Sabitri Mohapatra

Abstract Drama Classics

3.3  

Sabitri Mohapatra

Abstract Drama Classics

ଚିନ୍ତାଧାରା

ଚିନ୍ତାଧାରା

2 mins
200


 ନିର୍ମଳ ବାବୁ ଥିଲେ ଜଣେ ସ୍କୁଲ ଶିକ୍ଷକ । ପ୍ରତିଦିନ ସକାଳ ଦଶ ଟା ରେ ସେ ସାଇକେଲ ପେଲି ପେଲି ସ୍କୁଲ କୁ ଯାଆନ୍ତି ଆଉ ପାଂଚ ଟା ନବାଜୁଣୁ ଘରେ ଆସି ପହଞ୍ଚନ୍ତି। ଦିନେ ଝିପି ଝିପି ବର୍ଷା ହଉଛି । ବାଟରେ ଘାଟରେ ଟିକେ ଟିକେ ପାଣି ଜମି ଯାଇଛି । ନିର୍ମଳ ବାବୁ ସେଦିନ ସ୍କୁଲ ଯିବା ବାଟରେ ଦେଖିଲେ ସେହି ବୁଢୀ ମାଉସୀ କୁ ଯାହାକୁ କି ସବୁଦିନ ହିଁ ଦେଖନ୍ତି ,ଯିଏ ବରା ଓ ପିଆଜି ଗଂଡେ ଧରି ବିକ୍ରୀ କରୁଥାଏ । ମାତ୍ର ସେଦିନ ବର୍ଷା ପାଗ ଯୋଗୁଁ ବରା, ପିଆଜି ପାଇଁ କେହି ଗରାଖ ଆସୁନଥିଲେ ବୋଧେ ।ନିର୍ମଳ ବାବୁ ସ୍କୁଲ ଯିବା ବାଟରେ ଦେଖି କି ଗଲେ ଓ ଫେରିଲା ବାଟରେ ହିଁ ଦେଖିଲେ -ସେମିତି ସେ ବୁଢୀ ମାଉସୀ ବରା , ପିଆଜି ଧରି ବସିଛି । ବର୍ଷା ପାଗ  ରେ ଥଂଡା ବରା ପିଆଜି ସାଙ୍ଗକୁ ମାଛିମାନେ ଭଣ ଭଣ ହୋଇ ବୁଲୁଥାନ୍ତି ।ନିର୍ମଳ ବାବୁ ସେସବୁ ଦେଖି ଦେଖି 

ମନଦୁଃଖ ରେ ଫେରି ଆସିଲେ ଘରକୁ ଆହା ବିଚରା ବୁଢୀ ମାଉସୀ ର କିଛି ତ ବିକ୍ରୀ ହୋଇନି , ତାର ପରିବାର କେମିତି ସେ ଚଳେଇବ ଆଜି? ଘରକୁ ଆସି ଭାଉଜ ଙ୍କ ଆଗରେ ସବୁ କଥା କହି ବସିଲେ। ଆହୁରି ମଧ୍ୟ କହିଲେ-"ମୁଁ ଯାଉଛି ସେ ମାଉସୀ ଠାରୁ କିଛି ବରା, ପିଆଜି କିଣି ନେଇ ଆସିବି,ଘରେ ଖାଇବା ପାଇଁ । ତାର ଦିନ ଯାକର କିଛି ରୋଜଗାର ହୋଇଯିବ । "ଭାଉଜ ସବୁଶୁଣି କହିଲେ, " ତୁମ ମୁଣ୍ଡ ଖରାପ ହୋଇଗଲାଣି କି ? ସକାଳ ପ୍ରହରୁ ସେ ବରା,ପିଆଜି ମାଛି ଭଣ ଭଣ ହୋଇ ପଡିଛି, ତାକୁ ଆଣି ଖାଇବ ? " କଣ ଦେହ ଖରାପ କରିବାର ପ୍ଳାନ କରୁଛ କି ? ଯଦି କିଛି ଭାବୁଛ, ତେବେ ଦଶ , ପନ୍ଦର ଟଙ୍କା ନେଇ ସେ ବୁଢୀ ମାଉସୀ କୁ ଦେଇ ଆସ ପଛେ ସେ ବରା, ପିଆଜି ଘରକୁ ଆଣନି । ନିର୍ମଳ ବାବୁ ଙ୍କ ମନକୁ ପାଇଲା ଏ ଚିନ୍ତାଧାରା ଟି ।ଭାଉଜ ଙ୍କ ଠାରୁ ଏକଥା ଶୁଣି ଖୁସି ହୋଇଗଲେ ନିର୍ମଳ ବାବୁ ଓ ତତକ୍ଷଣାତ ବୁଢୀ ମାଉସୀ ପାଖକୁ ଧାଇଁ ଗଲେ । ବୁଢୀ ମାଉସୀ ହାତରେ ପନ୍ଦର ଟଙ୍କା ଧରେଇଦେଲେ ବୁଢୀ ମାଉସୀ ମନଖୁସିରେ ଗଣ୍ଡେ ଗଣ୍ଡେ ବରା ପିଆଜି ନିର୍ମଳ ବାବୁଙ୍କୁ ଧରେଇଲାବେଳକୁ ନିର୍ମଳ ବାବୁ କହିଲେ-ଥାଉ ମାଉସୀ ଆଜି ।ଆଉ ଦିନେ ତୋଠୁ ମାଗିକି ନେଇ ଖାଇଦେବି ଯେ । ଆଜି ପରା ମୋର ପେଟ ଭଲ ନାହିଁ । ବୁଢୀ ମାଉସୀ କିଛି ବୁଝି ନପାରି ବଲ ବଲ କରି ନିର୍ମଳ ବାବୁଙ୍କ ଆଡକୁ ଚାହିଁ ରହିଲା । ମାତ୍ର ତାର ଅନ୍ତରର ଆଶୀର୍ବାଦ ର ହାତଟା ନିର୍ମଳ ବାବୁଙ୍କ ମୁଣ୍ଡ ଉପରକୁ ଉଠି ଆସିଲା ।

ଏମିତି ସମୟ ସ୍ରୋତରେ ଗଡି ଯାଏ ଅନେକ ଦିନ। ନିର୍ମଳ ବାବୁ ଙ୍କର ବାହାଘର ପାଇଁ ଘରଲୋକ ମାନେ ଚିନ୍ତିତ ହୋଇ ପଡିଲେ। ଅନେକ ଜାଗାରୁ ଅନେକ ପ୍ରସ୍ତାବ ମାନ ଆସୁଥାଏ । ସବୁଥିରେ ସେ ଅସମ୍ମତି ଭାବ ପ୍ରଦାନ କରୁଥାନ୍ତି । ଶେଷରେ ସେ ଚୁପ୍ କରି ଭାଉଜଙ୍କ କହିଲେ-ବୁଝିଲ ଭାଉଜ! ମୋ ପାଇଁ ଏପରି ଗୋଟେ ଝିଅ ଠିକ୍ କର ଯାହାକୁ କି କେହି ବାହା ହବାକୁ ରାଜି ହଉନଥିବେ ମାନେ ଯିଏ ରଙ୍ଗ,ରୂପ ରେ ସୁନ୍ଦରୀ ହୋଇନଥିବ ,ଯାହାର ବାପ ମା ଝିଅକୁ ଭଲମଂଦ, ଯାନିଜଉତୁକ ଦବାକୁ ସକ୍ଷମ ହେଉନଥିବେ। ସେହିଭଳି ଘରେ ଓ ସେହି ଝିଅକୁ ମୁଁ ବାହାହେବି । ଏସବୁ କଥା ଶୁଣି ଭାଉଜଙ୍କ ମୁଣ୍ଡ ଖରାପ ହୋଇଗଲା ।

ବିଧିର ବିଧାନ କିଛି ବିଚିତ୍ର ନିର୍ମଳ ବାବୁ ନିଜର କଥାର ମୂଲ୍ୟ ରକ୍ଷାକରି ସେମିତି ଏକ ଗରିବ ଝିଅର ହାତ ଧରିଲେ ଯିଏ ଅସାମାନ୍ଯ ସୁନ୍ଦରୀ ନଥିଲେ ସତ କିନ୍ତୁ ଅସାମାନ୍ଯ ଗୁଣର ଅଧିକାରୀ ଥିଲେ ।


Rate this content
Log in

Similar oriya story from Abstract