Sabitri Mohapatra

Drama Tragedy Crime

3  

Sabitri Mohapatra

Drama Tragedy Crime

ଗୋଟିଏ ଭୁଲ

ଗୋଟିଏ ଭୁଲ

3 mins
149


 ନିଜର ଗୋଟିଏ ଭୁଲ୍ ପାଇଁ ସାରାଜୀବନ ହନ୍ତ ସନ୍ତ ରେ ରହିବାକୁ ପଡୁଛି ଆଜି ତନ୍ମୟ କୁ ।ଯେତେ ଚେଷ୍ଟା କଲେ ବି ସେଥିରୁ ସେ  ମୁକୁଳି ପାରୁନି । ଏହାର କି ସମାଧାନ ଯେ କରିପାରିବ , ସେ କଥା ଭି ଭାବି ପାରୁନି। କାହିଁକି ଏପରି ଭୁଲ୍ ସେ କରିବସିଲା,ତାର ଉତ୍ତର ଖୋଜି ପାଇପାରୁନି ଆଜି ।ନିରୁତ୍ତର ହୋଇ ଖାଲି ଅନୁତାପ ର ଦାବାନଳ ରେ ନିଜକୁ ଜଳେଇ ଚାଲିଛି ।


 ଦିନଥିଲା ଏହି ଘର କୋଳାହଳପୂର୍ଣ୍ଣ , ଆଜି କିନ୍ତୁ ଶୂନ୍ୟ ଆଉ ମହା ଶୂନ୍ୟ ରେ ବଞ୍ଚି ବାକୁ ପଡୁଛି ତନ୍ମୟ କୁ । ଘରେ କେବଳ ତନ୍ମୟ ଆଉ ତାର ମା । କିଛି ବର୍ଷ ପୂର୍ବେ ବଡ ଭଉଣୀ ଜୁଲି ଅପାର ବାହାଘର ପରେ ପରେ ବାପାଙ୍କର ଦେହାନ୍ତ ହେବା ବହୁତ ଏକାପଣ କରି ଦେଇଛି ତାକୁ । ବଡଭାଇ ତ କେବେଠାରୁ ଘରଛାଡି  କେଉଁ ଆଡେ ପଳେଇଲେ ଯେ ତାଙ୍କର ଖୋଜଖବର କିଛି ଜଣା ପଡିଲାନି । ତେଣୁ ଘରେ ପୁରା ପୁରି ରହିଗଲେ ମା ଆଉ ପୁଅ ।


ତନ୍ମୟ ଦିନଯାକ କଲେଜ୍ ଯିବାରେ,ପଢା ପଢି ରେ ବେସ୍ତ ରହିଯାଏ। ବି.ଏ .ସି ଫାଇନାଲ୍ ପରୀକ୍ଷା । ମୋଟା ମୋଟି ବି.ଏ.ସି ପରୀକ୍ଷା ରେ ଭଲ ଡିଭିଜନ ରେ ପାଶ୍ କରିଗଲା ତନ୍ମୟ । ଏବେ ଚାକିରୀ ଖୋଜାରେ ଦିନ ବିତି ଯାଉଛି । ଏମିତି ଚାକିରୀ ଖୋଜାଖୋଜି ର କିଛି ଦିନ ବିତିଗଲା ପରେ ଏକ ପ୍ରାଇଭେଟ କଂପାନି ରେ କେତୋଟି ପୋଷ୍ଟ ବାହାରିଲା କଲିକତା ରେ । ତାର ଭଉଣୀ ଭିଣୋଇ ତ କଲିକତା ରେ ରହୁଥିଲେ , ସେମାନେ ଖବର ପାଇ ତନ୍ମୟ କୁ ଜଣାଇଲେ । ତନ୍ମୟ ତୁରନ୍ତ ଖବର ପାଇବାକ୍ଷଣି ଇନ୍ଟରଭିଉ ଦେବାପାଇଁ ରେଡି ହୋଇ କଲିକତା ଆସିଲା ।


ଇନ୍ଟରଭିଉ ଦେଲା ତନ୍ମୟ ,ଆଉ ସେଥିରେ ଉତ୍ତୀର୍ଣ୍ଣ ହୋଇ ଚାକିରୀ ଖଣ୍ଡେ ମଧ୍ୟ ପାଇଗଲା। ଘରେ ସମସ୍ତେ ଖୁସି । ମା, ଭଉଣୀ ସମସ୍ତେ ବହୁତ ଖୁସି ।ଚାକିରୀ ରେ ଯୋଗ ଦେବା ଦିନ ଆସି ପହଞ୍ଚିଲା । ଚାକିରୀ ତ ହୋଇଗଲା ,ମାତ୍ର ସେ ରହିବ କେଉଁଠି?ଖାଇବ କେଉଁଠି ? ନୂଆ ଜାଗା,ନୂଆସହର ।ଶେଷରେ ସ୍ଥିର ହେଲା ସେହି ଭଉଣୀ  ଘରେ ରହି ହିଁ  ଖିଆପିଆ ଆଉ ଚାକିରୀ କରିବ । କିଛିଦିନ ସେମିତି ରେ କଟିବାକୁ ଲାଗିଲା ତାର ସମୟ । ନୂଆ ଚାକିରୀ,ଭଲ ଲାଗୁ ଥାଏ। ଘରେ ଆସିଲେ ଭଉଣୀ କୁ ଘର କାମରେ କିଛି ଟା ସାହାଯ୍ୟ  ମଧ୍ୟ କରୁଥାଏ ।ମାର୍କେଟ ଯାଇ ଘର ପାଇଁ ସଉଦାପତ୍ର ଆଣିବାରେ ମଧ୍ୟ ସାହାଯ୍ୟ କରୁଥାଏ ଭିଣୋଇ ଙ୍କୁ । ଭଉଣୀ ର ଗୋଟେ ପୁଅ ପ୍ରଭାତ ଆଉ ଝିଅ ମିନୁ ସହିତ ଛୁଟି ସମୟ ମଧ୍ୟ ଭଲରେ ଖେଳାଖେଳି ରେ କଟିଯାଉଥାଏ । ନିଜଘର କଟକ ସହରରେ ମା ଏକୁଟିଆ ରହୁଥାନ୍ତି । ମା ତାଙ୍କ ସାଙ୍ଗସାଥି ଆଉ ପାଖାପାଖି ରେ ରହୁଥିବା ଭଉଣୀ  ମାନଙ୍କ ସହିତ  ସମୟ କଟାନ୍ତି । ବାଡିବଗିଚା କାମରେ ମଧ୍ୟ ସମୟ ଦିଅନ୍ତି । ସୁଖରେ ଦିନ କେମିତି କଟିଯାଏ ଜଣା ପଡେନି । ସେମିତି ତନ୍ମୟ ର ସମୟଗୁଡା ଭଲରେ ଭଲରେ କଟିଚାଲିଲା ।


ଏମିତି ଦିନେ ତାର ଭଉଣୀ ରାନୁ ଅପା ଓ ଭିଣୋଇ ଅରୁଣ ବାବୁ ପ୍ଲାନ କଲେ ଓଡିଶା ଯାଇ ଟିକେ ଜଗନ୍ନାଥ ଙ୍କୁ ଦର୍ଶନ କରି, ବୁଲାବୁଲି କରି ଫେରିବେ । ବହୁତ ଦିନ ହେଲା ଘରେ ଆବଦ୍ଧ ହୋଇ ରହିଗଲେଣି । ଟିକେ ବୁଲାବୁଲି ର ମଜା ନେବାକୁ ଇଛା ହେଲା । ରାନୁ ଅପା ଭାବିନେଲା --ଘରେ ତନ୍ମୟ ତ ଅଛି,ମା କୁ ଘରୁ ଡକେଇ ଆଣିବେ । ପୁଅ ପ୍ରଭାତ କୁ ନେଇ ବୁଲିବାକୁ  ଯିବେ । ମିନୁ ତାର ଘରେ ଆଈପାଖେ ରହି ପଢାପଢି କରୁଥିବ । ତନ୍ମୟ ବାହାର କାମରେ ସାହାଯ୍ୟ କରିବ । ମା ଆସିଲେ ରନ୍ଧା ରନ୍ଧି ରେ ସାହାଯ୍ୟ କରିବ ।


ଏମିତି ଏକ ଦିନ ବାର ଦେଖି ରାନୁ ଅପା ଆଉ ଅରୁଣ ବାବୁ ଜଗନ୍ନାଥ ଦର୍ଶନ ରେ ବାହାରି ପଡିଲେ । ବୁଲାବୁଲି କରିବା ମଝିରେ ହଠାତ୍ ଦିନେ ଅରୁଣ ବାବୁ ଙ୍କର ଦେହ ଟିକେ ଖରାପ ଲାଗିଲା । ସେ କିଛି ଜାଣିପାରିଲେନି ।କିନ୍ତୁ ଦେହଟା ଭିତରୁ ବହୁତ ଖରାପ ଲାଗୁଛି ବୋଲି କହିଲେ । ଶେଷରେ ଡାକ୍ତର ଙ୍କୁ ଦେଖେଇବାକୁ ବାଧ୍ୟ ହେଲେ । ଡାକ୍ତର ବହୁତ କିଛି ଟେଷ୍ଟ କରିବାକୁ କହିଲେ । ଟେଷ୍ଟ ର ସବୁ ରିପୋର୍ଟ ଦେଖି ହସ୍ପିଟାଲ ରେ ଆଡମିସନ୍ ନେବାକୁ କହିଲେ ଡାକ୍ତର । ସେଇଆ ହିଁ ହେଲା ।


ଅରୁଣ ବାବୁ ହସପିଟାଲରେ ଆଡମିସନ୍ ନେଲେ । ଏକଥା ଶୁଣି ମିନୁ ର ମନ ଭଲ ନଥାଏ ।ଆଈ ନାତୁଣୀ କୌଣସି ମତେ ଦିନଗୁଡା ମନ ଦୁଃଖ ରେ କଟାଇବାକୁ ଲାଗିଲେ । ପ୍ଲସ ଟୁ ଆନୁଆଲ ପରୀକ୍ଷା ଆଉ ଅଳ୍ପ ଦିନ ଥାଏ । ପଢା ପଢି ତ କରିବାକୁ ପଡିବ । ଡାଡି ମମି ପରୀକ୍ଷା ବେଳକୁ ପଳେଇ ଆସିଥିବେ ବୋଲି କଥାଦେଇ ଯାଇଥିଲେ  । ମାତ୍ର ଆସିବେ କେମିତି ? ହସପିଟାଲରେ ତ ଡାଡି ଆଡମିସନ୍ ନେଇଛନ୍ତି? ମନଟା ଖାଲି ଗୋଳେଇଘାଂଟି ହଉଛି ମିନୁ ର । କିଛି ଭି ଭଲ ଲାଗୁନି କି ପଢାରେ ବି ମନ ଲାଗୁନି ତାର । ଏମିତି ପ୍ରାୟ ଦଶଦିନ କଟିଗଲାଣି । ଆଉ ମାତ୍ର ପାଂଚ ଦିନ ଅଛି ଫାଇନାଲ ପରୀକ୍ଷା ।


ସେହି ରାତି,ଘନ ଅନ୍ଧାର ଭିତରେ ଘଡଘଡି ସାଙ୍ଗକୁ ବିଜୁଳି ବର୍ଷା ତୁହାକୁ ତୁହା ବର୍ଷି ଚାଲିଛି । ବର୍ଷା ବନ୍ଦ ହେବାର ନାଁ ଧରୁନି। କାଳ ରାତ୍ରି ଟା ଯେମିତି ଘନ ଅନ୍ଧକାର କୁ ଚାରିଆଡେ ଘେରେଇ ରଖିଛି । ଏମିତି ରାତିରେ ମିନୁ ର ହଠାତ୍ ନିଦ ଭାଙ୍ଗିଗଲା । ସିଏ ସେ ବାଲକୋନି କବାଟ ଆଡକୁ ଦଉଡି ଗଲା ,ସେଇଟା ବନ୍ଦ କରିଦେଇ ଆସିବାକୁ ।କିନ୍ତୁ ହଠାତ୍ ଏ କଣ ହେଲା? ହଠାତ୍ ବଳିଷ୍ଠ ହାତ ଦୁଇଟା କୋଉଠୁ ଆସି ତାକୁ ଜୋରରେ କୁଣ୍ଢେଇ ପକେଇଲା ।କାହାର ହାତ,କୋଉଠୁ ଆସିଲା ,ମିନୁ କିଛି ଜାଣି ପାରିଲାନି । କିଛି ସମୟ ସେ ଅସ୍ତବ୍ଯସ୍ତ ହେଲାପରେ ଝାପ୍ସା ବିଜୁଳି ଆଲୁଅ ରେ ଦେଖିପାରିଲା--ତନ୍ମୟ ର ହାତ ଦୁଇଟା ତାକୁ ଜାବୁଡି ଧରିଛି । ସେଥିରୁ ମୁକୁଳି ଆସିବାକୁ ବାଟ ନାହିଁ । ମିନୁ ଜୋରରେ ପାଟି କରିବାକୁ ଆରମ୍ଭ କଲାବେଳକୁ ,ସେ ତା ପାଟିରେ ହାତ ଦେଇ ଚୁପ୍ କରେଇଦେଲା । ହଠାତ୍ ଏସବୁ କିଛି ମିନୁ ବୁଝି ପାରିଲାନି । କିଛି ସମୟ ପରେ ମିନୁ ଟିକେ ପ୍ରକୃତିସ୍ଥ ହେଲାପରେ ଦେଖିଲା,ସେ ଆଉ କେହି ନୁହଁ ନ୍ତି,ତାର ନିଜର ମାମୁଁ ତନ୍ମୟ ।ସେସବୁ ବୁଝିବା ପୂର୍ବରୁ ତା ହାତ ଭିଡି ତାକୁ ତାର ଶୋଇବା ଘରକୁ ଟାଣିନେଲା ତନ୍ମୟ ।


ଏ କଣ କରୁଛ ମାମୁଁ? ଚୁପ୍ ଚୁପ୍ କହି ତାର ପାଟି ଚୁପ୍ କରିବାକୁ ଉଦ୍ୟମ କଲା ତନ୍ମୟ । ତନ୍ମୟ ମଧ୍ୟ ହଠାତ୍ ଏ ପରିସ୍ଥିତି ପାଇଁ ପ୍ରସ୍ତୁତ ନଥିଲା । ସେ ମଧ୍ୟ ଡରରେ ଥରହର ହୋଇଗଲା । ସେ କଣ କରିବ କିଛି ବୁଝିପାରିଲାନି । ଏମିତି ଏକ ମଉକା ଦେଖି ମିନୁ ତନ୍ମୟ ର ହାତ ଛିଂଚାଡି ଦଉଡି ପଳେଇ ଆସିଲା ଆଈ ଶୋଇଥିବା ଶେଯ ପାଖକୁ । ଆଈ ପାଖକୁ ଯାଇ ଭୋ ଭୋ କାନ୍ଦି ପକାଇଲେ ସେଠି । ଡରରେ ଧଇଁସଇଁ ହେଉଥାଏ। ଆଈ କଣ ହେଲା,କଣ ହେଲା ପଚାରି ବସିଲାରୁ ଦେଖିଲା ପଛରେ ତନ୍ମୟ ଚୁପ୍ ହୋଇ ଠିଆ ହୋଇଛି । ଆଈ ଚାରିଆଡେ ଥରେ ଆଖି ବୁଲେଇ ଆଣି ସବୁ ବୁଝି ଗଲା ଯେମିତି । ଆଈର ଭି ଡରରେ କଥା ବାହାରୁ ନଥାଏ । ସେ କଣ କରିବ କିଛି ଭାବି ପାରୁନଥାଏ । ଖାଲି ଏତିକି କହି ପକେଇଲା---ଏ କଣ କଲୁ ତନ୍ମୟ ?ଆମ ଭରଷା ରେ ତାଙ୍କ ଅଲିଅଳୀ ଝିଅକୁ ଛାଡି ଯାଇଛନ୍ତି। ବାପା ମା ତେଣେ ମହା ଅସୁବିଧା ରେ ସମୟ ବିତୋଉଛନ୍ତି ହସପିଟାଲ୍ ବେଡ୍ ରେ । ଏ ଅସମୟରେ ରେ ତୁ କଣ କଲୁ ? ମୁଁ ଆଉ ସେମାନଙ୍କ ପାଖରେ ମୁହଁ ଦେଖେଇ ପାରିବି ? ତନ୍ମୟ ମା ର ଗୋଡତଳେ ପଡିଯାଇ ଭୋ ଭୋ କାନ୍ଦି ପକେଇଲା।


 ସେପଟୁ ହଠାତ୍ ଫୋନ ଟା ତନ୍ମୟ ର କ୍ରିଂ କ୍ରିଂ ହୋଇ ବାଜି ଉଠିଲା । ଏତେ ରାତିରେ ଫୋନଟା କୋଉଠି ଆସିଲା ? କଣ କିଛି ଅଶୁଭ ଖବର ନୁହେଁ ତ? ହଁ! ସେଇଆ ହିଁ ହେଲା । ମିନୁ ର ଡାଡି ଆଉ ନାହାଁନ୍ତି । ସେ ଆଜି ରାତିରେ ଆରପାରିକୁ ଚାଲି ଯାଇଛନ୍ତି । ସମସ୍ତେ ହାଁ କରି ଅନେଇ ବସିଲେ । ତନ୍ମୟ ନିଜକୁ ଧିକକାର କରି କହିଲା ଚାଲିଲା---ଏ ମୁଁ କଣ କଲି? ମୋର ଅନ୍ନ ଦାତା,ମୋର ଆଶ୍ରୟ ଦାତା ଙ୍କ ପ୍ରତି ଏ କି ଅନ୍ୟାୟ କରି ବସିଲି। ଟିକେ କ୍ଷମା ମାଗିବାକୁ ଭି ଫୁରସତ ମିଳିଲାନି ?


ତନ୍ମୟ ର ମୁଣ୍ଡ ଆଜି ଅନୁତାପ ରେ ଭରି ଯାଇଛି । ତାର ଗୋଟିଏ ମାତ୍ର ଭୁଲ୍ ପାଇଁ ତାକୁ ସାରା ଜୀବନ ଏମିତି ଅନୁତାପ ଆଉ ଅନୁଶୋଚନା ରେ ହିଁ କଟାଇବାକୁ ପଡିବ । ଏ ଗୋଟିଏ ଭୁଲ୍ ପାଇଁ ଭଗବାନ୍ କଣ ତାକୁ କ୍ଷମା ଦେବେନି ? ତାର କି ସମାଧାନ ସେ କରି ପାରିବ ,ତାହାହିଁ ତାର ବିକାରଗ୍ରସ୍ତ ମନରେ ଖେଳି ବୁଲୁଛି । ଖାଲି ଅନୁତାପ ଆଉ ଅନୁତାପ ରେ ହିଁ ଜୀବନ କଟାଇବାକୁ ପଡିବ....।


Rate this content
Log in

Similar oriya story from Drama