାମତି କାହିଁ ଯେ ଆମେ ବୃଷ୍ଟି କରାଇବୁ ।ଆମ୍ଭେ ଆମର ଆଶ୍ରମରେ ଥାଇ ଈଶ୍ୱର ଆଜ୍ଞା ପାଲନ କରୁ ।
ଆମେ ଏ ସବୁ ଅବସ୍ତବ୍ ବିଧି ବିଧାନ ବା ବ୍ୟବସ୍ଥାକୁ ମାନୁ ନାହିଁ ।ସବୁ କ୍ଷେତ୍ରରେ ଆରେ ଆଶ୍ରମକୁ ଓ ଆଶ୍ରମ ପରିବେଷ କୁ ସୁସ୍ଥ ସୁବାସିତ ରଖିବାକୁ ଯଜ୍ଞ ଓ ହୋମ ପୂଜାପାଠ ପରି ଅନେକ ଦିବ୍ୟ ଅନୁଷ୍ଠ।ନ ର ଆୟୋଜନ ରେ ରତ ହେଇ ଥାଉ । ତୁମ ମାନଙ୍କୁ ଏଭଳି ଧାରଣା କିଏ ଦେଲା ପାଚାରିଲେ । ଅନ୍ଧବିଶ୍ୱାସବଶଵର୍ତ୍ତି
ଜନତା ମରୁଡି ପ୍ରଭାବିତ କାଳରେ ବହୁ ଦୁଃଖ କଷ୍ଟ ସହ୍ୟ କରି ଦୁର୍ଦ୍ଦଶା ପୂର୍ଣ୍ଣ ଜୀବନ ହେତୁ ଅସ୍ତବ୍ୟସ୍ତ ହୋଇ ପଡ଼ି ରହିଥିଲେ ।
ମିଥ୍ୟା ଧାରଣା ର ପୂରଣ ନ ହେବାରୁ ଲୋକ ବାକ ମାନେ ରାଗି ପାଚି ଲାଲ ହୋଇ ଗଲେ । ବାବା ଓ ତାଙ୍କ ଚେଲା ଚାମଚା ମାନ ଙ୍କୁ
ମାରିବାକୁ ଗୋଡାଇଲେ , ବାବା କିନ୍ତୁ ପ୍ରାଣ ବିକଳରେ ଧାଉଁଥିବା ବେଳେ ଅଜାଣତରେ କେଉଁ ଏକ ଖାଲ ରେ ଗଳି ପଡ଼ଲେ । ସେହିଠାରେ ଦୀର୍ଘ ଦିନ ଧରି ପଡ଼ିବା ପରେ ଭୋକ ଉପାସରେ ସମୟ ଅତିବାହିତ କରିବା ସମୟରେ ପ୍ରାଣ ହରାଇଲେ । ଅନ୍ୟ ଚେଲା ମାନେ ମଠକୁ ପଳାଇ ଆସିବା ପରେ ଅୟସ ରେ କାଳ ଯାପନ କରୁଥିଲେ ।