Sabitri Mohapatra

Tragedy

3  

Sabitri Mohapatra

Tragedy

ଏହି ତ ଜୀବନ

ଏହି ତ ଜୀବନ

4 mins
167



ମିଲନ ଆଜି ଥକି ଯାଇଛି । ଥକାମାରି ଆରାମ ଚେୟାର ଉପରେ ବସି ସିଗାରେଟ୍ ପରେ ସିଗାରେଟ୍ ଟାଣି ଚାଲିଛି । ରୁମଟା ପୁରା ଧୂମାଳ ହୋଇ ସାରିଛି । ହଁ! ଆଉ ସେ ପାରିବନି । କେତେ ଆଉ ସେ ଝିଅମାନଙ୍କୁ ମନେଇବ?କେତେ ଆଉ ସେମାନଙ୍କ ପଛରେ ଗୋଡେଇବ ?ସେ ଭାବିନେଲା ଯେ ତା ଭାଗ୍ୟରେ କୌଣସି ଝିଅର ସାନ୍ନିଧ୍ୟ ଆଉ ନାହିଁ କି ବାହାଘର ବି ଲେଖା ହୋଇ ନାହିଁ । ସେ ଏକା ଏକା ହିଁ ଏମିତି ଜୀବନ କଟେଇଦେବ ବୋଧହୁଏ ।


କଲେଜ ଜୀବନ ଠାରୁ ଆରମ୍ଭ କରି ଚାକିରୀର ଅଧାଦିନ ବିତିଗଲାଣି । ତଥାପି ଗୋଟିଏ ବି ଝିଅକୁ ଆପଣାର କରି ପାରିଲାନି ଏପର୍ଯ୍ୟନ୍ତ । କଲେଜ ଜୀବନର ବି.ଟେକ୍ ଫାଇନାଲ୍ ଇଅର ବେଳର କଥା । କଲେଜର ଗେଟ୍ ପାଖରେ ଥିବା ଆମ୍ବ ଗଛ ମୂଳରେ ଠିଆ ହୋଇ ବର୍ଷାକୁ ଲୋଲୁପ ଦୃଷ୍ଟିରେ କେତେ ଯେ ଅନେଇଛି ତାର ଠିକଣା ନାହିଁ । ଶେଷରେ ଗୋଟିଏ ଲାଲ୍ ଗୋଲାପ ନେଇ ପ୍ରଦାନ କରିଥିଲା ବର୍ଷାକୁ । କହିଥିଲା ...ହଁ ବର୍ଷା ! "ଏଟା ମୋର ପ୍ରୀତି ଉପହାର ରୂପେ ଗ୍ରହଣ କରିବ ।" କଲେଜ୍ ଜୀବନ ସରି ସରି ଆସୁଛି । ମୋତେ କେବେ ଭୁଲିବାକୁ ଚେଷ୍ଟା କରିବନି । ତୁମର ସେ ଢଳ ଢଳ ନୀଳ ଆଖିରେ ମୁଁ ମିଶିଯିବାକୁ ଚାହେଁ ବର୍ଷା। ତୁମର ସେ ନାଲି ଓଠରୁ ମୋର କବିତା ଗୁଞ୍ଜରିତ ହୁଏ । ତୁମର ସେ ପ୍ରେମର ବର୍ଷାରେ ମୁଁ ସମ୍ପୂର୍ଣ୍ଣ ଭିଜି ଯିବାକୁ ଚାହେଁ ।ମୁଁ ସେହି ମିଲନ,ତୁମରି ବାଟକୁ ସଦା ଚାହିଁ ରହିଥିବି ।ବର୍ଷା ସବୁ ଶୁଣି ମିଲନର ଆଖିରେ ଆଖି ମିଳେଇ ଚାଲିଗଲା ସେଦିନ, କେବଳ ହସଟିକେ ଭରିଦେଇ ମୁଖମଣ୍ଡଳରେ ଆଉ ମିଲନର ଦେହରେ ଶିହରଣ ଖେଳେଇ ଦେଇ ।


ମିଲନ ଭୁଲି ପାରି ନଥିଲା ବର୍ଷାକୁ । କିନ୍ତୁ ବର୍ଷା ପରୀକ୍ଷା ପରେ ପରୀକ୍ଷା ଦେଇ କାହିଁ ଉପରକୁ ଉଠି ଗଲା ଚାକିରୀ କ୍ଷେତ୍ରରେ । ମାତ୍ର ମିଲନ ରହିଗଲା ଯେଉଁଠି ସେଇଠି । ଆଉ ଉପରକୁ ଉଠି ପାରିଲାନି ସେ । ତେଣୁ ବର୍ଷା ଆଉ ମିଲନର ମିଳନ ଏକ ପ୍ରଶ୍ନବାଚୀ ହୋଇ ରହିଗଲା ଯେମିତି । ଯେତେବେଳେ ଚାକିରୀ ଜୀବନ ଆସିଲା, ସାମାନ୍ୟ କିଛି ଆଳାପ ଆଉ ଥଟ୍ଟା ମଜ୍ଜା ହୋଇ ଶେଫାଳୀ ସହିତ ମନ ମିଶିବାକୁ ଆରମ୍ଭ କଲା ମିଲନର । ମାତ୍ର କିଛି ମାସର ବ୍ୟବଧାନରେ ଶେଫାଳୀ କିଛି ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବସିଲା । ମନକୁ ବହୁତ କଷ୍ଟରେ ଆୟତ କରିବାକୁ ଚେଷ୍ଟା କଲା ମିଲନ।


ସେଦିନ ପାର୍କରେ ଏକା ଏକା ବୁଲିବା ସମୟରେ, ଏକଦା ଲିସା ସହିତ ଦେଖା ହେଲା ମିଲନର । ଲିସା ମଧ୍ୟ ଏକା ଏକା ତାର ପ୍ରିୟ ପୋଷା କୁକୁରକୁ ଧରି ପାର୍କରେ ବୁଲୁଥିଲା। ଲିସାକୁ କିଛିଦିନ ଅନୁସରଣ କରିବା ପରେ ମିଲନ ଜାଣିପାରିଲା ଯେ ଲିସା ଆଗରୁ ଆଉ କାହାର ହୋଇ ସାରିଛି । ତାର ସମ୍ପର୍କ ଅମିତାଭ୍ ସହିତ ଦୀର୍ଘ ପାଞ୍ଚ ବର୍ଷ ହେଲା ବନ୍ଧା ହୋଇ ସାରିଛି ।ସେମାନେ ନିକଟରେ ବିବାହ କରିବାକୁ ଯାଉଛନ୍ତି । ମିଲନର ବାପା, ମାଆ ମାଟ୍ରିମୋନିରୁ ଗୋଟିଏ ପ୍ରସ୍ତାବ ମନସ୍ଥ କରିଥିଲେ। ହଁ! ମିଲନର ମଧ୍ୟ ପସନ୍ଦ ଆସିଥିଲା । ମାତ୍ର ଏମାନେ ବାଛିବା ପୂର୍ବରୁ ସେ ଆଉ କାହାର ପସନ୍ଦଯୋଗ୍ୟା ହୋଇ ପ୍ରସ୍ତାବକୁ ଆଗକୁ ବଢେଇ ସାରିଥିଲେ ସେମାନେ । ଆଉ ପୂଜା! ପୂଜା ଥିଲା ଏକ ସଫ୍ଟୱେର୍ ଇଞ୍ଜିନିୟର ଆଉ ଦେଖିବାକୁ ବହୁତ୍ ସୁନ୍ଦର । ଫୋନ୍ ମାଧ୍ୟମରେ କଥାବାର୍ତ୍ତା ଆଉ ଚାଟିଙ୍ଗରେ ମିଲନକୁ ବେଶ୍ ଆପଣାର ଲାଗିଥିଲା ପୂଜା । ପୂଜା ଥିଲା ମିଲନର ଏକ ଅନ୍ତରଙ୍ଗ ସାଙ୍ଗର ଭଉଣୀ । ଏମିତି ଅନେକ ଥର କଥାବାର୍ତ୍ତା ହୋଇସାରିଲା ପରେ, ସେମାନେ ମନସ୍ଥ କଲେ ଦେଖାସାକ୍ଷାତ କରିବାକୁ । ଆଉ ଦେଖାସାକ୍ଷାତ ମଧ୍ୟ ହୋଇଥିଲା ଏକ ଚାଏ ପଏଣ୍ଟରେ । ଦୁହିଁଙ୍କ ମଧ୍ୟରେ ଆଳାପ ବେଶ୍ ଅନ୍ତରଙ୍ଗ ହୋଇ ଯାଇଥିଲା । ଏହି ଆନ୍ତରିକତା ବଢିଯିବାପରେ ମିଲନ, ପୂଜାର ବାପା ମା ଙ୍କ ସହିତ ଦେଖା କରିବାକୁ ମନ ବଳାଇଥିଲା। ମିଲନର ମନ ଆଜି ଆକାଶକୁ ଭେଦ କରି କାହିଁ କେତେ ଦୂର ଆଗେଇ ଯାଇଛି ଓ ପୂଜାକୁ ନେଇ ସେ ମନେ ମନେ ସପ୍ନର ତାଜମହଲ ଗଢିସାରିଛି । କିନ୍ତୁ ଏ କଣ ହେଲା ? ହଠାତ୍ ସପ୍ନ ଯେ ଭାଙ୍ଗି ଚୂରମାର ହୋଇଯିବ, ସେ କଳ୍ପନା କରି ନଥିଲା ।


ଜଳନ୍ତା ନିଆଁରେ ପାଣି ପଡିଲା ଭଳି ତାର ସପ୍ନର ମହଲ ହଠାତ୍ ଧୂମାଳ ହୋଇପଡିଲା। ପୂଜାର ବାପାଙ୍କର ପ୍ରଶ୍ନ ଥିଲା---"ତୁମର ଭୁବନେଶ୍ୱରରେ ନିଜର ଘର ଅଛି ନା ନାହିଁ ? "ଏ ପ୍ରଶ୍ନର ଉତ୍ତରରେ ମିଲନ କହିଥିଲା...ନାଁ, ଘର ଅଛି କିନ୍ତୁ ଗାଁରେ । ଏଠାରେ ତ ଆମେ ଭଡାଘରେ ରହୁ । ଏ ଗୋଟିଏ ପ୍ରଶ୍ନର ଉତ୍ତରରେ ପୂଜାର ବାପା ପଛକୁ ହଟିଯାଇଥିଲେ । ଉତ୍ତରରେ କହିଥିଲେ, ଚାକିରୀ ତ ଭୁବନେଶ୍ୱରରେ, ଆଉ ଗାଁକୁ ଯାଇ ରହିବାର ପ୍ରଶ୍ନ ଉଠୁନି। ତେଣୁ ବାହାଘର ସମ୍ଭବପର ନୁହେଁ । ମିଲନର ମନକୁ ବହୁତ ବାଧିଥିଲା ଏକଥା ଆଉ ସେ ମୁହଁ ଫେରେଇ ଫେରି ଆସିଥିଲା ନିଜ ଘରକୁ । ଏହି ପରିସ୍ଥିତିକୁ ସାମନା କରିବାକୁ ଯାଇ ସେ ନିଜର ଖଣ୍ଡିଏ ଘର କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲା । ଘର ତ ତିଆରି ହେଲା ମାତ୍ର ପୂଜା ଚାଲିଗଲା ଆଉ କାହାର ହାତ ଧରି ଅନେକ ଦୂର, ତାର ସପ୍ନକୁ ଧୂଳିସାତ କରିଦେଇ । ଏଥିରେ ନିଜକୁ ବହୁତ ଦୁର୍ବଳ ମନେ କଲା ମିଲନ। ତାର କେଉଁ ଥିରେ କମି ରହି ଯାଇଛି ବୋଧହୁଏ ।ସେ ନିଜେ ଜାଣି ପାରୁନି । ନିଜେ ଗୋଟେ ସଫ୍ଟୱେର୍ ଇଞ୍ଜିନିୟର ଭଲ କମ୍ପାନୀରେ । ଦେଖିବାକୁ ଭଲ ।କଥା କହି ଅନ୍ୟକୁ ହସେଇବାରେ ଧୂରନ୍ଧର । ତେବେ କମି ରହିଲା କେଉଁଠି ? ନା ସବୁ ଭାଗ୍ୟର ଦୋଷ ?


ମିଲନ ଆଜି ହତାଶାର ଜାଲରେ ଛନ୍ଦି ହୋଇ ଯାଇଛି । କଣ କରିବ ନିଜେ ହିଁ ଭାବି ପାରୁନି । ସେଦିନ ଅଫିସରୁ ଫେରି ମିଲନ କଫି ସେଣ୍ଟରରେ ଟିକେ କଫି ପିଇଲାବେଳେ ତା ଆଖିରୁ ବାଦ୍ ଯାଇନଥିଲା ସେ ଝିଅଟି ଯିଏ ଏକା ଏକା ବସି କଫି ପିଉଥିଲା। ସେ କଣ ଏକା ଅଛି ? ତାର କଣ କେହି ସାଥି ନାହାଁନ୍ତି ?ନଚେତ୍ ଏକା ଏକା ପୁଣି ଏଇ କଫି ସେଣ୍ଟରରେ? ମିଲନର ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି । କଣ ହୋଇପାରେ ? ତା ପରଦିନ ସକାଳୁ ଜିମ୍ ସେଣ୍ଟରକୁ ଗଲାବେଳେ ମଧ୍ୟ ସେଇ ଝିଅକୁ ଏକା ଏକା ଆସିଥିବାର ଦେଖି ଟିକେ କୌତୁହଳ ଜନ୍ମିଲା ମିଲନର ମନରେ । ସତରେ ସେ କଣ ଏକା ଅଛି ଏବେଯାଏ ? ଦେଖିବାକୁ ତ ବେଶ୍ ଭଲ । ରାତିରେ ମିଲନକୁ ନିଦ ନାହିଁ । ସେ ଝିଅ ବିଷୟରେ ଜାଣିବାକୁ ବହୁତ ଆଗ୍ରହ ଜନ୍ମିଲା ମିଲନର ।

ସବୁଦିନ ସେହି ଜିମରେ ହିଁ ଦେଖା ହେଲା ସେହି ଝିଅ ସାଥେ । ଏ ଭିତରେ ଗୋଟିଏ ସପ୍ତାହ ବିତିଗଲାଣି । ମିଲନ ଦିନେ ସାହସ ସଞ୍ଚୟ କରି ଯାଇ ପଚାରିଲା ଆଉ ଝିଅଟିର ନାଁ ରିଚା ବୋଲି ଜାଣିପାରିଲା। ଆହୁରି ଜାଣି ପାରିଲା ଯେ ଗୋଟେ ପୁଅ ତପନ୍ ସହିତ ବହୁତ ଦିନର ସମ୍ପର୍କ ପରେ ଏବେ ତାହା ଭାଙ୍ଗି ଯାଇଛି । ତେଣୁ ତାର ମନଟା ଭଲ ନାହିଁ । ସବୁବେଳେ ବସ୍ତବିବ୍ରତ ଲାଗୁଛି । ମିଲନ କହିଲା----ରିଚା! "କିଛି ଯଦି ନଭାବିବ, ମୋ ସଙ୍ଗେ ସବୁ କଥା ଗୋପନ ନରଖି କହିପାରିବ। "ମୁଁ ମଧ୍ୟ ତୁମ ପରି ଜଣେ, ଯାହାର ଜୀବନରେ ବହୁବାର ଏମିତି ଘଟଣା ଘଟିଛି । ତଥାପି ମୁଁ ସ୍ଥିର ରହିଛି । ମିଲନ ଭାବିଲା----ଧିରେ ଧିରେ ରିଚା ସହିତ ସମ୍ପର୍କ ଘନିଷ୍ଠ ହେବାକୁ ଯାଉଛି । ସତେ କଣ ଏ ସମ୍ପର୍କଟା ରିଚା ସହିତ ସବୁ ଦିନ ପାଇଁ ଅତୁଟ ହୋଇ ରହିପାରିବ ? ପ୍ରଶ୍ନ ପରେ ପ୍ରଶ୍ନ ଆସି ମିଲନର ମୁଣ୍ଡକୁ ବିଚଳିତ କରିଦେଲା.......ସେ ଏଥିରୁ ମୁକୁଳି ପାରିଲାନି ......ଓଃ ମୁଣ୍ଡଟା ତାର ଭାରାକ୍ରାନ୍ତ ହୋଇ ପଡିଲା ଯେମିତି...... ।



Rate this content
Log in

Similar oriya story from Tragedy