Sabitri Mohapatra

Abstract Drama Thriller

3.6  

Sabitri Mohapatra

Abstract Drama Thriller

ମଧ୍ୟାହ୍ନ

ମଧ୍ୟାହ୍ନ

3 mins
397


ଉଦୁଉଦିଆ ଖରାବେଳଟା,କୋଇଲିଟି ଆମ୍ବ ଡାଳରେ ବସି କୁହୁ କୁହୁ ଗାଇ ଚାଲିଛି । ହଠାତ୍ କ୍ରିଂ କ୍ରିଂ ହୋଇ କଲିଂବେଲ୍ ଟା ବାଜି ଉଠିଲା ମିତାଦେବୀଙ୍କର । ମିତାଦେବୀ ଶୋଇରହିଥାନ୍ତି । କାଲିଠାରୁ ମୁଣ୍ଡ ଟା ବହୁତଜୋରରେ ବିନ୍ଧାହଉଛି । କାରଣ କିଛି ଜଣାପଡୁନି କି କୌଣସି ଔଷଧ କାମ କରୁନି । ତଥାପି କାଲି ରୁଦ୍ରବାବୁ ମାନେ ତାଙ୍କ ସ୍ୱାମୀ ଯାଇ ବିମଳ,ତାଙ୍କ ଦୂର ସଂପର୍କୀୟ ଦିଅରଙ୍କ ଠାରୁ କିଛି ଔଷଧ ଆଣି ଦେବାରୁ ଟିକେ ଭଲ ଲାଗୁଥିଲା । ରୁଦ୍ରବାବୁ କଲେଜରେ ଅଧ୍ୟାପକ । ସେ ଏବେ କଲେଜ୍ କୁ ଯାଇଛନ୍ତି, ତାଙ୍କର ତ ଆସିବା ବେଳ ହୋଇନି,କିଏ ବେଲ୍ ଚିପିଲା ? ବୋଧହୁଏ ଆଜି ଜଲଦି ଫେରି  ଆସିଛନ୍ତି, "ମୋର ଦେହ ଭଲ ନାହିଁ ବୋଲି "। ଏହା ଭାବି ସେ ଆଖି ବନ୍ଦ କରି ଶୋଇରହିଲେ । ଘରର ଚାକର ପିଲାଟି ରୋଷେଇବାସ ସାରି ରୋଷେଇ ଘର ସଫା କରୁଛି ।


ଆଖି ବନ୍ଦ କରି ମିତାଦେବୀ ପଡି ରହିଥିବା ବେଳେ ହଠାତ୍ ଆଖି ଖୋଲିଲା ବେଳକୁ ଦେଖିଲେ ବିମଳ ବାବୁ ତାଙ୍କ ସାମନାରେ ଚେୟାର ପକାଇ ବସିରହି ତାଙ୍କୁ ନିରୀକ୍ଷଣ କରୁଛନ୍ତି । ମିତାଦେବୀ ଶୋଇବା ଅବସ୍ଥାରେ ଥିବାରୁ ତାଙ୍କର ଲୁଗାପଟା ଇତସ୍ତତଃ ଅବସ୍ଥାରେ ଥିଲା । ନିଦ ଭାଙ୍ଗିବାକ୍ଷଣି ବିମଳବାବୁ ଙ୍କୁ ଦେଖି ଅପ୍ରସ୍ଥୁତହୋଇଗଲେ । ବିମଳ ବାବୁ କହିଲେ ଦେହ କେମିତି ଅଛି ଭାଉଜ ? ବେସ୍ତ ହବାର କିଛି ନାହିଁ । ମୁଁ ଏପଟେ ଯାଉଥିଲି ତ,ପଶିଆସିଲି ଟିକେ ଦେହ କଥା ପଚାରିବାକୁ । ମିତାଦେବୀଙ୍କୁ କିନ୍ତୁ ବିମଳ ବାବୁ ଙ୍କ ଆସିବାଟା,ଆସି କିଛି ନଜଣାଇ ଏମିତି ବେଡ୍ ରୁମ୍ ରେ ବସିବାଟା କିଛି ଠିକ୍ ଲାଗିଲାନି । ବଦ୍ରିବାବୁ ଏପର୍ଯ୍ୟନ୍ତ କଲେଜରୁ ଫେରି ନାହାଁନ୍ତି । ଡେରି ରେ ଫେରିବେ ବୋଲି କହିଥିଲେ ।ଟିକେ ସର୍ବତ ଆଣି ଦେ ବୋଲିମିତାଦେବୀ ଚାକରପିଲା ରାମୁ କୁ କହିଲେ ।ରାମୁ ଦହି ସର୍ବତ କରି ଆଣି ବିମଳ ବାବୁ ଙ୍କୁ ଦେଲା । ଦେହ କେମିତି ଅଛି ବୋଲି ପଚାରି ସାଙ୍ଗରେ ଆଣିଥିବା ମେଡିସିନ ଦେଇ ବିମଳ ବାବୁ ଚାଲିଗଲେ ।


ମିତାଦେବୀଙ୍କ ମନରେ ଟିକେ ବିଭ୍ରାନ୍ତ ସୃଷ୍ଟି ହେବାକୁ ଲାଗିଲା । ବିମଳ ର ହଠାତ୍ ଅବେଳରେ ଆସିବା,ବେଡ୍ ରୁମ୍ ରେ ଶୋଇବା ଅବସ୍ଥା ରେ ବସି ନିରୀକ୍ଷଣ କରିବା ,ତାଙ୍କୁ ଟିକେ ଅଜବ ଲାଗିଲା  । ସେଦିନ ରୁଦ୍ରବାବୁ ଙ୍କୁ ଏ ବିଷୟରେ କହିବେ କହିବେ ବୋଲି ଭାବି କିଛି କହିପାରିଲେନି । ତା ପରଦିନ ଠିକ୍ ସେତିକିବେଳେ କଲିଂବେଲ୍ ର କ୍ରିଂ କ୍ରିଂ ଶଦ୍ଦ ଶୁଭିବାକୁ ଲାଗିଲା ।କିଏ ହୋଇପାରେ ବୋଲି ମିତାଦେବୀ ଭାବିବାକୁ ଲାଗିଲେ । ଆଜି ତ ରୁଦ୍ରବାବୁ କଲେଜର ଫଙ୍କସନ ସାରି ଡେରିରେ ଆସିବେ ବୋଲି କହିଥିଲେ । ତେଣୁ କିଏ ଆସିଲା  ଭାବିଲା ବେଳକୁ ପୁନର୍ବାର ବିମଳ ବାବୁ ଙ୍କ ଆଗମନ ତାଙ୍କୁ ଚକିତ କରିଦେଲା । କେମିତି ଲାଗୁଛି ଭାଉଜ କହି ମୁଣ୍ଡ ରେ ହାତଦେଇ ମୁଣ୍ଡ ଚିପିବାକୁ ଆରମ୍ଭ କରିଦେଲେ ବିମଳ ବାବୁ । ଆରେ ଏ କ'ଣ କରୁଛ ବିମଳ ? ମୋ ମୁଣ୍ଡ କିଛି ହଉନି ,ମୁଁ ବେଶ୍ ଭଲ ଅଛି । ବିମଳ ବାବୁ କହିଲେ--ମୁଁ ଏପଟେ ଯାଉଥିଲି ତ ,ଦେଖିଲି ଭାଇଙ୍କ ଗାଡି ଟି ବାହାରେ ନାହିଁ ।ବୋଧେ ଭାଇ କଲେଜରୁ ଫେରି ନାହାଁନ୍ତି  । ଭାବିଲି ଭାଉଜଙ୍କ କଥା ଟିକେ ବୁଝିଦେଇ ଯିବି । ମିତାଦେବୀ କହିଲେ ହଁ! ମୋତେ ଆଜି ଟିକେ ଭଲ ଲାଗୁଛି ।ଔଷଧ ବୋଧେ କାମ ଦେଇଛି । ଭାଇଙ୍କ ଆସିବାବେଳତ ହୋଇଗଲାଣି। ସେ ଆସୁଥିବେ ବୋଧେ । ରାମୁକୁ ଟିକେ ସର୍ବତ ଆଣିବାକୁ ମିତାଦେବୀ କହିଲେ । ନା ! ସେସବୁ କିଛି ଦରକାର ନାହିଁ । ମୁଁ ଚାଲିଲି କହି ଯିବାକୁ ବାହାରିଲେ ବିମଳ ବାବୁ ।


ମିତାଦେବୀଙ୍କର ମୁଣ୍ଡ ଖରାପ । ଏ ବିମଳ ଟା ବାରମ୍ବାର ଆସିବା , ମୁଣ୍ଡ ଚିପିବା ଏସବୁ କ'ଣ କରୁଛି ? ତା ମନ ଭିତରେ କ'ଣ ସବୁ ଚାଲିଛି ? ସେ କିଛି ବୁଝିପାରିଲେନି । ହଁ! ଆଜି ନିଶ୍ଚୟ ସେ ରୁଦ୍ରବାବୁ ଙ୍କୁ ଏସବୁ ବିଷୟରେ କହିବେ ଭାବି ଆଖି ବନ୍ଦ କରି ଶୋଇବାକୁ ଆରମ୍ଭ କଲେ । ରୁଦ୍ରବାବୁ ମଧ୍ୟ କିଛି ସମୟ ବ୍ଯବଧାନ ରେ କଲେଜରୁ ଫେରି ଖାଇପିଇ ବିଶ୍ରାମ ନେବାକୁ ଆର ରୁମ୍ କୁ

 ଚାଲିଗଲେ । ତାଙ୍କର କ୍ଳାନ୍ତ ଶରୀରକୁ ଡନ୍ଲପ ର କୋମଳ ଗଦି ଉପରେ ଲୋଟାଇ ଦେଲେ । ତାଙ୍କର ଏ ହାଲିଆପଣ ଦେଖି ମିତାଦେବୀକିଛି  କହିବାକୁ ସାହସ କଲେନି । କାହିଁକି ଏସବୁ କହି ତାଙ୍କୁ ବିଚଳିତ କରେଇବେ ?ସକାଳ ପ୍ରହରୁ ଯାଇଥିଲେ ଯେ ଏବେ ଫେରୁଛନ୍ତି । ଥାଉ,ସେସବୁ କିଛି କହି ତାଙ୍କୁ ଟେନସନ୍ ବଢେଇବେନି ବୋଲି ଭାବିଲେ ।ଏଥର ମିତାଦେବୀ ଭି ଶୋଇବାକୁ ଆରମ୍ଭ କଲେ ।


ତା ପରଦିନ ର ଘଟଣା । କଲେଜ ଫଙ୍କସନ ସରି ଯାଇଛି ,ରୁଦ୍ରବାବୁ ଙ୍କ କଲେଜ୍ ଛୁଟି । ତେଣୁ ଘରେ ଖାଇପିଇ ମଜା ରେ ଶୋଇବାର ଦିନ ଆଜି । ମିତାଦେବୀଙ୍କ ଦେହ ମଧ୍ୟ ଟିକେ ଟିକେ ଭଲ ହେବାକୁ ଲାଗିଲାଣି । ରୁଦ୍ରବାବୁ ଶୋଇବାକୁ ବହୁତ ଭଲ ପାଆନ୍ତି । ଶୋଇବାକୁ ଟିକେ ସୁଯୋଗ ମିଳିଲେ ସେ ବହୁତ ସମୟ ଶୋଇଯାନ୍ତି ।ତେଣୁ ସେ ଖାଇପିଇ ମଜାରେ ଶୋଇବାକୁ ଯାଇଛନ୍ତି, ଏପଟେ ମିତାଦେବୀ ବହି ଖଣ୍ଡେ ଧରି ପଢି ପଢି ପାଖ ରୁମ୍ ରେ ଶୋଇଯାଇଛନ୍ତି ।ଆଜି ତାଙ୍କୁ ପୁରାପୁରି ଭଲ ଲାଗୁଛି କହିଲେ ଚଳେ ।


ମାତ୍ର ସେହି କଲିଂବେଲ୍ ର ଶଦ୍ଦ ପୁନର୍ବାର କାନରେ ବାଜି ଉଠିଲା । ରାମୁ ଯାଇ କବାଟ ଖୋଲିଲା ।ମିତାଦେବୀଙ୍କୁ ଟିକେ ଛାଇନିଦ ମାଡି ଆସିଛି ।ହଠାତ୍ ଚାଉଁକିନା ତାଙ୍କର ନିଦ ଭାଙ୍ଗିଗଲା  କଲିଂବେଲ୍ ଶବ୍ଦ ରେ ।ଆଜି ଭି କଣ ବିମଳ ଆସିଛି ନା କଣ? ହଁ! ଭାବନା ହିଁ ତାଙ୍କର ସତ ହେଲା ।ପୁରା ମଦ୍ୟପାନ ରେ ମଶଗୁଲ ହୋଇ ବଡ ବଡ ପାହୁଂଡ ପକେଇ ମିତାଦେବୀଙ୍କ ରୁମ୍ ଭିତରକୁ ପଶିଆସିଲେ ବିମଳ ବାବୁ । ଏସବୁ ଦେଖି ମିତାଦେବୀ ଡରରେ ଥରହର ।ମିତାଦେବୀ କିଛି କହିବା ପୂର୍ବରୁ ସେ ମିତାଦେବୀଙ୍କ ଗୋଡ ଉପରୁ ଶାଢୀଟାକୁ ଖସେଇ ଧିରେ ଧିରେ ମାଲିସ୍ କରିବାକୁ ଲାଗିଲେ । ରାଗ ଆଉ ଡରରେ ମିତାଦେବୀ କଣ କରିବେ କିଛି ଭାବି ପାରିଲେନି ।ସେ କହିଲେ ଏ କଣ କରୁଛ ବିମଳ ? ଭାଇ ଘରେ ଅଛନ୍ତି ,ତୁମକୁ ଜଣା ଅଛି ତ ?


ଭାଇଙ୍କୁ ଡାକୁଛି କହି ରାମୁକୁ କହିଲେ ‐--ଆରେ ରାମୁ,ବାବୁଙ୍କୁ ଟିକେ ଡାକି ଦେ ତ । ବିମଳ ବାବୁ ଆସିଛନ୍ତି କହ । ବିମଳ ବାବୁ ଟିକେ ଅପ୍ରସ୍ତୁତ  ହୋଇ ଡରିଗଲେ । ଭାଇ କଣ ଆଜି କଲେଜ ଯାଇ ନାହାନ୍ତି କି ? ମିତାଦେବୀ କହିଲେ ନାଁ । ସେ ଘରେ ଶୋଇଛଂତି । ବିମଳ ବାବୁ ଡରିଯାଇ କହିଲେ ହଉ ହଉ ମୁଁ ଆସୁଛି ଭାଇଙ୍କୁ ଡାକିବା ଦରକାର ନାହିଁ । ଏହାକହି ଝଡ ବେଗରେ ଘରୁ ବାହାରିଗଲେ ବିମଳ ବାବୁ ।ରାମୁ ମଧ୍ୟ କିଛି ଜାଣି ନ ଜାଣିଲା ଭଳିଆ ରହିଗଲା । ବାବୁ ଙ୍କୁ ଡାକିବାକୁ ଯାଉ ଯାଉ ଅଧବାଟ ରେ ଅଟକିଗଲା । ଏଥିରେ ମିତାଦେବୀଙ୍କ ମୁଣ୍ଡ ଆହୁରି ବିନ୍ଧିବା କୁ ଆରମ୍ଭ କଲା । କଣ ଭାବି ଆଜି ସେ ଆସିଥିଲେ ?ଏଥର ମିତାଦେବୀ ଭାବିଲେ---ଆଜି ରୁଦ୍ରବାବୁ ଙ୍କୁ ଏକଥା ନିଶ୍ଚୟ କହିବେ । ଏହା ଭାବୁ ଭାବୁ ବିଛଣାରେ ପଡି ଏପଟସେପଟ ହେଲେ ସିନା ଆଉ ନିଦ ଜମା ହେଲାନି ।


ରୁଦ୍ର ବାବୁ ଙ୍କ ନିଦ ଭାଙ୍ଗିଲା ବେଳକୁ  ସଂଧ୍ୟା ପ୍ରାୟ ହୋଇଯାଇଥିଲା। ସୂର୍ଯ୍ୟ ଦେବତା ସେତେବେଳକୁ ଦୂର ଦିଗବଳୟ କୁ ଛୁଇସାରିଲେଣି । ମିତାଦେବୀ ମନଟା ମାରି ବାହାର ବାଲକୋନି ରେ ବସିରହିଛଂତି । ରୁଦ୍ର ବାବୁ ପଚାରିଲେ --କଣ ଦେହ ଭଲ ଲାଗୁନି ବୋଧେ ? ନାଁ ଦେହଟା ପୁରା ଭଲ ଅଛି ଯେ ମନ ଟା ଭଲ ନାହିଁ । କାହିଁକି କ'ଣ ହେଲା ? ଦେହଟା ଭଲ ହଉ ହଉ ମନଟା କାହିଁ କି ଖରାପ ହୋଇଗଲା ? ଆଣ ଆଣ ଚା କପେ କପେ ବାଲକୋନି ରେ ବସି ପିଇଲେ ମନ ଭଲ ହୋଇଯିବ  । ଚା କପେ କପେ ପିଆ ସରିଲା,ତଥାପି ମିତାଦେବୀ ତାଙ୍କ ମନଟା ଶୁଖେଇ  ବସିରହିଥାଂତି । ଆରେ କଥା କ'ଣ ? କଥାଟା କ'ଣ ସିନା କହିଲେ ମୁଁ ଜାଣିବି ,ନହେଲେ ମୁଁ କେମିତି ଜାଣିବି ? ମିତାଦେବୀ କହିଲେ, ନା ଯେ ଏ ବିମଳ ଟା ? କଣ କଲା ବିମଳ ? କଣ କିଛି ଖରାପ ବ୍ୟବହାର ତୁମକୁ କଲା ନା କଣ ? ଠିକ୍ ଠିକ୍ କୁହ ମୋତେ। "ମୁଁ ତାର ଅବସ୍ଥା ନେଇଯିବି " । ନାଇଁ ଯେ ତୁମେ ନଥିଲାବେଳେ ସବୁବେଳେ ଆସିବାର ବାହାନା କରୁଛି .........ଆଉ.......ସବୁକଥା ଖୋଲି କହି ବସିଲେ ମିତାଦେବୀ ରୁଦ୍ରବାବୁ ଙ୍କୁ । ସବୁକଥା ରୁଦ୍ରବାବୁ ଶୁଣିଲାପରେ ସେ ସ୍ତବଧ ହୋଇ ବସିପଡିଲେ । ତାଙ୍କର ମୁଣ୍ଡ ଟା ପୁରା ଗରମ ହୋଇଗଲା । କଣ କରିବେ କିଛି ଭାବିପାରିଲେନି ।


ଏମିତି କିଛି ସମୟ କଥୋପକଥନ ପରେ ରୁଦ୍ରବାବୁ ସିଧା ଯାଇ ବିମଳ ବାବୁ ଙ୍କ କ୍ଲିନିକ ରେ ହାଜର ।ହଠାତ୍ ବଡଭାଇ ଙ୍କୁ କ୍ଲିନିକ ରେ ଦେଖି ବିମଳବାବୁ ଡରିଗଲେ ।କ୍ଲିନିକ ଭିତରେ ପଶି ବିମଳ ବାବୁ ଙ୍କୁ ଟିକେ ନିରୀକ୍ଷଣ କଲେ ରୁଦ୍ରବାବୁ । ବିମଳ ବାବୁଙ୍କର ରୁଦ୍ରବାବୁ ଙ୍କର ଆଖି ମିଳେଇବାକୁ ସାହସ ନଥିଲା ।ଇଛା ହଉଛି କାନଧରି ଦୁଇଗାଲରେ ଦୁଇ ଚଟକଣି ବସେଇ ଦବାକୁ --ମନେ ମନେ ରୁଦ୍ରବାବୁ ଭାବୁଥିଲେ ।କିନ୍ତୁ  ରାଗ କଣ୍ଟ୍ରୋଲ କରି କହିଲେ--ଭାଉଜର ଦେହ ପୁରା ଭଲ ହୋଇଯାଇଛି । ଆଉ ତୁ ହଇରାଣ ହୋଇ ଘରକୁ ଯିବା ଦରକାର ନାହିଁ । ଆମେ ଟିକେ କିଛିଦିନ ପାଇଁ ବାହାରକୁ ଯାଉଛୁ ।ଏ ସବୁ କଥାରୁ ବିମଳ ବାବୁ ସବୁକିଛି ଅନୁମାନ କରିନେଲେ । ଆଉ ନୀରବରେ ଭାଇଙ୍କ ମୁହଁ କୁ ଆଉ ଭାଇ ମଧ୍ୟ ବିମଳ ମୁହଁ କୁ ଚାହିଁ ରହିଲେ ।


Rate this content
Log in

Similar oriya story from Abstract